Papu parida

Comedy

4.1  

Papu parida

Comedy

ପଚାଶରେ ପେଟପୁରା

ପଚାଶରେ ପେଟପୁରା

2 mins
188


ମୋ ସାଙ୍ଗ ମିଥୁନ, ଚକ୍ରବର୍ତ୍ତୀ ନୁହେଁ ସାହୁ। ଆର୍ଥିକ କାରଣରୁ ପାଠ ତ ସେତେ ପଢିନାହିଁ କିନ୍ତୁ ଭାରି ପରିଶ୍ରମୀ।ଆଉ ପରିଶ୍ରମ ଯେପରି ଖାଏ ବି ସେହିପରି। ଥରକେ ତିନି ଜଣଙ୍କ ଭୋଜନ ତ ଖାଇଦେବ। 


   ଚାରିବର୍ଷ ତଳର କଥା ଆମେ ସବୁ ଯାଇଥାଉ ଭୁବନେଶ୍ୱର ବୁଲିବାକୁ। ବୁଲାବୁଲି ସାରି ଏକ ହୋଟେଲକୁ ଗଲୁ ଖାଇବା ପାଇଁ। ଆମେ ତ ଶୁଣିଥିଲୁ ବ୍ରହ୍ମପୁର ଛଡା ଆଉ ସବୁଠି ଦ୍ୱିତୀୟ ଥର ଭାତ ଡାଲି ମାଗିଲେ ବି ପଇସା ପଡେ ତେଣୁ ପଚାଶ ଟଙ୍କିଆ ଭୋଜନରେ ଯାହା ଥିଲା ତାହା ଖାଇଲୁ। ସେତିକିରେ ତ ଆମ ପେଟ ପୁରି ନଥିଲା, ମିଥୁନର ପେଟ କିପରି ପୁରନ୍ତା। ତା ମୁହଁ ପୁରା ଶୁଖିଯାଇଥିଲା। ଖାଇସାରି ଯେତେବେଳେ ବିଲ ଦେବାକୁ ଗଲୁ।ସେ ମେନେଜର କହିଲେ


"ଖାଇବା ଭଲ ଲାଗିଲା ନାହିଁ କି ଭାଇ। କେବଳ ଥରେ ମାତ୍ର ଖାଇଲେ। ଆମେ ତ ପଚାଶ ଟଙ୍କାରେ ପେଟ ପୁରିଲା ପର୍ଯ୍ୟନ୍ତ ଖାଇବାକୁ ଦେଉଛୁ। ଆପଣଙ୍କର କଣ ଗୋଟିଏ ଥରରେ ପେଟ ପୁରିଗଲା ?"

ମିଥୁନ : ଯେତେ ଥର ଖାଇଲେ ବି ପଚାଶ ଟଙ୍କା

"ହଁ"

ମିଥୁନ : ଆପଣ ଆଗରୁ କହିଲେ ନାହିଁ।

"ବୋର୍ଡ଼ରେ ତ ଲେଖା ହେଇଛି"


ଆମେ ଆଉ ଏତେ କଥା ଧ୍ୟାନ ଦେଇ ନଥିଲୁ। ଉଠି ତ ସାରିଲୁଣି ଆଉ କଣ ଅବା କରିବୁ ? ତେଣୁ ଅଧଭରା ପେଟରେ କୋଣାର୍କ ବାହାରିଗଲୁ। କୋଣାର୍କରେ ପହଁଚିଲା ବେଳକୁ ସମସ୍ତଙ୍କୁ ଆଉ ଥରେ ଭୋକ ହୋଇଗାଲାଣି। ଏପଟେ ସେଠାରେ ଥିବା ହୋଟେଲ ମାନେ ରାସ୍ତାରେ ଠିଆ ହୋଇ ଡାକୁଥାନ୍ତି...


" ପଚାଶରେ ପେଟ ପୁରା, ପଚାଶରେ ପେଟ ପୁରା"


ମିଥୁନ : ରହରେ ପୁଅ ପଚାଶରେ ପେଟ ପୁରା ଦେବୁ ନାହିଁ। ସେଇଠି ତ ଠକିଦେଲା। ଏବେ ପୁଅ ତୁ ଯିବୁ କୁଆଡେ ? 


