KUMAR SIPUN

Drama Romance Tragedy

4.8  

KUMAR SIPUN

Drama Romance Tragedy

ସ୍ଵାଗତ ପ୍ରିୟା (ଭାଗ-୨)

ସ୍ଵାଗତ ପ୍ରିୟା (ଭାଗ-୨)

6 mins
172


ମଧୁ ମୁଁ ତୁମକୁ ଜବରଦସ୍ତି ମୋତେ ଭଲ ପାଇବାକୁ କହିବିନି କିମ୍ବା କିଛି ପ୍ରେସର କରିବି ନାହିଁ l ମୋତେ ଖାଲି ଏତିକି କୁହ ତୁମ ଜୀବନରେ ଆଉ କିଏ ଅଛି କି? ସେ ନୀରବ ରହିବା ଦେଖି ମୋ ଛାତି ର ଧକ ଧକ୍ ବଢିଗଲା l ଲାଗିଲା ସତେ ଯେମିତି ଏଇନା ଗଳି ପଡିବି l ନିଜ ମନର ଭାବନା କୁ ସମ୍ଭାଳି ମୁଁ କହିଲି ମଧୁ ତୁମ ନୀରବ ରହିବାର ମାନେ କ'ଣ ହଁ l ସେ କହିଲା ନା l ନା, ନା ମାନେ କଣ? ସେ କହିଲା ମୋ ଜୀବନରେ କେହି ନାହାଁନ୍ତି lଓଃ ଥ୍ୟାଙ୍କ ଗଡ଼ ଟିକେ ଲମ୍ବା ପ୍ରଶ୍ୱାସ ଛାଡ଼ିଲି l ମଧୁ ମୋ ମୁହଁ କୁ ଅନାଇଲା l ମୁଁ କଥା ବାଁଆରେଇ କହିଲି ମଧୁ କୋଲ୍ଦଡ୍ରିଙ୍କସ ଟା ପିଅ l ଷ୍ଟ୍ର ଲଗାଇ ମଧୁ ତା ମାଜା ବୋତଲ ସାରିବା ପୂର୍ବରୁ ମୁଁ ମୋ ଟେପ୍ ରେକର୍ଡର ଆରମ୍ଭ କଲି ପୁରା ଫିଲ୍ମ ଷ୍ଟାଇଲ ରେ ଇଂମୋସନାଲ ହୋଇ ଅବଶ୍ୟ ଏଥିରେ ମୋର ସାମାନ୍ୟ ମିଛ ନ ଥିଲା ମୋ ହୃଦୟର କଥା ମୁଁ କହିଲି ମଧୁ କୁ l 


ମଧୁ ମୁଁ ତୁମକୁ ଏତେ ଭଲ ପାଇବି ଏତେ ଭଲ ପାଇବି ତୁମେ ଦିନେ ବାଧ୍ୟ ହେବ ମୋତେ ହଁ କହିବାକୁ l ମଧୁ ମୁଁ ତୁମକୁ ଆଗ ଭଲ ପାଇବି ନାହିଁ ମୁଁ ତୁମକୁ ଶଙ୍ଖା ସିନ୍ଦୁର ଦେଇ ସ୍ତ୍ରୀ ର ସମ୍ମାନ ଦେଇ ସାରିବା ପରେ ଭଲ ପାଇବି କିନ୍ତୁ ତା ପୂର୍ବରୁ ତୁମ ମନରେ ମୋ ପ୍ରତି ଭାବନା ବି ତ ଜାଣିବା ଦରକାର l ମଧୁ ବହୁତ ସମୟ ଧରି ଚୁପଚାପ ବସିଥିଲା ହଠାତ ଫିକ କିନା ହସିଦେଲା l ମୁଁ କହିଲି ମଧୁ ମୁଁ ଏତେ ସିରିଏସ ଅଥଚ ତୁମେ ଏତେ କୁଲ ଆଣ୍ଡ କାମ l ସେ କହିଲା ଅରୁଣ ଭାଇ ସରି.... କଥା କଣ କି ତୁମକୁ ଦେଖିଲେ ମୁଁ ସବୁବେଳେ ମାନୀ ଅପା କୁ ଚିଡେଇ କୁହେ ଦେଖ ଦେଖ ତୋ ବର କୁ l ସେ କୁହେ ଯା ତୋରି ବର ହୋଇଥିବ ମୋର ତ ସାଙ୍ଗ l ମୁଁ କୁହେ ହେ ଅରୁଣ ଭାଇ ସୁନ୍ଦର ଯେ ମୁଁ କାଇଁ ତାଙ୍କୁ ବାହା ହେବି ମୁଁ ଯଦି ବାହା ହେବି ଜଣେ government employee କୁ l କାହିଁକି ନା ବିଜନେସ ଫିଜନେସ ମୋର ପସନ୍ଦ ନୁହେଁ l ମଧୁ କଥା ଶୁଣି ମୋ ମନ ଟିକେ ଦୁଃଖ ହୋଇଯାଇଥିଲା l ମଧୁ କିନ୍ତୁ ଗପି ଚାଲିଥାଏ l ତା କଥା ମୋତେ କାନରେ ଘଣ୍ଟି ବାଜିଲା ପରି ଶୁଭୁଥିଲା l ମଧୁ ମୋତେ ହଲାଇ ଦେଇ କହିଲା ଅରୁଣ ଭାଇ ଖରାପ ଭାବିଲ କି? ମୁଁ କହିଲି ନା l ସେ କହିଲା ଅରୁଣ ଭାଇ ମୁଁ ଏମିତି ତାକୁ କହିଦିଏ ନା l 


