KUMAR SIPUN

Drama Romance Tragedy

4.7  

KUMAR SIPUN

Drama Romance Tragedy

ସ୍ଵାଗତ ପ୍ରିୟl - (ଭାଗ-୧)

ସ୍ଵାଗତ ପ୍ରିୟl - (ଭାଗ-୧)

5 mins
220


ଚାରି ପାଞ୍ଚ ଝିଅ ଆସୁଛନ୍ତି ତାଙ୍କ ସାମ୍ନାରେ ମଧୁ ଯଦି ମୋ କଥା ନ ଶୁଣିଲା କଣ ହେବ, ମୋତେ ଖରାପ ତ ଲାଗିବ ମୋ ଇମେଜ ବି ନଷ୍ଟ ହେବ l କିଛି ନ ଜାଣିବା ର ଅଭିନୟ କରି ଛିଡା ହେଲି l ମୋତେ ଦେଖି ହସିଦେଲା ମଧୁ l ପାଖକୁ ଆସି ପଚାରିଲା ଅରୁଣ ଭାଇ ଇଆଡ଼େ କୁଆଡେ l ଧେତ ସବୁ ସାରିଦେଲା ମଧୁ l ମନଟା ଟିକେ ଆମ୍ବିଳା ହେଇଗଲା ମୋର ତଥାପି ଶୁଖିଲା ହସ ଟିଏ ହସି କହିଲି ନା ଏଇ ତୁମ କଲେଜ ଅଫିସ ରେ କାମ ଥିଲା ଟିକେ ତ ଆସିଥିଲି l ସେ କହିଲା ଓଃ... ତୁମ କାମ ସରିଲାଣି l ମୁଁ ହଁ ମାରି ପଚାରିଲି ତୁମେ କୁଆଡେ ଯାଉଛ l ସେ କହିଲା ଏଇ ସାଙ୍ଗ ମାନଙ୍କ ସହ ଗୁପଚୁପ ଖାଇବାକୁ ଯାଉଛି l ମୁଁ ବାହାନା କରି କହିଲି ମଧୁ ଆସୁନ ସେ ଫ୍ରଣ୍ଟ ହୋଟେଲ କୁ ଦୋସା ଖାଇବା l ମୁଁ ଶୁଣିଛି ସେଠି ଭଲ ଦୋସା ମିଳେ l ମଧୁ ଟିକେ ନିରବିଲା କଣ୍ଠ ରେ କହିଲା ହଁ ମୁଁ ଜାଣେ କିନ୍ତୁ ସେଠି ଦୋସା ର ଦାମ ଟ୍ରିପଲ ଅନ୍ୟ ହୋଟେଲ ଠାରୁ l ମୁଁ କହିଲି ହଉ ପଛେ ଚାଲ l ସେ ଟିକେ ପଛ ଘୁଞ୍ଚା ଦେଉଥିଲା l କିନ୍ତୁ ପରେ ରାଜି ହେଇ ତା ସାଙ୍ଗ ମାନଙ୍କୁ କିଛି କହି ମୋ ସହ ଗଲା ନିକଟ ହୋଟେଲ କୁ l 


  ହୋଟେଲ ବେଶ ଦାମୀ ହୋଟେଲ l ବହୁତ ନିଟ ଆଣ୍ଡ କ୍ଲିନ ଯୋଉଟା କି ମୋର ପସନ୍ଦ l ମୁଁ ଗୋଟେ କଣରେ ପଡ଼ିଥିବା ଟେବୁଲ ରେ ବସିଲି l ମଧୁ ମୋ ବିପରୀତ ଚେୟାର ରେ ବସିଲା ଇଛା ହେଉଥିଲା ତାକୁ ମୋ ପାଖ ଚେୟାର ରେ ବସିବା ପାଇଁ କହିବାକୁ କିନ୍ତୁ ନିଜକୁ ଅଟକାଇ ଦେଲି l କାହିଁକି ନା ମଧୁ ଜାଣି ନ ଥିଲା ମୋ ମନର ଭାବନା l ଯଦି ହଠାତ ମୋତେ ଖରାପ ଭାବେ... ନା ନା ଧିରେ ସୁସ୍ଥେ ପ୍ରେମ ର ଗାଡି ଗଡେଇବା ଉଚିତ l ବେଶି ଜୋର ରେ ଏକ୍ସିଲିଟର ମୋଡିଲେ ଆକ୍ସିଡେଣ୍ଟ ହେଇଯିବ ଯେ..... ମନକୁ ମନ ହସିଲି... 


  ମୁଁ ବସିଥିଲି ହୋଟେଲ ରେ ଲାଗିଥିବା ଏସି ର ସାମ୍ନାରେ ବେଶ ଥଣ୍ଡା ପରିବେଶ ମୋ ମନକୁ ରୋମାଣ୍ଟିକ କରୁଥିଲା l କିନ୍ତୁ ମଧୁ କାହିଁକି ଟିକେ ଅନକମ୍ଫର୍ଟ ଫିଲ କରୁଥିଲା l ମୁଁ ଲକ୍ଷ୍ୟ କରୁଥିଲି ତାକୁ l ମଧୁ ମୋ ଆଖିରେ ଆଖି ମିଶେଇ ପାରୁ ନ ଥିଲା l ମୁଁ ୱେଟର କୁ ଦୁଇଟି କୋଲଡ୍ରିଂକ୍ସ ଅର୍ଡର କଲି l ଏବଂ ପରେ ଦୁଇଟି ମସଲା ଦୋସା ଦେବାକୁ କହିଲି l ମଧୁ କୁ ପଚାରିଲି ତୁମର କଣ ଚଏସ କୁହ l ସେ ମୁଣ୍ଡ ହଲାଇ ମନା କଲା l 


ମଧୁ ଅସ୍ତ ବ୍ୟସ୍ତ ହେଉଥିଲା l ମୁଁ ପଚାରିଲି କିଛି ଅସୁବିଧା କି l ମଧୁ କହିଲା ବହୁତ ଥଣ୍ଡା ଲାଗୁଛି l ଓଃ.. ଏଇ କଥା l ୱେଟର କୁ ଏସି କମ କରିବାକୁ କହିଲି l ମଧୁ ଟିକେ ରିଲାକ୍ସ ହେଲା l କହିଲା ଅରୁଣ ଭାଇ ମୋର ଏସି ଅଭ୍ୟାସ ନାହିଁ ତ l ମୁଁ କହିଲି ହଉ ଚଳିବ l ମଧୁ ଅନ୍ୟମନସ୍କ ଭାବେ ରୁମ ଚାରିଆଡେ ଆଖି ବୁଲାଉ ଥାଏ ମୁଁ କିନ୍ତୁ ଏକ ଲୟରେ ଚାହିଁଥାଏ ତାକୁ l ସେ ମୋ ଆଖିରେ ଆଖି ମିଶାଇ ନ ପାରି ତଳକୁ ମୁହଁ ପୋତି ଦେଉଥିଲା l ଏମିତି ଦୁହେଁ କିଛି ସମୟ ଚୁପଚାପ ବସିବା ପରେ ମୁଁ କହିଲି ମଧୁ ତୁମର ଏମ କଣ l ସେ କହିଲା ଲେକଚରସିପ.... ମୁଁ ଓକେ କହିଲି l ୟା ଭିତରେ କୋଲଡ୍ରିଂକ୍ସ ଦୁଇଟି ଆମ ଟେବୁଲ ଉପରେ ଥୁଆ ହୋଇଗଲା l ମଧୁ କୁ ହଠାତ କହିଲି ମଧୁ ମୁଁ ସିଧା ସିଧା କହିବାକୁ ଭଲ ପାଏ l କାରଣ ମୋତେ ବୁଲେଇ ବଙ୍କେଇ କହି ଆସେନି l ଟିକେ ସଂକୋଚ କଲା ସେ l ଟେବୁଲ ଉପରେ ସେ ଥୋଇଥିବା ହାତ କୁ ମୋ ଦୁଇ ହାତରେ ମୁଠାଇ ଧରିନେଲି l ଟିକେ ଅକୁୱାର୍ଡ ଫିଲ କଲା ସେ l ହାତକୁ ଘୁଞ୍ଚାଇ ନେବାକୁ ଚେଷ୍ଟା କଲା l ମୁଁ କହିଲି ମଧୁ ଥଣ୍ଡା ପିଅ l ସେ କିଛି ନ କହି ବସିଥାଏ l ମୁଁ କହିଲି ମଧୁ ଆଇ ଲଭ ୟୁ l ଡୁ ୟୁ ଲଭ ମି? ସେ ନୀରବ ରହିଲା l ମୁଁ କହିଲି ଦେଖ ମଧୁ ମୁଁ ତୁମକୁ ବାଧ୍ୟ କରିବିନି l ମୋର ମୋ ନିଜ ଉପରେ ଭରସା ଅଛି ମୁଁ ତୁମ ନା କୁ ହଁ ରେ ବଦଳାଇ ପାରିବି l ସେ କହିଲା ଅରୁଣ ଭାଇ ମୁଁ ତ ତୁମକୁ ସେ ନଜର ରେ କେବେବି ଦେଖିନି l ମୁଁ କହିଲି ମଧୁ ମୋର ଦି ଟା ଭଉଣୀ ଅଛନ୍ତି ପ୍ଲିଜ଼ ମୋତେ ଭାଇ ଡାକନି l ମୁଁ କହିଲି ଦେଖ ମଧୁ....... କ୍ରମଶଃ 

