STORYMIRROR

Kalpana Kumari Pradhan

Classics Inspirational Children

3  

Kalpana Kumari Pradhan

Classics Inspirational Children

ମୂଳ ଅସ୍ତ୍ର

ମୂଳ ଅସ୍ତ୍ର

2 mins
336

ସୁସେଣ ନଗର ରେ ଶୁଭଙ୍କର ଦତ୍ତ ନାମକ ଜଣେ ନୈଷ୍ଠିକ ବ୍ରାହ୍ମଣ ବସବାସ କରୁଥିଲେ l ସେ ଜଣେ ମହାନ ବୈଦ୍ୟ, ପ୍ରଚଣ୍ଡ ଜ୍ଞାନୀ ଏବଂ ପରୋପକରି l ଧର୍ମ ପତ୍ନୀ ଦୁଇ ପୁତ୍ର ଓ ପୁତ୍ର ବଧୂ ନେଇ ସୁନ୍ଦର ସଂସାର ଟିଏ l ଗାଁ ଗାଁ ବୁଲି ଲୋକଙ୍କ ସେବା ଅର୍ଥାତ ଚିକିତ୍ସା କରନ୍ତି l

    କଳା ଅନ୍ଧକାର ଘୋଟିଲା ପରି ଏକ ସଂକ୍ରାମକ    ମାଡିଆସିଲା ମାନବ ଜାତି ପ୍ରତି l ସମସ୍ତ ଙ୍କ ମନରେ କୋକୁଆ ଭୟ l ରୋଗ ର ନିବାରଣ ନିମନ୍ତେ ଅନୁସନ୍ଧାନ ରତ   ସମଗ୍ର ଚିକିତ୍ସକ ଗୋଷ୍ଠୀ l ଲାଗୁଥିଲା ସମଗ୍ର ମାନବ ଜାତି କେଉଁ ଏକ ଅଜଣା ଶୃଙ୍କଳ ରେ ଛନ୍ଦିହୋଇଛି l ହାର ନଥିଲେ ଶୁଭଙ୍କର ଏପରି ଘଡ଼ିସନ୍ଦୀ ମୁହୂର୍ତ୍ତ ରେ l ବହୁ ଚିନ୍ତାରେ ଥିଲେ  ଲୋକଙ୍କ ଆରୋଗ୍ୟ କାମନାରେ l

 ଦିନେସେ ଜଡିବୁଟି  ସଂଗ୍ରହ ନିମନ୍ତେ ଜଙ୍ଗଲ କୁ ଯାଇଥାନ୍ତି l ଅନ୍ୟମନସ୍କ ରେ କେତେବେଳେ ଗଭୀର ଜଙ୍ଗଲ କୁ   ପ୍ରବେଶ କଲେଣି ଜଣାନାହିଁ  l ଆଖିରେ ପଡିଲା ଏକ   ବୃକ୍ଷ ଯାହାକୁ କାଁହୁ କେବେଠାରୁ ଖୋଜୁ ଥିଲେ ସେ l ଗଛ ଟିକୁ  ହାତ ବଢ଼େଇବା ମାତ୍ରେ ହିଁ ଏକ ଉଜ୍ଜଳ ଆଲୋକରେ ତାଙ୍କ ଆଖି ବନ୍ଦ ହୋଇଗଲା l କିଛି ସମୟ ପରେ ଆଖି ଖୋ ଲି ଦେଖିଲେ ମା ବନଦେବୀ ତାଙ୍କ ଆଗରେ ବିଦ୍ୟମାନ, ମୁଁ ତାଙ୍କୁ ଯୋଡ ହସ୍ତ  ହୋଇ ପ୍ରଣାମ କଲି l

ଶୁଭଙ୍କର ତୁ ଯଦି ମୋର ଦୁଇଟି ପ୍ରଶ୍ନ ଟି ର     ଉତ୍ତର ଦେଇପାରିବୁ ତାହେଲେ ଏହାର ଫଳ ପୁଷ୍ପ ନେଇପାରିବୁ l  

ମା :ଶରୀର ସବୁଠାରୁ   ଶତ୍ରୁ କିଏ?

ଶୁଭଙ୍କର :ମା,  ରୋଗ l

ମା :ରୋଗ ସହ ଲଢ଼ିବାର ମୁଖ୍ୟ ଅସ୍ତ୍ର ଗୁଡିକ କଣ  କଣ?

ଶୁଭଙ୍କର :ଚିକିତ୍ସା ଆଉ......

