Akshaya Dash

Romance Action Inspirational

3  

Akshaya Dash

Romance Action Inspirational

ଚିଠି

ଚିଠି

2 mins
10


ଗାଁ ରାସ୍ତାରେ ଡାକପିଅନ ତାର ପୁରୁଣା ସାଇକେଲ ଧରି ପେଡଲ ମାରି ଯାଉଥାଏ । ରେବତୀ ବାହାର ଦରଜା ପାଖରେ ଆଉଜି ଅପେକ୍ଷା କରିଥିଲା । ଏମିତି କେତେଦିନ ଡାକପିଅନକୁ ଅନିଶା କରି ନିରାଶରେ ରହେ । ଯେମିତି ଦେଖିଲା ବାହାରକୁ ଆସି ଦୁଆର ମୁହଁରେ । ଡାକପିଅନ ଘରପାଖରେ ଠିଆ ହେଲା । ଲଫପାଚିଠି ଟିଏ ବଢ଼ାଇ ଦେଲା । ପଚାରିଲା ତୁମେ ରେବତୀ ଜେନା । ହଁ କହିଲା ରେବତୀ । ଅତି ଉଚ୍ଛୁକତାର ସହ ବ୍ଲାଉଜ ତଳେ ଚିଠି ରଖି ଘର ଭିତରକୁ ଚାଲିଗଲା । ଘର କବାଟ କିଳି ନିଜ କୋଠରୀକୁ ଯାଇ ଚିଠି ବାହାରକରି ଦେଖିଲା । ଚିଠି ଖୋଲିଲା, ସୁନ୍ଦର ବେରଙ୍ଗୀ କାଗଜ ଉପରେ ପାନପାତ୍ରର ଅସ୍ପଷ୍ଟ ଚିତ୍ର ମଝିରେ ତୀର ଚିହ୍ନ । ଉପରେ ଗୋଲାପ ଫୁଲର ଚିତ୍ର । କଳା ସ୍ୟାହିରେ ଲେଖାହୋଇଛି । ପ୍ରଥମରେ ଲେଖାହୋଇଛି ଯାହା ରେବତୀ ଅନୁମାନ କଲା, ତାର ପ୍ରେମରେ ନିଶ୍ଚୟ ଲୋକନାଥ ମୂଲ୍ୟ ଦେଇଛି । ଲୋକନାଥ ଶେଷରେ ନିଜ ନାମ ଲେଖିଛି । ଇତି ତୁମର ଲୋକନାଥ । ଚିଠି ମୂଳରୁ ପଢିଲା ରେବତୀ । ପ୍ରାଣପ୍ରିୟା ରେବୀ, ମୋର ଶୁଭେଚ୍ଛା ନେବ । ବ୍ୟସ୍ତତା ଭିତରେ ରହି ଲେଖିପାରି ନାହିଁ । ଆମ ରେଜିମେଣ୍ଟ କାଶ୍ମୀର ସୀମାନ୍ତ ଲଦ।ଖ୍ ଘାଟିରେ । ପାକିସ୍ତାନ ଓ ଭାରତ ସୀମାରେ ପ୍ରହରା ଦେଉଛି । କେତେବେଳେ ଯୁଦ୍ଧ ହେବ କହି ହେବ ନାହିଁ । ମୋ ପାଇଁ ବ୍ୟସ୍ତ ହେବ ନାହିଁ । ଜଣେ ଫୌଜିକୁ ବିବାହ କରି ଛାତିକୁ ପଥର କରି ଚଳିବ । କେତେବେଳେ ମୋର କିଛି ହୋଇଗଲେ ଦେଶର ଟେକ ଭାବିବ । ଆମ ଜୀବନ ଠାରୁ ଦେଶ ବଡ । ତୁମର ଦେହ ପ୍ରତି ଯତ୍ନ ନେବ । କେବେ ହେଲେ ମନ ଉଣା କରିବ ନାହିଁ । ଇତି ତୁମର । ଚିଠିଟିକୁ ରେବତୀ ପୁଣିଥରେ ପଢିଲା । ତକିଆ ତଳେ ରଖି ରୋଷେଇ କରିବାକୁ ବାହାରିଲା । ଶାଶୁମା ପଚାରିଲେ, ବହୁ' କିଏ ଚିଠି ଦେଇଛି? ଲୋକନାଥ କି, ହଁ କହିଲା ରେବତୀ । ମତେ ଟିକେ ପଢି ଶୁଣେଇଲୁ । କଣ ସବୁ ଲେଖିଛି, ତାର ସବୁ ଭଲ ତ?ଏବେ କେଉଁଠି  ଅଛି? ରୁକ୍ମଣୀ ଯେକି ରେବତୀର ଶାଶୁ ବୟସର ଅପରାହ୍ନରେ ମସିଣା ଧରି ମଝି ଘରରେ ଶୋଇ ରହିଛନ୍ତି । ରେବତୀ କହିଲା, ସେ ଲଦାଖରେ ଅଛନ୍ତି । ଆଉ, ଚୁପ ରହିଗଲା ରେବତୀ । ଶାଶୁ ପଚାରିଲେ, ଆଉ କଣ ? କେତେବେଳେ ଭାରତ ସହିତ ପାକିସ୍ତାନର ଯୁଦ୍ଧ ହେବ କହିହେବ ନାହିଁ ? ମା ରୁକ୍ମଣୀ କହିଲେ, ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି । ପ୍ରଭୁ ଜଗତନାଥ ତାକୁ ଘଣ୍ଟ ଘୋଡେଇ ରଖନ୍ତୁ । ରେବତୀ ଠାକୁରଙ୍କୁ ପ୍ରଣାମ କଲା। ରୋଷେଇରେ ମନ ନଥାଏ, ଥାଏ ଚିଠି ଟିରେ।


Rate this content
Log in

Similar oriya story from Romance