ପ୍ରେମର ବାସ୍ନା
ପ୍ରେମର ବାସ୍ନା
ତୁମ ଫୋନଟା ଟିକିଏ ଦେବ?, କହି କହି ଥରକୁଥର ସୁମିଙ୍କୁ ଫୋନ ମାଗି ଏଣେ ତେଣେ, ଫୋନ କରୁଥିଲେ ସୁପ୍ରିୟ ତ କାରଣ ରେ ସୁପ୍ରିୟ କହିଲେ ମୋ ଫୋନ ଟା ଖରାପ ହେଇଯାଇଛି ତ, ଖରାପ ଯଦି ହେଇଯାଇଛି ଯାଉ ତାକୁ ନସଜାଡ଼ି ଘରେ ଦୁଇ ଦୁଇଟା ଆଣ୍ଡ୍ରଏଡ଼ ଫୋନ ଥୁଆ ହୋଇଛି ନିଅ, ତ ହଉ ପୁରୁଣା ଫୋନଟି ତିଆରି ହେବାଯାଏଁ, ମତେ ସେଥିରୁ ଗୋଟେ ଦେଲେ ମୋର ଚଳିଯିବ.
ପୁଅ ଘରକୁ ଆସିବା ପରେ ଦୋକାନ ଯାଇ ବାପାଙ୍କ ପୁରୁଣା ଫୋନରୁ ସିମ ଆଣି ପକେଇ ବାପାଙ୍କ ହାତକୁ ବଢ଼େଇ ଦେଲା, ତ ଟଚ ସ୍କ୍ରିନ ତ ସହଜେ ଅଡୁଆ ସୁପ୍ରିୟଙ୍କ ପାଇଁ, ତଥାପି ଝିଅର ଝିଅ ନାତୁଣୀର ଭିଡ଼ିଓ ଦେଖିବାର ଲୋଭରେ ଧରିନେଲେ ଫୋନ, ଶିଖିନେଲେ କେତେ କଥା, ତ ପୁଅ କହିଲା ତୁମ ଆଧାର କାର୍ଡ ଦେଲେ ମୁଁ ସେ ସିମ ଟାକୁ ଜିଓ ରେ ପରିଣତ କରିଦେବି କହି ଆଧାର କାର୍ଡ ନେଇ କୋଉ ଦୋକାନରେ ପଇସା ଡ଼ିପୋଜିଟ କରି, କହିଲା କି ବାପା ଗଲେ ତାଙ୍କର ଫୋଟୋ ଉଠାଇ ଆଙ୍ଗୁଳି ଛାପ ଦେଇଆସିବେ, ତ ସନ୍ଧ୍ୟାରେ ସୁପ୍ରିୟ ବାହାରିଲେ ଠିକ ସେହି ଦୋକାନକୁ ଆଉ ତାଙ୍କ ପୁରୁଣା ଫୋନ ତିଆରି ହେଇଛି କି ନାହିଁ ଅନୁସନ୍ଧାନରୁ ଜାଣିଲେ ସେହି ଫୋନ ଆଉ ନସଜାଡ଼ିବାକୁ କହି ପୁଅ ନେଇଯାଇଛି ସିମ, ବର୍ତ୍ତମାନ ଆପଣ କେବଳ ଆଙ୍ଗୁଳି ଛାପ ଓ ଫୋଟୋ ଦେଲେ ମୁଁ ସେ ସିମଟାକୁ ଜିଓକୁ ଟ୍ରାନ୍ସଫର କରାଇଦେବି, ମୋର କିଛି ଦରକାର ନାହିଁ ମୋ ପୁରୁଣା ଫୋନ ଶୀଘ୍ର ସଜାଡି କି ଦିଅ, କହିବାରେ, ସେ ବିଚରା ଆଉ କରେ କଣ? ପୁରୁଣା ଫୋନ ସଜାଡି ସିମ ପକେଇ ଦେଇଦେବାରେ ଦୁଇ ଦିନ ବିଳମ୍ବ ହେବ କହୁଥିଲା.
