KUMAR SIPUN

Romance Tragedy

4  

KUMAR SIPUN

Romance Tragedy

ମୁଁ ପାଗଳ ପ୍ରେମିକ

ମୁଁ ପାଗଳ ପ୍ରେମିକ

4 mins
547


(ବି.ଦ୍ର. : ଲେଖାଟିକୁ_ପଢନ୍ତୁନି ... କଣ_ଲେଖିଛି, ମୁଁ_ନିଜେ_ବି_ଜାଣେନା ... ନା_ଗପ_ନା_କବିତା !! ତାହେଲେ ପୋଷ୍ଟ କାହିଁକି କଲି !!

 #ପାଗଳ_ବୋଲି_ଭାବି_ପାରନ୍ତି ...)


???


କବିତା ଗପ କବିତା ଗପ କବିତା ...

ଧେତ୍ ... ଏ ସୂର୍ଯ୍ୟ ଚନ୍ଦ୍ର ନଦୀ ଝରଣା ପାହାଡ଼ ଚିଲିକା ନାୟିକା 

ଫୁଲ ଭଅଁର ଚଢ଼େଇ ସହର ଗାଆଁ ଆକାଶ ବର୍ଷା ପ୍ରେମିକା ...


ସେଇ ପ୍ରେମିକା କହିଲା, 

ସାହିତ୍ୟ ଶାନ୍ତି ଦିଏ, ହେଲେ ପେଟକୁ ରୁଟି ? ନା' ... କାଇଁ ନାଇଁ ତ !

ଶିକ୍ଷା ଦିଏ, ସଂସ୍କାର ଦିଏ; ହେଲେ ମୁଣ୍ଡକୁ ଛାତ ? ନା ... କାଇଁ ନାଇଁ ତ !

ଲଜ୍ଜାବୋଧ ଶିଖାଇ ପାରେ ତୁମ ସାହିତ୍ୟ, ତୁମ ଗପ, ତୁମ କବିତା ; ହେଲେ ଲଜ୍ଜା ଢାଙ୍କିବାକୁ ଲୁଗା ଖଣ୍ଡେ କିଣି ଦେଇ ପାରିଛି ? ନା ... ତମେ କଣ କହିବ !! 

ଆଉ କାହାକୁ କଣ ଦେଇଥିବ, ତମକୁ ତ ... ଛାଡ ...


ସତର ଟଙ୍କା ପଚାଶ ପଇସା ବ୍ୟାଙ୍କ ବାଲାନ୍ସ୍ ପଡ଼ିଛି, ଆଉ ତମେ ମୋ ମଥାର ସିନ୍ଦୂର ହେବାର ସ୍ୱପ୍ନ ଦେଖୁଛ !

ମଗଜ ତ କିଛି କମ୍ ନୁହଁ ତମର !! ଦେଖୁଛି ...


ଓଃ କବି ପରା ତମେ !! କାଗଜ କଲମ ପାଇଁ ମୋ ଭ୍ୟାନିଟି ଅଣ୍ଡାଳୁଛ ତେବେ କାହିଁକି ? 


ତମେ ପାଗଳ ! ଆଉ ହଁ, ଗୋଟେ ପ୍ରେମିକାରେ ସନ୍ତୁଷ୍ଟ ହେଇ ପାରୁନଥିବା ପ୍ରେମାନ୍ଧ ପୁରୁଷ ...


ଯିଏ ନଦୀ ଝରଣା ପବନ ମେଘ ଫଗୁଣ ନିଆଁ ନେପଚୁନ୍ ପ୍ଲୁଟୋ କୁ ପ୍ରେମ କରିପାରେ ! ଛିଃ ...

କି ଜୀବନ ଦର୍ଶନ ମ ତୁମର !! ମୁଁ ଏଠି ତମରି ଭାବନାରେ ହସିବି, ଖେଳିବି, କାନ୍ଦିବି, ଝୁରିବି, ଜଳି ଜଳି ମରିବି , ତିଳ ତିଳ ହେଇ ସଢିବି ... 

ବ୍ୟାକ୍ଟେରିଆ ଖାଇବେ ମୋ ଶବ !


ଆଉ ତମେ ସେପଟେ ପରକ୍ରୀୟା ପ୍ରୀତିରେ ମାତିଥିବ !!


ମାନୁଛି ତମ ଗପ କବିତା ମୋ ମନରେ ପ୍ରାଣରେ ନିଃଶ୍ୱାସେ ପ୍ରଶ୍ଵାସେ ନିଆଁ ଲଗାଇ ଥିଲା ସତ ! ହୃଦୟେ ପାଣି ସିଞ୍ଚି ଓଦା ବି କରିପାରେ ; ସତ !! 


ହେଲେ ଆଳୁ ଚାଉଳ ତେଲ ଲୁଣ କଥା କେବେ ଭାବିଛ !!  

ମାଡହାଣ୍ଡି କଥା ଗପର କୁହୁକ ହାଣ୍ଡି ବାସ୍ତବିକ ଜୀବନରେ ମିଳେନା, ଯେ ତମକୁ ଭାତ ଡାଲି କ୍ଷୀରି ପୁରୀ ସୁଆଦିଆ ତରକାରୀ ଦେଉଥିବ ... 


ଓଃ ସେମାନେ କହିଲେ ତମେ ଗାଳ୍ପିକ ଆଉ ତମେ ମାନିନେଲ !! 

ମନେରଖ ଘୋଡ଼ା ହାତୀ ପାଲିଙ୍କି ରାଜା ରାଣୀ କୁହୁକ ମୁଣି, ସ୍ୱର୍ଣ୍ଣ ମୁଦ୍ରା, ଆଇସକ୍ରିମ, ଗୁପଚୁପ, କଞ୍ଚା ଲଙ୍କା ସବୁ ତମ ଗପରେ ଶୋଭା ପାଇପାରେ ... ବାସ୍ତବିକ ଜୀବନରେ କ'ଣ ଅଛି ତମର !! 

ଖାଲି ମେଞ୍ଚା ମେଞ୍ଚା ଆଜେବାଜେ ସ୍ୱପ୍ନ, ପୁଳା ପୁଳା ଅବାନ୍ତର ଭାବନା ... ଭୂତ , ପ୍ରେତ, ଡାହାଣୀ ଚିରୁକୁଣୀ, ବୁଢ଼ୀ ଅସୁରୁଣୀ , ସାହାଡ଼ା ସୁନ୍ଦରୀ, ମାଙ୍କଡ କୁମ୍ଭୀର ବିଲେଇ କଥା କୁହା ବଉଳା ଗାଇ, ବାଘ ... ଇଛାଧାରୀ ନାଗୁଣୀ , ମୂଷା ରୁ ମଣିଷ ଓ ପୁନଃ ମଣିଷ ରୁ ହେଉଥିବା ମୂଷା !! 

ତମେ ଗଳ୍ପର ଦୁନିଆରେ ଖାଅ, ପିଅ, ବସ, ଶୋଇପଡ, ପ୍ରେମ କରିପାର, ଅଭିମାନ କରିପାର, ଛୁଆ ହୁଅ, ବୁଢ଼ା ହୁଅ, ମରିଯାଅ , ପୁଣି ମାଛି ହେଇ କାହାଣୀର ନାୟକ ସାଜିପାର ... ବାଦଲ ଉପରେ ଘର କର ! ହେଲେ ମୁଁ ! ଆମ ପିଲାଛୁଆ, ଭବିଷ୍ୟତ !! ଏକ ବିରାଟ ପ୍ରଶ୍ନବାଚୀ !! 


କେମିତି କା ବିଜ୍ଞାନ ଛାତ୍ର ହେଇଥିଲ କେଜାଣି ! ତମେ ପରା କହୁଥିଲ, ଗଣିତ ଜ୍ୟାମିତି ଫିଜିକ୍ସ ... ଏମାନେ ତମର ଗୋଟେ ଗୋଟେ ପ୍ରେମିକା ... ତାଙ୍କୁ ତମେ ଭଲରେ ବୁଝିପାର, ବୁଝାଇପାର, ସଜାଇପାର ... ମନେ ଅଛି ତମର ଆମ ପ୍ରଥମ ଦେଖା, ଆଖିରେ ଆଖିରେ ତମେ କେମିତି ଏକାନ୍ତର କୋଣ ସୃଷ୍ଟି କରିଥିଲ ! କେମିତି ମୋ ଖୋଲା କେଶ ରେ ତମେ ଇନଫାନାଇଟ୍ ର ସୂତ୍ର ଧରୁଥିଲ ! କାନଫୁଲରେ ପେଣ୍ଡୁଲମ୍, ସରୁ ଟିକିଲିରେ ବୃତ୍ତ, ଆଉ ମୋ ହାତ ଧରି ତମେ ତ୍ରିଭୁଜ ଚତୁର୍ଭୁଜ ଟ୍ରାପିଜିୟମର ରହସ୍ୟ ବୁଝାଇ ଦେଉଥିଲ ... ବାଇକରେ ବସେଇ ବୁଲିଲା ବେଳେ ଲ ଅଫ୍ ମୋସନ୍, ମୁହଁ ସଞ୍ଜରେ କୁଣ୍ଢେଇ ଧରିଲାବେଳେ ଗ୍ରାଭିଟେସନ୍, ପାପୁଲିରେ ପାପୁଲି ଛନ୍ଦି ଫ୍ରିକ୍ସନ୍, ଓଠରେ ଓଠ ରଖି ଇମ୍ପଲ୍ସ ମୋମେଣ୍ଟ ଅଫ୍ ଇନର୍ସିଆର ପାଠ ପଢେଇ ପାରୁଥିବା ମଣିଷଟା ଯେ ଏମିତି ଅବାସ୍ତବ ଦୁନିଆରେ ବଞ୍ଚିବ ଆଉ ମୋତେ ଜାଳି ଜାଳି ମାରିବ, ଏକଥା କେବେ ଭାବି ନଥିଲି ... ପୁରୁଣା ହେଇଗଲି ବୋଲି ବୋଧେ ମୋ ହସରେ ତମେ ଆଉ ୱଭ଼ ଅପ୍ଟିକ୍ସ୍ ଦେଖି ପାରୁନ ! 

କହୁଥିଲ କଣ ନା କୋଉ ଏକ ଅଦୃଶ୍ୟ ଶକ୍ତି ଯାହା ମାଧ୍ୟାକର୍ଷଣ ଶକ୍ତିଠୁ ବି କାଳେ ଆହୁରି ଶକ୍ତ, ଆମ ସୋଲକୁ ଏକାଠି କରିଛି ଆଉ ଆଗକୁ ବି ତମେ ରୋଟେସନାଲ୍ ମୋସନ୍ ପରି ଘୁରୁ ବୁଲୁଥିବ ମୋ ଚାରିପଟେ ... କଣ ହେଲା ଏବେ, ଆଉ ଟର୍କ୍ ସୃଷ୍ଟି ହଉନି ! ନା ତମର ୱନ ଟୁ ୱନ୍ ରିଲେସନ ଏବେ ୱନ୍ ଟୁ ମେନି ଆଡ଼କୁ ବେଶି ବେଶି ଇନକ୍ଲାନ୍ଡ୍ ହେଉଛି !! ଭଲ ତ ସେବେ କହୁଥିଲ, ତୁ ମୋତେ ଶହେ ପ୍ରତିଶତ ଭଲ ପା , ମୁଁ ତମ ଋଣ ସବୁ ଶୁଝିଦେବି ସୁଧ ମୂଳ ସହ ! କୁଆଡେ ଗଲା ସେ ପ୍ରମିଜ୍ ! ନା ଭଗ୍ନାଂଶ ପରି ଭାଙ୍ଗି ଚୁରମାର୍ ହେଇଗଲା ! ଏବେ ବି ପ୍ରୋବାବିଲିଟି ଅଛି ଏକ ହେବାର ... ପରମୁଟେସନ୍ କମ୍ବିନେସନର ଶେଷ କଥା ଶୁଣ ...


କଣ କହୁଛ ... ତମେ ସାହିତ୍ୟିକ ବି ହବ ଆଉ ଆମ ଅସଜଡା ଭବିଷ୍ୟତ ବି ସଜାଡି ହେଇଯିବ । 

ଯଦି ଗାଳ୍ପିକ କବି ହେବାର ଇଚ୍ଛା , ତାହେଲେ ଗଣିତ ଫିଜିକ୍ସକୁ ପ୍ରେମିକା ବନାଇପାର ... ଅଭିଯୋଗ କରିବିନି ବିଲକୁଲ୍ ! 


ସଉତୁଣୀ ହେଇ କାଳ କାଟିଦେବି, କିନ୍ତୁ ସେ ତାରା, କଥା କୁହା ଶଗଡ଼, ଜହ୍ନ ରାଇଜରେ ଉଲକା ପିଣ୍ଡ ସହ ରୋମାନ୍ସ କଥା କହିବନି ଦେଖ ... 


ଧର ଚକ୍ ... ବୁଝ, ବୁଝାଅ, ପ୍ରେମିକା ବନାଅ, ହଜିଯାଅ, ମଜ୍ଜି ଯାଅ , ପାଗଳ ହୁଅ, ଆଉ ହଁ କବି ହୁଅ ଗାଳ୍ପିକ ହୁଅ କେବଳ ଗଣିତର, ଫିଜିକ୍ସର ... 

ଏଥିରେ ବି ସଭିଙ୍କ ହିତ ସାଧନ ହେବ ଯେ ! କିଛି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଇଯିବ ଯେ !! ଆଉ ହଁ ରୁଟି ମିଳିବ, ଛାତ ମିଳିବ, କପଡା ବି ମିଳିବ ... 


ମୁଁ ଭାବୁଥିଲି, ଆରେ ହଁ ତ !! HC Verma , RD Sharma ବି ତ ମହାନ ପାଗଳ ହିଁ ଥିଲେ ନା ... ଆଇନଷ୍ଟାଇନ ନିଉଟନ୍ ଗାଲିଲିଓ ଆର୍ଯ୍ୟଭଟ୍ଟ ପଠାଣି ସାମନ୍ତ ଷ୍ଟିଫେନ ହକିନ୍ସ ବି ତ କବି ଗାଳ୍ପିକ ଲେଖକ ହିଁ ଥିଲେ ନା ... କଳା ସାହିତ୍ୟ ବିଜ୍ଞାନ ଗଣିତର ପରମ ପୂଜାରୀ ଥିଲେ ନା ... 

ଆଉ ମୁଁ ତା'ର ଛାତ୍ରଟିଏ ହେଇ କାହିଁକି ବଞ୍ଚି ପାରିବିନି ଆଜୀବନ, ଅନ୍ୟ ପାଗଳଙ୍କୁ ରାହା କାହିଁକି ଦେଖାଇ ପାରିବିନି !! 



Rate this content
Log in

Similar oriya story from Romance