Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Abinash Pani

Romance

5.0  

Abinash Pani

Romance

ପୋଡ଼ା ମକା

ପୋଡ଼ା ମକା

4 mins
671


ଝରକା ବାଟ ଦେଇ ସାଇଁ ସାଇଁ ହେମାଳ ପବନ ବହି ଆସୁ ଥାଏ ଆଉ ରୋଷେଇ ଘରୁ ପୋଡ଼ା ମକା ର ବାସ୍ନା

" ବୋଉ.. ଆଉ କେତେ ସମୟ ଲାଗିବ? ଏ ଘରୁ ଥାଇ ପଚାରିଲା ଜଗନ୍।

" ହଁ ହଁ ହେଇ ଗଲାଣି । ଆ ନେଇ ଯିବୁ।" ବୋଉ କହିଲା।

ସାଲ୍ ଟାକୁ ଘୋଡି ହେଇ ଜଗନ୍ ଚାଲିଗଲା ରୋଷେଇ ଘର ଚୁଲି ମୁଣ୍ଡକୁ। ସେଇଠୁ ଗୋଟେ ମକା ଉଠେଇ ଖାଇବ କଣ... ତାର ବୋଧେ କଣ ମନେ ପଡ଼ିଗଲା ଆଉ ହଠାତ୍ ଗୋଟେ କଦଳୀ ପତ୍ର ରେ ଦି ଟା ମକା ଧରି ପଳେଇଲା।

ହଁ... ରାଧା ର ଭାରି ପସନ୍ଦ ପୋଡ଼ା ମକା। ତାକୁ ଦବ ବୋଲି ଟର୍ଚ୍ ଟାଏ ଧରି ଜଗନ୍ ବାଡି ପଟ ରାସ୍ତା ରେ ବାହାରି ପଡ଼ିଲା। ସିଧା ପହଞ୍ଚିଲା ଯାଇ ରାଧା ଘର ପାଖରେ। ଚୁପ୍ କିନା ତାଙ୍କ ଝରକା ପାଖରେ ସ୍ୱର ଦବେଇକି ଡାକିଲା ରଧାକୁ। ରାଧା ଯେମିତି ଜଗନ୍ ର ପାଟି ଶୁଣିଛି, ଝରକା ପାଖକୁ ଆସି କହିଲା "ଏପଟେ ନୁହେଁ ସେପଟ କୁ ଆସେ"।

ଏ ଯୋଉ ଏପଟ ସେପଟ କଥା ନା.... ଜଗନ୍ କୁ ଠିକ୍ ଜଣା। ସେ ବି ଯାଇକି ରାଧା ଘର ପଛପଟ ବାରଣ୍ଡା ରେ ଅପେକ୍ଷା କରିବ କଣ... ରାଧା ତା ପାଇଁ ଅପେକ୍ଷା କରିଛି।

"କଣ ହେଲା ? ଏ ସମୟ ରେ କୁଆଡେ ଆସିଲୁ?" ପ୍ରଶ୍ନ ପଚାରିବା ଭଙ୍ଗୀ ରେ ନୁହେଁ ବୋଧେ କେମିତି ଗୋଟେ କୌତୁହଳ ରେ ରାଧା ପଚାରିଲା।

ଶାଲ୍ ତଳେ କଦଳୀ ପତ୍ର ରେ ଲୁଚେଇ ଆଣି ଥିବା ପୋଡ଼ା ମକା କୁ ଯେମିତି ଜଗନ୍ ଦେଖେଇ ଦେଇଛି.... ରାଧା ର ଖୁସି ଆଉ ଦେଖେ କିଏ... ଖୁସି ରେ ଜଗନ୍ ହାତ ରୁ ମକା ନେଇ ଯାଇ ଖାଇବାକୁ ଲାଗିଲା।

