ଶାଳଗ୍ରାମ
ଶାଳଗ୍ରାମ


ଅଲୋଡ଼ା ଟୁକୁଡ଼ା ବାଲିଗରଡାଟି ଜଳଧାରରେ ଧକା ଖାଇ ଖାଇ ପଡିରହିଛି ବାଲୁକା ଶଯ୍ୟାରେ।ତାର ପରିଚୟ ତାକୁ ବି ଅଜଣା।ଜନ୍ମ ମୃତୁର ବ୍ୟବଧାନ ଭିତରେ ନିଜର ବୋଲି ମାଟି ଟିକକ ବାଲିରୁ ରୂପାନ୍ତର ବାଲିଗରଡା।କିଏ ପାଦରେ ଅଡେଇଦେଉଛିତ କିଏ ଗୋଟେଇ ନେଇ ଚନ୍ଦନ ଧୂପ ଦେଇ ପୂଜା କରୁଛି।କେବଳ ଭାବରେ ,ବିଶ୍ୱାସରେ। ଜାଣିବାକୁ ବାକି ଅଛି ନିଜକୁ, କାହିଁକି କେଉଁଥିପାଇ କେଉଁକାମରେ ଲାଗିବାକୁ ବିଶ୍ୱକର୍ମ।କଂର। ଅନୁଭବ କରିବା ଅପେକ୍ଷା ଅନୁଭୂତିକୁ ନେଇ ଜୀବନ। କୌଣସି ବ୍ୟକ୍ତି ଶିଶୁ ଅବସ୍ଥାରୁ ଅହଂକାର ଗର୍ବ ଅଭିମାନ ହିଂସା ସ୍ୱାର୍ଥପର ହୋଇ ଜନ୍ମ ନେଇନଥାଏ।ଜନ୍ମ ବେଳୁ ଦିବ୍ୟ ମାନବର ଚେତନା ତାଭିତରେ ଥାଏ। ସମସ୍ତଙ୍କୁ ଭଲପାଏ ଶିଶୁଟି। ସରୀସୃପ ଠାରୁ ସିଂହ ସମସ୍ତେ ତାର ମିତ୍ର। କ୍ରମେ ବୟସ ଅତିକ୍ରମ କରିଲା ପରେ ଠକିବା, ମିଛ କହିବା, ଭୟକରିବା, ଲାଜ, ଅଭିମାନ, ଇର୍ଷା କ୍ରୋଧ ଯେତେକ ମଳିଆ ଭିତର ଦେଇ ଜୀବନର ପ୍ରକୃତ ସ୍ଵାଦୁକୁ ହରେଇ ମରୀଚିକା ପଥରେ ଧାଇଁ କେବଳ ଦୁଃଖ ମୁଠାଏ। ଯଦି ନିଦାନକୁ ଖୋଜିବା ତେବେ ପରିବାର ସମାଜ ପରିବେଶ କେତେକାଂଶରେ ଦାୟୀ। ଏମିତିବି ପିତାମାତା ଭାଇ ଭଉଣୀ ଓ ସାରା ପରିବାରର ପରିବେଶ ଶିଶୁର ଜୀବନ ଗଠନ ରେ ଦାୟୀ।
ଏମିତି ଏକ ଅବହେଳିତ ନିମ୍ନ ମଧ୍ୟବିତ୍ତ ପରିବାର ରେ ଜନ୍ମ।ଯେଉଁ ପରିବାରରେ ସ୍ୱାର୍ଥ ହାସଲ କରୁଥିବା କେତେକ ଧର୍ମ ଯାଜକ ମାନଙ୍କ ଅହଂକାରରେ କାଟୁଥିବା ଜୀବନ। ପିତା ଓ ମାତା କେବଳ ଦିନରାତି ଅର୍ଥ ଚିନ୍ତା କାହିଁକିନା ଛଅ ଭାଇ ଓ ଦୁଇଭଉଣୀକୁଁ ବଞ୍ଚେଇ ଖାଇବା ପିନ୍ଧିବା ଓ ଶିକ୍ଷାଦେବା ପାଇଁ ଅର୍ଥ ପ୍ରତିବନ୍ଧକ।