ମୋବାଇଲ ଦୁନିଆ
ମୋବାଇଲ ଦୁନିଆ
ଚରିତ୍ର :
ବାପା : ଶ୍ୟାମସୁନ୍ଦର ମଙ୍ଗରାଜ (କୃଷି ଓ ଜଳସେଚନ ବିଭାଗର କିରାଣୀ)
ମା : ସୁନନ୍ଦା ମଙ୍ଗରାଜ (ଗୃହିଣୀ)
ଝିଅ : ସ୍ମୃତି ମଙ୍ଗରାଜ (ଛାତ୍ରୀ)
ମୋବାଇଲ ଓ ମୋବାଇଲର ସେନା ଯଥା ୱାଟସ ଅପ , ଫେସବୁକ , ଗୁଗଲ ,ସ୍ନାକ ଭିଡ଼ିଓ ଇତ୍ୟାଦି।
==================================
ନାଟକ : ପ୍ରଥମ ଭାଗ (ମୋବାଇଲ ଓ ତା ସୈନ୍ୟଙ୍କ ଆବିର୍ଭାବ)
==================================
ପାରିପାର୍ଶ୍ବିକ ପରିବେଶ : ଆକାଶରେ କଳା ବାଦଲ ,ଘନ କୁହୁଡି ଅନ୍ଧକାର ପ୍ରବଣ ସ୍ଥାନ
==================================
ମୋବାଇଲ :
(ଅଟ୍ଟାହାସ୍ୟ) ହା ହା ହା ..... । ମୁଁ ମୋବାଇଲ ସମସ୍ତେ ଆସିଗଲ । ମୁଁ ମୋବାଇଲ ଆପଣମାନଙ୍କୁ ସ୍ୱାଗତକରୁଛି ମୋ ଦୁନିଆକୁ।ଦେଖ ମୋ ସେନାକୁ (ନିଜ ସେନା ଆଡକୁ ଇଙ୍ଗିତ କରି)।ହା ହା ହା....... (ସାମୁହିକ ଅଟ୍ଟାହାସ୍ୟ)
ୱାଟସ ଅପ:
(ଅଟ୍ଟାହାସ୍ୟ)ହା ହା ହା ......।ମୁଁ ହେଉଛି ୱାଟସ ଅପ । ପୁରା ଦୁନିଆ ଏବେ ମୋ କବଳରେ । ପିଲା ,ବୁଢା,ଯୁବକ ସବୁ ମୋ ପାଇଁ ପାଗଳ। ସକାଳର ଗୂଡ଼ ମର୍ଣ୍ଣିଙ୍ଗରେ ମୁଁ ରାତ୍ରର ଗୂଡ଼ ନାଇଟରେ ମୁଁ।ପାର୍ବଣର ଶୁଭେଚ୍ଛାରେ ମୁଁ ଜନ୍ମଦିନର ଅଭିନନ୍ଦନରେ ମୁଁ।ଚାରିଆଡେ କେବେଳ ମୁଁ।ମୋ ବିନା ମଣିଷ ଗୋଟିଏ ଦିନ ମଧ୍ୟ ରହିପାରିବ ନାହିଁ।
ଫେସବୁକ:
(ଅଟ୍ଟାହାସ୍ୟ)ହା ହା ହା ......।ମୋ ନାମ ଫେସବୁକ।ନା ନେତା, ନା ଅଭିନେତା, ନା ଖେଳାଳି, ନା ସାଧାରଣ ଜନତା ସମସ୍ତେ ଏବେ ମୋ କବଳରେ।ମୋତେ ନଦେଖି
ମଣିଷର ଦିନ ବିତିବା ମୁସ୍କିଲ।ମୁଁ ଏମିତି ଏକ ବୁକ ଯାହାକୁ ପଢ଼ିଲେ ମଣିଷକୁ ବିରକ୍ତ ଲାଗେନାହିଁ ଓ ସବୁବେଳେ ମୋତେ ସମସ୍ତେ ନିଜ ମୁହଁକୁ ଦେଖେଇ ରହନ୍ତି । ସେଥିପାଇଁ ବଧେ ମୋ ନାମ ଫେସବୁକ।(ଅଟ୍ଟାହାସ୍ୟ)ହା ହା ହା ......।
ଗୁଗଲ:
(ଅଟ୍ଟାହାସ୍ୟ)ହା ହା ହା ......।ମୋତେ ସମସ୍ତେ ଗୁଗଲ ନାମରେ ଜାଣନ୍ତି।ମୁଁ ସର୍ବଶକ୍ତିମାନ ,ସର୍ଵଜ୍ଞ,ସୁଦୁରପ୍ରସାରି।ମୁଁ ସବୁ କିଛି ଜାଣେ ,ମୁଁ ଏହା ମଧ୍ୟ ଜାଣେ ଯାହା ତୁମ ଭଗବାନ ମଧ୍ୟ ଜାଣିନଥିବେ।(ଅଟ୍ଟାହାସ୍ୟ)ହା ହା ହା ......।
ସ୍ନାକ ଭିଡ଼ିଓ :
(ଅଟ୍ଟାହାସ୍ୟ)ହା ହା ହା ......। ମୁଁ ପ୍ରବଳପ୍ରତାପୀ ଟିକଟକର ସାନ ଭାଇ ସ୍ନାକ ଭିଡ଼ିଓ।ମୋ ଭାଇ ଅବଶ୍ୟ ଭାରତ ଛାଡି ଚାଲିଯାଇଛନ୍ତି କିନ୍ତୁ ମୁଁ ତାର ଅଧୁରା ଥିବା ସବୁ କାମକୁ ପୁରା କରିବି।ମୁଁ ହେଉଛି ସିଏ ଯାହା ଆଗରେ ଯୁବକ ଯୁବତୀ ମାନଙ୍କ ପାଗଲାମୀ ସୀମା ପାର କରିଯାଇଥାଏ।ସମସ୍ତେ ନିଜ ହିତାହିତ ଜ୍ଞାନ ଭୁଲି ସବୁ ପରିସ୍ଥିତିରେ ମୋତେ ଅପଣାଇଥାନ୍ତି।(ଅଟ୍ଟାହାସ୍ୟ)ହା ହା ହା ......।
ମୋବାଇଲ :
(ଅଟ୍ଟାହାସ୍ୟ)ହା ହା ହା ......। ଶୁଣିଲ ତ ସମସ୍ତେ ,ଦେଖିଲ ତ ମୋ ସୈନ୍ୟଙ୍କ ବିରତ୍ୱ ,ସାହସ ର ଗାଥା। ସେ ଦିନ ଦୂର ନୁହେଁ ଯେଉଁଦିନ ଆପଣଙ୍କ ଦୁନିଆ ମୋ କବଳରେ ଥିବ। ମୁଁ ଇସାରାରେ ତୁମେ ଉଠବସ ହେବ।ମୋ ଦ୍ୱାରା ତୁମେ ସମସ୍ତେ ନିୟନ୍ତ୍ରିତ ହେବ।(ଅଟ୍ଟାହାସ୍ୟ)ହା ହା ହା ......।
ଚାଲ ସୈନ୍ୟମାନେ ଆମେ ଆମ ନୂଆ ଶିକାର ଖୋଜିବାକୁ ଯିବା।(ଅଟ୍ଟାହାସ୍ୟ)ହା ହା ହା ......।
ମୋବାଇଲର ପ୍ରସ୍ଥାନ।