   ତୁ ଅସମର୍ଥ ହେଇଛୁ,   ବହୁତ ଶୀଘ୍ର ଏହାର ଉତ୍ତର ପାଇବୁ ସେତେବେଳେ ପୁଣି ମୋପାଖକୁ ଆସିବୁ l

ମା *

 ଅନ୍ତ ରଧ୍ୟାନ ହୋଇଗଲେ l


ସମୟ ର ସ୍ରୋତ ରେ ସେ ଓ ତାଙ୍କ ପତ୍ନୀ ସେଇ  ସଂକ୍ରାମକ ରୋଗରେ ପୀଡିତ ହେଲେ l ରାତି ପାହିଲେ ତାଙ୍କ ନିକଟ     ଧାଇଁ ଆସୁଥିବା ଲୋକ   ମାନେ ତାଙ୍କୁ   ଅସ୍ପୃଶ୍ୟ ପରି ବ୍ୟବହାର କଲେ l  ଅତି ଆପଣାର ଭାବୁଥିବା ସାହି ପଡିଶା  ବି ସବୁଥିରେ ଅସହଯୋଗ କଲେ l ସେମାନଙ୍କ  ଏତାଦୃଶ ବ୍ୟବହାର ରେ ମର୍ମାହତ ହେଲେ ସେ l ବସି ଭାବି ବାକୁ ଲାଗିଲେ ଏକ ସ କାରାତ୍ମକ ମନୋଭାବ ଉଦ୍ରେକ ହେଲା ତାଙ୍କ ଭିତରେ -ମୁଁ ଏତେ ଲୋକଙ୍କୁ ଚିକିତ୍ସା   କରି ଆରୋଗ୍ୟ

କରିପାରୁଛି ତ ନିଜକୁ କାହିଁକି ନୁହଁ!

ତାଙ୍କର ସୌଭାଗ୍ୟ ଅବା ଇଶ୍ୱର ଙ୍କ କୃପା କହିପାରିବ ଏହା ପ୍ରଭାବ ପକାଇ ନଥିଲା ତାଙ୍କ ପରିବାର ଏକତା ଉପରେ l ସେ ନିଜେ ସେମାନଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି  ରହୁଥିଲେ ଅଲଗା କୋଠରୀ ରେ l ପୁତ୍ର ଓ ପୁତ୍ର ବଧୁଙ୍କୁ ପାଖକୁ ଡାକି   କହିଲେ  ବାବୁରେ...

କେବେ ବି ରୋଗ ରେ ପଡିଲେ ନିଜ ମନୋବଳ କୁ ଭାଙ୍ଗି ବାକୁ ଦେବୁନି, ଦ୍ୱିତୀୟ ତଃ ସକାରାତ୍ମକ ମନୋଭାବ ରଖିଥିବୁ ଏବଂ ତତସହିତ ଚିକିତ୍ସା ବି  ଏକାନ୍ତ ଆବଶ୍ୟକl


ବାପା ଙ୍କ କଥା କୁ ଅଙ୍ଗିକାର କରି ତାଙ୍କ ଆରୋଗ୍ୟ ନିମନ୍ତେ ଯଥା ସାଧ୍ୟ    ଚେଷ୍ଟା କଲେ l ଧୀରେ  ଧୀରେ ପତି ପତ୍ନୀ ଦୁହେଁ ଆରୋଗ୍ୟ ହେଲେ l

ଦିନେ ସକାଳୁ ସକାଳୁ ଉତ୍ତର ପାଇଗଲି ପାଇଗଲି  କହି ଦୌଡିବାରେ ଲାଗିଲେ ଜଙ୍ଗଲ ଆଡ଼କୁ l ବୃକ୍ଷ  ନିକଟରେ  ମା ଙ୍କୁ ସୁମରଣା କରିବାକୁ ଲାଗିଲେ l ମା ପ୍ରକଟ ହୋଇ :-

ବତ୍ସ ଉତ୍ତର ପାଇଲୁ?

ଶୁଭଙ୍କର :ହଁ ମା ପ୍ରଣାମ,   " ମଣିଷ ର ଦୃଢ଼ ମନୋବଳ

ସକାରାତ୍ମକ ଭାବନା ଏବଂ ଚିକିତ୍ସା ରୂପକ ଅସ୍ତ୍ର ସାହାଯ୍ୟ , ରେ ବହୁ ଦୁରାରୋଗ୍ୟ ରୋଗର ଶୃଙ୍ଖଳ କୁ ଛିନ୍ନ କରି 

ମୁକ୍ତ ବିହଙ୍ଗ ଟେ ପରି ଘୁରିବୁଲିବ ଜୀବନ ଗଗନରେ"


ତଥାସ୍ତୁ କହି ମା ତାଙ୍କୁ ସେ ଇ ଦୁର୍ମୁଲ୍ୟ  ପତ୍ର ପୁଷ୍ପ ଦେଇ କହିଲେ ତୁ ଏହା ସାହାଯ୍ୟ ରେ ମାନବ ସମାଜ ରେ ଘୋଟିଥିବା ଘୋର ଅନ୍ଧକାର କୁ  ଦୂର କରି ସଦାଆନନ୍ଦ ରେ  ଜୀବନଯାପନ କର l 


Rate this content
Log in

Similar oriya story from Classics