Akshaya Dash

Tragedy Crime Fantasy

4  

Akshaya Dash

Tragedy Crime Fantasy

ଡକାୟତି

ଡକାୟତି

4 mins
7


ରାତ୍ରୀ ପ୍ରାୟ ଗୋଟାଏ ପାଖାପାଖି।ଘର ସାମ୍ନା ଗ୍ରୀଲ ଖୋଲି ବାହାର ପିଣ୍ଢାକୁ ପରିଶ୍ରା କରିବାକୁ ବାହାରିଲି।ପରିଶ୍ରା ସାରି ଫେରୁଫେରୁ ହଟାତ ପାଖରେ ଗୋଟିଏ ବମ ଫୁଟିବାର ଶବ୍ଦ ଶୁଣିବାକୁ ପାଇଲି।ଭୟରେମୋ ଶୋଇବା ଘରକୁ ପଶିଆସିଲି। ଶୀତଦିନ, ଅନ୍ଧାର ରାତ୍ରୀ।କିଛିଲୋକ ଦୌଡ଼ିଆସି ଗ୍ରୀଲ ଫିଟେଇବାର ଶବ୍ଦ ଶୁଭିଲା।ଅସ୍ପଷ୍ଟ ଭାଷାରେ କଥା ବାର୍ତା ହେବାର ଶୁଣିବାକୁ ପାଇଲି।ମତେ ବୁଝିବାକୁ ସମୟ ଲାଗିଲା ନାହିଁ। ଜାଣିଲି  ଡକାୟତି କରିବାକୁ ସେମାନଙ୍କ ପ୍ରୟାସ।ସେତେବେଳେ ଏପରି ଭୟଭୀତ ଅବସ୍ଥାରେ ଥିଲି, ଭୁଲରେମୋ ସୋଇବାଘର କବାଟ ନଦେଇ ଚୁପଚାପ ଖଟ ଉପରେ ଆସି ସୋଇପଡି ଚଦର ଟିଏ ଗୋଡ଼ରୁ ମୁଣ୍ଡପର୍ଯ୍ୟନ୍ତ ଘୋଡେଇ ହୋଇ ପରବର୍ତୀ ଅବସ୍ଥାକୁ ଭୟରେ ଅନୁଧ୍ୟାନ କରୁଥିଲି। ମୁଁ ନିଶ୍ଚିତ ହୋଇଯାଇଥିଲିଯେ ଡକାୟତମାନେ ମତେ ପ୍ରଥମେ ଧରିବେ।ଛୁରୀରେ ଆଘାତ କରିବେକି ଆଉକିଛି ହୋଇପାରେ।କାରଣ ଘରଭିତରକୁ ପଶିଲେ ପ୍ରଥମ ବାମ ପଟ କୋଠରୀରେ ମୁଁଥିଲି।ମୋକୋଠରୀ କଡ ଦେଇ ଘର ଭିତରଘରକୁ  ପଶିବାକୁ ହୁଏ। ଅବଶ୍ୟମୋ କୋଠରୀ ସହିତ ସଂଲଗ୍ନ ଘରଭିତରକୁ ବାଟ ନାହିଁ। କିନ୍ତୁ ଗ୍ରୀଲର ସାମ୍ନା ଘରଭିତରକୁ ଯିବାକୁ ହୁଏ। ମଝିରେବି ଦୁଇଟି କବାଟ ଲାଗିଥିବା କୋଠରୀ ଅଛି। ହେଲେସେ କୋଠରୀର କବାଟ ମେଲାଥିଲା। ଯେହେତୁମୁଁ ଏପଟେ ଶୋଉଥିଲି ତେଣୁ ମଝି ଘର କବାଟ ମେଲା ଥିଲା। ଘର ଭିତରକୁ ପଶିଲେ ବାମ ପଟରେ ଥିବା କୋଠରୀଟି ଷ୍ଟୋରରୁମ। ତାର କଡ଼କୁ ଲାଗି ବାମ ପଟର କୋଠରୀରେ ବଡଭାଇ ଓ ଭାଉଜ ଥିଲେ। ଆଗକୁ ବାମକଡ ଦେଇ କୋଠରୀରେ ବାପା ସୋଇଥିଲେ। କୋଠା ଘରକୁ ସଂଯୋଗ ହୋଇଥିବା ପୁରୁଣା ଚାଳ ଘର ଭିତରେ କକେଇ ଓ ତାଙ୍କ ପିଲାମାନେ ସୋଇଥିଲେ। ବୋଉଓ ମୋର ଜଣେ ବିଧବା ପିଉସୀ ଚାଳଘର ବାମ ପଟ ଆଟୁଘରେ ଶୋଉଥିଲେ। ଆମେ ସମସ୍ତେ ଘରେ ସେଦିନ ପ୍ରାୟ ବାର ପନ୍ଦର ଜଣ ଲୋକ ଥିଲୁ। ମୋର ତିନି ଭାଇ ଓ ମୁଁ ମଧ୍ୟ । ମତେ ପ୍ରାୟ ଚବିଶ ପଚିଶ ବୟସ ହେବ ।