" ଆରେ ଆରେ ଆସ୍ତେ ଖା... ତଣ୍ଟି ରେ ଲାଗିବ", ଜଗନ୍ ରାଧା ର ଖାଇବା ଦେଖି କହିଲା।

ସେତିକିବେଳେ ଜଗନ୍ ର କଥା ନ ସରୁଣୁ ରାଧା ର କାଶ ଆରମ୍ଭ ହେଇ ଗଲା। ଶୁଖିଲା ମକା ବୋଧେ ତା ତଣ୍ଟି ରେ ଲାଗି ଗଲା କି କଣ। "ରାଧା... ରାଧା.... ରହ ମୁଁ ଯାଉଛି ପାଣି ଆଣିବି", ଏତିକି କହି ଜଗନ୍ ଯିବାକୁ ବାହାରିଲା ବେଳକୁ ରାଧା ର ମାଅା ବାଡି ପଟ କବାଟ ଖୋଲି ଚାଲି ଆସିଲେ।

" ସତିଆନାସିଆ.... ଟୋକା ପୁଣି ମୋ ଝିଅ ପାଖକୁ ଆସିଲୁ? ତୋ ଦେହ ରେ କଣ କଥା ହେଜ ପସେନି? ବୋପା ମା ଛୁଆ ସବୁ ଏକା କାଟର। ଵୋପା ଟଙ୍କା ଶୁଝି ପାରିଲାନି, ମା କର୍ମକୋଢି ଆଉ ପୁଅ ଆସିଲା ପ୍ରେମ କରିବାକୁ। ", ରାଧା ର ମା ଏମିତି ଗାଳି ଦେଇ ଚାଲି ଥାଆନ୍ତି। ଆଉ ରାଧା ମତେ ହାତ ଠାରି ଇସାରା କରୁ ଥାଏ ସେଠୁ ଚାଲି ଯିବାକୁ।

" ଏ ଟୋକା.... ତତେ କେତେ ଥର ମନା କଲିଣି, ଯେ ମୋ ଝିଅ ପାଖ ମାଡିବୁନି ବୋଲି । ମକା ଆଣିଛି.... ଆହା ଲୋ ମୋ ପ୍ରେମ ଉଛୁଳି ପଡୁଛି .......ଏମିତି କେତେ କଣ। ଜଗନ୍ ସବୁ ଶୁଣି ଚୁପ୍ ହେଇ ଘରକୁ ଆସିଲା।

ରାତି ରେ ଶୋଇଲାବେଳେ ବୋଉ ଆସି ଜଗନ୍ କୁ ପଚାରିଲା " କାଇଁ ସେ ଝିଅ ସାଙ୍ଗରେ ସାଙ୍ଗ ହଉଛୁ? ଦେଖୁଚୁ ଟି ତା ମା କେତେ କଥା କହୁଛି ଆମକୁ"।

"ବୋଉ ତୁ ସବୁ ଜାଣିଛୁ? ," ଜଗନ୍ ପଚାରିଲା।

"ହଁ ରେ ବାପା.... ତୋ ବାପା ତ ଟଙ୍କା ସୁଝି ପାରିଲେନି ଚାଲି ଗଲେ। ମୁଁ କୋଉଠୁ ଆଣିବି କହିଲୁ ବାପା ଏତେ ଟଙ୍କା ତାଙ୍କୁ ଦବାକୁ। ସବୁ ଟଙ୍କା ଟା ନାନୀ ବାହା ଘର ରେ ଖର୍ଚ୍ଚ ହେଇ ଗଲା। ସେଇଥି ପାଇଁ ରାଧା ର ମାଆ ସବୁ ବେଳେ ଏମିତି ହଉଛି," ବୋଉ କାନ୍ଦି କାନ୍ଦି କହି ପକେଇଲା।

ଶାଲ ଟା ଘୋଡି ହେଇ ଶୋଇ ଥିଲା ଜଗନ୍, ଉଠି ପଡ଼ି ସେଇ ଶାଲ ରେ ବୋଉ ଲୁହ କୁ ପୋଛି ପକେଇଲା।

ଆଉ ଗଲାନି ସେ ରାଧା ଘରକୁ। ମ୍ୟାଟ୍ରିକ ପରୀକ୍ଷା ଗଲା, ପ୍ଲସ ଟୁ ଗଲା, ପ୍ଲସ ଥ୍ରି ବି ସରି ଗଲା ସିନା, ଆଉ ଦିନେ କେବେ ସେ ରାଧା କୁ ଦେଖା କରିବାକୁ ଯାଇନି କି ଭୁଲ୍ ରେ ତା ପାଇଁ ମକା ଆଣିନି। ନିଜେ ବି କେଡେ ପାଗଳା..... ଥରେ ବି ପୋଡ଼ା ମକା ସେ ଖାଇନି।

