STORYMIRROR

Papu parida

Classics Inspirational Others

3  

Papu parida

Classics Inspirational Others

ପାଟ ଭକତ

ପାଟ ଭକତ

2 mins
189


   ସବୁ ଦିନ ପରି ଆଜି ମଧ୍ୟ ମୁଁ ଏକା ଏକା କଲେଜରୁ ଫେରୁଥାଏ। ସମୟ ସାଢ଼େ ତିନିଟା ପାଖାପାଖି। ବାଟରେ ଏକ ଦେବୀଙ୍କ ଛୋଟିଆ ମନ୍ଦିର ଟିଏ ପଡେ। ଯାତାୟାତ କରୁଥିବା ସମସ୍ତ ଗାଡିବାଲା ସେଇ ବାଟରେ ଗଲାବେଳେ ମା'ଙ୍କୁ ନିହାତି ସ୍ମରଣ କରନ୍ତି। ମୁଁ ମଧ୍ୟ ମା'ଙ୍କୁ ସ୍ମରଣ କରି ଆଗକୁ ବଢିଲି। କିନ୍ତୁ ହଠାତ ଦେଖିଲି ଜଣେ ପଚିଶି ଛବିଶି ବର୍ଷର ଯୁବକ ଅତି ଶ୍ରଦ୍ଧା ସମର୍ପଣ ର ସହ ମା'ଙ୍କୁ ଦୁଇ ହାତ ଯୋଡି ପ୍ରଣାମ ଜଣାଇଲା ଏବଂ ତିନି ଚାରି ଥର ମା'ଙ୍କ ନାମ ଡାକି ହାତକୁ ମୁଣ୍ଡରେ ଲଗାଇଲା। ଏତେ ଶ୍ରଦ୍ଧା ? ମା' ମଧ୍ୟ ତାଙ୍କ ଡାକ ଚଟ କିନା ଶୁଣିନେଲେ।

  

    କଣ ଭାବୁଛନ୍ତି ଜଣେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେଉଥିବା ଭାବାଳାପ ରେ ମୁଁ କାହିଁକି ପୋଖତ ସମାଲୋଚକ ପରି ପଶି ଆସିଲି ? ମୁଁ କିପରି ଜାଣିଲି ମା'ଙ୍କୁ ଉକ୍ତ ବ୍ୟକ୍ତି ଜଣଙ୍କ କଣ ମାଗିଲେ ଏବଂ କିପରି ବ୍ୟକ୍ତି ଜଣଙ୍କର ମନବାଞ୍ଛା ପୂରଣ ହେଲା ? ଏତିକି ତ ?


      ଆଜ୍ଞା ପାଟ ଭକତ ଜଣଙ୍କ ନିଜେ ତ ଭକ୍ତିରେ ଲୀନ ହୋଇଯାଇଥାନ୍ତେ , ତାହା ସାଙ୍ଗରେ ତାଙ୍କରି ଆଭା ଏତେ ସଶକ୍ତ ଯେ ସେ ଆଉ ଦି ତିନି ଜଣଙ୍କୁ ତ ନିହାତି ଲୀନ କରାଇ ଦେଇଥାନ୍ତେ। କିଛି ବୁଝି ହେଉନି, ନା ?

 

     କଥା ହେଉଛି, ଯେଉଁ ପାଟ ଭକତ ଭକ୍ତିରେ ଦୁଇ ହାତ ଯୋଡି ମା'ଙ୍କୁ ଡାକୁଥିଲେ ସେ ମନ୍ଦିର ପ୍ରାଙ୍ଗଣରେ ନଥିଲେ , ସେ ବି ବାଇକ ଚଲାଇ ଆସୁଥିଲେ। ଘଣ୍ଟାପ୍ରତି ୬୦ ରୁ ୭୦ କିମି ବେଗରେ ଥିବା ବାଇକରେ ଦୁଇ ହାତ ଛାଡି ମାଆଙ୍କୁ ଜୁହାର କରୁଥିଲେ। ମୁଣ୍ଡରେ ହେଲମେଟ ମଧ୍ୟ ନାହିଁ। ଭକ୍ତବର ଭକ୍ତିରେ ମାଆଙ୍କୁ ବଧେ ସୁଖ ନୁହେଁ ମୋକ୍ଷ ମାଗିନେଲେ। ତେଣୁ ପରା ମାଆ ଭକ୍ତ ର ଡାକ ସେହି କ୍ଷଣି ଶୁଣି ନେଇଥିଲେ । ହଠାତ ତାଙ୍କ ଗାଡି ଚକ ତଳେ ଏକ ଛୋଟ ପଥର ଆସିଗଲା। ବାଇକର ନିୟନ୍ତ୍ରଣ କିଛି କ୍ଷଣ ପାଇଁ ସମ୍ପୂର୍ଣ୍ଣ ହରାଇ ବସିଲେ। କିଛି ମୁହୂର୍ତ୍ତର ପ୍ରୟାସ ପରେ ଗାଡିଟିକୁ ସେ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରି ପାରିଲେ। ଏହି କିଛି କ୍ଷଣ ମଧ୍ୟରେ ନିଶ୍ଚୟ ମୋକ୍ଷର ଦ୍ୱାରଦେଶରୁ ଭ୍ରମଣ କରି ଫେରିଥିବେ। ସେ ତ ଅଳ୍ପକେ ବର୍ତ୍ତିଗଲେ କିନ୍ତୁ ପାର୍ଶ୍ଵରେ ଯାଉ ଥିବା ଆଉ ଦି ଜଣ ବାଇକ ବାଲାଙ୍କୁ ମଧ୍ୟ ସମାନ ପରିସ୍ଥିତି କୁ ଠେଲି ଦେଇଥିଲେ।


     କୁହନ୍ତୁ ତ, ମା' କଣ ସମସ୍ତଙ୍କ ଡାକ ଏତେ ଶୀଘ୍ର ଶୁଣନ୍ତି। ଏହି କାରଣରୁ ହିଁ ମୁଁ ତାଙ୍କୁ ପାଟ ଭକତ ର ଆଖ୍ୟା ଦେଇଥିଲି।


     ଶେଷରେ କେବଳ ଗୋଟିଏ ପ୍ରଶ୍ନ " କାହିଁକି ? "




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics