The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Abinash Pani

Drama Romance

3.7  

Abinash Pani

Drama Romance

ତୁମେ ରାଗିନ ତ'?

ତୁମେ ରାଗିନ ତ'?

3 mins
519


"କେଡ଼େ ନିର୍ଲଜ ଟା କିରେ ତୁ? ଯେବେ ମୋତେ ଛାଡ଼ି ଚାଲି ଯାଇଥିଲୁ କେତେ ନେହୁରା ହେଇ ନା ଡାକିଛି ତତେ ମୁଁ? ଆଜି କାଇଁ ଆସିଛୁ! କଣ ତୋ ପାଇଁ ମୁଁ ବଦଳି ଗଲି ବୋଲି ?," ଏମିତି ଦିନେ ଗାଳି ଦେଇଥିଲି ସମୟ କୁ.......


କଣ ଭୂଲ୍ ଥିଲା ମୋର? କଣ କେବେ କିଛି କାହାଣୀ କୁ ବର୍ଣ୍ଣନା କଲା ବେଳେ ଗଳ୍ପକାର ଟିଏ ଭବବିହ୍ୱଳ ହେଇ ପଡେନି? କଣ ଥିଏଟର ରେ ଡ୍ରାମା କରୁଥିବା ସେଇ ଅଭିନେତା କଣ ନାଟକ ସଂଳାପ ଭିତରେ ନିଜର ପ୍ରତିଛବି କୁ ଦେଖି ପାରେନି?


ମୁଁ ଆଜି ବି ଭୁଲି ପାରୁନି ସେଇ ମେଘୁଆ ଦ୍ୱିପହର ରେ ଘଟିଥିବା ସମସ୍ତ ଘଟଣା.... ଗୋଟେ ଅଚିହ୍ନା ଅଜଣା ମଣିଷ କୁ " ତମେ ସେଇ ନା!" ବୋଲି ପଦେ କଥା କହି ଦେ ତୁମେ ଯେ କେତେ ନିଜର ହେଇ ପରି ଥିଲ ହୁଏତ କେବଳ ସେଇ ସମୟ ବୁଝି ପାରି ଥିବ, କିନ୍ତୁ ଆଜି ପୁଣି ଥରେ ସେଇ ପ୍ରଚ୍ଛଦପଟ ରେ କାହିଁକି ମୋତେ ପୁଣି ଥରେ ପଚାରୁଛ ସେଇ କଥା?


କଣ ତୁମେ ଭୁଲି ଯାଇଛ, ସେଇ ୪୫ ମିନିଟ୍ ରେ କଥାବାର୍ତ୍ତା... ଯୋଉ କଥା ପଦକ ରେ ତୁମେ ଖୁସି ହେଇ ମତେ କହିଥିଲ ଯେ, ତୁମ ଭଳି ମଣିଷ ବହୁତ୍ କମ୍ ଥାଆନ୍ତି ବୋଲି। ସମ୍ପର୍କ ଆମର ହୁଏତ ବହୁତ୍ କମ୍ ସମୟ ର ଥିଲା କିନ୍ତୁ ମୁଁ ମୋ ଜୀବନ ର ପ୍ରଥମ ଭଲ ପାଇବା ତୁମରି ଭିତରେ ପାଇଥିଲି।


ମେଘୁଆ ଆକାଶ ଆଜି ବି ସେମିତି ଅନ୍ଧାର କରି ରଖିଛି। ଆଜି ବି ସେଇ ଦିନ ଭଳି ମୋତେ ଲାଗୁଛି। ଟ୍ରେନ୍ ଧରିବା ପାଇଁ ମୁଁ ତରବର ହଉଥିବା ବେଳେ ତୁମ ସ୍କୁଟି ହର୍ନ ମୋତେ ପଛକୁ ଚାହିଁବା ପାଇଁ ବାଧ୍ୟ କରିଥିଲା ଆଉ ୧୩୦ କିଲୋମିଟର ର ବ୍ୟବଧାନ କୁ ତୁମେ ଆମ ଦୁଇ ହୃଦୟ ର ଆଲିଙ୍ଗନ ରେ ତୁଷ୍ଟ କରିଥିଲ।


ସେ ଦିନ କଥା ଭାବିଲେ ମୋତେ ବହୁତ୍ କାନ୍ଦ ଲାଗେ କାରଣ ତୁମର ସେଇ ପ୍ରତିଟି ସ୍ପର୍ଶ ମୋତେ ଆନ୍ଦୋଳିତ କରିଥିଲା ତୁମକୁ ବାରମ୍ବାର ଭଲ ପାଇବାକୁ।


ଜାଣିଛି.... କୌଣସି ସର୍ତ୍ତ ନଥିଲା ଆମ ଦୁହିଁଙ୍କ ଭଲ ପାଇବା ରେ .... କିନ୍ତୁ ଆମ ଦୁହିଁଙ୍କୁ ତ' ସମସ୍ତେ ଗୋଟିଏ ନାଁ ରେ ଡାକୁ ଥିଲେ। 


ତୁମେ ର ମନେ ଥିବ ତ!.... ସେଦିନ ସାଇକେଲ ଗଡ଼େଇ ଗଡ଼େଇ ତୁମ ସହିତ ଆସିଲା ବେଳେ ମୋତେ ସେ ପିଲା ମାନେ କେମିତି ଘେରି ଯାଇ ସୋଧା ସୋଧି କରିଥିଲେ... ଆଉ ତୁମେ ଦଉଡ଼ି ଯାଇ ଗୋଟେ ଟୋକା କୁ ଠାଏ କରି ଜାବୁଡ଼ା ଟାଏ କଷି ଦେଲ। ଆଉ ସେ ଟୋକା ଦଳ ଚୁପ୍ ଚାପ୍ ପଳେଇଥିଲେ।

ଆଉ ହସି ହସି କହିଥିଲ.... " ତୁମେ ଯୋଉ ନରମା ଲୋକ ନା.... କୋଉଠି ନା କୋଉଠି ନିଶ୍ଚୟ ଫସିବ।"


ଏଇ... ମୁଁ ଏଇ କଥା ମନେ ପକେଇ ହସିଲେ ନା.... ଅଫିସ୍ ଲୋକ ମୋତେ ଚାହିଁ ପରସ୍ପର ଭିତରେ ଫିସ୍ ଫିସ୍ ସ୍ୱର ରେ କଥା ହଉଛନ୍ତି।


ପଚାରିଥିଲ ପା'..... ଆଜିକାଲି ଦିନ କେମିତି କଟୁଛି?


ବାପା ଆଉ ତା ପରେ ପରେ ବୋଉ..... ଦି' ଜଣ ଯାକ ଡକା ହକା ହେଇ ଆରପାରି କୁ ଗଲା ପରେ ମୋର ଆଉ କିଏ ଥିଲା କୁହ ତ। ତୁମେ ତ ଜାଣିଥିଲ ବାପା ଙ୍କ ଚାଲିଯିବା କଥା..... ବାସ୍ ତାପରେ ମୁଁ, ସିପ୍ରା ଆଉ ତା ଭବିଷ୍ୟତ।


ଏଇ ବର୍ଷେ ହବ ସିପ୍ରା ର ବାହାଘର.... ଆଉ ତା ପରେ ମୁଁ ଗାଆଁ ଛାଡ଼ି ଦେଲି। ସିପ୍ରା ଶାଶୁ ଘରେ ଖୁସି ରେ ଅଛି, ଏତିକି ସବୁଦିନେ ବୁଝୁଛି।


ତୁମର ମନେ ଥିବ..…. ମୁଁ ତୁମକୁ ସବୁ ବେଳେ ଗୋଟିଏ କଥା କୁହେ ଯେ ମୋର ବଡ଼ ସ୍ବପ୍ନ ନାହିଁ କି ଅନ୍ୟ ମାନଙ୍କ ଭଳିଆ ଗୁଡାଏ ଟଙ୍କା ରୋଜଗାର କରିବା ମୋର ଲକ୍ଷ୍ୟ ବି ନୁହେଁ।


ଆଇ ଏ ଏସ ପରୀକ୍ଷା ଇନ୍ଟର୍ଭିଉ ଦବାକୁ ଆଉ ଗଲିନି। ହଁ କିନ୍ତୁ ବୋଉ କୁ ଦେଇଥିବା କଥା କୁ ରଖି... ସରକାରୀ ଚାକିରୀ ଟେ କରିଛି। ସକାଳ ସେଇ ରାଗ ଶିବରଞ୍ଜନି ରୁ ଆରମ୍ଭ ହୁଏ.... ଆଉ ରାତି ଲେଖା ଲେଖି ରେ ଶେଷ। ଆଉ ହଁ... ତୁମ କଥା ବି ରଖିଛି।


ପଚାରିବନି ଯେ କଣ ବୋଲି?


କହିଥିଲ ନାଁ.... " ତୁମେ ସବୁବେଳେ ଏମିତି ବୁଝାଉ ଥାଅ... ଭାରି ଭଲ ଲାଗେ ତୁମେ କିଛି ବୁଝେଇଲେ...."


ହଁ... କିଛି ବଡ଼ ବଡ଼ ପିଲା ଆସୁଛନ୍ତି... ପଢିବାକୁ। ତାଙ୍କୁ ବି ବୁଝାଉଛି ଯେ ସମୟ ଆଗରୁ ଆଉ ଇଚ୍ଛା ପରେ... ନିୟତି କେବେ କିଛି ଆଶା କରେନି। ଏଇ ଯେମିତି ତୁମର ଆଉ ମୋର ସମ୍ପର୍କ।


ଆଜି ଦୀର୍ଘ ୧୧ ବର୍ଷ ପରେ ତୁମର ଫୋନ୍ କଲ୍ ମୋତେ ପୁଣି ଥରେ ୩୨ ରୁ ୨୧ କରି ଦେଲା। ପଚାରିବିନି ଯେ ନମ୍ବର କୋଉଠୁ ପାଇଲ.... ଆଉ ଏକଥା ବି ଜାଣିଛି ଯେ ମୁଁ କିଛି ନା କହିଲେ ବି ତୁମେ ମୋ ନିରବତା କୁ ବୁଝି ପାରିଥିବ। ସେତେବେଳେ ବି କହି ଥିଲି ଆଉ ଆଜି ବି କହୁଛି ଯେ ୧୧ ବର୍ଷ ତଳେ ଯାହା ହେଇ ଯାଇଛି.....ସେଥିରେ ନା ତୁମର କିଛି ଭୁଲ ଥିଲା ନା ମୋର! କିନ୍ତୁ ସମୟ ସବୁ ଦେଖି ଜାଣି ବି ଅଜଣା ହବାର ଅଭିନୟ କରି ଚାଲିଥିଲା।


ଶେଷ କଥା ପଚାରିବି? "ତୁମେ ମୋ ଉପରେ ରାଗିନ ତ' ?"


Rate this content
Log in