Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

sushama Parija

Romance

2  

sushama Parija

Romance

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

4 mins
294


ପ୍ରେମ ର କଥା ଆରମ୍ଭ ହେଲେ ହିଁ ପ୍ରଥମେ ଆଖି ଆଗରେ ନାଚିଉଠେ ଶ୍ରୀରାଧାକୃଷ୍ଣ ଙ୍କ ଯୁଗଳମୂର୍ତ୍ତି ଟି । ପରମ ପ୍ରେମମୟ ଶ୍ରୀକୃଷ୍ଣ ଙ୍କ ସହିତ ପରମ ପ୍ରେମମୟୀ ରାଧାରାଣୀଙ୍କ ପ୍ରେମ ଠାରୁ ଆଉ ମହତ୍ତର ପ୍ରେମ ନାହିଁ ଏ ଜଗତରେ।

କିନ୍ତୁ ଆମେ ସମସ୍ତେ ଜାଣନ୍ତି ଯେ ସେଇ ପ୍ରେମ ଟି ଖୁବ୍ କମ୍ ସମୟ ର ଥିଲା, କାରଣ ମାତ୍ର ଦଶ ବର୍ଷ ବୟସରେ ଶ୍ରୀକୃଷ୍ଣ ଗୋପପୁର ଆଉ ଶ୍ରୀରାଧାଙ୍କୁ ଛାଡି ମଥୁରା ଚାଲିଯାଇଥିଲେ ଏବଂ ଜୀବନରେ ପୁନର୍ବାର କେବେ ବି ଫେରିନଥିଲେ । ବଡଭାଇ ବଳରାମଙ୍କ ସାଥିରେ ଉଦ୍ଧବଙ୍କର ରଥରେ ବସି ମାମୁଁ ଘରକୁ ଧନୁଯାତ୍ରା ଦେଖିବାକୁ ମଥୁରାନଗରୀ କୁ ଯାଇଥିବା କୃଷ୍ଣ ମଥୁରା ରେ କଂସ ବଧ କରି ଉଗ୍ରସେନ ଙ୍କୁ ରାଜା କରାଇ ସେଇଠି ରହିଥିଲେ। ବଡହେବା ପରେ ନିଜେ ରାଜା ହୋଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଦ୍ୱାରକାରେ ଶେଷଜୀବନ ପର୍ଯ୍ୟନ୍ତ ରହିଥିଲେ ହେଁ ଶ୍ରୀରାଧା ଙ୍କୁ ଆଉ ଥରେ କେବେହେଲେ ଭେଟି ନଥିଲେ । ସେଇ ଅଳ୍ପ ଦିନ ର ପ୍ରେମକୁ ସମ୍ବଳ କରି ରାଧା ନିଜର ସାରା ଜୀବନ କାଟି ଦେଇଥିଲେ । ଶ୍ରୀକୃଷ୍ଣ ରାଜା ହୋଇ ରୁକ୍ମିଣୀ, ସତ୍ୟଭାମାଙ୍କ ସମେତ ଅଷ୍ଟ ପାଟବଂଶୀ ଙ୍କୁ ବିବାହ କରି ନିଜର ଯାଦବ ବଂଶକୁ ବିସ୍ତାରିତ କରିଥିଲେ ,ସକଳ ଐଶ୍ୱର୍ଯ୍ୟ ଭୋଗକରି ଶେଷ ଜୀବନରେ ଶିଆଳି ଲତା ମଧ୍ୟରେ ଜାରା ଶବରର ତୀର ବିଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ । ତଥାପି ଗୋପପୁର ର ସେଇ ରାଧିକା ଗୋପାଳୁଣୀ ସହିତ ତାଙ୍କର ଆଉ ଭେଟ ହୋଇନଥିଲା ମର୍ତ୍ତ୍ୟ ରେ। ଉଭୟଙ୍କ ଭେଟ ହୋଇଥିଲା ଯାଇଁ ସ୍ୱର୍ଗ ରେ। 

 ଦିନେ ସ୍ୱର୍ଗ ରାଜ୍ୟ ରେ ବୁଲୁଥିଲା ବେଳେ ଅକସ୍ମାତ୍ ଭେଟ ହୋଇଗଲା ଶ୍ରୀରାଧା ଙ୍କର ଶ୍ରୀକୃଷ୍ଣ ଙ୍କ ସହିତ । ଦୁହେଁ ପରସ୍ପର ର ମୁହାଁମୁହିଁ ହୋଇଯିବାରୁ , ଶ୍ରୀକୃଷ୍ଣ ଅଚାନକ ରାଧାଙ୍କୁ ଦେଖି ହଡବଡେଇ ଗଲେ, କାରଣ ନିଜ ମନ ଭିତରେ ସେ ଅନୁଭବ କରି ପାରୁଥିଲେ ରାଧାଙ୍କ ପ୍ରତି କରିଥିବା ଅବହେଳା କୁ, କିନ୍ତୁ ରାଧାରାଣୀ ଥିଲେ ସଂପୂର୍ଣ୍ଣ ସ୍ୱାଭାବିକ, ସ୍ଥିର, ଅବିଚଳିତ । ଶ୍ରୀରାଧା ହସ ହସ ମୁହଁ ରେ ସେ ପଚାରିଲେ “ କେମିତି ଅଛ ଦ୍ୱାରକାଧୀଶ ! ଶ୍ରୀକୃଷ୍ଣ ଙ୍କ ଆଖି ନଇଁଗଲା ନିଜର ଅପରାଧବୋଧରେ ତଥାପି ସାଧାରଣ ପୁରୁଷଙ୍କ ଭଳି ସେ କହିଲେ ,ଆଜି ଦ୍ୱାରକାଧୀଶ କାହିଁକି ରାଧେ ! ମୁଁ ତ ତୁମର ସେଇ କାହ୍ନୁ, ତୁମରି ପ୍ରେମିକ, ଆଜି ମଧ୍ୟ ତୁମ କଥା ମନେ ପଡିଲେ ମୋ ଆଖିରେ ଲୁହ ଜକେଇ ଆସେ, ଖାଲି କର୍ତ୍ତବ୍ୟ ର ଦ୍ୱାହିରେ ତୁମକୁ ଭେଟି ପାରେନାହିଁ ସିନା । ଯେତେ ଦୂରରେ ଥିଲେ ବି ତୁମ କଥା ମୋର ସବୁବେଳେ ମନେପଡେ। ସ୍ମିତ ହସି ରାଧା କହିଲେ , ମୁଁ କିନ୍ତୁ ତୁମକୁ କେବେ ମନେ ପକାଏନାହିଁ , କାରଣ ତୁମେ ତ ସବୁବେଳେ ମୋ ମନ ଭିତରେ ଅଛ , ତମକୁ ଭୁଲିଥିଲେ ସିନା ମନେ ପକାନ୍ତି, ଆଉ ମୁଁ ତମ ପାଇଁ ଆଖିରୁ ଲୁହ ବି ଝରାଏନି , କାରଣ ମୋ ଆଖିରେ ସବୁବେଳେ ତ ତୁମେ ଅଛ, ସେଥିରୁ ଲୁହ ଝରିଲେ କାଳେ ତୁମେ ସେ ଲୁହ ସାଥିରେ ମୋ ଆଖିରୁ ଭାସି ବାହାରି ଯିବ ସେଇ ଭୟରେ ରେ ମୁଁ କେବେ ଲୁହ ଗଡାଏନା ଆଖିରୁ।

ଶ୍ରୀକୃଷ୍ଣ କହିଲେ ଗୋପରୁ ଦ୍ୱାରକା ବହୁତ ଦୂର ରାଧିକେ ! ଏକବାର ଉତ୍ତର ଦିଗରୁ ପଶ୍ଚିମ ଦିଗ , ମୋଟେ ସମୟ ମିଳେନାହିଁ ଆସିବା ଲାଗି । ଅଳ୍ପ ହସି ଉତ୍ତର ଦେଲେ ଶ୍ରୀରାଧା , ହଁ, ସତ କଥା , ବହୁତ ଦୂର ତୁମେ ଚାଲି ଯାଇଛ, ପ୍ରେମ ର ମଧୁର ଭାବରୁ କାରଣ ଯମୁନା ନଦୀର ମଧୁର ଜଳ ରୁ ଯାଇ ତୁମେ ସୁଦୂର ଦ୍ୱାରକାର ଲୁଣିଆ ସମୁଦ୍ର ଜଳ ରେ ପହଞ୍ଚିଛ, ହେଲେ ମୁଁ ? ଏଇ ଗୋପପୁର , ଯମୁନା ନଦୀ, ଏଇ ବୃନ୍ଦାବନ ତ ମୋର ଜୀବନ, ୟା’କୁ ଛାଡି ମୁଁ ଦୂରକୁ ଯାଇ ପାରିବି କେମିତି ? ତୁମେ ଯେଉଁଠି ମୋତେ ଛାଡି ଦେଇ ଯାଇଥିଲ , ସମୟ ସେଇଠି ଅଟକି ଯାଇଛି ମୋ ପାଇଁ, ମୁଁ ସେଇଠି ଅଛି, ପ୍ରେମର ମାଧୁର୍ଯ୍ୟ ସହିତ ଅଛି । 

