Bauribandhu Lenka

Comedy

4  

Bauribandhu Lenka

Comedy

ଓକିଲ ସାହେବଙ୍କ ହସ

ଓକିଲ ସାହେବଙ୍କ ହସ

4 mins
297


ଓକିଲ ସାହେବଙ୍କ ହସ ବାବା ନଗରୀ ଝାଡଖଣ୍ଡ ରାଜ୍ୟର ଦେଓଘରକୁ କିଏ ବା ନ ଜାଣେ ? ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ବାବା ବୈଦ୍ୟନାଥଙ୍କର ଏହା ପବିତ୍ର ଧାମ । ସମଗ୍ର ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ବାବାଙ୍କ ଉପରେ ଜଳାଭିଷେକ କରିବା ପାଇଁ ଶ୍ରାବଣ ମାସରେ ଏହି ଧାମକୁ ଗଙ୍ଗା ନଦୀରୁ ଜଳଭାର ଧରି ଖାଲି ପାଦରେ ଚାଲି ଚାଲି ଆସିଥାନ୍ତି । ସୌଭାଗ୍ୟ ବଶତଃ ମୋର ଅବସର ଗ୍ରହଣ କରିବା ପୂର୍ବରୁ ସେହି ସ୍ଥାନକୁ ବଦଳି ହୋଇଥିଲା । ମୁଁ ୟୁକୋବ୍ୟାଙ୍କରେ ଚିଫ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲି । ବଦଳି ଆଦେଶ ପାଇବା ପରେ ମୁଁ ଦେଓଘର ଶାଖାରେ ଯୋଗଦାନ କରିଥିଲି । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୪୪ ମସିହାରେ ଏହି ଶାଖା ବାବା ନଗରୀରେ କାର୍ଯ୍ୟ ଆରମ୍ଭ କରିଥିଲା । ବାବାଙ୍କ ନଗରୀରେ ଲୋକଙ୍କୁ ବ୍ୟାକିଙ୍ଗ୍ ସେବା ପ୍ରଦାନ କରିବାରେ ଏହି ଶାଖା ବାବାଙ୍କ ମନ୍ଦିର ପାଖାପାଖି ସହରର କେନ୍ଦ୍ରସ୍ଥଳୀରେ ରହିଥିଲା ଏହାର ଜମା ରାଶି ଓ ଋଣ ପରିମାଣକୁ ଆଧାର କରି ଏହି ଶାଖାକୁ very large brach ର ଶ୍ରେଣୀ ଭୁକ୍ତ କରାଯାଇଥିଲା । ସହରର ପ୍ରଥମ ବ୍ୟାଙ୍କ୍ ହୋଇଥିବାରୁ ଏହାର ଅନେକ ଗ୍ରାହକ ବହୁତ ପୁରୁଣା ଥିଲେ । ଏହି ଶାଖା ବଡ ଲୋନ୍ ସହିତ ବହୁତ ଛୋଟ ଛୋଟ ଲୋନ୍ ଦେଇଥିବାରୁ ଏହାର ଲୋନ୍ ଆକାଉଣ୍ଟ ସଂଖ୍ୟା ବହୁତ ଅଧିକ ଥିଲା । ଶାଖାର ବହୁତ ଲୋନ୍ ଏବଂ କ୍ୟାସ୍ କ୍ରେଡିଟ୍ ଆକାଉଣ୍ଟ୍ NPA( Non Performing Asset) ଶ୍ରେଣୀଭୁକ୍ତ ଥିଲା । NPA percentage ଅଧିକ ରହିଥିବାରୁ ସେହି ଋଣ ଗୁଡିକୁ ଆଦାୟ କରିବା ଲାଗି ଉପର ଅଫିସ୍ ରୁ ଅତ୍ୟଧିକ ଚାପ ପ୍ରଦାନ କରାଯାଉଥିଲା । କ୍ୟାସ୍ କ୍ରେଡିଟ୍ ଆକାଉଣ୍ଟ ଗୁଡିକୁ ସୁରକ୍ଷିତ ରଖିବା ପାଇଁକି ଘରବାଡି କିମ୍ବା ଜମିବାଡି ବନ୍ଧକ ସୂତ୍ରରେ ରଖା ଯାଇଥିଲା । ଋଣ ଗ୍ରହୀତା ଯଦି ଋଣ ପରିଶୋଧ ନକରନ୍ତି ତେବେ ବନ୍ଧକ ରଖାଯାଇଥିବା ସମ୍ପତ୍ତିକୁ ନିଲାମ କରି ବିକ୍ରୟ କରିବାକୁ ବ୍ୟାଙ୍କ ମାନଙ୍କୁ କ୍ଷମତା ପ୍ରଦାନ କରାଯାଇଥିବାରୁ ଏହି ଶ୍ରେଣୀର ଋଣକୁ ଆଦାୟ କରିବା ସହଜ ଥିଲା । ଆଇନ୍ ସମ୍ବନ୍ଧୀୟ ସମସ୍ୟାରେ ସହାୟତା ଦେବା ପାଇଁ ବ୍ୟାଙ୍କର ଜଣେ ସ୍ୱୀକୃତି ପ୍ରାପ୍ତ ଓକିଲ ମଧ୍ୟ ରହିଥିଲେ । ସେହି ଓକିଲ ସାହେବଙ୍କର ଋଣ ଆଦାୟ କ୍ଷେତ୍ରରେ ଦେଓଘର ଶାଖା ପାଇଁ ଅବଦାନ ନିଶ୍ଚିତ ଭାବେ ପ୍ରଶଂସନୀୟ ଥିଲା । ଏହା ବ୍ୟତୀତ ଅନ୍ୟ କିଛି ଅସୁବିଧା ହେଲେ ସେ ପହଞ୍ଚିକରି ସେ ସମସ୍ୟାର ସମାଧାନ ମଧ୍ୟ କରି ଦେଉଥିଲେ । ଦେଖିବାକୁ ଏକ ପୃଥୁଳକାୟ ଚେହେରା । ଓକିଲଙ୍କ ଡ୍ରେସ୍ ପିନ୍ଧିଥିବା ସମୟରେ ତାଙ୍କୁ ଦେଖିଲେ କେହିବି ମହକିଲ ଭୟରେ ତାଙ୍କ ସହିତ କଥା ହେବାକୁ ଡରିଯିବ ।