ଏଣୁ ପିତା କଠିନରୁ କଠିନ ତର ପରିଶ୍ରମ କରିବାକୁ ବାଧ୍ୟ ହୁଅନ୍ତି । ମାତାବି ସଂତାନଙ୍କ ପାଇଁ ଜଞ୍ଜାଳ ଭିତରେ ଜୀବନ। ଭାଇମାନେ କ୍ରମେ ଶିକ୍ଷା ଲାଭ କରି ସରକାରୀ ଚାକିରୀ କରିରହିଲା ପରେ ସ୍ୱାର୍ଥ ହାସଲ କରିବା ଗୁଣକୁ ଆହରଣ କରିବା ବଂଶରୁ ସଂଗୃହିତ ଯୋଗୁ ପରଷ୍ପର ଭିତରେ ସହଯୋଗର ହାତ ବଢ଼େଇବା ପରିବର୍ତେ ନିଜକୁ ସୁରକ୍ଷା ଦେବାରେ ସୁପ୍ତ ଲାଳସା ଆଉକେତେକ ଭାଇକଂ ଜୀବନକୁ ପ୍ରଭାଭିତ କରେ।ବିଶେଷ କରି ବଡ ଭାଇ ମାନେ ଅଲକ୍ଷରେ ବିଶ୍ୱାସରୁ ଓହରିଆସି ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ।ପିତାଙ୍କ ସରଳ ବିଶ୍ୱାସର ଫାଇଦା ନେଇ ଜମିବାଡ଼ି ସମସ୍ତ ନିଜ ଅକ୍ତିଆରରେ ରଖି କେବଳ ଦୋଷ ଦେଇବସିଲେ ପିତାକୁ।କପଟତା ବଳରେ ଜିତିବାକୁ ଗଲେ। ବଂଶର ଅଭିଜାତ୍ୟକୁ ଧକାଦେଇ ନିଜକୁ ଶକ୍ତିଶାଳୀ କଲେ।ଏହିପରି କପଟତାର ଶିକାରହୋଇ ହାତଗୋଡ଼କୁ ବିଶ୍ଵାସ କରିସ୍ୱାଭିମାନରେକାଳକାଟୁଥିବାଅଲୋଡ଼ାମଣିଷନିଜେବିଶ୍ୱାସ।ପରିବାରରେ ବଡଭାଇକଂ ଚକ୍ରାନ୍ତର ଶିକାର ହୋଇ କଠିନ ପରିସ୍ଥିତିରେ ପରିବାର ସହଯୋଗ ବିନା ହାତଟେକି ବାଟ ଚାଲୁଥିବା ଜୀବନ ବିଶ୍ଵାସର ଅଛି।
ଯିଏ ଜୀବନ ସଂଗ୍ରାମରେ ଯେତିକି ଧକ୍କା ପାଏ, ସିଏସେତିକି ଦମ୍ଭ ଓ ସାହସର ସହିତ ସମସ୍ତପରିସ୍ଥିତିକୁମୁକାବିଲାକରେ। ପରିସ୍ଥିତି ଯେତେ ଜଟିଳ ହେଉନା କାହିଁକି ଧର୍ଯ୍ୟ ଧରିଆଗକୁ ଚାଲିବା ତାର ପଣ।
ବିଶ୍ୱାସର ଜୀବନ ଯନ୍ତ୍ରଣା ମୟ। ଗୋଟିଏ ପାଖରେ ଲଢ଼ିବା ର ପଣ ଅନ୍ୟ ପଟରେ ବାରମ୍ବାରବିଘ୍ନପହଞ୍ଚେକେତେବେଳେ କେଉଁ ରୂପରେ ଅଶେଷ ବିଘ୍ନଗୁଡ଼ିକର ସାମ୍ନା କରିବାକୁ ଯାଇ ବେଳେ ବେଳେ ହାରିଯାଏ। ମନରେସ୍ଵାଭାବିକଦୁଃଖଆସେ।ଦୃବଳ ହୋଇପଡେ। ହେଲେ ଲଢ଼ିବାକୁ ଆଗେଇପଡ଼େଚଲା ପଥ ଗୋଟିକ କଣ୍ଟାଥିଲେ, ଅନେକପଥପଡ଼ିଛି,ଅନ୍ୟପଥରେ ଚାଲିବାକୁପଡ଼େ।