ତୁମେ ସିନା ଦଶ ଆଙ୍ଗୁଳିରେ ବଜାଉଥିବା ବଂଶୀ ଟି କୁ ଭୁଲି ଏକ ଆଙ୍ଗୁଳିରେ ଧରିଥିବା ସୁଦର୍ଶନ ଚକ୍ର କୁ ଭଲ ପାଇଲ, ହେଲେ ମୁଁ ତୁମର ସେଇ ବଂଶୀସ୍ୱନ ତ ଅହରହ ଅନୁରଣିତ ହେଉଛି ମୋର କର୍ଣ୍ଣକୁହରରେ, ତୁମେ ଗୋବର୍ଦ୍ଧନ ପର୍ବତକୁ ଧରି ରଖିଥିବା ତୁମର ସେଇ ଏକ ଆଙ୍ଗୁଳି ଉପରେ ଏବେ ବି ଭରସା ଅଛି ଆମ ଗୋପବାସୀଙ୍କର, ଆମେ ଭୁଲିନାହୁଁ କିଛି।

ଶ୍ରୀକୃଷ୍ଣ ବୁଝି ପାରୁଥିଲେ ରାଧାରାଣୀଙ୍କ ଅଭିମାନ ତଥାପି ବୁଝାଇବା ପାଇଁ ଚେଷ୍ଟା କଲେ ମାନିନୀ ପ୍ରେମିକା ଙ୍କୁ। କହିଲେ ପ୍ରେମ କରିବା ଖୁବ୍ ସହଜ ରାଧେ !  ରାଜ୍ୟର ରାଜା ହୋଇ ରାଜନୀତି କରିବା ଖୁବ୍ କଷ୍ଟକର ବ୍ୟାପାର । ରାଧାରାଣୀ ଉତ୍ତର ଦେଲେ ମୁଁ ଜାଣେ ଦ୍ୱାରକାଧୀଶ! ସବୁ ଜାଣେ , ପ୍ରେମ ରେ ନିଜକୁ ମାରି ଦେଇ ପ୍ରେମକୁ ଜିଣିବାକୁ ହୁଏ କିନ୍ତୁ ରାଜନୀତି ରେ ଅନ୍ୟ ମାନଙ୍କୁ ମାରି ପାରିଲେ ହିଁ ରାଜ୍ୟ ଜିଣିହୁଏ। ତାହା ହିଁ ଫରକ ପ୍ରେମ ଆଉ ରାଜନୀତି ମଧ୍ୟରେ । ତୁମେ ତ ମହାନ୍ ରାଜନୀତି ବିଶାରଦ ହେ ଦ୍ୱାରକାଧୀଶ ! କିନ୍ତୁ କହି ପାରିବ କି, ତୁମେ ମହାଭାରତ ଯୁଦ୍ଧ ସମୟରେ ତୁମର ସମସ୍ତ ସେନାବାହିନୀ କୁ କୌରବ ମାନଙ୍କୁ କୁ ଦେଇ ନିଜେ ଏକା ରହିଲ ପାଣ୍ଡବମାନଙ୍କ ପକ୍ଷରେ । ଯେତେବେଳେ ତୁମେ ସାରଥୀ ହୋଇଥିବା ରଥର ରଥୀ ଅର୍ଜୁନ ତୁମରି ରଥରେ ବସି ତୁମରି ସେନାମାନଙ୍କୁ ଯୁଦ୍ଧ କ୍ଷେତ୍ରରେ କଦଳୀଗଛ ପରି ହାଣିକାଟି ମାରି ପକାଉଥିଲେ, ତୁମେ କେମିତି ସହିଥିଲ? ତୁମେ ପରା ରାଜା ଥିଲ , ଆଉ ସେମାନେ ତୁମର ପ୍ରଜା , ସେମାନଙ୍କୁ ରକ୍ଷା କରିବା କ’ଣ ତୁମର ଧର୍ମ ନଥିଲା? ତୁମେ ଏମିତି କରିପାରିଲେ କାରଣ ତୁମେ ପ୍ରେମ ଠାରୁ ଦୂରେଇ ଯାଇଥିଲ। ତୁମେ ପ୍ରେମ ରେ ଥିଲେ ଛାର ଗୋଟାଏ ରାଜ୍ୟ ପାଇଁ କୌରବ ପାଣ୍ଡବ ଭାଇ ମାନଙ୍କ ମଧ୍ୟରେ ଯୁଦ୍ଧ ନୁହେଁ ଆପୋଷ ମୀମାଂସା ହିଁ ହୋଇଥାନ୍ତା । ଧନ ସଂପଦ, ରାଜ୍ୟ ରାଜଭୋଗ ସବୁ ଅଳୀକ, କେବଳ ପ୍ରେମ ହିଁ ଚିରନ୍ତନ ।

