Kanan Bala Nayak

Classics

3  

Kanan Bala Nayak

Classics

ନବଗୁଞ୍ଜର

ନବଗୁଞ୍ଜର

3 mins
183



 ବର୍ତ୍ତମାନ ସମୟର ପିଲା ମାନେ ଆମ ମହାମନିଷୀ ମାନଙ୍କ ଦ୍ଵାରା ରଚିତ ଆମର ଦେଶର ଅମୂଲ୍ୟ ଧରୋହର ଆମ ଶାସ୍ତ୍ର ପୁରାଣ ପଢ଼ିବା ପାଇଁ ଆଉ ସେତିକି ଆଗ୍ରହ ‌ପ୍ରକାଶ କରୁ ନାହାଁନ୍ତି। ସେଦିନ ନିମ୍ନ ରେ ପ୍ରଦତ୍ତ ଚିତ୍ର ଟିକୁ ଦେଖାଇ କେତେ ଜଣ ବିଦ୍ୟାର୍ଥୀ ଙ୍କୁ ପ୍ରଶ୍ନ କଲି ଏଇ ଚିତ୍ର ଟି କାହାର ବୋଲି। କିନ୍ତୁ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଚିତ୍ର ଟି କାହାର ବୋଲି କହିବା ପାଇଁ ଅସମର୍ଥ ହେଲେ। ମୁଁ କହିଲି ଯିଏ କହିଦେବ ତାକୁ ମୁଁ ପୁରସ୍କୃତ କରିବି। ତଥାପି ଆଉ କେହି ଉତ୍ତର ଦେଇପାରିଲେ ନାହିଁ।ତା ପରେ ମୁଁ ଆମ ଅଫିସର କର୍ମଚାରୀ ମାନଙ୍କୁ ପଚାରିଲି କିଛି ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ମଧ୍ୟ ପଚାରିଲି। ହେଲେ ସେମାନେ ମଧ୍ୟ କେହି ଏଇ ବିଚିତ୍ର ପ୍ରାଣୀର ଚିତ୍ର ବିଷୟରେ କିଛି କହି ପାରିଲେ ନାହିଁ। ସମସ୍ତେ ଏ ଚିତ୍ର ବିଷୟରେ ଅନଭିଜ୍ଞ ଥିଲେ। ତେଣୁ ମୁଁ ସ୍ଥିର କଲି ଏ ବିଷୟରେ କିଛି ଲେଖିବି ବୋଲି।ମୁଖ ପୁସ୍ତକା ରେ ଲେଖିଥିବା ବିଭିନ୍ନ ଲେଖକ ଙ୍କ ଲେଖା, ଗୁଗଲ୍ ଓ ଇଣ୍ଟରନେଟ ରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ପାରଳା ରାଜା କୃଷ୍ଣଚନ୍ଦ୍ର ଙ୍କ ରଚିତ ମହାଭାରତ ଓ ଶୁଦ୍ରମୁନି ସାରଳା ଦାସ ଦ୍ଵାରା ଲିଖିତ ମହାଭାରତ କୁ ଅନୁଧ୍ୟାନ କରି ଏଇ ବିଚିତ୍ର ପ୍ରାଣୀ ବିଷୟରେ ଲେଖିବାକୁ ଚେଷ୍ଟା କରିଛି। କାହାଣୀ ଟି ନିମ୍ନ ପ୍ରକାରର-