ଆଉ ଘରେ ହେଲା ମହାଭାରତ ବାପାଙ୍କ କଥାକୁ ପୁଅର କଥା ମ୍ୟାଚ ନକରିବା ଫଳରେ, ପୁଅ ଖପା, ବାପା ବି ଖପା, ଦୁହିଁଙ୍କ ପାଟିତୁଣ୍ଡରେ ସୁମି ପୁଅର ହେବେ ନା ସୁପ୍ରିୟଙ୍କର, ତ ପୁଅକୁ ବୁଝାଇଲେ ସେ କହୁଛି ମତେ କାହିଁ ବାପାଙ୍କୁ ଫୋନ ସଜାଡିଦେ କହୁଥିଲୁ? ସିଆଡେ ସୁପ୍ରିୟଙ୍କୁ କହିବାରେ ସେ କହୁଛନ୍ତି ମୋ ପୁରୁଣା ସିମ ଆଣିବାକୁ ମୋ ପରାମର୍ଶ ମାଗିଥିଲ କି?, ଏମିତି ପରିସ୍ଥିତିରେ ପୁଅ ରାଗିକି ମାଆକୁ ଆଉ କିଛି କହିବୁନି କହୁଥିଲା ତ ଦୁଇ ଦିନ ପରେ ପୁରୁଣା ଫୋନ ସଜାଡି ଘରକୁ ଆଣି ଶାନ୍ତିର ଦୀର୍ଘନିଶ୍ୱାସ ମାରି ଏଣେ ତେଣେ ଫୋନକରୁଥିଲେ ସୁପ୍ରିୟ ତ ସୁମି ବୁଝାଇବାକୁ ଯାଇ କହିଲେ, ପୁଅ ତୁମ ପାଇଁ ଭଲ କରିବାକୁ ଯାଉଥିଲା, ତୁମେ କିଛି ନବୁଝି ଏଇ ଅଚଳନ୍ତି ଫୋନକୁ ଆଉ ଥରେ ସଜାଡ଼ିବା କଣ ଦରକାର ଥିଲା,? କବାଡିବାଲାକୁ ଦେଲେ ବି ସେ ନେବନି ଏ ଫୋନ, ତ ସୁପ୍ରିୟ କହୁଥିଲେ, ଏ ଫୋନରେ 'ପ୍ରେମର ବାସ୍ନା' ଭରପୁର, ସେକଥା ପୁଅ ସିନା ବୁଝିବନି, ତମେ ତ ବୁଝ !
ମଲା, ଏ ବୁଢା ବୟସରେ ପ୍ରେମର ବାସ୍ନା ଏତେ କୁଆଡୁ ଆସିଲା,ତ ସୁପ୍ରିୟ କହୁଥିଲେ, ତୁମେ ବୁଢ଼ୀ ହେଇଥିବ, ତେଣୁ ଭୁଲିଯାଇ,ପୁଅ ପଟିଆ ବାହାରୁଛ, ହେଲେ ଛଅ ମସିହାରୁ ଆନିଭରସାରିରେ ମତେ ମୋ ସ୍ତ୍ରୀ ଏଇଟା ଉପହାର ଦେଇଥିଲା ବୋଲି ମୁଁ ଭୁଲିଯିବି କେମିତି,??ମତେ ତ ସବୁବେଳେ ପ୍ରେମର ବାସ୍ନା ଆସେ ସେଥିରୁ, ମଲାମୋର, କହି ଫେରି ପଡୁଥିଲେ ସୁମି ରୋଷେଇଘର ମୁଁହା, ଗୁଣୁଗୁଣାଉଥିଲେ ହଁ ମ ହେଇଥିବ, ସେଇ ପୁଅ ହିଁ ଆଣିଦେଇଥିବ, ସୁପ୍ରିୟ ତାଙ୍କର ଫୋନ କରିଚାଲିଥିଲେ, ଏଣେ ତେଣେ.
,,,,,,,,,,,,,,,,,,,,,,,