ଝିଅ ମାନେ ଭାରି ଫୁଲେଇ ନା l କଥା କଥାରେ ଫୁଲେଇ ହେବା ଗୁଣ ଟା ବୋଧେ ତାଙ୍କ ଜନ୍ମ ରୁ ତାଙ୍କ ରୂପ ଗୁଣ ପ୍ରକୃତି ସହ ଯୋଡି ହୋଇ ଯାଇଥାଏ l ପେଟ ରେ ଗୋଟିଏ କଥା ମୁହଁରେ ଗୋଟିଏ କଥା l ପ୍ରେମ ମାମଲା ରେ ଟିକେ ଅଧିକ l ଉପରେ ନାଇଁ ନାଇଁ ପେଟ ଭିତରେ କିନ୍ତୁ..... l ଆରେ ଆରେ ମୁଁ ଝିଅ ମାନଙ୍କ ବିଷୟରେ ଏତେ କଥା କହୁଛି ଆପଣ ଭାବୁଥିବେ ମୁଁ କଣ ରିସର୍ଚ୍ଚ କରିଛି ନା କଣ l ମୁଁ କିଏ ଏତେ କଥା କହୁଛି l wait ମୋ ପରିଚୟ ଦେଇ ଦେଉଛି l ମୁଁ ଅରୁଣ ରାୟ l ସବୁ ଝିଅଙ୍କ କଥା କହୁନି କହୁଛି ମୋ ପ୍ରେମିକା କଥା l ମୋର ସୁନ୍ଦର ପ୍ରେମ କାହାଣୀ ର ନାୟିକା କଥା l 


 ସ୍କୁଲ ଲାଇଫ ରୁ ମୁଁ ବହୁତ ସୁନ୍ଦର ଥିଲି କେତେ ଝିଅ ମୋତେ ପାଇବାକୁ ବ୍ୟାକୁଳ ହେଉଥିଲେ ମୁଁ ଭଲ ପାଠ ପଢୁଥିଲି l ସବୁବେଳେ କ୍ଲାସ ରେ ଫାଷ୍ଟ ହେଉଥିଲି ତେଣୁ ପ୍ରେମ ଠାରୁ ଦୁରେଇ ରହୁଥିଲି l କଲେଜ ଲାଇଫ ରେ ଜଣେ ଦୁଇ ଜଣ ଝିଅ ମୋ ଜୀବନ ରେ ଆସିଥିଲେ କିନ୍ତୁ..... ସେ ପ୍ରେମ ପ୍ରେମ ନ ଥିଲା ଥିଲା କେବଳ ଟାଇମ ପାସ l ମୋ ଗ୍ରାଜୁଏସନ ପରେ କମ୍ପୁଟର କୋର୍ସ କରିବା ସମୟରେ ଦେଖା ହେଲା ଗୋଟିଏ ଝିଅ ସହ l ମୋ ସାଙ୍ଗ ମାନୀ ର ସାନ ଭଉଣୀ l ମାନେ ଖଞ୍ଜା ର ଦାଦା ଝିଅ ଭଉଣୀ l ଥରେ ଦୁଇ ଥର ସାଙ୍ଗ ଘରକୁ ଯାଇ ଦେଖିଛି ତାକୁ l କିନ୍ତୁ ସେ ମୋତେ ଦେଖେ କି ନା ଜାଣିନି l ଦିନେ ସାହସ କରି ମାନୀ କୁ ପଚାରିଲି ତା ବିଷୟରେ l ମାନୀ କହିଲା ତା ନାଁ ମଧୁ l ଭଲ ନାଁ ମଧୁଛନ୍ଦା ପତି l ମୋ ପାଇଁ ତାର ମଧୁ ନାଁ ହିଁ କାଫି ଥିଲା l 

