Akshayakumar Dash

Romance

4.5  

Akshayakumar Dash

Romance

ପ୍ରେମର ପୁଲକ

ପ୍ରେମର ପୁଲକ

3 mins
217


ପ୍ରକୃତି ରାଣୀ ଫୁଲର ସମ୍ଭାର।କାଗଜି ଲତାରେ ରଙ୍ଗ ହୋଲି। ଆକାଶରେ ରଙ୍ଗିଲା, ଧରିତ୍ରୀ ସାଜିଛି ନବ ବଧୁ। କୋଇଲିର କୁଞ୍ଜନ। ମଧୂପ ମତୁଆଲା। ଯେମିତି ପ୍ରେମର ଋତୁ ପ୍ରେମ କରିବାକୁ ଇସାରା ଦେଉଛି। ଗଛପତ୍ର , ଫୁଲଫଳ, ନଦନଦୀ, ପାହାଡ଼ପର୍ବତ, ସମସ୍ତେ ମାତିଗଲେଣି ମହୁଲିଆ ସ୍ଵାଦୁ ପାଇଁ। ଝରଣା ଝରି ଝରି ପ୍ରଣୟ ସଙ୍ଗୀତ ଗାଉଛି। ଉତରା ବାହା ଚୁମି, ଛୁଇଁ ଯାଉଛି ତନୁମନ। ସମସ୍ତେ କେମିତି ବିଭୋର ପ୍ରେମ ଫଳ ଚାଖିବାକୁ। ଏକଶ୍ୱରରେ ପ୍ରେମରୁତୁ ଆସିଲାରେ ।

ପ୍ରେମ କେମିତି ଆସେ ସେକଥା କିଏ କହିବେନି। ହେଲେ ସମସ୍ତେ ଚାହାନ୍ତି। ତେଣୁ ପ୍ରେମ ଅମୃତର ଧାରା। ସିଞ୍ଚନ ହେଲେ ଶୁଷ୍କ ତରୁ ପଲ୍ଲବୀତ ହୁଏ ପୁଷ୍ପିତ ହୁଏ ବୃକ୍ଷ।କଳ୍ପନା ସହିତ ପ୍ରଥମ ଦେଖାରେ ମଳୟ ଭିତରେ ଖେଳିଗଲା ଶିହରଣ।ସତେ ଯେମିତି କେଉଁ ଜନ୍ମର ସମ୍ପର୍କ। କଳ୍ପନାର ହରିଣୀ ଚକ୍ଷୁର କଟାକ୍ଷ ଚାହାଣୀ ଘାରିଦେଲା ମଳୟର ହୃଦୟକୁ ତୀର ଘାତରେ । ମଳୟ ବି ପ୍ରେମର ପ୍ରଥମ ପାହାଚ ଅନୁଭବ କଲା। କେମିତିଆ ମିଠା ମିଠା ସୁବାସ ମହକ ଭରା ଫୁଲକୁ ପ୍ରଜାପତିଟି ପ୍ରେମ କରିବାକୁ ସ୍ୱାଗତ କରି ମନାଏ । କଳ୍ପନାକୁ ଟିକେ ଦୂରରୁ ଦେଖି ତାର ସାନିଧ୍ୟ ପାଇଁ ବ୍ୟାକୁଳ ହେଲା ମଳୟ। ଦୂରରୁ କଳ୍ପନାର ଭାବନାକୁ ସ୍ୱାଗତ ଜଣାଇ ନିଜ ଡାହାଣ ହାତକୁ ଟେକି ହଲାଇ ଅନୁମତି ମାଗିଲା ମଳୟ। କଳ୍ପନା ବି ସ୍ୱାଗତ ଜଣାଇଲା ପ୍ରତି ଉତ୍ତର ସ୍ୱରୂପ ତାର ବାମ ହାତକୁ ଟେକି ଧୀରେ ଧୀରେ ହଲେଇଦେଲା । ଉଭୟ ଏକା ଯୌବନକୁ ରଙ୍ଗ ଦେବାକୁ ପ୍ରସ୍ତୁତ । କଳ୍ପନା, ରୂପରେ ଅନୁପମ । ତନୁପାତଳି, ଚମ୍ପା ପରି ତନୁ, ମୁଖ ମେନକା ପରି ସ୍ୱର୍ଗର ଅପ୍ସରୀ। କେଶ କାନ୍ତି ଗଣ୍ଡ ଦେଶ ପର୍ଯ୍ୟନ୍ତ ଲମ୍ବିତ। ନୀଳ ରଙ୍ଗର ଶାଢୀ ଭିତରେ ଅନ୍ତବାସରୁ ଫୁଟି ଉଠୁଛି ଉଦାମ ଯୌବନର ପ୍ରସ୍ଫୁଟିତ କମଳ। ସ୍ୱାଗତ କରୁଛି ପୁରୁଷର ସାନିଧ୍ୟ। ସଂସାର ଚରମ ସତ୍ୟ ପ୍ରେମରୁ ସମ୍ଭୋଗ। କିଏ ଯୋଗୀ ହେଉ କି ସଂସାରୀ ହେଉ ପ୍ରତ୍ୟେକ ଜୀବନରେ ନାରୀ ହେଉଛି ରାଧା। କୃଷ୍ଣ ବିନା ରାଧା କି ନର ବିନା ନାରୀ ଅଧୁରା ରହେ ସଂସାର ।କଳ୍ପନାର ଖୋଲା ଖୋଲା ସ୍ମିତ ହାସ୍ୟ ଦଲକାଏ ପବନ ବାଜି ମଳୟକୁ କହୁଥିଲା ଆରେ ବୋକା ଫୁଲକୁ ପାଇ ଦୂରେଇ ରହି ଅଣପୁରୁଷ। ପ୍ରମାଣ ଦେଉଛୁ, ନା ? ମଳୟ ବି ସ୍ୱାଗତ କରି ସ୍ମିତ ହାସ୍ୟରେ ଇସାରା ଦେଲା କଳ୍ପନାକୁ।

ଆଗେଇଗଲା ଦ୍ଵିତୀୟ ସୋପାନ। ପଚାରିଲା ମଳୟ, ତୁମ ନାମ? କଳ୍ପନା ମୁଣ୍ଡ ନହିଁ ଉତ୍ତର ଦେଲା। ବେସ ସୁନ୍ଦର ନାମ, ତମେ କଳ୍ପନା ପଚାରିଲା । ମୁଁ ମଳୟ, ଏହି କଲୋନୀର ଆଗ ଘରେ ରହୁଛି। କଳ୍ପନା କହିଲା, ତୁମେ ବି କମ ନୁହଁ, ତୁମ ନାମ ବି ବେଶ ସୁନ୍ଦର । ମଳୟ କହିଲା, ତୁମେ ବହୁତ ସୁନ୍ଦର। ଜଣେ ନୂଆ ପୁରୁଷ ମୁଖରୁ ନାରୀ ତାର ପ୍ରଶଂସା ଶୁଣିଲେ ତରଳି ଯାଏ। ପଚାରିଲା, କଣ କରୁଛ, ଜଣେ ଶିକ୍ଷକ, ପାଖ ସ୍କୁଲରେ ଏବେ ଜୈନ କରିଛି। ଏବେ ଭଡା ଘର ନେଇ ଏଠାରେ ରହୁଛି। ତୁମେ ଏକା, କଳ୍ପନା କହିଲା, ହଁ ମୁଁ ଏକା, ମୋର ପତ୍ନୀ ଓ ଝିଅ ଛୋଟ ସେମାନେ ଗ୍ରାମରେ ଅଛନ୍ତି। କାରଣ ମୋ ମାଙ୍କ ଦେହ ଅସୁସ୍ଥ। ତୁମେ, କଳ୍ପନା କହିଲା ମୁଁ ବି ବିବାହିତା, ମୋର ସ୍ୱାମୀ ଜଣେ ବ୍ୟବସାୟୀ। ସେ ତାଙ୍କ ବ୍ୟବସାୟରେ ବାହାରକୁ ଯାଇଛନ୍ତି। ଗୋଟିଏ ଝିଅ, ସେ ବି ମୋ ବାପାଙ୍କ ପାଖରେ ରହୁଛି। ମୁଁ ବଙ୍ଗାଳି । ତୁମେ ତ ଭଲ ଓଡ଼ିଆ କହୁଛ। ହଁ ଓଡ଼ିଶାରେ ଦଶ ବର୍ଷ ରହିଲିଣି। ଆସ ଘରକୁ, କଳ୍ପନା ମଳୟକୁ ସ୍ୱାଗତ କଲା। ମଳୟ କଳ୍ପନା ସହିତ ଘର ଭିତରେ ପଶିଲା। ସୁନ୍ଦର ସାଜ ସଜ୍ଜା ଭିତର ଘରେ ପଲଙ୍କ ଉପରକୁ ବସିବାକୁ ଡାକିନେଲା କଳ୍ପନା । ମଳୟ କଳ୍ପନାର ପ୍ରତ୍ୟେକ କଥାରେ ରାଜି ହୋଇ ବସିଥିଲା ପଲଙ୍କ ଉପରେ। କିଛିସମୟ ନୀରବତା ଭିତରେ କଳ୍ପନା ଧରିଆସିଲା ଚାହା ସହିତ କିଛି ନମକିନ ବିସ୍କୁଟ ଓ ଅନ୍ୟ ଏକ ପ୍ଲେଟରେ ମିଷ୍ଟ। ମଳୟ ଅପ୍ରସ୍ତୁତ ହୋଇ କହିଲା, ମୋ ପାଇଁ କାହିଁକି ଏତେ କଷ୍ଟ ଉଠାଉଛନ୍ତି? ଆରେ ଏତ କିଛିଟା କମ ଲାଗୁଚି କି ଘରେ କେହି ନାହାନ୍ତି ଯେ ବଜାରରୁ ତେଲ ଭାଜି ଆଣିବାକୁ। ଯଦି ସମୟ ଦେବେ ତେବେ ଛାଣି ଆଣିବି। ଆରେ ନା ଏହିତ ପେଟ ପୁରିଯିବ । କୋଉଠି ହୋଟେଲରେ ଖାଉଛ ନା ? ହଁ ବେଳେ ବେଳେ ନିଜେ ରୋଷେଇ କରେ। ତେବେ ରୁହ ମୁଁ ରୋଟି ଡାଲମା ଭଜା ବନେଇ ଦେଉଛି, ଖାଇକରି ଯିବ। ନା, ତୁମ ଘରେ ମୁଁ ବେସି ସମୟ ରହିଲେ ଲୋକେ ଟୁପୁରୁ ଟପୁରୁ ହେବେ। ଏବେ ଯାଉଛି, ଆଉକେବେ ଆସିବି। ଆରେ ଲୋକଙ୍କ କଥା ଶୁଣିଲେ ପ୍ରେମ ହୁଏନି। ମଳୟ ଭିତରେ ଖେଳିଗଲା ଶିହରଣ, କହିଲା ତୁମେ କଣ ମତେ ଏତେ ଭଲ ପାଉଛି ? ହଁ ଆମୀ ତୁମାକେ ଭାଲ ବାସେ। ଧନ୍ୟବାଦ, ମୁଁ ବି ଭଲ ପାଇବା ଜୀବନର ମଧୁର ବେଳା।ତୁମ ସୃତିରେ ମୁଁ ବି ପରିଧି। ତେବେ ଏହି ବେଳାକୁ ଜାଗ୍ରତ କରିବା ପାଇଁ ତୁମକୁ ମତେ ପ୍ରୀତିର ନିଦର୍ଶନ ସ୍ୱରୂପ ଦେବାକୁ ଚାହୁଁଛି। ଯଦି ଇଚ୍ଛା ପ୍ରକାଶ କରିବ ତେବେ ଆଗେଇବି। କଳ୍ପନା ପ୍ରସ୍ତୁତ ହୋଇ ଯାଇଥିଲା। କାରଣ ତାର ମୁଖ ମଣ୍ଡଳର ଆଭାରୁ ପ୍ରେମର ସ୍ମୃତିକୁ ସ୍ୱାଗତ କଲା। ହଁ କଣ ତୁମେ ଦେବ ମୁଁ ଜାଣିଛି। ମୋ ତରଫରୁ ପ୍ରଥମ ନିଅ, କଳ୍ପନା ପାଖକୁ ଲାଗିଆସି ମାଳୟର ଗାଲରେ ଚୁମା ଟିଏ ଦେଲା। ମଳୟ ଦେହର ଭୋକକୁ ସୁଜିଥିଲା, ବାହୁରେଆବଦ୍ଧ କରି ଆଙ୍କିଦେଲା ଅଜସ୍ର ଚୁମ୍ବନ। ନୂତନ ସୁବାସିତ ଗଂଧରେ ଉଭୟ ବିଭୋର।ଜୀବନର ପ୍ରତ୍ୟେକ କ୍ଷଣ ଭିତରେ ଏହି ଅପ୍ରତ୍ୟାଶିତ ମୁହୂର୍ତ୍ତର ଆତ୍ମତୃପ୍ତି ନିଆରା। କିଛି କ୍ଷଣ ପରେ ଦୁହେଁ ଆତ୍ମ ସମର୍ପଣ କଲେ ପ୍ରେମର ତୃତୀୟ ସୋପାନକୁ। ମଳୟ ଫେରିଆସିଲା ନିଜ ଭଡା ଘରକୁ। ଖଟଟି ଉପରେ ଶୋଇ ଭାବୁଥିଲା ପ୍ରଣୟିନୀଙ୍କୁ।



Rate this content
Log in

Similar oriya story from Romance