KUMAR SIPUN

Children Stories Comedy Drama

4.0  

KUMAR SIPUN

Children Stories Comedy Drama

ମୋ ପରୀକ୍ଷା ସମୟ

ମୋ ପରୀକ୍ଷା ସମୟ

2 mins
377



ଏବେ କିଛି ଦିନ ତଳେ ମୋର ( ୨ ଦ୍ୱିତୀୟ ବର୍ଷ) ମାସିକ ପରୀକ୍ଷା ସରିଛି, ପରୀକ୍ଷା ହଲ୍ ରେ କିଛି ସ୍ମୃତି ରହିଗଲା  


-ବେ ୧ ନମ୍ବର ଡ଼ି ଟା କହ ବେ ... 

-କରିନି ... ଫୁସଫୁସ୍ ହେଇ ମୁହଁଟାକୁ ଆମ୍ବିଳା କରିକି କୁହେ, ରଣଜୀତ୍ ଓରଫ୍ ଭାଇରସ୍ । ତଳ ପଟୁ ଗୋଇଠା ଟେ ମାରେ ସାମ୍ନା ସିଟକୁ, ସୁନୀଲ୍... ସୁନୀଲ... ଆବେ ଶଃ.. ଠେକୁଆ, ୧ ନମ୍ବର ଡ଼ି ର ଆନସର କହ ବେ .. 


ହେଇ ଆଲୋକ, ଚୁପ୍ .. "ପଚାରନି ୟାକୁ ତାକୁ; ନହେଲେ ଖାତା ନେଇଯିବି" କହି ମୋ ପାଖକୁ ମାଡି ଆସିଲା ବେଳକୁ ଅତି ଭଦ୍ରାମୀର ସହକାରେ କହେ, "ନାଇଁ ସାର୍ ଟିକେ ଟାଇମ୍ ପଚାରୁଥିଲି" । ସାର୍ ଙ୍କ କଥାକୁ ମାନି ଚୁପ୍ ହେଇ ଟିକେ ବସି ପଡ଼ି ପୁଣି ଆଗ ପଛ ବାଁ ଡାହାଣ ଆଖି ବୁଲେଇ ଦେଇ ଧୀର ସ୍ୱରରେ, "ଆବେ ଶଃ...** କହ ବେ" ... 

ଉତ୍ତର ଦେଖେଇ ଖାତାଟିକୁ ଡାହାଣ ପଟକୁ ଟିକେ ସାଇଡ୍ କରିଦିଏ ସେ, ସିଟ୍ ଉପରୁ ଆଗକୁ ଝୁଙ୍କି ପଡି ଲେଖିଦିଏ ମୁଁ ।

- ଓହୋଃ ... କି ଛୋଟ ଛୋଟ ଅକ୍ଷର ବେ ତୋର ! 


ବାଁ ପଟକୁ ଝିଅ ଗୃପ; ଯୋଉ ମାନଙ୍କ ସହ ମୋର କେବେ ବି ଭଲ ପଡେନି ! ଉତ୍ତର ଆସୁ କି ନ ଆସୁ ତାଙ୍କୁ ପଚାରିଲେ ମୋ ସେଲ୍ଫ୍ ରେସ୍ପେକ୍ଟ୍ ଘର ଭିତରେ ନିଆଁ ଲାଗିଯିବନି ! ଆଉ ଯଦି ବି ପଚାରିଥାନ୍ତି, କହି ନଥାନ୍ତେ ସେମାନେ । ତା ଠୁ ନ ପଚାରିବା ଭଲ ! ହାଃ... ହାଃ... ଏତେ ଭଲ ଇମ୍ପ୍ରେସନ୍ ତାଙ୍କର ମୋ ପ୍ରତି !


ପଛକୁ ଟିକେ ସାମାନ୍ୟ ଅନେଇ ଦେଇ, ବେ ଢୋଲ ... ୧ ନଂ F ଟା କହ ବେ .. ନହେଲେ ଧି..ତା..ତା... ବଜେଇଦେବି ...