       ମଧୁ, ମଧୁ, ମଧୁ, ମୁଁ ବସିଲେ ମଧୁ ମୁଁ ଶୋଇଲେ ମଧୁ ମୁଁ ଖାଇଲେ ମଧୁ l ମୋତେ ଚାରିଆଡେ ଖାଲି ମଧୁ ଦେଖା ଯାଉଥିଲା l ମୋ ସଂସାର ମଧୁମୟ ହୋଇ ଯାଇଥିଲା ଯେମିତି l ମଧୁ ମୋ ସ୍ୱପ୍ନରେ ଆସୁଥିଲା l ସେ ମୋ ସ୍ୱପ୍ନ ର ରାଜକୁମାରୀ ପାଲଟି ଯାଇଥିଲା l ଖାଇଲେ ବସିଲେ ଶୋଇଲେ ମଧୁ ଦେଖା ଯାଉଥିଲା l ମୋ ପ୍ରେମ ଟା ଯଦିଓ ଏକ ତରଫା ଥିଲା କିନ୍ତୁ ମଧୁ କବଳିତ କରି ସାରିଥିଲା ମୋ ସମଗ୍ର ସତ୍ତା କୁ l ଆଗରୁ ପ୍ରେମ କରିଛି କିନ୍ତୁ କେବେ ତ ଏମିତି ହୋଇ ନ ଥିଲା l ପିଲାମାନେ ଷଢେଇ ଖେଳ ରେ ମିଛି ମିଚ୍ଛିକା ବୋହୂ ଖେଳ ଖେଳିବା ପରି ମୋ ପୂର୍ବ ପ୍ରେମ ଥିଲା ବୋଧେ l କେବେ ସେ ଭାବନା ଆସିନି ଯାହା ମଧୁ କୁ ଦେଖିବା ପରଠୁ ଆସୁଛି l 


 କେମିତି ମଧୁ ସହ ଯୋଗାଯୋଗ କରିବି ସେଇ ଚିନ୍ତା ରେ ଦିନ ରାତି ଆଖିକୁ ନିଦ ଆସୁନଥିଲା l ମାନି କୁ କହିବାର ସାହସ ବି ଜୁଟାଇ ପାରିଲିନି l ହଠାତ ଦିନେ ମାନି ପାଖକୁ ଯାଇଥିଲା ସମୟ ରେ ଦେଖିଲି ମଧୁ ମୋତେ ଲୁଚି ଲୁଚି ଦେଖୁଚି l ଓଃ ତା ହେଲେ ମୋ ପ୍ରତି ତାର କିଛି ଅଛି ନିଶ୍ଚିନ୍ତ l ଦିନେ ସାହସ କରି ମଧୁ ପଢ଼ୁଥିବା କଲେଜ ଗଲି କିନ୍ତୁ ପାଇବି କେମିତି l ନା ଥିଲା ତା ସହ ମୋର କେବେ କଥା ବାର୍ତ୍ତା ନା ସାକ୍ଷାତ l କେବଳ ମନ କଥା କହିବାକୁ ଯାଇଥିଲି ଜାଣି ନ ଥିଲି ଉତ୍ତର କଣ ପାଇବି l 


କିନ୍ତୁ ଓ଼ମେନ୍ସ କଲେଜ, ତା ଭିତରକୁ ନା ଯାଇ ପାରିବି ନା ଏତେ ବଡ଼ କଲେଜ ରେ କାହାକୁ ଜାଣିଛି ଯେ ମଧୁ ସହ ଦେଖା ହେବ l କେବଳ ଜଗୁଆଳି ପରି ଛିଡା ହେଲି କଲେଜ ଗେଟ ବାହାରେ ମଧୁ ଅପେକ୍ଷା ରେ l କେତେବେଳେ ମଧୁ ବାହାରକୁ ଆସିବ l କିନ୍ତୁ ଘଣ୍ଟା ଟା ଏ ବିତିଗଲା ମଧୁ ର ଦେଖା ନ ଥିଲା. l ମନ ଦୁଃଖ ରେ ଫେରୁଥିଲି ଆଖି ପଡିଗଲା ମଧୁ ତା ସାଙ୍ଗ ମାନଙ୍କ ସହ ବାହାରକୁ ବାହାରୁଛି l 


Rate this content
Log in

Similar oriya story from Drama