ଡକାୟତ ମାନେ ଗ୍ରୀଲ ଭାଙ୍ଗି ପଶିଲାବେଳେ କୌଣସି ଉପାୟ ନଦେଖି ଚଦରକୁ ମୁହଁ ପର୍ଯ୍ୟନ୍ତ ଘୋଡେଇ ହୋଇ ମନେମନେ ଈଶ୍ୱରଙ୍କୁ ସ୍ମରଣ କରି ଗାୟତ୍ରୀମନ୍ତ୍ର ଜପୁଥିଲି।ମୁଁ ଜାଣିଛିଯେ ନିଶ୍ଚୟ ଡକାୟତ ମାନେ ମତେ କାବୁକରିବେ କି ମୋଉପରେ ଆଘାତ କରି ଅନ୍ୟମାନଙ୍କୁ ଆୟତ କରିବେ। କିମ୍ବା ସମସ୍ତଙ୍କୁ ଆୟତ କରି ଡକାୟତି କରିବେ।  ଗୋଟିଏ ଘରେ ସମସ୍ତଙ୍କୁ ପୁରେଇ ବାହାରୁ ତାଲାଦେଇ ସୁଭିଧାରେ ଟଙ୍କା ସୁନାରୁପା ଲୁଟିନେବେ।ଡକାୟତ ମାନେ ଘରଭିତରକୁ ପଶିଗଲେ ତାଙ୍କର ସାହସ ବଢିଯାଏ। ଡକାୟତଙ୍କ ସର୍ଦ୍ଦାର ବାହାରେ ରହି ପରିସ୍ଥିତିକୁ ଅନୁଧ୍ୟାନ କରି ସଂକେତ ଦିଅନ୍ତି। ଏହି ସଂକେତ ହେଲା ହୁସିଲ। ତିନଟି ହୁଇସିଲ ଫୁଙ୍କି ସର୍ଦ୍ଦାର କାମଆରମ୍ୱ କଲେ। ପ୍ରଥମ ଘରଭିତରକୁ ପ୍ରବେଶ ଦ୍ଵିତୀୟ ଡକାୟତି ତୃତୀୟ ପ୍ରସ୍ଥାନ।