" ସାର୍ ଆପକା ଟିକେଟ ଦିଖାୟୀୟେ", କହି ଯେତେବେଳେ ଟି ଟି ଆଇ ଜଗନ୍ କୁ ହଲେଇ ଦେଇଛି। ଜଗନ୍ ଉଠିପଡ଼ି କହିଲା ," ଆଜ୍ଞା ଆଜ୍ଞା ଦଉଛି ଦଉଛି"।

"ଆରେ ଆରେ ସ୍ବପ୍ନ ଦେଖୁ ଥିଲି", ନିଜକୁ ନିଜେ କହି ପକେଇଲା।

ଆଜି ସେ ଗାଁ କୁ ଫେରୁଛି ଆଉ ଖାଲି ଫେରୁନି । ବୋଉ ର ସ୍ବପ୍ନ ପୁରା କରିକି ଆସିଛି। ଆଇ ଏ ଏସ୍ ପରୀକ୍ଷାରେ ଭଲ ନମ୍ବର ରଖି ଚାକିରି କରି ସେ ଗାଁ କୁ ଫେରୁଛି। ଆଉ ଫେରୁଛି ତା ପିଲା ବେଳର ଭଲ ପାଇବା, ରାଧା ପାଖକୁ।

ବାଁ ହାତ ରେ ପିନ୍ଧିଥିବା ଘଣ୍ଟା କୁ ଦେଖିଲା , ୧୨:୩୫ ରାତି। ଗାଡି ଏଯାଏଁ ଝାରସୁଗୁଡ଼ା ଟପିନି। ଝରକା ଖୋଲି ହଉ ନଥାଏ କାରଣ ବାହାରେ କାଲୁଆ ପବନ ଦେହ ଥରେଇ ଦଉଛି। ଶାଲ କୁ ପୁଣି ଥରେ ଘୋଡି ହେଇ ଶୋଇବା ର ଅଭିନୟ କଲା ଜଗନ୍।

ରାଧା ମତେ ଦେଖିଲେ କଣ ଭାବିବ? ମୁଁ ଗଲେ ସେ ଖୁସି ହବ ନା? କେତେ ଚିଠି ନ ପଠେଇଛି ମୋ ପାଖକୁ। ଗୋଟିଏ ବି ଉତ୍ତର ଦେଇନି। ଦେବି ବା କେମିତି? ସାଙ୍ଗ ମାନଙ୍କୁ ପଚାରିଲେ କୁହନ୍ତି ରାଧା ବାହା ହେଇ ଯିବ ରେ..... ଜଲଦି ଆସି ନେଇ ଯା.... ଏମିତି ମଜା କରନ୍ତି। ବୋଉ କୁ ପଚାରିଲେ କୁହେ, ରାଧା ନିଇତି ଆମ ଘରକୁ ଲୁଚି ଲୁଚି ଯାଏ। ମୋ ବିଷୟରେ ପଚାରେ। ଆଉ ବୋଉ ମକା ପୋଡିକି ଦେଲେ କିନ୍ତୁ ସେ ଖାଏନି। କୁହେ "ଜଗନ୍ ଆସନ୍ତୁ ମିଶିକି ଖାଇବୁ" , ଏମିତି ସବୁ ଇଆଡୁ ସିଆଡୁ ଭାବି ଚାଲି ଥାଏ ଜଗନ୍।

