Akshaya Dash

Tragedy Action Inspirational

4  

Akshaya Dash

Tragedy Action Inspirational

ଛଳନା

ଛଳନା

2 mins
12


କାହାପାଇଁ କିମିତି ଜୀବନ । କିଏ କିଛି ନକରି ନାମ କମାଏତ କିଏ ଅଧିକ ପରିଶ୍ରମ କରି ମୂଲ୍ୟ ପାଏନାହିଁ।ସମାଜରେ କୃଷକ ବିଚରା ଦିନରାତି ଖଟି ପେଟକୁ ଦିମୁଠା ପାଇବା କଷ୍ଟ ହୁଏତ ,ସରକାରୀ କର୍ମଚାରୀ ଛୁଟିନେଇ ଦରମା ପାଏ ,ଦରମା ସହିତ ଓପୁରୀ ଅଧିକ । ସତେଯେମିତି କର ଆଦାୟ କରିବାକୁ ଠିକା ନେଇଛିନ୍ତି। ଆମ ଲୋକମାନେ ସରକାରୀ କର ସହିତ ହାତଗୁଞ୍ଜ। ଲାଂଚ ଦେଇ ଆସନ୍ତି । ଯେମିତି କାରବାର ଚାଲିଛି ତାହାକୁ ପ୍ରତିବାଦ କରି ଲାଭ କିଛି ହେଉନି ବରଂ କେତେ ଲୋକଙ୍କର ଅପ୍ରିୟ ହେବାକୁ ପଡୁଛି । ସବୁ ବିଚାରକୁ ନେଇ ସତର୍କତା ଅବଲମ୍ବନ ସହ ଚାଲିବାକୁ ହେଉଛି । ଦିନଥିଲା ଅନ୍ୟାୟ ଦୃନୀତିକୁ ପ୍ରତିବାଦ ମଣିଷ ସଂଖ୍ୟା ଅଧିକ ଥିଲା, ଏବେ ଦୁର୍ନୀତିକୁ ପ୍ରସୟ ଦେଉଥିବା ଲୋକଙ୍କସଂଖ୍ୟା ଅଧିକ । ଲାଂଚ ନେଉଥିବାକର୍ମଚାରୀ ମାନେ ଠିକାଦାରଙ୍କ ପରି ବାଟମାରଣ ଅର୍ଥର ଭାଗ ଅଫିସର, ବିଧାୟକ ମନ୍ତ୍ରୀଙ୍କ ପକେଟକୁ ଯାଏ।ଏମିତିବି କେତେକ ଭଦ୍ରମୁଖା ପିନ୍ଧା ସାମାଜିକ କର୍ମୀ, ସାମ୍ବାଦିକ ଚାନ୍ଦା ଆଦାୟ କରନ୍ତି। 