  ଭକ୍ତ ର କଲ୍ୟାଣ କରିବା ପାଇଁ ଯୁଗେ ଯୁଗେ ଈଶ୍ୱର ବିଭିନ୍ନ ଅବତାର ଗ୍ରହଣ କରି ଭକ୍ତ ସମ୍ମୁଖରେ ଆବିର୍ଭୁତ ହୋଇ ଥାଆନ୍ତି। ସେଇଭଳି ଗୋଟେ ଅଦ୍ଭୁତ ଜୀବର ବର୍ଣ୍ଣନା ଶୁଦ୍ରମୁନି ସାରଳା ଦାସ ରଚିତ ମହାଭାରତ ରେ ଦେଖିବାକୁ ମିଳେ । ନାଁ ସେ ଦେବତା,ନାଁ ରାକ୍ଷସ, ନାଁ ସେ ମନୁଷ୍ୟ, ନାଁ ସେ ପଶୁ,ନାଁ ସେ ପକ୍ଷୀ, ନାଁ ସେ ସରିସୃପ।ସେ ପ୍ରାଣୀ ର ଶରୀର ରେ ଥିଲା କୁକ୍କୁଟ ର ମୁଣ୍ଡ ,ବୃଷଭର ଚୂଳ, ମୟୂର ର କଣ୍ଠ, ଲାଞ୍ଜ ରେ ଥିଲା ଏକ ସର୍ପ , ଅଣ୍ଟା ଟି ଥିଲା ସିଂହ ର। ଚାରୋଟି ପାଦରୁ ତିନୋଟି ପାଦ ଥିଲା ବାଘ,ହାତୀ ଓ ଘୋଡ଼ା ର।ଆଉ ଗୋଟେ ପାଦ ଥିଲା ମନୁଷ୍ୟ ର ହାତ। ଯେଉଁ ହାତରେ ଥିଲା ଏକ ପଦ୍ମ ଫୁଲ।ଏ ସମ୍ପର୍କରେ ଆଦି କବି ଶୁଦ୍ରମୁନି ସାରଳା ଦାସ ତାଙ୍କ ମହାଭାରତର ମଧ୍ୟ ପର୍ବ ରେ ଲେଖିଛନ୍ତି -

"ଶୁଣ ହୋ ବଇବ ସୁତ ମୁନି 

ବଦୟନ୍ତି ଅଗସ୍ତି

ୟେ କଇ ଶରୀରରେ ଦେବ ଧଇଲେ ନବମୂର୍ତ୍ତୀ

 କୁକୁଡ଼ା ର ମୁଣ୍ଡ ଗୋଟି ଅତୀଅ ସୁନ୍ଦର ଦିଶଇ

ବୃଷଭର ଚୂଳ ଯେ ମୟୃରର 

କଣ୍ଠ ବିରାଜଇ

ଅହିବର ପୂଚ୍ଛା ମଝା ସିଂହ ପ୍ରାୟେ

ବ୍ୟାଘ୍ରର ଚରଣ ଗୋଟି ଅତୀଅ ଶୋଭା ପାୟେ

ତୁରଙ୍ଗ ଚରଣେ ଯେ ଦିଶଇ ସୁନ୍ଦର

ଆବର ପାଦ ଗୋଟି ଅଟଇ କରିବର

ଆଗ ପାଦ ଗୋଟିଏ ମନୁଷ୍ୟ ର କର ଯେ ଅଟଇସେ କରେ ପଦ୍ମପୁଷ୍ଯ ଗୋଟିୟେକ ଘେନିରେ ଭାବଗ୍ରାହୀ।"

  ଯାହା ଙ୍କ ଅପମାନ ର ପ୍ରତିଶୋଧ ନେବା ପାଇଁ ମହାଭାରତ ଯୁଦ୍ଧ ହେଇଥିଲା ,ସେଇ ଯଜ୍ଞ ସମ୍ଭୁତା ଦ୍ରୁପଦ ରାଜ କନ୍ୟା ଯାଜ୍ଞସେନୀ ବା ଦ୍ରୌପଦୀ ଙ୍କ ସ୍ଵୟମ୍ବର ରେ ଅନେକ କ୍ଷତ୍ରିୟ ରାଜକୁମାର ଙ୍କୁ ପରାସ୍ତ କରି ବ୍ରାହ୍ମଣ ର ଛଦ୍ମବେଶଧାରୀ ଅର୍ଜୁନ ପାଣି ଭିତରେ ବୁଲୁଥିବା ମତ୍ସ୍ୟ ର ପ୍ରତିବିମ୍ବ ଙ୍କୁ ଦେଖି ମତ୍ସ୍ୟ ର ଆଖି କୁ ଲକ୍ଷ୍ୟ ଭେଦ କରି ଦ୍ରୌପଦୀଙ୍କୁ ଜୟ କରି, ଅନ୍ୟ ଚାରିଭ୍ରାତା ଙ୍କ ସହ ନିଜର ପର୍ଣ୍ଣ କୁଟିଆ କୁ ପ୍ରତ୍ୟାବର୍ତ୍ତନ କରିବା ବେଳକୁ ମାତା କୁନ୍ତୀ କୌଣସି ଗୋଟିଏ କାର୍ଯ୍ୟ ରେ ବ୍ୟସ୍ତ ଥିଲେ। ପାଣ୍ଡବ ମାନେ ମାତା‌ କୁନ୍ତୀ ଙ୍କୁ କୌତୁହଳ ଭାବରେ କହିଲେ ଆଜି ଅର୍ଜୁନ ଏକ ମୂଲ୍ୟବାନ ପୁରସ୍କାର ଜିତିଛନ୍ତି । ମାତା କୁନ୍ତୀ ଏହା ଶୁଣି କହିଲେ ଯାହା ଆଣିଛ ତାକୁ ପାଞ୍ଚଭାଇ ଭାଗ କରି ନିଅ। କଥାଟିକୁ ନ ଜାଣି ମାତା କୁନ୍ତୀ ଏକଥା କହିଥିଲେ ମଧ୍ୟ ମାତାଙ୍କ ଆଦେଶ ମାନିବା ଅନିବାର୍ଯ୍ୟ ହୋଇ ଥିବାରୁ ଋଷି ଓ ଦେବତା ମାନେ ମାତାଙ୍କ ଆଦେଶ ଓ ଇଚ୍ଛା କୁ ପୂରଣ କରିବାକୁ ସମସ୍ତେ ମିଳିତ ଭାବରେ ଦ୍ରୌପଦୀଙ୍କୁ ବିବାହ କରିବାକୁ ମତାମତ ଦେଲେ।ଦ୍ରୌପଦୀ ପାଞ୍ଚ ପାଣ୍ଡବ ଙ୍କ ପତ୍ନୀ ହୋଇ ରହିଲେ। ଗୋଟେ କନ୍ୟା କୁ ଗୋଟେ ବର। ହେଲେ ଗୋଟେ କନ୍ୟା ଙ୍କୁ ନେଇ ପାଞ୍ଚଜଣ ବର କେମିତି ଚଳିବେ?

 ତେଣୁ ବହୁ ବିଚାର ବିମର୍ଶ ପରେ ସ୍ଥିର ହେଲା ଦ୍ରୌପଦୀଙ୍କ ସହିତ ଜଣେ କକ୍ଷରେ ଥିବା ସମୟରେ ଅନ୍ୟ ଜଣେ ସେ କକ୍ଷକୁ ଯିବେ ନାହିଁ। ମାତ୍ର ଦ୍ରୌପଦୀଙ୍କ ସହିତ କିଏ ଅଛି ବୋଲି ଅନ୍ୟ ଜଣେ ଜାଣିବେ କେମିତି? ତେଣୁ ସମସ୍ତଙ୍କ ଭିତରେ ବିଚାର ବିମର୍ଶ ହୋଇ ସ୍ଥିର ହେଲା, ଜଣେ ଦ୍ରୌପଦୀଙ୍କ କକ୍ଷକୁ ଯିବା ସମୟରେ ଘର ଦ୍ବାର ମୁହଁ ରେ ତାଙ୍କ ପାଦୁକା ଟିକୁ ରଖି ଦେଇ ଯିବେ। ଫଳରେ ଅନ୍ୟ କୌଣସି ଭାଇ ସେ ସମୟରେ ସେ ଗୃହ ମଧ୍ୟକୁ ପ୍ରବେଶ କରିବେ ନାହିଁ।ସେ ସମୟରେ ଯଦି କେହି ଭାଇ ସେ ଗୃହ ମଧ୍ୟକୁ ପ୍ରବେଶ କରିବେ ତେବେ ତାକୁ ବାର ବର୍ଷ ବନବାସ ଯିବାକୁ ପଡିବ।

(କ୍ରମଶଃ)


Rate this content
Log in

Similar oriya story from Classics