ଦିନକର ଘଟଣା । ସମୟ ପ୍ରାୟ ଅପରାହ୍ନ ୩ ଟା ହେବ । ବହୁତ ଗରମ ପଡିଥାଏ । ଏହି ସମୟରେ ଜଣେ NPA କ୍ୟାସ କ୍ରେଡିଟ୍ ଆକାଉଣ୍ଟର ଋଣ ଗ୍ରହୀତା ଆସି ମୋ ସାମ୍ନା ଚେୟାର୍ ରେ ବସିପଡିଲେ । ମାରୱାଡି ସଂପ୍ରଦାୟର ଲୋକ । ବହୁତ ମାପିଚୁପି କଥା ବାର୍ତ୍ତା କରନ୍ତି । ତାଙ୍କର ବନ୍ଧକ ଥିବା ଘରକୁ ବ୍ୟାଙ୍କ୍ ନିଲାମ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ନୋଟିସ୍ ଦେଲା ପରେ ସେ ବ୍ୟାଙ୍କ୍ କୁ କମ୍ପ୍ରୋମାଇଜ୍ କରିବା ପାଇଁ ଆବେଦନ କରିଥିଲେ । ବ୍ୟାଙ୍କ୍ ମଧ୍ୟ ତାଙ୍କ ଆବେଦନ କୁ ମଞ୍ଜୁର କରିଥିଲେ କିନ୍ତୁ ଚୁକ୍ତି ମୁତାବକ କମ୍ପ୍ରୋମାଇଜ୍ ରାଶି ନଦେବା କାରଣରୁ ମଞ୍ଜୁର ହୋଇଥିବା କମ୍ପ୍ରୋମାଇଜ୍ ପ୍ରପୋଜାଲଟି ଅକାମୀ ହୋଇଯାଇଥିଲା । ଅକାମୀ ହୋଇଥିବା କମ୍ପ୍ରୋମାଇଜ ପ୍ରପୋଜାଲକୁ ଆଉଥରେ ପୁନର୍ବିଚାର କରିବା ଲାଗି ତାଙ୍କ ଆବେଦନ ପତ୍ର ଉପର ଅଫିସକୁ ସୁପାରିସ୍ କରାଯାଇଥିଲା । ସେହି ଋଣର ଅଧାରୁ ଅଧିକ ଟଙ୍କା ସେ ପରିଶୋଧ କରି ସାରିଥିଲେ । କିନ୍ତୁ ବ୍ୟାଙ୍କରୁ ନୋଟିସ୍ ପାଇଲା ପରେ ସେ ବ୍ୟାଙ୍କ ନାମରେ ଏକ କେଶ୍ ଅଦାଲତରେ ଦାୟର କରିଥିଲେ ।

ଭଦ୍ରବ୍ୟକ୍ତି ଜଣକ ତା'ର ଆବେଦନର status ସମ୍ବନ୍ଧରେ ଜାଣିବାକୁ ଆସିଛି ବୋଲି କହିଥିଲେ । ଯୋଗକୁ ଠିକ୍ ସେହି ସମୟରେ ଓକିଲ ସାହେବ କୌଣସି ଏକ କାର୍ଯ୍ୟ ସମ୍ବନ୍ଧରେ ଆସି ମୋ ସାମ୍ନାରେ ପଡିଥିବା ଅନ୍ୟ ଏକ ଚେୟାର୍ ରେ ବସିଲେ । ସେ ଭଦ୍ରବ୍ୟକ୍ତିଙ୍କୁ ଓକିଲ ସାହେବ ଭଲ ଭାବରେ ଜାଣନ୍ତି । ତାଙ୍କର କମ୍ପ୍ରୋମାଇଜ ସମନ୍ଧରେ ସେ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଦେଲେ । ସେ ଦୁଇ ଜଣ କଥା ହେଲାବେଳେ ତାଙ୍କର ଦେହାତି ଭାଷାରେ କଥା ହେଉଥାନ୍ତି । ତେଣୁ ସେମାନଙ୍କର କଥାବାର୍ତ୍ତା ମୁଁ ବୁଝି ପାରୁ ନଥାଏ । କିନ୍ତୁ ମୋ ସହିତ କଥା ହେଲା ବେଳେ ସେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥାନ୍ତି । କିଛି ସମୟ କଥା ହେଲା ପରେ ଓକିଲ ସାହେବ ତାଙ୍କୁ କହିଲେ," ଆରେ ତୁମ୍ କେଶୁୱା କ୍ୟୋଁ ନେହିଁ ଉଠାତେ ହୋ ? ସେ ବି କହୁଥାନ୍ତି , " ହାଁ ଜୀ ଥୋଡେ ଦିନ ମେ ହୋ ଯାୟେଗା । କିନ୍ତୁ ଓକିଲ ସାହେବ ବାରମ୍ବାର "କେଶୁୱା କ୍ୟୋଁ ନେହିଁ ଉଠାତେ ହୋ " ବୋଲି କହୁଥାନ୍ତି । ସେ ଅଞ୍ଚଳରେ ଲୋକମାନେ ଦେହାତି ଭୋଜପୁରୀ ଭାଷାରେ କଥାବାର୍ତ୍ତା ହେଉଥିବା ସମୟରେ ଅନକ ଶବ୍ଦରେ "ୱା" ଯୋଗକରି କଥା ହୋଇଥାନ୍ତି । ଉଦାହରଣ ସ୍ୱରପ ବାବୁକୁ ବବୁୱା ବେଟାକୁ ବିଟୁୱା ବୋଲି କହିଥାନ୍ତି । ଓକିଲ ସାହେବ ଓ ସେହି ଭଦ୍ରବ୍ୟକ୍ତି କିଛି ସମୟ କଥା ହେବା ପରେ ସେ ଭଦ୍ରବ୍ୟକ୍ତି ଜଣକ ଚାଲିଯାଇଥିଲେ ।