ସମସ୍ତେ ସାଙ୍ଗ ହୋଇ ଗୋଟିଏ ନିର୍ଦ୍ଦିଷ୍ଟ ହୋଟେଲକୁ ଗଲୁ।


ମିଥୁନ : ପେଟ ପୁରିଲା ଯାଏଁ ଦେବ ତ।


" ଭାତ,ଡାଲି, ଭଜା ପେଟ ପୁରିଲା ଯାଏଁ ଆଉ ବାକି ସବୁ ଜିନିଷ ଅଧିକ ନେଲେ ପଇସା ପଡିବ।"


ମିଥୁନ : ହଉ ଠିକ ଅଛି ଆଣ ? (ମନେ ମନେ)ରହରେ ପୁଅ ତମ ୫୦ରେ ପେଟ ପୁରା ଅଫର ଛଡାଉଛି। ଧନ୍ଦା ଚଲେଇଛ।


ତାପରେ ଆଉ କଣ। ତାଙ୍କର ଯେଉଁ ପିଲାଟା ବାଢୁଥିଲା। ସେ ଖାଲି ଯାଉଥିଲା ଆସୁଥିଲା। ଯାଉଥିଲା ଆସୁଥିଲା। ଆମେ ବି ତ ଭୋକିଲା ଥିଲୁ ଆମେ ବି ଦି ଥର ଯାଏଁ ଖାଇଲୁ। କିନ୍ତୁ ମିଥୁନ ଭିତରେ ତ କୁମ୍ଭକର୍ଣ୍ଣର ଆତ୍ମା ପଶି ଯାଇଥିଲା। ସେ କଣ ଆଉ ରହିଲା। ଶେଷରେ ବିରକ୍ତ ହୋଇ ଯେଉଁ ଗାମଲାରେ ପିଲାଟା ବାଢୁଥିଲା ସେଇଟାକୁ ରଖିଦେଇ ଚାଲିଗଲା। ସେତକ ସରିଲା ପରେ ଆମେ ଉଠିଲୁ। ତାଙ୍କ ମାଲିକ, ବାଢୁଥିବା ପିଲା ଆଉ ଯେଉଁ ଲୋକଟି ଆମକୁ ଡାକି ଆଣିଥିଲା ତାଙ୍କ ମୁହଁ ଗୁଡିକ ଦେଖିଲା ପରି ଥିଲା। ସେମାନେ ଅନ୍ୟ ସମସ୍ତଙ୍କୁ ଫେରିଲା ବେଳେ ପୁଣି ଆସିବାକୁ ଅନୁରୋଧ କରିଥିଲେ କିନ୍ତୁ ଆମକୁ କିଛି କହିଲେ ନାହିଁ। କିନ୍ତୁ ମାନବିକତା ଦୃଷ୍ଟିରୁ ଆମର ମୋଟ ଦୁଇ ଶହ ପଚାଶ ଟଙ୍କା ହୋଇଥିବା ବେଳେ ଆମେ ୪୦୦ ଟଙ୍କା ଦେଇଦେଲୁ। ସେମାନେ ରଖୁ ନଥିଲେ କିନ୍ତୁ ଆମେ ବାଧ୍ୟ କରିବାରୁ ସେମାନେ ରଖିଲେ। କଣ ଆଉ କରିଥାନ୍ତୁ ଭୋକରେ ଥିଲୁ ଆଉ ତା ପରେ ପ୍ରଥମ ହୋଟେଲ ଵାଲା ଆମକୁ ଥଟ୍ଟା କଲା ପରି ଲାଗିଥିଲା ତେଣୁ ଆମେ ଟିକେ ରାଗିକି ଥିଲୁ ଆଉ ପୁରା ଖେଳ ଜମେଇ ଦେଲୁ।



Rate this content
Log in

Similar oriya story from Comedy