ବିନୟ ଜଣେ ସାହିତ୍ୟକୁ ଆଦର କରୁଥିବା ଲେଖକ ଓ କବିତାତାଙ୍କ ଜୀବନର ଅର୍ଦ୍ଧେକ ସମୟ ଲେଖାଲେଖିରେ ରୁଚି ରଖି ବିନିଯୋଗ କରିଛନ୍ତି । ପ୍ରାୟ ପନ୍ଦର ଖଣ୍ଡ ହେବ ପୁସ୍ତକର ଲେଖକ । କବିତା, ଗଳ୍ପ,ପ୍ରବନ୍ଧ,ଉପନ୍ୟାସଆଦିସାହିତ୍ୟର ଯାହାସବୁ ଧାରା ଅଛି ତାକୁ ଛୁଇଁଛନ୍ତି । କେତେକ ପତ୍ର ପତ୍ରିକାସମ୍ବାଦପତ୍ରରେବିନୟକଂ ଲେଖାମାନ ପ୍ରକାଶହୋଇଛି କିନ୍ତୁ ତାଙ୍କରସୃଷ୍ଟିକୁ ଅମାନ୍ୟ କରିବାଉଦ୍ଦେଶ୍ୟରଖି ଚକ୍ରାନ୍ତକାରୀ ଙ୍କହାତ ରହିଛି । ବିନୟ ଜାଣିପାରି ନିଜ ମନୋବଳକୁ ଦୃଢ଼ କରି ଚାଲିଛନ୍ତି ।ଜଣେ ବ୍ୟକ୍ତିର ସୃଷ୍ଟିକୁ ଆଉଜଣେ ସ୍ରଷ୍ଟା କିପରି ଅମାନ୍ୟ କରେ ତାହାର ପ୍ରମାଣ ମିଳେ । ସ୍ଥାନୀୟ ଅଂଚଳର ସଂସ୍କୃତିକବି ଓଲେଖକ୍ ଉପରେ ଆଧାରିତ ପୁସ୍ତକଟିଏ ପ୍ରକାଶ ଲାଭ କରିଛି । ସେଥିରେ ଧର୍ମଶାଳାର ଲେଖକ ଓ କବିଙ୍କୁ ନେଇ ଜଣେ କରିତ୍କର୍ମା ଶିକ୍ଷକ ଓ ଲେଖକ ପ୍ରବନ୍ଧ ଟଏ ଲେଖି ଛନ୍ତି । ପ୍ରବନ୍ଧଟିରେ ସ୍ଥାନୀୟ କବି ଲେଖକଙ୍କ ପ୍ରକାଶିତ ପୁସ୍ତକ ଓ ସାହିତ୍ୟ ପୁରସ୍କାର ବିଷୟରେ ଧାରଣା ଦେଇଛନ୍ତି । ଏପରିକି କେତେକଙ୍କ ପୁସ୍ତକ ପ୍ରକାଶିତ ହେବାକୁ ଯାଇଥିବା ତାହା ମଧ୍ୟ ଉପସ୍ଥାପନା କରିଛନ୍ତି । ଏପରିକି କେତେଜଣ ଅଣ ସାହିତ୍ୟିକ ଓ ଖଣ୍ଡେବି ପୁସ୍ତକ ତାଙ୍କର ପ୍ରକାଶ ହେବାର ଦେଖାନାହିଁ ତାଙ୍କ ନାମ ଉଲ୍ଲେଖ ଅଛି। ଯେଉଁମାନେ ଲେଖନୀ ଚାଳନା କରିଆସୁଛନ୍ତି ଓ ପୁସ୍ତକ ମଧ୍ୟ ପ୍ରକାଶ କରି ଆସୁଛନ୍ତି ତାଙ୍କର ନାମ ସେଥିରେ ଉଲ୍ଲେଯୋଗ୍ୟ, ଲେକକଙ୍କର ବୈମାତୃକ ମନ୍ୟତା ସ୍ପଷ୍ଟ ପ୍ରମାଣ । ରାଜ୍ୟ ପୁରସ୍କାର ପାଇ ଥିବା ସାହିତ୍ୟିକ ଜଣକ ପୁରସ୍କାର ପଛରେ ଗୋଡେଇ ଶିଶୁ ସାହିତ୍ୟ ପୁରସ୍କାର ଲାଭକଲେ। କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇବାକୁ ଅକ୍ଲାନ୍ତ ଶ୍ରମ ଦୌଡ଼ରେ ଦେଇ ହା ରିଗଲେ, କାରଣ ଥିଲା, ଜଣେ ଶିଶୁ ସାହିତ୍ୟିକ ପରିଚୟ ଦେଉଥିବା ବ୍ୟକ୍ତି ଜଣକ ଆଧୁନିକ କବିତା ଲେଖୁଥିଲେ। ଛଳନାର ମୁଖା ତଳେ ସନ୍ଥର କଳ୍ପନା। ଏମିତି ଅନେକ ଘଟଣା, ଦେଖି ଦେଖି ଆଖି ବୁଜିବାକୁ ପଡେ ବିନୟଙ୍କୁ । ଛଳନା କି କପଟ ଆଚରଣ ସେଇଟି ଶୋଭା ପାଏ ଯେଉଁଠି ମିଥ୍ୟା ପ୍ରଚାର ଓ ପ୍ରସାରଗଂଧ ଥାଏ । ସତ୍ୟକୁ ପ୍ରକାଶ ନକରି ମିଥ୍ୟାରୂପେ ପ୍ରମାଣିତ କରୁଥିବା ବ୍ୟକ୍ତିକୁ  ପାଠକ ବିଚାର କରିବେ।


Rate this content
Log in

Similar oriya story from Tragedy