ଏହି ତୃତୀୟ ହୁଇସିଲ ବାଜିଲେ ଯେଉଁମାନେ ଡକାୟତି କରିବାପାଇଁ ଘର ଭିତରେ ଥିବେ ସେମାନଙ୍କୁ ସଂକେତ ଦିଆଯାଏ ପରିସ୍ଥିତି ଅଣଆୟତ ଯଥାଶୀଘ୍ର ବାହାରି ପଳେଇ ଆସିଲେ ଭଲ। ନଚେତ ବିପଦ ଅଛି। ଏସବୁ ସର୍ଦ୍ଦାରର କାମ। ତେବେ ଡକାୟତ ମାନେ ଯେଉଁଘରକୁ ତାଙ୍କର ନିଶାନ ରଖିବେ ସେମାନେ ନିଶ୍ଚୟ ସେଇ ଗ୍ରାମ ବା ପଡ଼ାକୁ ଦିନବେଳେ ଆସି ଅଲକ୍ଷରେ ସମସ୍ତ ପରିବେଶକୁ ଅନୁଧ୍ୟାନ କରି ଯିବେ। କେତେ ଲୋକ, ଘରଟା ଗାଁ ମଝିରେ କି ବାହାରେ। କେତୋଟି ବାହାରକୁ ଆସିବା ଦ୍ୱାର। ଲୋକ ମାନେ ସାହସୀ କି ନୁହେଁ, ଇତ୍ୟାଦି।ପ୍ରତେକ ଡକାୟତ ମୂଳରେ ନିଜ ପଡିଶାକି ଗ୍ରାମଲୋକଙ୍କ ଭିତରୁକେହି ଜଣକର ପରୋକ୍ଷ ଭାବରେ ହାତ ଥାଏ । ଡକାୟତ ମାନେ ବିଶେଷ କରି ଅନ୍ଧାର ରାତ୍ରୀକୁ ଡକାୟତି ପାଇଁ ପସନ୍ଦ କରନ୍ତି।ପ୍ରାୟତଃ ରାତ୍ରିର ତୃତୀୟ ପ୍ରହରକୁ ତାଙ୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।ଏମାନେ ସେଦିନ ରାତ୍ରୀ ପ୍ରଥମ ପ୍ରହରରେ ବାଉଁଶ ବୁଦାବା ପାଖରେ ଥିବା ନଦୀ କିମ୍ବା ନିର୍ଜନ ସ୍ଥାନ ଛୋଟ ଜଙ୍ଗଲରେ ବିଶ୍ରାମ ନିଅନ୍ତି।ଗୋଟିଏ ଦଳରେ ଦଳପତିବା ସର୍ଦ୍ଦାରକୁ ମିଶାଇ ଆଠ ଜଣରୁ ପନ୍ଦର ଜଣ ପଯ୍ୟନ୍ତ ରୁହନ୍ତି। ସମସ୍ତେ ବସି ମଦ୍ୟ ପାନ କରନ୍ତି। କେତେକ ବମ ଭିଡନ୍ତି, ସାଙ୍ଗରେ ହତିଆର ଛୁରୀ ଭୁଜାଲି ବା କତା ଶାବଳ ଆଦି ଆଣିଥାନ୍ତି। ବନ୍ଧୁକବି ବ୍ୟବହାର କରନ୍ତି ଦେହ ସାରା ଜଡାତେଲ ବୋଲି ହୁଅନ୍ତି।ମୁଣ୍ଡ ସହିତ ମୁହଁକୁ କଳା ଗାମୁଛାରେ ଆବୃତ ରଖନ୍ତି। ଦେହସାରା ଆବୃତ ନରଖି କେବଳ ସରୁଗାମୁଚା କୁ ଭିଡି ଅଣ୍ଟାରେ ବାନ୍ଧିଥାନ୍ତି। କେବଳ ଆଖି ଯୋଡିକ ଛାଡି ମୁହଁ ଘୋଡେଇ ଡକାୟତି କରନ୍ତି। ଡକାୟତି କରିବା ପୂର୍ବରୁ ତାଙ୍କର ଇଷ୍ଟ ଦେବୀକୁଁ ପୂଜା  କରନ୍ତି ଓ ନାଲି ସିନ୍ଦୁର ମସ୍ତକରେ ମାଖିହୋଇ କାର୍ଯ୍ୟକ୍ଷେତ୍ରକୁ ଆସନ୍ତି।