ବିଶ୍ୱାସ ବେଳେ ବେଳେ ନିଜର ଭାବନା ରୂପ ଦେଇ କବିତା, କାହାଣୀ ଲେଖେ। ଘଣ୍ଟା ଘଣ୍ଟା ବସି ଲେଖିବାରେ ସମୟ ଦିଏ। ଲେଖୁ ଲେଖୁ ନିଜର ଦାୟିତ୍ଵକୁ ଭୁଲିଯାଏ। ଭାତ ଚୁଲିରେ ଜାଉ ହୋଇଯାଏ, ଚାହା ପୋଡ଼ି ଗନ୍ଧ କରେ। ଛୋଟ ବଡ ଦୃଘଟଣା ଅନ୍ତ ନାହିଁ। ଲେଖା ମାନ କିଛି ପତ୍ର ପତ୍ରିକାକୁ ପ୍ରକାଶ ପାଇଁ ପଠାଇ ଥାଏ। କିଛି ପ୍ରକାଶ ହୁଏ। ଅଧିକ ଅପ୍ରକାଶିତ ହୋଇ ରହିଯାଏ। ରଚିତ କବିତାକୁ ଗାଇବସେ। କାଠହଣା ଚଡେଇ ପରି ତାର ଜୀବନ। କାଠହଣା ଚଡେଇ, ନିତି ଆସି ଗଛେ ବସି, କାଠ ଦିଏ ଛଡେଇ,। ଗଢେ ବସି କୋରଡ, ଝଡ ବର୍ଷର ରାତିରେ ପେଚା ଟିଏ ବିପଦରେ ପଡ଼ି ସେଇ କୋରଡରେ ପଶି ସୋଇଥିଲା। କାଠହଣା ସକାଳୁ ଆସି ଗଢିଥିବା କୋରଡ ପାଖକୁ ଯାଇ ଦେଖିଲା, କିଏ ସୋଇଛ ବୋଲି ଡାକିଲା। ପେଚା ନିଦରୁ ଆଖିମଳି ଦେଖିଲା।। କହିଲା ଭାଇ କାଲି ରାତ୍ରିର ଝଡ ବର୍ଷାରେ ତିନ୍ତି ମରିଯାଇ ଥାଆନ୍ତି। ଏହି ଗଛର କୋରଡ ଦେଖି ପଶିଗଲି ବୋଲି ବଞ୍ଚିଗଲି। ଆକୁ ଗଢିଥିଲ ବୋଲି ମୋର କାମରେ ଆସିଲା। ତୁମେ ଜଣେ ଦେବତା।
କାଠ ହଣା ଚଦେଇ ତାର ଥଣ୍ଟକୁ ନେଇ କାନରେ କହିଲା।ଶ୍ରମ କାର ବୃଥା ହୁଏ ନାହିଁ ରଖ ମନରେ କହି ଉଡିଗଲା ବିଶ୍ୱାସ ମରିନାହି, ଭରଷା ରଖିଛି, ନିରାଶ ହୋଇବାର ଯେତେ ପ୍ରତିକୂଳ ଆସୁ ତାହାରି ଭିତରେ କେଉଁଠି ନା କେଉଁଠି କାହାର ଆଶା ପୂର୍ଣ୍ଣ ହେଉଛି। ନିଜକୁ କଷ୍ଟ ସହି କାହାର କଷଣ ଲାଘବ କରିବାକୁ ହୁଏ। ଏଇଥିରେ ସୁଖ ଲୁଚିଯାଏ।