Papu parida

Drama Inspirational Others

4.5  

Papu parida

Drama Inspirational Others

ମୋବାଇଲ ଦୁନିଆ ୨

ମୋବାଇଲ ଦୁନିଆ ୨

1 min
320



ଏକ ସାଧାରଣ ଉଚ୍ଚ ମଧ୍ୟବିତ୍ତ ଘର । ଶ୍ୟାମସୁନ୍ଦର ମଙ୍ଗରାଜ ଅଫିସରୁ ଆଜି ଜଲଦି ଫେରି ଆସିଛନ୍ତି।କାହିଁକି ନା ଆଜି ତାଙ୍କ ଝିଅର ମାଟ୍ରିକ ଫଳ ପ୍ରକାଶ ପାଇବାର ଥିଲା। ଝିଅ ସ୍ମୃତି ଘରେ ବସିଥିବା ସମୟରେ

ଶ୍ୟାମସୁନ୍ଦର :

ହେ କ୍ୟୁଟି ପାଏ। ହିଆର ଇଜ ୟୌର ଗିଫ୍ଟ ବେଟା।

ସ୍ମୃତି :

ବାପା ଗିଫ୍ଟ! କଣ ପାଇଁ ବାପା।କଣ ଅଛି ତା ଭିତରେ।

ଶ୍ୟାମସୁନ୍ଦର:

ମୁଁ ତୋତେ ଯାହା ଦେବି ବୋଲି ପ୍ରମିଜ କରିଥିଲି ବେଟା।

ଗିଫ୍ଟଟିକୁ ଖୋଲିବା ପରେ

ସ୍ମୃତି:

ଏ ନୂଆ ମୋବାଇଲ।ମୋ ବାପା ମୋ ପାଇଁ ସୁପର ମ୍ୟାନ।

ସୁନନ୍ଦା :

(ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ବାହାର ପାଟି ତୁଣ୍ଡ ଶୁଣି ବାହାରି ଆସିଛନ୍ତି)କ'ଣ ଚାଲିଛି।ନୂଆ ମୋବାଇଲ।ଏବେ ୟାର କ'ଣ ଦରକାର ଥିଲା।ତୁମେ ତୁମ ଝିଅକୁ ବଢାଣିଆ କରିପକାଉଛ। ଆରେ ଆଜି ତ ତାର ଫଳ ପ୍ରକାଶ ହେବାର ଥିଲା କ'ଣ ହେଲା ସେ କଥା।

ଶ୍ୟାମସୁନ୍ଦର : ଆରେ ସୁନନ୍ଦା ସେଇଥିପାଇଁ ତ ମୁଁ ଆଜି ଏତେ ଖୁସି।ଜାଣିଛ,ଆମ ଝିଏ ଏ ବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବମୋଟ ୫୪୦ ନମ୍ବର ରଖି ବ୍ଲକ ଟପ୍ପର ହୋଇଛି।ମୁଁ କ'ଣ ମାଗଣାରେ ଏତେ ଟଙ୍କା ଖର୍ଚ୍ଚ କରିଛି ନା କଣ । 

ସ୍ମୃତି:

 ୟେସ,ୟେସ,ୟେସ।ମୁଁ କରି ଦେଖେଇଛି।

ଶ୍ୟାମସୁନ୍ଦର : 

ହଁ ଯେତେ ହେଲେ ତୁ କା ଝିଅ କି। ଆରେ ମୁଁ ତ ଭୁଲି ଗଲି ଏ ନିଅ ମିଠା।ସୁନନ୍ଦା ଭାରି ଭୋକ ହେଲାଣି ଖାଇବାକୁ ବାଢ଼।

ସୁନନ୍ଦା:

ହେଉ ଚାଲ।

ଶ୍ୟାମସୁନ୍ଦର : ଆଉ ହଁ। ଆଜି ରାତିରେ ଟିକେ ଭଲ ଓ ଅଧିକ ରାନ୍ଧିବ।କାହିଁକି ଆଜି ମୋର କିଛି ସାଙ୍ଗ ଆସିବେ ।ଆଜି ରାତିରେ ଫୁଲ ଆନ ପାର୍ଟି ହେବ। କ୍ୟୁଟି ପାଇ ତୁ ମଧ୍ୟ ତୋ ସାଙ୍ଗ ମାନଙ୍କୁ ଡାକି ଦେ। ଆଜି ମୁଁ ଭାରି ଖୁସି

ସ୍ମୃତି:( ନିଜ ମୋବାଇଲ ଅନାଇ ) ଠିକ ଅଛି ବାପା।

ଉକ୍ତ ଦିନ ରାତିରେ ମଙ୍ଗରାଜ ପରିବାରରେ ଖୁସିର ଲହରୀ ଓ ଫୁଲ ପାର୍ଟି ହେଲା । କିନ୍ତୁ ଏ ପାର୍ଟିରେ ସ୍ମୃତି ବଧେ ନଥିଲା କାରଣ ସେ ହଜିଯାଇଥିଲା ତା ନୂଆ ସାଙ୍ଗ ମୋବାଇଲ ଭିତରେ।



Rate this content
Log in

Similar oriya story from Drama