STORYMIRROR

Dr Jharana Satapathy

Romance Fantasy

4  

Dr Jharana Satapathy

Romance Fantasy

ନିରବତାର ଛାୟା

ନିରବତାର ଛାୟା

1 min
120


ସମୁଦ୍ରର ଢେଉ ଆସିଟାଣି ନେଉଥିଲା ଦୁଇଜଣ ଖିଆଲି ପ୍ରେମୀ ଯୁଗଳଙ୍କୁ ଯେତେବେଳେ ଦୁଇଜଣ ଉବୁଡୁଵୁ ଥିଲେ ପରସ୍ପର ଵାହୁର ଆଲିଙ୍ଗନରେ। ସାଗରର ଵାହୁରେ ଆଲିଙ୍ଗନରେ ଶାନ୍ତି ପାଇପାରୁଥିଲା ବର୍ଷା। ବିଶାଳ ନିଳପାରାବାର ଓଦା ବାଲିର ସ୍ପର୍ଶରେ ଲୁଣି ପବନର ଆଘାତରେ କିଛି ସମୟ ନୀରବ ରହିଯାଇଥିଲା ବର୍ଷା? ଭାବନା ଭଙ୍ଗ ହେଲା ନିଜକୁ ନିଜେ ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲା।


ଯାହା ହୋଇଛି ଠିକ୍ କରିଛି ତ?  


ଉତ୍ତର ପାଇଗଲା ସାଗରଠୁ ହଁ ନିଶ୍ଚିତ ଏଥିରେ ଭୁଲ ଅବା କଣ? 


ଭଲ ଲାଗେ “ ଦୁଇ ଆତ୍ମାରେ ମିଳନରେ" ମିଳେ ଏକ ଅଦ୍ଭୁତ ଶାନ୍ତି ।ମୋର ଏହି ବିସ୍ତୃତ ଜଳରାଶିକୁ ସମସ୍ତେ ଚାଲିଆସନ୍ତି ଟିକେ ଶାନ୍ତି ପାଇବାକୁ।ତା ଭିତରୁ ତୁମେ ଵି ଜଣେ। 


ସାଗର ମୁଖରୁ ଏହି ସସ୍ମିତ ଗାମ୍ଭୀର୍ଯ୍ୟରେ ଓ ସସ୍ନେହ ଦୃଷ୍ଟିରେ ଆଶ୍ୱସ୍ତି ଵଦଳରେ ନୀରବତାର ପର୍ଦ୍ଦା ତଳୁ ଉଙ୍କିମାରୁଥିଲା ବର୍ଷାର ମନଭିତରେ ଅନେକ ପ୍ରଶ୍ନ ଏବଂ ଭୟଭୟତା।ମନଭିତରେ ତାର ନୀରବତା ଖେଳି ଯାଉଥିଲା ।


ସାଗର ର ଖାଲି ଗୋଟିଏ ଉତ୍ତର ଥିଲା ଏଥିରେ ଭୁଲ୍ ଅବା କଣ ଅଛି? ମୋ ପ୍ରତି ସମସ୍ତେ ଆକର୍ଷିତ। ସମୁଦ୍ରର ଏ ଗମ୍ଭୀର ବିସ୍ତୃତି, ଆକାଶର ଏ ଅନନ୍ତ ନୀଳିମା, ତୁମକୁ କ’ଣ ଭଲ ଲାଗେନି?” 


ହଁ ସତରେ ଭଲ ଲାଗିଲା ବର୍ତମାନର ସବୁ ମୂହୁର୍ତ୍ତ ।  


କିନ୍ତୁ ଭବିଷ୍ୟତ......ଘୋର ଅନ୍ଧକାର। 


ସତରେ ଏ କି ପ୍ରକାର ଅବିବେକିତା ମୋର ! 


ଏ ମୂହୁର୍ତ୍ତ ସବୁ ଅତି ଶୀଘ୍ର ନିଜ ମନ ଭିତରୁ ବାହାରି ଯାଉ। 


ଚାରିଆଡେ ଖାଲି ତାର ନୀରବତା ଖେଳିଗଲା ।ଏଥର ସ୍ଥିର କଲା ସେ ପ୍ରଶ୍ନ ଉତ୍ତର ସହ ଫେରିଯିବ ନିଜ ଗୃହ ଅଭିମୁଖେ ।


କିନ୍ତୁ ଘରେ ପହଞ୍ଚି ନିଜର ପରିବାର ବର୍ଗକୁ କଣ ଏ ପ୍ରଶ୍ନର ଉତ୍ତର ଖୋଲି ଦେଇପାରିଵ ନିଜକୁ ନିଜେ ପ୍ରଶ୍ନ କରୁଥିଲା ବର୍ଷା ମନେ ମନେ! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance