ଘର ପଖାଳ
ଘର ପଖାଳ
ଶ୍ୱେତା ହାଇଦ୍ରାବାଦରୁ ତାର ଜନ୍ମ ଭୂଇଁକୁ ବୁଲି ଆସିଛି। ତାର ସ୍ବାମୀ ଓ ପୁଅ ସାଥିରେ ଅଛନ୍ତି। ତାର ସ୍ବାମୀ ମିରଟ ଲୋକ। ହିନ୍ଦୀ ଭାଷୀ। ଆସିବାର ଦୁଇଦିନ ପରେ ଶ୍ୱେତାର ଶାଶୁ ଶଶୁର ଆସି ପହଞ୍ଚିଲେ। ସମସ୍ତଙ୍କ ଉପସ୍ଥିତିରେ ଘର ପୁରି ଉଠିଛି। ଶ୍ୱେତା ଶାଶୁଘର ଲୋକେ ନିରାମିଷ ଭୋଜନ କରନ୍ତି। ହେଲେ ସ୍ୱେତା ଆମିଷ ପ୍ରିୟ। ଖାସ୍ ପଖାଳ ଓ ଆମିଷ ଖାଇବାକୁ ତାର ଇଚ୍ଛା। ତାଙ୍କ ପରିବାରଙ୍କ ପାଇଁ ଖାଦ୍ୟ ପରସି ଦେଲା ପରେ ସ୍ଵେତା ଖାଇବସେ।
ଶ୍ଵେତା ବସି ଗୋଟେ କଂସାରେ ପଖାଳ, ବଡ଼ିଚୁରା, ଶାଗ,ଓ ଚୁନା ମାଛ ଭଜା ଖାଉଛି। ତାର ପୁଅ ପିଙ୍କୁ ଆସି ଦେଖିଲା। ଯେମିତି ପିଂକୁ ନୂଆ ଖାନା ମାମା କଣ ଗୁଡେ ଖାଉଛନ୍ତି। ମାଆ ସାଥିରେ ପିଲା ଖାଇବାର ଲାଳସା ଥାଏ। ତାର ମାଆ ପଚାରିଲା, କ୍ୟା ଖାଉଙ୍ଗେ। ପିଁକୁ କହିଲା ଏ କ୍ୟାଆ ପାଣି ପଖାଳ ହେଁ। କାରଣ ଏମିତି ହାଇଦ୍ରାବାଦରେ ଶ୍ୱେତା ପଖାଳ ଖାଇବାର ପିଙ୍କ ଦେଖିଛି। ତାର ମାଆ ତାକୁ ପାଣି ପଖାଳ କହିଛି। ପିଙ୍କ ମନେରଖିଛି। ପିଙ୍କ ଯାଇଁ ତାର ଜେଜେ ଓ ଜେଜିମାକୁ ଡାକି ଦେଖେଇଲା। ଦେଖୋ ପାଣି ପଖାଳ। ସେମାନେ ଦେଖିବାକୁ ଆସି ପଖାଳ ଖାଇବାକୁ ଇଚ୍ଛା କଲେ।
ଆଜି ଥିଲା ପଖାଳ ଦିବସ। ସମସ୍ତଙ୍କ କଂସାରେ ସଜ ପଖାଳ। ସେଥିରେ ବସା ଦହି, ଲେମ୍ବୁ ପଡ଼ିଲା। ନେଉଟିଆ ଶାଗ, ବଢ଼ି ଚୁରା, କଦଳୀ ଭଜା, ସଜନା ଛୁଇଁ କୁ ସାରୁ ବାଇଗଣ ଆଳୁ ପାକେଇ ସୋରିଷ ବଟା। ମଂଜି ବଢ଼ି, କଖାରୁ ଫୁଲ ବରା, ଭେଣ୍ଡି ଭଜା ଓ କଲରା ଭଜା। ଖାଉ ଥିବା ବେଳେ ପଖାଳ ବିଷୟରେ ଅଧିକ ଜାଣିବାକୁ ଚାହିଁଲେ ସନ୍ତୋଷ ଗୁପ୍ତା ଜେକି ଶ୍ୱେତାର ଶଶୁର। ସେ ଜଣେ ବ୍ୟାଙ୍କ୍ କର୍ମଚାରୀ, ହେଲେ ଅଧିକ କଥା ଜାଣିବା ସହିତ ଓଡ଼ିଆ ସଂସ୍କୃତି ଖାଦ୍ୟ ଉପରେ ଜାଣିବାର ଆଗ୍ରହ ଅଛି। ଶ୍ଵେତାର ଡାକ ନାମ କୁନମୁନ। ଏହି ନାଆଁ ଧରି ତାର ଶଶୁର ଡାକନ୍ତି। କହିଲେ କୁନମୁନ ତୁମ ପଖାଳ ବିଷୟରେ କୁହ। କୁନମୁନ କହିଲା, ବାପାଙ୍କୁ ଟିକେ ସବୁ କହିଦିଅ। ତାର ବାପା ଜଣେ ଶିକ୍ଷକ ଥିଲେ ଓ ଲେଖକ। କହିଲେ ଆମେ ଯାହା ସବୁ ଖାଦ୍ୟ ଖାଉ, ତାହାର ମୂଲ ଆଧାର ଆମ ଠାକୁର ଜଗନ୍ନାଥ। ତାଙ୍କର ଛପନ ପଉଟି ଓ ଅଶି ରୁ ଅଧିକ ପିଠା ପଣା ଭୋଗ ଲାଗେ। ସେଥିରୁ ପଖାଳ ଗୋଟିଏ ବିଶେଷ ଭୋଗ। ବିଜ୍ଞାନ ଦୃଷ୍ଟିରୁ ଦେଖିବାକୁ ଗଲେ, ପଖାଳ ସ୍ବାସ୍ଥ୍ୟ ପ୍ରଦ। ଏବେ ବିଶ୍ଵ ସ୍ବାସ୍ଥ୍ୟ ସଂସ୍ଥାର ଗ ଗବେଷଣା ଅନୁସାରେ ପଖାଳ ଖାଉଥିବା ବ୍ୟକ୍ତି ନିରୋଗ ହେବାର ଲକ୍ଷଣ ଅଧିକ।
ସନ୍ତୋଷ ଗୁପ୍ତା ପଚାରିଲେ, କଣ ବର୍ଷକ ବାର ମାସ ପଖାଳ ଖିଆ ଯାଏ। ହଁ, ବାର ମାସର ପଖାଳ ତେର ପ୍ରକାର ଅଟେ। ଶୁଣନ୍ତୁ ଆମେ ଫାଲଗୁନ ମାସର ପଖାଳ ଖାଉଛେ। ଚୈତ୍ର ମାସର ପଖାଳରେ ଆମ୍ବ କଷି, ବୈଶାଖ ଦହି ପଖାଳ, ଜେଷ୍ଟ ପତର ପୋଡ଼ା, ଆଷାଢ଼ ଓଲୁଆ ଭଜା, କରଡ଼ି, ଶ୍ରାବଣ ପାଳ ଛତୁ, ଭାଦ୍ରବ ପରି ପ୍ରତ୍ୱେକ୍ ମାସରେ ମିଳୁଥିବା ପନି ପରିବା ସହିତ ପଖାଳ ଅଧିକ ସ୍ଵାଦ ଯୁକ୍ତ ହୁଏ। ପଖାଳର ତୋରାଣି ଯାହାକୁ ପାଣି କହୁ ତାହା ଦେହ