କଳା ବିଲେଇ
କଳା ବିଲେଇ
ଏସବୁ ଆମର ଅନ୍ଧ ବିଶ୍ୱାସ।ଅଦୃଶ୍ୟ ଝଡ଼ କଳା ବିଲେଇ। ମୃତୁଞ୍ଜୟ ନିଜ ଗାଡିରେ ଏକ ଜରୁରୀ କାମରେ ବାହାରି ରାଜ ରାସ୍ତା ଉପରେ ଯାଉଯାଉ ହଠାତ କଳା ବିଲେଇଟା ବାମ ପଟରୁ କାଟି ଡ଼ାହଣକୁ ଛୁଟି ଗଲା। ମୃତ୍ୟୁଞ୍ଜୟ ଅଟକି ଗଲା ସେଇଠି। ଅଶୋକ ପଛରେ ବସିଥିଲା।ପଚାରିଲା ଭାଇ, କଣହେଲା?ମୃତୁଞ୍ଜୟ କହିଲା, ଆରେ ବିଲେଇ ବାଟ ଛେକିଲା। ଟିକେ ରହିଯା, କିଏ ପାସକଲେ ଯିବା।ଅଶୋକ କହିଲା। ଦୁହିଜଣ ଅଟକି ରହିଲେ ବାଟରେ। ଏହି ଭିତରେ ଦୁଇଜଣ ତାଙ୍କ ଗାଡି ଧରି ବାଟକାଟି ଗଲେଣି।ହେଲେ ମୃତୁଞ୍ଜୟ ଆଗକୁ ଯିବାକୁ ସାହସ କରୁନି।ଅଶୋକ କହିଲା ଏବେ ଚାଲ,ଆଉ କିଛି ହେବନି। ମୃତୁଞ୍ଜୟ କହିଲା, ନା 'ଏଇମିତି ଥରେ ନମାନି ପଳେଇ ଯାଇଥିଲି, ବାଟରେ ଦୃଘଟଣା ହେଲା, ମରିଯାଇଥାନ୍ତି ହେଲେ ଜଗନ୍ନାଥକଂ କୃପାରୁ ବଂଚିଗଲି।ଅଶୋକ କହିଲା ବିରାଡ଼ି ତାବୋଲି କୁଆଡେ ଯିବନି।ଆରେ ଏସବୁ ଆମର ଅନ୍ଧ ବିଶ୍ୱାସ।କାଉ ଉଡିବାକୁ ତାଳ ପଡ଼ିବାକୁ। ଦେଦେ ଗାଡି ମତେ, ତୁଆ ବସ।ଦୁହେଁ ଗାଡ଼ିରୁ ଓଲ୍ଲେଇ ଅଶୋକ ଚଳେଇଲା ଓ ମୃତୁଞ୍ଜୟ ପଛରେ ବସିଲା। ଆଗକୁ ଗଡ଼ିଲା ଗାଡି।
କିଛିବାଟ ଗଲାପରେ ପମ୍ପଚୋର ପଛ ଚକା।ପାଖରେ ଦୋକାନ ବଜାର ନଥିଲା।ଅଶୋକ ଅନ୍ୟଜଣଙ୍କ ଗାଡ଼ିରେ ଆସି ଜଣେ ମେକାନିକ ନେଇ ଫେରିଲା।କୌଣସିମତେ ଚକା ଠିକ ହେଲା। ଅଶୋକ କହିଲା ,ଏବେ ଚାଲ। ଦୁହିଜଣ କିଛିବାଟ ଗଲାପରେ ପୁଣି ଆଗଚକା ଲି। ପାଖ ଦୋକାନକୁ ଯାଇ ସଜାଡିଦେଲେ। ଦୁହିଁଙ୍କର ଭୟ ବଢିଗଲା। ଆଉ ଆଗକୁ ନଯାଇ ଫେରିଲେ। ଯେଉଁଠୁ କଳା ବିଲେଇ ବାଟ ଡ଼େଇଥିଲା ସେଇଠି ଏକ ବଡ ଧରଣର ଦୃଘଟଣା ଘଟି ଯାଇଥିଲା। ଦୁଇ ବାଇକ ଚାଳକ ଟ୍ରାକ୍ଟର ଧକାରେ ଆଘାତ ହୋଇ ଚିକିତ୍ସା ହେଉଛନ୍ତି। ଜଣେ ସାଧୁ ବାଟରେ ଯାଉଥିଲେ। ସେ ଦୁଇ ବନ୍ଧୁଙ୍କୁ ଡାକି କହିଲେ, ଜଣାପଡୁଛି ବହୁତ ଚିନ୍ତିତ ଅଛ। କାରଣ କହିବକି? ମୃତୁଞ୍ଜୟ ସବୁବୃତ୍ତାନ୍ତ କହି ଦେଲା। ସାଧୁ ଶୁଣି କହିଲେ, ତୁମର ଯାହା ଧାରଣା ତାହା ଠିକ। ବିରାଡ଼ି ଉପରେ କ୍ରୋଧ କରିବା ଭୂଲ।ପ୍ରକୃତିର ଜୀବ ବିରାଡ଼ିଟି।ମନୁଷ୍ୟ ଠାରୁ ସହାନୁଭୂତି ପାଇବା ତାର ଧର୍ମ। ତାକୁବି ବହୁତ ଲୋକ ଭଲ ପାଆନ୍ତି। ଘରେ ରଖି ପାଳନ୍ତି।କ୍ଷୀର ଭାତ ଖାଇବାକୁ ଦିଅନ୍ତି।ବିରାଡ଼ି ଆଗକୁ ଆସୁଥିବା ବିପଦ ନଘଟିବାକୁ ଆଗରୁ ସତର୍କ କରାଇ ଦେଇଥାଏ। କିନ୍ତୁ ଆମେ ତାକୁ ଦୋଷ ଦେଉ। ବିରାଡ଼ି ବାଟ ଛେକିଲା କହି ତାକୁ ମାରିବାକୁ ପଛଉନାହୁ।କଳା ବିଲେଇ ଦେଖିବା ଅର୍ଥ ବିପଦରୁ ମୁକ୍ତ ହେବାର ସଂକେତ। ସାଧୁଙ୍କ କଥାଟି ଦୁଇଜଣଙ୍କ ମନକୁ ପାଇଲା। ମୃତ୍ୟୁଞ୍ଜୟ ବିଜ୍ଞାନ ଛାତ୍ର। କହିଲା, ପେଚା ଦେଖିଲେ ଆମେ ଗୋଡ଼ାଇ ଟେକା ଫିଙ୍ଗା ଫିଙ୍ଗି କରୁ। ତାହାମଧ୍ୟ ଆମର ନର୍ଦୟତା। ପେଚା ପଚା ମାଂସ ଖାଇ ଆମ ପରିବେଶକୁ ସାହାଯ୍ୟ କରେ। ଆଉ ମଧ୍ୟ ଆମ ଦେହର ମୁତ କୋଶର ବାସ୍ନା ଜାଣି ପାରି ବୋବାଏ। ପେଚାର ଘ୍ରାଣ ଶକ୍ତି ଅଧିକ। ସେ ବାସ୍ନା ସହଜରେ ବାରିପାରେ। ସେମାନେ ନିଜ ଭୂଲ ଧାରଣା ଜାଣି ସାଧୁଙ୍କୁ ଧନ୍ୟବାଦ ଜଣାଇ ନିଜ ଘରକୁ ଫେରିଲେ।