-ଲମ୍ବା ଆନସର ଟା ବେ ... ଦେଖିକି ଲେଖ ! 

-ମାଷ୍ଟର୍ ଅଛି ପରା, ପଛକୁ ବୁଲି ଲେଖି ହବନି...

-ହଉ ସାଙ୍ଗ ଟିକେ ଓଡ଼ିଆରେ ହେଲେ କହିଦେ ... 

 ଏ , ବି କୁ ମାଇଲା ସି ଟା ତଳକୁ ଗଳି ପଡ଼ିଲା ... 

ହଉ ହଉ ... ସାଙ୍ଗ, ଥ୍ୟାଙ୍କ୍ ୟୁ କହି ଉତ୍ତର ଲେଖିଲା ବେଳକୁ ଟ୍ରିଙ୍ଗ୍ ଟ୍ରିଙ୍ଗ୍ ହେଇ ଘଣ୍ଟି ବାଜି ଉଠେ ଆଉ ସୂଚନା ଦିଏ କି, ଲାଷ୍ଟ ୫ ମିନିଟ୍ ରହିଲା । ଖାତା ବାନ୍ଧିବା ପାଇଁ ସୁତା ଆଣିବାକୁ ଆଗକୁ ଗଲା ବେଳକୁ ରୋବୋଟ୍ ଖାତାରେ ଟିକେ ଆଖି ବୁଲେଇ ଦେଲେ ୩ ନମ୍ବର ଡ୍ରଇଂ ଉପରେ ଆଖି ପଡିଯାଏ, ତୁରନ୍ତ ଆସି ଖାତା ଉପରେ ଡ୍ରଇଂଟା କରି ଗାଦୁ ଗାଦୁ କରି ଲେଖିଯାଏ ; ଆହାଃ, କେଡେ ସୁନ୍ଦର ଅକ୍ଷର ସିଏ ! ହଉ, କିଛି ତ ମାର୍କ ମିଳିବ ! ସାର୍ ପଛପଟୁ କି ଆଗପଟୁ ଖାତା କଲେକ୍ସନ (ସଂଗ୍ରହ) କଲା ବେଳକୁ ବଡ଼ ପାଟିରେ ଆଗ ପିଲାକୁ ପଚରା ହେବ , ଭାଇ ୨ ନମ୍ବର ଇ ଟା ଓଡ଼ିଆ ରେ କହ ବେ ଟିକେ...

- ଯିଏ ତୋର ଗୋଟିଏ ଜାଗାକୁ ହିଁ କିସ୍ କରି ପଳେଇ ଯାଏ, ଆଉ କେବେ ଧରାଛୁଆଁ ଦିଏନି , ସେଇଟା ହିଁ Tangent (ସ୍ପର୍ଶକ )... ଶୁଣୁ ଶୁଣୁ ଉତ୍ତର ଅଧା ଲେଖିଲା ବେଳକୁ ସାର୍ ଆସି ଖାତା ଛଡାନ୍ତି ... 

-ପ୍ଲିଜ୍ ସାର୍; ଜଷ୍ଟ ଟିକେ ... 

ସାର୍ ଖାତା ଭିଡୁଥାନ୍ତି, ମୁଁ ଜାବୁଡ଼ି ଧରି ଲେଖୁଥାଏ , ୧୦ ସେକେଣ୍ଡ କସରତ ଚାଲେ , ତାପରେ ହସି ହସି ବାହାରେ ପରୀକ୍ଷା ହଲ୍ ରୁ ... ସେ କ୍ୱେଶ୍ଚିନ ପେପର କୁ ରକେଟ କରି ଉଡେଇଦିଏ ସିକ୍ତ ଫ୍ଲୋର ଉପରୁ ତଳକୁ ...।


Rate this content
Log in