ସୋଇକରି ଶବ୍ଦ ବାରିଲି। ଡକାୟତ ମାନେ ଗ୍ରିଲ ଦେଇ ଭିତରକୁ ପଶିଲେ।  ଅଜାଣତରେ ମୋର ଘର କବାଟ ଆଉଜେଇ ଆଣି ବାହାରୁ ବନ୍ଦ କରିଦେଲେ। ମତେ କାବୁ କରିଦେଲେ। ଅର୍ଥାତ୍ ସେମାନଙ୍କ ଲକ୍ଷ ଟଙ୍କା ସୁନା। ମୋ କୋଠରୀରେ ତାହା ନଥିଲା ବୋଲି ବୋଧେ କାଣିଗଲେ। ତେଣୁ  ବାହାରୁ କବାଟ କିଳୀଦେଲେ। ଆଉମଧ୍ୟ ମୁଁ କାଳେ ଆସି ସେମାନଙ୍କ ସହିତ ଲଢ଼ିବି, ଏହିସବୁ ଚୋର ମାନଙ୍କର ଚାଲାଖ କାର୍ଯ୍ୟ। ସେମାନେ ଭିତରକୁ ପଶିଲେ। ଗ୍ରାମରେ ଅଧିକ କୁକୁର ଥିଲେ। ଏହି କୁକୁର ମାନେ ଆମ ଘରନିକଟକୁ ଓ ଗ୍ରାମ ଭିତରେ ପ୍ରବଳ ଭୁକିଲେ। ଗ୍ରାମର କିଛି ଲୋକଙ୍କ ନିଦ ଭାଙ୍ଗିଗଲା। ଜାଣିଲେ ଆମଘରେ ଡକାୟତି ହେଉଛି। ବିଳମ୍ବ ନକରି ସାହସ ଧରି ଦଳେ ଲୋକ ଜୋରରେ ପାଟିକରି ଦୌଡ଼ି ଆସିଲେ। ଏଣେ ଡକାୟତ କରୁଥିବା ଜଣେ ଲୋକକୁ ମୋର ଭାଇଜଣେ ମାଡ଼ି ବସିଲେ। ସମସ୍ତ ଘରଲୋକ ଜୋର କରି ପାଟି କଲେ। ପରିସ୍ଥିତି ଡକାୟତି ପାଇଁ ଅଣଆୟତ ହେଲା। ସରଦାର୍ ତୃତୀୟ ହୁଇସିଲ ମାରିଲା। ଜଣେ ଆସି ମୋର ଭାଇଙ୍କ ହାତରେ ଛୁରୀ ମାରିଲା। ଫଳରେ ଧରିଥିବା ଚୋର କୁ ଭାଇ ଛାଡ଼ିଦେଲେ। ସମସ୍ତେ ଦୂର ଦାର ହୋଇ ବାହାରି ପଳେଇଲେ।

କିଛି ଲୋକ ପାଟିକରି ତାଙ୍କ ପଛରେ ଦୋଉଡ଼ିଲେ। କିନ୍ତୁ ସେଇ ଦଳ ଭିତରୁ ଚୋର ମାନେ ଭିନ୍ନ ଭିନ୍ନ  ବାଟ ଧରିଲେ। 

 ଦଳେ ଗଲେ ଆଗକୁ ବିପଦ ଅଛି, କାଳେ ଅନ୍ୟ ଗ୍ରାମର ଲୋକମାନେ ତାଙ୍କୁ କାବୁ କରିବେ ବା ପୋଲିସ ଗୋଡାଇବେ, ତେଣୁ ଅନ୍ୟାନ୍ୟ ରାସ୍ତାରେ ଜଣେ ଜଣେ ଗତି କରନ୍ତି।

ଆସନ୍ନ ବିପଦରୁ ରକ୍ଷା ପାଇଗଲୁ ସିନା ଭୟ ରହିଲା। ସକାଳୁ ପୋଲିସ ଗାଡ଼ି ଓ କୁକୁର ଆସି ଅନୁସନ୍ଧାନ କଲା। କୁକୁରଟି ସୁଙ୍ଗିସୁଙ୍ଗି ଆମ ଘରଠାରୁ କିଛି ଦୂରରେ ଏକ ବାଉଁଶ ବାଡିକୁ ଗଲା। ସେଠାରେ କିଛି ଗୋଡ଼ି ଓ ମଦ ବୋତଲ ଛାଡ଼ିଯାଇଥିବା ଗୋଟିଏ ଭୁଜାଲି ମିଳିଲା। ଏହିଠାରେ ଡକାୟତ ମାନଙ୍କର ପ୍ରରଭିକ ପ୍ରସ୍ତୁତି ସାରି କ୍ଷେତ୍ରକୁ ଆସିଥିଲେ ବୋଲି ପୋଲିସ କହିଲେ। କୁକୁର କେତେଜଣଙ୍କ ଘର୍ ପର୍ଯ୍ୟନ୍ତ ଗଲା। ସେମାନଙ୍କୁ ପୋଲିସ ଧରିଲେ। ପ୍ରାୟ ସାତ ଜଣଙ୍କୁ ପୋଲିସ ଧରି ଥାନାକୁ ଆଣିଲେ। ଅଟକ ରଖି ପ୍ରମାଣ ଅଭାବରୁ ତିନିଜଣଙ୍କୁ ଛାଡି ଦେଲେ। ଆଉ ଚାରିଜଣଙ୍କୁ ପ୍ରମାଣ ସହ ଚିହ୍ନଟକରି କୋର୍ଟ ଚାଲାଣ କଲେ।



Rate this content
Log in

Similar oriya story from Tragedy