 ଜଗତରେ କେବଳ ପ୍ରେମ ହିଁ ଶାଶ୍ୱତ ଦ୍ୱାରକାଧୀଶ ! ଏଇ ଦେଖ ନା’ , ତୁମେ ମହାଭାରତ ର କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଉପଦେଶ ଦେଲ ଗୀତାଜ୍ଞାନ ଦେଇ ମନୁଷ୍ୟ କୁ କର୍ମକାଣ୍ଡର, ଜୀବନର ମୂଲ୍ୟବୋଧ ର, ପରମାର୍ଥର ଶିକ୍ଷା ଦେଲ , ଯାହାକୁ ଆଜି ଯାଏଁ ମଣିଷମାନେ ନିତିଦିନ ପାଠକରି ଜ୍ଞାନ ଆହରଣ କରୁଛନ୍ତି ହେଲେ ସେଇ ଗୀତା କୁ ପାଠକରି ସାରି ଲୋକେ କୁହନ୍ତି “”ରାଧେ ! ରାଧେ ! “ , ଯେତେବେଳେ ମୋ ନାମ ସେଇ ଗୀତାର କୌଣସି ଗୋଟିଏ ସ୍ଥାନରେ ମଧ୍ୟ ନାହିଁ, ସେତେବେଳେ ଲୋକମାନେ କାହିଁକି ମୋ’ ନାମ ଉଚ୍ଚାରଣ କରନ୍ତି ଜାଣ ? କାରଣ ସେଥିରେ ପ୍ରେମ ଅଛି, ଲୋକମାନେ ପ୍ରେମ ରେ କୁହନ୍ତି ରାଧେ, ରାଧେ । ଆଉ ଗୋଟିଏ ବାସ୍ତବ କଥା ଶୁଣ ଦ୍ୱାରକାଧୀଶ ! ତୁମେ ତ ରାଜାଧିରାଜ, ଅଷ୍ଟପାଟବଂଶୀ ତୁମର, ସସାଗରାଧରା ବିଜୟୀତୁମେ, ଶୌର୍ଯ୍ୟବନ୍ତ, ଐଶ୍ୱର୍ଯ୍ୟବନ୍ତ, ତୁମେ ତ ଲୀଳାମୟ, ବହୁତ ଲୀଳା କରିଛ ଜଗତରେ , ହେଲେ ଜଗତସାରା ବୁଲି ଆସ, କେହି ମଧ୍ୟ ତୁମକୁ ଦ୍ୱାରକାଧୀଶ ଭାବେ ମନେ ରଖି ନାହାଁନ୍ତି, ତୁମେ ସେଠାରେ ସର୍ବତ୍ର ପୂଜା ପାଉଛ ମୋ ସହିତ ସଂଯୁକ୍ତ ହୋଇ, “ ରାଧେକୃଷ୍ଣ “ କହି ଲୋକମାନେ ଆମର ପ୍ରେମ କୁ ଅମର କରିଛନ୍ତି, କରୁଛନ୍ତି , କରୁଥିବେ ଚିରକାଳ । ତେଣୁ ହେ ଦ୍ୱାରକାଧୀଶ ! ପ୍ରେମ ହିଁ ଈଶ୍ବର । ପ୍ରେମ ହିଁ ସକଳ ଶକ୍ତି ର ଆଧାର, ପ୍ରେମ ହିଁ ସଚ୍ଚିଦାନନ୍ଦ ।।

ଶ୍ରୀ କୃଷ୍ଣ ମଥାନତ କରି ଭାବୁଥିଲେ ରାଧା ଙ୍କର କଥା ଗୁଡିକ ଆଉ ଭୂବନମୋହିନୀ ହସ ହସି ରାଧା ଆଗେଇ ଯାଉଥିଲେ ତାଙ୍କର ନିଜର ପଥରେ କୃଷ୍ଣପ୍ରେମ ରେ ତଲ୍ଲୀନ ହୋଇ।



Rate this content
Log in

More oriya story from sushama Parija

Similar oriya story from Romance