STORYMIRROR

Abinash Pani

Tragedy

2  

Abinash Pani

Tragedy

ଚାରି ଦଉଡ଼ି କଟା

ଚାରି ଦଉଡ଼ି କଟା

2 mins
255

ଚୈତ୍ର ମାସ.... ନିମ୍ବ ଫୁଲ ର ବାସ୍ନା କୁ ପବନ କୁଆଡେ ଯେ ନେଇ ଯାଉ ଥାଏ, ତାର ଠିକଣା କାହାରିକୁ ନଥାଏ।

ହେଲେ ଦଲକାଏ ଥଣ୍ଡା ପବନ ଯେତେବେଳେ ତା ଦେହ ରେ ମାଡ଼ ହେଉଥାଏ, ତାକୁ ଲାଗୁ ଥାଏ ଯେମିତି... ଏଇ ଶୀତ ଛୁଇଁଲା !

ପାଖ ଘର କାଠ ଚୁଲି ରେ ବାଇଗଣ କି ଜହ୍ନି ପୋଡ଼ା ହଉଚି କି କଣ , ବାସ୍ନା ରେ ମହକି ଯାଉଛି ଚତୁର୍ଦ୍ଦିଗ। ଚାଳ ଛପର ଘରୁ ଧୂଆଁ ବାହାରି ସାରା ଆକାଶ କୁ ଧୂଆଁଳିଆ କରି ଦେଇଛି ସତରେ....... ଆଉ କୋଉ ଦୂରରୁ ଖଞ୍ଜଣି ଖୋଳ ସାଙ୍ଗକୁ ହରେ କୃଷ୍ଣ ହରେ ରାମ ନାମ।

ହଁ... ଲଙ୍ଗଳା ହେଇ ଯାଉ ଗାଆଁ ଦାଣ୍ଡ ରେ ଖେଳୁଥିଲା, ଆଜି ସେଇଠି ଆସି ପହଂଚି ଯାଇଛି ସେ।

ଏଇ.... ସେଇ ଯୋଉ ଆମ୍ବ ତୋଟା ଦେଖା ଯାଉଚି, ସେଇଠି ନିଇତି ରଧୁଆ ଦାଦି ଠାରୁ ମାଡ଼ ଖାଏ। ଏଇ ସେ ବାଉଁଶ ବୁଦା ଯୋଉଠି ସେ ଆଉ ଚିଙ୍କି ଲୁଚି ଲୁଚି ଖରା ବେଳ ଟାରେ କଥା ହୁଅନ୍ତି। ମୁଁ ସେଇ ରାସ୍ତା ଦେଇ ଆସୁଥିଲି, ଦିନେ ଯେ ..... ଚିଙ୍କି ମତେ ଦେଖି ଲାଜ କରି ପଳେଇ ଥିଲା। ତା' ପରେ ନା ଚିଂକି କୁ ମୁଁ ଦେଖିଚି ନା ତତେ।

ହେଲେ ସେ ବାଉଁଶ ବୁଦା ପାଖରେ ଆଜି ଏତେ ଲୋକ ଭିଡ କାଇଁକି? ଭିଡ ଟିକେ ପାଖା ପାଖି ହଉ ହଉ.... ଶୁଭିଲା, " ଚାରି ଦଉଡ଼ି କଟା ଟା..... କାହାର ହେଲା ଯେ ?" ଏମିତି କେତେ କଣ........

ହଁ, ସେଇଆ ନୁହେଁ ଆଉ କଣ! ଭଲ ପାଇ ସିନା ବାହା ହେଇ ଥିଲା, କିନ୍ତୁ ସେ କଣ ଜାଣିଥିଲା ତା ଭାଗ୍ୟ କଥା? ଆଉ କଣ ସେ ନିଇତି ଆମେରିକା ରୁ ଆସି ଭଲ ମନ୍ଦ ବୁଝି ଥାଆନ୍ତା?

ଆସି ଥିଲା ଯେ...... ସେତେବେଳକୁ ଭଗାରୀ ଭିନ୍ନେ କରି ଦେଇ ସାରିଲେଣି।ମୁଣ୍ଡ ଗୁଞ୍ଜିବ କୋଉଠି? ତା ଭାଗ ରେ ଚାଳିଆ ଛପର ଖଣ୍ଡେ ବି ନଥିଲା। ସେଇ ଦିନୁଁ ଯାଇଛି ଯେ ଯାଇଛି। ବୋଉ ମଲା ଖବର, ମାସେ ପରେ ଶୁଣିଲା। କଣ ଆଉ କରିବ? ମନ କୁ ପଥର କରି ଚୁପ୍ ହେଇ କାନ୍ଦି ପକେଇଲା ସିନା କାହାକୁ ଥରେ ପଚାରିଲାନି ଯେ ମୋ ବୋଉ କେମିତି ମଲା ବୋଲି!

ଛାଡ..... ଟିକେ ଭିଡ ଆଡେଇ ଭିତରକୁ ଯାଇ ଦେଖେ ତ.....ସତକୁ ସତ, ଚାରିଟା ଯାକ ଦଉଡ଼ି କାଟି ଦେଇ, ଛ' ଖଣ୍ଡ ବାଉଁଶ ରେ ବାନ୍ଧି ଦେଇଛି ଆଉ ଚୁପ୍ ଚାପ୍ ଶୋଇ ପଡ଼ିଛି ତାରି ଉପରେ।

ଆଉ ମୁଁ ପଚାରିଲା ରୁ... ଫିସ ଫିସ ସ୍ବରରେ କହିଲା.... " ଶେଷ କୁ ଗୋଟେ ଦଉଡ଼ି ବି ରଖିଲିନି.... କାଳେ କିଏ କଣ କହିବ! ମୁଁ ପରା କୁଆଡେ ଚାରି ଦଉଡ଼ି କଟା ଟେ !"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy