ପହିଲି ପ୍ରେମର ଦିନ
ପହିଲି ପ୍ରେମର ଦିନ
କୃଷ୍ଣ ସେଦିନ ରୋମାଟିକ ଦିଶୁଥିଲା । କୁଂଚୁକୁଂଚିଆ କେଶକୁ ସିଧାକୁଣ୍ଡେଇ ପଛକୁ ଝାମ୍ପୁରାଏ ବେକପର୍ଯ୍ୟନ୍ତ ପଡିଥିଲା ।ନିଳରଙ୍ଗ ସାଟ ଓ କଳାପ୍ୟାଣ୍ଟ ପିନ୍ଧି ବାହାରକୁ ବାହାରିଲା । ବାଟରେ ହଳଦୀ ବସନ୍ତଯୋଡି ଦେଖି ମନେମନେ ପ୍ରେମିକା କଥାମନେ ଜାଗିଲା । ବୟସ ହେଲେ ସବୁ ପୁଅ କି ଝିଅ ପ୍ରେମକରି ବସନ୍ତି । କୃଷ୍ଟ ଏବେ ପାର୍କ ଆଡେ ଯିବାକୁ ଧାଇଁଲା ।ବାଟରେ କୃଷ୍ଟଚୁଡା ଗଛ ଅଶୋକ ନାଗେଶ୍ୱର ଓ କିଛି ଦୁରେ ପଳାସ ତା'ର ନାଲିଚାଦର ଘୋଡେଇ ଜଣେ ଯୁବତୀ ଭଳି ଠିଆହୋଇଥିଲା । ବସନ୍ତରାଜର ମନ୍ଦମନ୍ଦ ପବନ ସାଙ୍ଗରେ କୋକିଳର କୁଞ୍ଜନ ପରିବେଶ ମଧୁମୟ ଲାଗୁଥିଲା । ବିଶେଷ ଆନନ୍ଦ ଦେଉଥିଲା ମଧୁମାଳତି ଲଟାରୁ ସୁଗନ୍ଧିତ ସୁବାସ ।
କୃଷ୍ଣ ବିଏ ପାସକରି ଏବେ ଗୋଟିଏ ପ୍ରାଇଭେଟି ଫାର୍ମରେ ଏକାଉଟେଣ୍ଟ ଅଛି । ରବିବାର ଛୁଟି ଦିନ । ମାର୍ଚ୍ଚ ମାସ ଗରମରୁ ମୁକ୍ତି ପାଇଁ ପାର୍କ ଯିବାକୁ ଭଲଲାଗେ ।କୃଷ୍ଣ ପାର୍କକଡରେ ପଡିଥିବା କାଠମୁଣ୍ଡିଆ ଆକୃତିର ବୈଠକି ଉପରେ ବସି ମୁଣ୍ଡଉପରେ ଝୁଲୁଥିବା ମୁଚୁକୁନ୍ଦ ଫୁଲର ପେନ୍ଥା ଛିଣ୍ଡେଇ ଧରି ଗୋଟିଗୋଟି ଅନ୍ୟମନସ୍କ ରହି ସାମନାକୁ ଫିଙ୍ଗୁ ଥିଲା । ଅଲକ୍ଷ୍ୟରେ ଜଣେ ଯୁବତୀ ଉପରେ ଫୁଲଟି ପଡିଲା । ଯୁବତୀ କୃଷ୍ଣଆଡକୁ ନଜର ପକେଇ ସାମାନ୍ୟ କ୍ରୋଧରେ କହିଲେ -"ହୋ ହିରୋ ଟିକେ ଦେଖିକରି ପକାଅ "। କୃଷ୍ଣ ନିଜକୁ ଲଜ୍ୟା ବୋଧକରି କହିଲା-" ସରି ମାଡ଼ମ" । କହୁକହୁ ଗୋଡ଼ ଖସିପଡିଗଲା ।ଯୁବତୀ ଜଣକ ହସିଦେଇ ଚାଲିଗଲେ ।କୃଷ୍ଣ ଅନୁଭବ କଲା ପ୍ରେମର ପହିଲି ଛିଟା । କି ମଧୁର ସେ ଅନୁରାଗ ।ଯୁବତୀ କିଛିଦୂର ଯାଇ ପଛକୁ ଫେରିଚାହିଁଲେ ।