Akshaya Dash

Tragedy Action Inspirational

4  

Akshaya Dash

Tragedy Action Inspirational

ଦାନ

ଦାନ

3 mins
5


ଈଶ୍ୱର ଆରାଧନା କରୁଛନ୍ତି ଗୋଲଖ, ସକାଳୁ ଗାଧୋଇ ବସିଛନ୍ତି ପୂଜାରେ । କବାଟ ଠକ ଠକ ହେଲା ।ପୂଜା ସରିବାକୁ ଅଳ୍ପ ସମୟ ବାକିଥାଏ, କେବଳ ଗାୟତ୍ରୀ ମନ୍ତ୍ର ପାଠ କରିବା କଥା, ଉଠି କବାଟ ଖୋଲି ଦେଖାନ୍ତିତ ଜଣେ ବୟସ୍କ ଲୋକ ଓ ତାଙ୍କ ସହିତ ତିନିଜଣ ଯୁବକ ।ଯୁବକ ଜଣେ କହିବା ଅନୁସାରେ, ଆମ ଘର ଚାନ୍ଦପୁର, ଏ ଭାଇଙ୍କ ପୁଅକୁ କ୍ୟାନ୍ସର ହୋଇଛି, ଦୟାକରି କିଛି ଟଙ୍କା ସାହାଯ୍ୟ କରନ୍ତୁ । ଗୋଲଖ ନିଜ ମନି ପରସ ବାହାର କରି ଦୁଇଶହ ଟଙ୍କା ନେଇ ଦେଲେ । ସେମାନଙ୍କ ଭିତରୁ ଜଣେ କହିଲା କିଏ ହଜାରେ ଦୁଇ ହଜାର ଦେଉଛନ୍ତି, ପାଖ ଘର ଵାଲା ପାଞ୍ଚଶହ ଦେଇଛି, ଗୋଲଖ କହିଲେ ଦାନରେ ଜୁଲମ କରି ନେବା ଠିକ ନୁହେଁ, ଯାହେଉ କିଛି ଲୋକ ଦାନ କରିଛନ୍ତି ସେଇଟା ତୁମପାଇଁ ବଡ ସହଯୋଗ ।କେବଳ ଅର୍ଥରେ ସବୁ ସମ୍ଭବ ହୁଏନି, ଲୋକଙ୍କର ଆଶିଷ ଦରକାର, କିଏ କେତେ ଦେଲା, ତୁମେ କହିପାର, କାରଣ ତୁମର ଅର୍ଥ ଦରକାର ।କିନ୍ତୁ  ଲୋକଙ୍କ ସ୍ୱଇଚ୍ଛାର ଦାନକୁ ଗ୍ରହଣ କର, କାହାକୁ ଜୁଲମ କରି ଅର୍ଥ ଆଦାୟ କରନି ।ଆମେ ଆଶା କରୁ ତୁମ ପୁଅ ଆରୋଗ୍ୟ ଲାଭ କରନ୍ତୁ ।ସେମାନେ ହୃଦୟଙ୍ଗମ କରି ଦୁଇଶହ ଟଙ୍କା ନେଇ ଚାଲିଗଲେ ।ଗୋଲଖ କବାଟ ଦେଇ ଆସି ପୂଜାରେ ବସିଲେ । ମନରେ ଆସିଲା ପ୍ରକୃତରେ ଯଦି କ୍ୟାନ୍ସର ହୋଇଥାଏ ତେବେ ଆଉକିଛି ଅର୍ଥ ଦେଇଥିଲେ ହୋଇଥାନ୍ତା ।କିନ୍ତୁ ଆଜିକାଲି ଏମିତି ଲୋକଙ୍କ ମିଥ୍ୟା କଥା କହି ଆଦାୟ କରିବା ସଂଖ୍ୟା ବଢିଗଲାଣି, ବିଶ୍ୱାସ କରିବା ଅର୍ଥ ଠକାମିରେ ପଡିବା । ହଠାତ ଜଣେ ପଡିଶା ଘରର ସ୍ତ୍ରୀ ଲୋକ ଆଉଜଣେ ମହିଳାଙ୍କ ସହିତ ଏହି କଥାହେଉଥିବାର ଶୁଣିବାକୁ ମିଳିଲା ।ସେ ସ୍ତ୍ରୀ ଲୋକ କହିବା କଥା, ତାଙ୍କ ଘରୁ ଦୁଇଶହ ନେଲା, ଆମଘରୁ ପାଞ୍ଚଶହ ନେଲା ।ଆହୁରି କେତେ କଥା କହି ଚାଲିଥାଏ ବଡ ପାଟିରେ ଶୁଣେଇ କରି ।ଗୋଲଖ ପୂଜା ସାରି ଶୁଣୁଥାନ୍ତି ।ପଡିଶା ଘର ସ୍ତ୍ରୀ ଲୋକର ଦାନ କରି ଶୁଣେଇବାକୁ ପସନ୍ଦ କରୁନଥିଲେ । କାରଣ ଦାନ ଏମିତି ଯାଜା କାହାକୁ କହିବା ଉଚିତ ନୁହେଁ, ଯଦି କହିଦେବ ତେବେ  ଅହଂକାରବା  ରୂପ ନିଏ ।ଗୋଲଖ ଠାକୁର ପୂଜା ସାରି ଘର ଭିତରକୁ ପଶୁପଶୁ ପତ୍ନୀ କହିଲେ, କିଏ କବାଟ ବାଡ଼ଉଥିଲା? ଗୋଲଖ କହିଲେ କିଛି ନୁହେଁ, କାରଣ ପତ୍ନୀ ଗାଧୁଆ ଘରେ ପଶି ଗାଧୋଉଥିଲେ ।ଗୋଲଖ ଜାଣନ୍ତି ଦାନ ଯାହା ହେଉନା କାହିଁକି, ତାହା ନିଜସ୍ୱ, ସେଥିରେ କାହାର ହସ୍ତକ୍ଷେପ ଆବଶ୍ୟକ ନାହିଁ।ଈଶ୍ୱର ଆମକୁ ଜଳ, ବାୟୁ, ସୂର୍ଯ୍ୟଙ୍କ ଆଲୋକ, ଆକାଶ, ଭୂମି, ଦେଇଛନ୍ତି, ତାଙ୍କ ଦୁନିଆରେ ଆମେ ଜଣେ ଜଣେ ଯାତ୍ରୀ, ଯାତ୍ରା ସରିଗଲେ ଆମେ ଫେରିବା । କେବେବି ଆମଠାରୁ ମୂଲ୍ୟମାଗିନାହାନ୍ତି ।କିନ୍ତୁ ଆମର କର୍ତ୍ତବ୍ୟ,ଈଶ୍ୱରଙ୍କ ପ୍ରଦତ୍ତ ଉପଭୋଗକରୁଥିବା ସମସ୍ତେ ପଦାର୍ଥ ସୁରକ୍ଷିତ ରହୁ ।ଏଥିପାଇଁ ମାନସିକ ପ୍ରସ୍ତୁତି ହିଁଆରାଧନାଆମେଯାହାକରୁକେବଳଆମକୁଅନ୍ୟଆଗରେମହାନ ରୂପେ ଦେଖେଇ ହେବାକୁ ନୁହେଁ, ବରଂ ନିଜକୁ ସଜାଡ଼ିବା।  ସମାଜ ପାଇଁ ବଡ ବ୍ୟାଧି ।ରାଜ ନେତା, କବି, ପଣ୍ଡିତ, ବ୍ୟାସାୟୀ, କି ଚାକିରିଆ, ଯାହାକୁ ଦେଖିବେ ନିଜକୁ ଦେଖେଇ ହେବା ଗୁଣପାଇଁ ପାଗଳ।କେବଳ ଜଣେ ଭିକାରୀ, ଚାଷୀ ଭାଇ, ବୋଧେ ଏଥିରୁ ବାଦ ପଡିବେ । ଭିକାରୀଟି ଭୋକ ପାଇଁ ପେଟ ଦେଖୋଉଚିତ ଚାଷୀ ଭାଇ ହସି ହସି ସାହିଯାଉଛି ପ୍ରକୃତିର ତାଣ୍ଡବ, ଫସଲ ଉଜୁଡି ଯାଉଛିତ ଦୋଷଦେଉଛି ଭାଗ୍ୟକୁ ।କିନ୍ତୁ କିଛି ଲୋକଙ୍କ ଅହଂକାର, ଗର୍ବ, ଇର୍ଷା, ଅତ୍ୟାଚାର ଓ ଆତ୍ମ ସ୍ତୁତି ପାଇଁ ଚେତାବନି ଦେଇଆସୁଛି ନିୟତି । 


ଗୋବିନ୍ଦ ନିଜ ମନକୁ ପ୍ରଶ୍ନ କରେ। କିଏ କାହାକୁ ଦିଏ। ଯାହାକୁ କିଛି ଦିଏ ତାହା କଣ ପାଣିରେ ପଡ଼ିଯାଏ। କୂଅରୁ ଯେତେ ପାଣି କାଢ଼ିଲେ କୂଅରୁ କଣ ପାଣି ଶୁଖିଯାଏ। ଈଶ୍ୱରଙ୍କ ବିଚିତ୍ର ସଂସାର। ଟିକିଏ ଚିନ୍ତା କଲେ, ମାଟି, ପାଣି ଆଲୋକ, ପବନର ଯଦି ଆମେ ମୂଲ୍ୟ ଦେଉଥାନ୍ତୁ। ତେବେ ଆମଠାରୁ ମୂଲ୍ୟ ନନେଇ ପ୍ରକୃତି ଆମକୁ ବଞ୍ଚେଇଛି। ମାଟି ଫଳ ଦେଉଛି, ପାଣି ଓ ପବନ ଜୀବନ ଦେଉଛି। ତେବେ ଦେବାକୁ ଆମେ ସିଖୁନା କାହିଁକି? ବୋଧେ ଆମର ପରିବେଶ ଆମକୁ ଲୋଭିଟିଏ ହେବାକୁ ଦିଗ୍ ଦର୍ଶନ ଦେଉଛି। ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ, ପ୍ରଣାମ କରୁଛି ସନ୍ଥ।ଗୋବିନ୍ଦ କହିଲେ।


Rate this content
Log in

Similar oriya story from Tragedy