ସେ ଚାଲିଗଲା ପରେ ଓକିଲ ସାହେବ ମୋ ସହିତ କଥା ଆରମ୍ଭ କରିବାକୁ ଯାଇ କହିଲେ, " ଦେଖିଏ ସାର୍ ମୈଁ ଉସ୍ ଆଦ୍ମୀକୋ ଇତ୍ନା କୁଛ୍ ବୋଲା ଲେକିନ୍ ଆପନେ ଏକ ଭି ଶବ୍ଦ ବୋଲେ ନେହିଁ । ସେ ତାଙ୍କ କଥା କହି ସାରିବା ପରେ ମୁଁ କହିଲି, " ଶୁନିଏ ଆପ୍ ତୋ ଉନ୍କୋ କେଶୱା ଉଠାନେକେ ଲିୟେ ବାର୍ ବାର୍ ବୋଲ ରହେ ଥେ । ମୈଁ ଦେଖ୍ ରହା ଥା କି ଉସ୍ ଆଦ୍ମୀକେ ଶର୍ ପର ଏକ ଭି ବାଲ୍ ନେହିଁ ହୈ । ପୂରା ଟକ୍ଲା ହୈ । ୱ କୈସେ ଅପନେ ଶର୍ ପେ କେଶ୍ ଉଠା ଶକ୍ତେ ହୈ ଯୋକି ଉନ୍କକା ବଶ୍ ମେ ନେହିଁ ହୋ । ମୈ ମନ୍ ମେ ଶୋଚ୍ ରହା ଥା କି ଓକିଲ୍ ସାହେବ ଲୋନ୍ କି ବାତ୍ ଛୋଡ୍ କର୍ ୟେ ସବ୍ କ୍ୟୋଁ ବୋଲ୍ ରହେ ହେଁ ? ଆପକା ୟେ ଉଲ୍ଟା ପୁଲ୍ଟା ବାତ୍ ଶୁନ୍ କର୍ ମୈଁ ମନ୍ ହି ମନ୍ ହଁସ୍ ରହା ଥା । ମୋ କଥା ଶୁଣିବା ପରେ ଓକିଲ ସାହେବ ହାଃ......ହାଃ.......ହାଃ.......ହାଃ କରି ଏତେ ଯୋରରେ ହସିଦେଲେ ଯେ ବ୍ରାଞ୍ଚରେ ଥିବା ସ୍ଟାଫମାନେ କୌତୁହଳ ବଶତଃ ମୋ ଚାମ୍ବର ଭିତରକୁ ପଶି ଆସିଥିଲେ । ସ୍ଟାଫମାନେ ଗଲାପରେ ଓକିଲ ସାହେବ କହିଲେ , " ମେରା ବୋଲ୍ ନେ ମେ ଥୋଡା ଗଲତ୍ ହୋ ଗୟା । ମେଁ ଅଂଗ୍ରେଜୀ ଶବ୍ଦ case ମେ 'ୱା' ପ୍ରୟୋଗ କରଲିୟା ଯୋକି ଆପ୍ ନେ ଅଲଗ୍ ସମଝ୍ ଲିୟା ଔର୍ କୁଛ୍ ବୋଲ୍ ନେହିଁ ଶକେ ।

           



Rate this content
Log in

Similar oriya story from Comedy