ସତ କଥା
ସତ କଥା
ଗପ_ନୁହେଁ
ସ୍କୁଲରେ ପଢୁଥିବା ବେଳେ ସାର୍ ମାନଙ୍କୁ ଦୂରରୁ ଦେଖି ସାଇକେଲ୍ ରୁ ଓହ୍ଲାଇ ପଡ଼ୁଥିଲୁ ଭକ୍ତି ଓ ସମ୍ମାନ ଉଦ୍ଦେଶ୍ୟରେ ... ।
ପାଖକୁ ଯାଇ ଅତି ନମ୍ରତାର ସହ ଭୂମିଷ୍ଠ ପ୍ରଣାମ କରୁଥିଲୁ ।
ଆଜି ମାର୍କେଟ୍ ରେ ସାର୍ ଙ୍କୁ ଦେଖି ବି ନ ଦେଖିବାର ଅଭିନୟ କରି ପଳେଇ ଯାଉଥିବା ସେଇ ଛାତ୍ର ଛାତ୍ରୀ ଆମେ ।
ଦିନ ଥିଲା ଗୁରୁ ଦିବସରେ ଚାନ୍ଦା କରି ସଂପୂର୍ଣ୍ଣ ମନଯୋଗ ସହକାରେ ପାଦ ପୂଜା କରୁଥିଲୁ ଆମେ ଗୁରୁଜୀ ଗୁରୁମା ମାନଙ୍କର ଆଉ ସେଥିରେ ମିଳୁଥିଲା ଆମକୁ ପରମ ତୃପ୍ତି ।
କିନ୍ତୁ ଆଜି ସେଇ ଗୁରୁ ମାନଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହେବା ପାଇଁ ଆମ ପାଖରେ ସମୟ ବା କାହିଁ ?
ଗୁରୁ ଦିବସ ଦିନ ତ " ହାପି ଟିଚର୍ସ୍ ଡେ " ଲେଖି ଦେଇ ସୋସିଆଲ୍ ମିଡ଼ିଆ ରେ ପୋଷ୍ଟଟେ କରିଦେଲେ ଆମ କାମ ସରିଗଲା !!