ଟ୍ରେନ୍ ଅଟକିଲା ଆଉ ଜଗନ୍ ଉଠି ଦେଖିଲା ବେଳକୁ କୋରାପୁଟ ଷ୍ଟେସନ। ସକାଳ ୫:୩୦। ଚାରି ଆଡେ଼ କୁହୁଡି ଆଉ କୁହୁଡି ଏମିତି ଯେ ମୁହଁ କୁ ମୁହଁ ଦେଖା ଯାଉ ନଥାଏ। ଅସ୍ପଷ୍ଟ ଦେଖା ଯାଉ ଥିଲେ ବି ଜଗନ୍ ଠଉରେଇ ନେଲା ଯେ କେହି ଜଣେ ଷ୍ଟେସନ ପାଖରେ ପୋଡ଼ା ମକା ବିକୁଛି।

ଆଉ ସମ୍ଭାଳି ପାରିଲାନି ଦଉଡ଼ି ଗଲା ସେଇ ମକା ବିକାଳି ପାଖକୁ। " ଭାଇନା ମକା କେତେ କି? , ଦୁଇଟା ମିଶା ଦବ ଯେ," କୋରାପୁଟିଆ ଭାଷା ରେ କହିଲା ଜଗନ୍। ଟିକେ ଜଲଦି କର ଭାଇନା ଡେରି ହେଇ ଯିବ ଗାଡି ଛାଡି ଦବ ଯେ.....

ମକା ନେଇ ଆସି ପୁଣି ଥରେ ସେଇ ଶାଲ ଭିତରେ ଲୁଚେଇ ଦେଲା ଆଉ ସେତେବେଳକୁ ଟ୍ରେନ୍ ହର୍ନ ଦେଇ ଚାଲିବା ଆରମ୍ଭ କଲାଣି। ମକା ର ବାସ୍ନା ଜଗନ୍ କୁ ବାରମ୍ବାର ତା ପିଲା ଦିନ ର କଥା ମନେ ପକେଇ ଦଉ ଥାଏ।ସେପଟେ ରାଧା ଚାହିଁ ବସି ଥାଏ ଜଗନ୍ ଆସିବା ବାଟକୁ। ଜଗନ୍ ଆସୁ ଥାଏ ଟ୍ରାକ୍ ଦେଇ ....... ଜଗନ୍ ହାତ ରୁ ମକା ଖସି ପଡ଼ିଲା ଆଉ ପୁଣି ଥରେ ଲୌହ ଦାନବ ତାର ରକ୍ତ ଭୋଜି ରେ ଦୁଇଟି ସ୍ବପ୍ନ କୁ ଭାଙ୍ଗି ଦେଲା। ଜଗନ୍ ଦେହ ର ରକ୍ତ ଯେତେବେଳେ ସେ ପୋଡ଼ା ମକା କୁ ଛୁଇଁ ଗଲା..... ସେ ପୋଡ଼ା ମକା ଭିତରୁ ବି ଲୁହ ବାହାରି ଆସିଲା।

ମୁଁ ଏବେ ବି ଜଗନ୍ ଦେହ ରେ ଥାଏ। ମତେ ବି ସେ ରକ୍ତ ଯୁଡୁବୁଡୁ କରି ଦେଇ ଥାଏ। ସେତିକିବେଳେ ମୁଁ ପ୍ରଥମ ଆଉ ଶେଷ ଥର ପାଇଁ କହିଲି " ମଣିଷ ଜୀବନ ବି ଏଇ ମକା ଭଳି..... ଆରମ୍ଭ ଯୋଉ କଷ୍ଟ ରେ ହେଇ ଥାଏ , ଶେଷ ତା ଠୁ ଆହୁରି କଷ୍ଟଦାୟକ।

ସେଦିନ ଜଗନ୍ କୁହୁଡି ର ଗହଳ ଆବରଣ ଆଉ ରାଧା ପ୍ରତି ଥିବା ତାର ଅତୁଟ ପ୍ରେମ ଭିତରେ ଜାଣି ପାରି ନଥିଲା ଯେ ସେ ପୋଡ଼ା ମକା ଧରି ରେଳୱେ ଟ୍ରାକ୍ ମଝିକୁ ଚାଲି ଆସି ଥିଲା ଆଉ ରାଧା ର ଅପେକ୍ଷା କୁ ଜୀବନ ସାରା ପାଇଁ ବଢ଼େଇ ଦେଇ ଥିଲା।



Rate this content
Log in

More oriya story from Abinash Pani

Similar oriya story from Romance