ସେ ଚାହାଁଣିରେ ଥିଲା ଆନ୍ତରିକତା । କୌଣସି ଯୁବତୀର ପହିଲି ପ୍ରେମ ,ଆଖି ,ନାକ ,ଓ ଭୃଲତାରୁ ଆରମ୍ଭ ହୋଇ ମୁଖରେ ଅଟିକିଯାଏ । ଲାଲରଙ୍ଗର ଶାଢୀପିନ୍ଧି କେଶ ଜଙ୍ଘନ ଛୁଇଁଥିଲା । ଚମ୍ପା ଦେହରେ ଆଧୁନିକ ପ୍ରସାଧନର ସୁଗନ୍ଧ ।ମୁଖମଣ୍ଡଳ ଉଦୟ ସୂର୍ଯ୍ୟଙ୍କ ପରି । ଲାଲରଙ୍ଗ ସହିତ ମ୍ୟାଚକରୁଥିବା ସ୍କ।ୟ ରଙ୍ଗର ବ୍ଲ।ଉଜ ଭିତରେ ଉର୍ଣ୍ଣତ ବକ୍ଷୋଜକୁ ଘୋଡାର ଲଗାମ ପରି ଭିଡି ଧରିଥିବା ବ୍ରାବେସ ଫୁଟିଦିଶୁଥିଲା ।ଯୌବନର ମାପକାଠି ଗଭୀର ନାଭି ତଳକୁ ଫୁଙ୍ଗୁଳା ଅଂଶ ବେସ ଆକର୍ଷଣ ଦିଶୁଥିଲା ।ଆସ୍ତେଆସ୍ତେ ପ୍ରେମ ହେଲା । କୃଷ୍ଣ ଟିକେ ଡ଼ରୁଆ ଥିଲା । ଯୁବତୀଟି ଫେରି କୃଷ୍ଣ ପାଖକୁ ଆସି ଧୀରଗଳାରେ କହିଲେ ।କଣ ଗୋଡ଼ ମୋଡି ହୋଇଗଲାକି ? ନା ସେମିତି ନୁହେଁ ଗଣ୍ଠିରେ ଆଘାତ ଲାଗିଛି । ଯୁବତୀ ନିଜ ଭେନିଟ ବ୍ୟାଗରୁ ଅମୃତାଞ୍ଜନ ଦେଇ କହିଲେ ନିଅନ୍ତୁ ଭଲଲାଗିବ । ଧନ୍ୟବାଦ କହି କୃଷ୍ଣ ଏବେ ଆଘାତ ସ୍ଥାନରେ ଲଗେଇଲା । ଯୁବତୀ ପଚାରିଲେ ଆପଣଙ୍କ ନାମ କଣ ?।"କୃଷ୍ଣ ,"ଯୁବତୀ ଜୋରେ ହସିଦେଲେ । ବୋକାଟିପରି କୃଷ୍ଣ ଚାହିଁଛି ଜାଣିଛି ଏଇ ନାଁ ଟା ଅଭଦ୍ର ନାମ । ପୁଣି କହିଲା ମୋ ମା ମତେ କୃଷ ବୋଲି ଡାକନ୍ତି,ଆଉବାପା କୃଷ୍ଣିଆ କୁହନ୍ତି । ଯୁବତୀ କହିଲେ ଆପଣ ବହୁତ ଭଲ । ମାନେ ?କୃଷ୍ଣ କହିଲା ।
ମାନେ ଆପଣ ମୋ ନାମ ପଚାରିଲେ ନାହିଁ ତ? ହଁ କଣ ନାମ? କୃଷ୍ଣ ପ୍ରଶ୍ନକଲେ ।କୃଷ୍ଣ କାହାକୁ ଭଲପାଉଥିଲେ ? ଆରେ ନା ନା ମୁଁ କାହାକୁ ଏପର୍ଯ୍ୟନ୍ତ ଭଲପାଇନି ,କୃଷ୍ଣ ଲାଜେଇ କହିଲା ।କ'ଣ ଭଲ ପାଇବା ଭୂଲ,ନା ପାପ ? ଯୁବତୀ ଟିକେ ନିକଟକୁ ଆସି କୃଷ୍ଣ କାନ ପାଖରେ କହିଲେ, ମୋ ନାମ ଧାରାକୁ ଓଲଟାଇ ଡାକିବେ । ଓ ରାଧା ସତେକି? ହଁ ସତ ।କାଲି ଏଇଠି ଏତିକିବେଳେ ଦେଖାହେବ କହି ରାଧା ଚାଲିଗଲେ । କୃଷ୍ଣର ମନମନ୍ଦିରରେ ଅପୂର୍ବ ଆନନ୍ଦ ଦେହରେ ଶିହରଣ ଖେଳିଗଲା । ଧୀରେଧୀରେ ପ୍ରେମ ହେଲା । ପ୍ରେମିକା ଧରା ଦେଲା ।