Akshaya Dash

Romance Action Fantasy

4  

Akshaya Dash

Romance Action Fantasy

ପ୍ରେମ

ପ୍ରେମ

3 mins
8


ବସରେ ବସିଥିଲି । ଜଣେ ମହିଳା ପାଖରେ ବସିଥିଲେ। ମହିଳା ଜଣକ ଘୁଂଚି ବସିଲେ ।। ମୋର ମୋବାଇଲ ପକେଟ ରୁ ବାହାର କରି ଦେଖୁଥିଲି । ମଝିରେ ମଝିରେ ମହିଳା ଜଣକ ମୋଆଡ଼େ ଦୁଷ୍ଟି ଦେଉଥିଲେ । ଝରକା ଆଡକୁ ଚାହିଁ ପୁଣି ମୋଆଡକୁ ଚାହୁଁଥିଲେ । ତାଙ୍କର ଏପରି ଅଭିନୟକୁ ମତେ ସଂକୋଚ ଲାଗିଲା । ମନେମନେ ଭାବିଲି କାଳେ ମୋବାଇଲ ଦେଖିବା ବୋଧେ ସେ ପସନ୍ଦ କରୁନାହାନ୍ତି । ତେଣୁ ପକେଟରେ ରଖିଦେଇ ସଂକୋଚରେ ବସିଲି । ମହିଳା ଜଣକ ମୋ ଆଡ଼କୁ ଟିକେ ମାଡିବସିଲେ । ମୁଁ ବି ଘୁଂଚିଗଲି । ପଛକୁ ଯାଇବସିବାକୁ ଭାବିଲି । ପଛରେ ଗୋଟିଏ ସିଟ ଫାଙ୍କା ଥିଲା। ଯିବାକୁ ଉଦ୍ୟତ ହେବାରୁ ମହିଳା ଜଣକ ପଚାରିଲେ-କୁଆଡେ ଯିବ। ଆଶ୍ଚଯ୍ୟ ହେଲି,କହିଲି ପଛସିଟ କୁ। ହସି କହିଲେ ,ତୁମେ ବିଜୟ ନା? ଆଉରି ଆଶ୍ଚଯ୍ୟ ଲାଗିଲା,କହିଲି ଆପଣଙ୍କୁ ଚିହିଁପାରୁନାହିଁ ? ମହିଳା କହିଲେ ,ଚିହିଁବ, ମୋ ପାଖରେ ବସ । ଆହୁରି ଆଶ୍ଚଯ୍ୟ ବଢିଗଲା । ଭାବିଲି କେମିତି ଏଠାରୁ ଖସିବି? କହିଲି ,ଆପଣ ଆରାମରେ ବସନ୍ତୁ,ପଛରେ ବି ସିଟଟିଏ ଅଛି। ସେଇଟି ଯାଇ ବସିଯିବି । ମହିଳା ନିସଙ୍କୋଚରେ କହିଲେ,କାହିଁକି,ମୁଁ କଣ ଗଂଧଉଛିକି? ଆରେ ନାଁନାଁ,ତାହାନୁହେଁ। ତେବେ? ମହିଳା କହିଲେ। ବସିଲି ସତ କିନ୍ତୁ ଅଜଣା ଭୟ ସହ ଚିନ୍ତା ବଢିଗଲା । ଭାବିଲି ପଚାରିବି କିନ୍ତୁ;ସାହସ ହେଲାନାହିଁ । ଏସମୟରେ ମହିଳା ଜଣକ ତାଙ୍କ ମୋବାଇଲ ବାହାରକଲେ। ଫେସବୁକ ଦେଖୁଥିଲେ । ମୋ ଫଟ ତାଙ୍କ ଫେସବୁକରେ,କଣେଇ ଚାହିଁ ଦେଖିନେଲି । ସେମଧ୍ୟ ଜୁମ କରି ମୋ ଆଖି ସାମନାରେରେ ପଡିଲାଭଳି ରଖିଲେ । ଭାବିଲି ଏବେ ଫଟ ଉଠାଇଲେ କି? କୌତୁହଳ ବଢିଗଲା । ଭୟବି ଲାଗୁଥାଏ । ସାହସକରି କହିଲି। ଆପଣ ମୋ ଫଟ। ହସିଲେ,କହିଲେ ତୁମେ ଯାହାଥିଲା ତାହା ,ଏବେ ଏ ବୟସରେ ମୋଟେ ପରିବର୍ତନ ହୋଇନ। ଆହୁରି ବଢେଇଦେଲା ମୋର ସନ୍ଦେହ। ଭାବିଲି ,କିଏ ଏ ମହିଳା, ବୟସ ଅପରାହ୍ନ ହେଲେବି ମଧ୍ୟାହ୍ନ ପରି ଚେହେରା । ଶୁଭ୍ର ଜ୍ୟୋତି ପରି ସୀମନ୍ତ ଭାଲରେ ଝଟୁକୁଛି । ଜହ୍ନ ପରି ମୁଖମଣ୍ଡଳ । ପାଚିଲା କୁଆଁମଇତା ପରି ମୋଟାଓଠ କୁ ଠିଆ ନାକ । କେଶବହୁଳ ଲମ୍ବା ବେଣୀ ନିତମ୍ବ ପର୍ଯ୍ୟନ୍ତ ଲମ୍ବିଛି । କଳାରଙ୍ଗରଶାଢୀ ଭିରରୁ ଅନ୍ତବସ୍ତ୍ର ବାରିହେଉଛି। ବେକରେ ଲମ୍ବିଛି ବୋଧେ ସୁନାରସରୁ ହାର । ଲମ୍ବା ଗ୍ରୀବାକୁ ବେଶ ମାନୁଛି । ମୋଟଉପରେ ଭଦ୍ରମହିଳା କହିଲେ ଅତ୍ୟୁକ୍ତି ହେବନାହିଁ। ସହାସରେ ପଚାରିଲି ,ମତେ ଜାଣିଛନ୍ତି? ଜାଣିନାହିଁ ତ ନାମ କିମିତି କହିଲି । ଏବେ ଟିକେ ଅଶ୍ୱସ୍ଥ ହେଲି,ଭାବିଲି ବୋଧେ ନିକଟ ସମ୍ପର୍କୀୟ ବୋଧେ ହେବେ । ପଚାରିଲି କୁଆଡେ ଯିବେ? କହିଲେ ତୁମେ ଯୁଆଡେ ଯାଉଛ। ଆଶ୍ଚଯ୍ୟ ଲାଗିଲା କହିଲି ମୁଁ ଘରକୁ ଯାଉଛି। ସେ କହିଲେ ମୁଁ ମଧ୍ୟ ବାପାଙ୍କ ପାଖୁ ଯାଉଛି । ବାପା କିଏ? ପଚାରିଲି,କହିଲେ ମତେ ଆଗ ଜାଣ, ମୁଁ ଅପ୍ରସ୍ତୁତ ହୋଇ କହିଲି , ଦୟାକରି ପରିଚୟ ଦେବେକି? ସେକହିଲେ ମତେକେମିତି ଚିହ୍ନିବ? ତୁମେତ ସବୁବେଳେ ଅନ୍ୟମନସ୍କ । କରେଣ୍ଟ ଖେଳିଗଲା କଥାଟି ମୋଭିତରେ । ସତରେ ମୁଁ ତ ବଡ ଭୁଲାଲୋକ । ଏ କେମିତି ଜାଣିଲେ ? ପଚାରିଲି ତାହେଲେ ବି ମତେ କ୍ଷମା ଦେବେ, ମୋର ଦୃବଲତାକୁ । ତୁମେ ସିନା ଚିହିଁବାରେ ଦୃବଳ କିନ୍ତୁ ଲେଖିବାରେ କଳାକାର । ମିଠାମିଠା କଟୁ ମନ୍ତବ୍ୟ ଶୁଣି ମୋର ମୁଣ୍ଡଘୁରିବାକୁ ବସିଲାଣି । ଆଉକିଛି ନପଚାରି ଚୁପ ରହିଲି । ତାଙ୍କ ମୋବାଇଲ ମୋତେ ଦେଇ କହିଲେ ଦେଖିଲ କଣ ଲେଖିଛ? ମୁଁ କଣ ମିଛ କହୁଛି। ପଢ଼ିଲି , ମୋ ଲେଖାଟି, କିଛି ଦିନତଳେ ଲେଖିଥିଲି,ଦେଲେ ଧରା, ଠିକ ତ, ଏ ମହିଲା ତାହେଲେ କିଏ? ନାମ ଦେଖିଲି , ଆରେ ପ୍ରତିମା ତାହେଲେ ଇଏ ସେଇ ମୋ ଗପ ର ପହିଲି ପ୍ରେମିକା । ଖୁସିହୋଇ କହିଲି, କ୍ଷମା ଦେବ, ତୁମ ସହିତ ପଚାଶବର୍ଷ ଦେଖା ହୋଇନାହିଁ । ଚିହିଁବା କୁ ଡେରିହେଲା । ମୁରୁକିହସି କହିଲେ ଥାଉ, ମନରେ ତ ରଖିଛ ସେତିକି ବହୁତ। ଏଇଗପଟି ତୁମର ମୋ ପାଇଁ ପରିଚିତ । ପଚାଶବର୍ଷ ପରେ ମତେ ମନେରଖିଛ ଅଥଚ ମୋର ଦେହ,ରୂପ, ଭୁଲିଯାଇଛ । ଶାଶ୍ୱତ ତୁମର ପ୍ରେମ । ଏଥିପାଇଁ ମୁଁ ମୋର ବିବାହ ଜୀବନର ପଚିଶ ବର୍ଷ ପାଳନ କରିବାକୁ ଯାଉଛି । ମୋଠିକଣା ଦେଉଛି ନିଶ୍ଚୟ ଆସିବ । ମୁଁ କହିଲି ଗାଁ କୁ ଯିବ ଯଦି ମୋ ଗାଡିରେ ନେଇ ଛାଡିକରି ଆସିବି? ନା ମୁଁ ଅଟୋ କରି ଚାଲିଯିବି । ଗନ୍ତବ୍ୟ ସ୍ଥଳରେ ବସ ଅଟକିଲା, ଦୁହେଁ ଓହ୍ଲେଇଲୁ ।


Rate this content
Log in

Similar oriya story from Romance