ମୁଁ ପଚାରିଲି ମଧୁ ତୁମର ସତରେ କଣ govt employee ଚଏସ୍ ସେ କହିଲା ସତ କହିବାକୁ ଗଲେ ହଁ l କାହିଁକି ନା ସେଥିରେ ଗୋଟିଏ ଶୃଙ୍ଖଳିତ ଜୀବନ l ଯେତିକି ମିଳିବ ସେତିକି ରେ ଚଳିବା ଆଡଜେଷ୍ଟେବଲ ହୋଇଯାଏ l କିନ୍ତୁ ବିଜନେସ୍ ରେ ଆଜି ଲାଭ ତ କାଲି କ୍ଷତି l ଆଜି ରାଜା ତ କାଲି ଦାଣ୍ଡର ଭିକାରୀ l ଏହା ଭିତରେ ଦୋସା ଆସିଗଲା l ଗରମ ଗରମ ଦୋସା ମଧୁ କୁ ଖାଇବାକୁ କହି ନିଜେ ଖାଇଲି l କିଛି ସମୟ ଚୁପ ରହିଲି l ଭାବୁଥିଲି ମୋ ନିଜର କିଛି ବି ଇନକମ୍ ନାହିଁ l ମଧୁ କୁ ମୁଁ କଣ ସ୍ୱପ୍ନ ଦେଖାଇବି l ମୋର ବିପରୀତ ମଧୁ ର ଚିନ୍ତାଧାରା l ମୋର govt job ପସନ୍ଦ ନୁହେଁ l ସ୍ୱାଧୀନ ଭାବରେ ଛୋଟ ବେଳୁ ଜୀବନ ବଞ୍ଚି ଆସିଥିବା ପିଲା କେମିତି କାହା ଅଣ୍ଡର ରେ ଚାକିରୀ କରିବ l ଅବଶ୍ୟ ଏଇଟା ମୋ ଚିନ୍ତାଧାରା l ଏହା ଯେ ଶହେ ପ୍ରତିଶତ ଠିକ ତାହା ବି ନୁହେଁ l ମୋର ଇଛା ମୋ ନିଜର କିଛି ସଂସ୍ଥା କରିବି ଯୋଉଠି ମୋ ଇଛା ର ମାଲିକ ମୁଁ ଥିବି l ନା ମୋତେ କେହି ଉପଦେଶ ଦେବାକୁ ଥିବେ ନା କାହା ପାଖରେ ମୁଁ ଗୋଡ଼ ଭାଙ୍ଗି ଛିଡା ହେବି l କିନ୍ତୁ ଏଯାଏଁ ମୁଁ କିଛି କରିନି l ଶୁଦ୍ଧ କଥାରେ ବାପା ଙ୍କ ମଠରେ ଖାଉଥିବା ବେକାର ମୁଁ l ବୟସ 23 ସିନା ସ୍ୱପ୍ନ ବହୁତ l ବାପା ମା ଙ୍କ ର ଦ୍ୱିତୀୟ ପୁତ୍ର l ଉପରେ ବଡ ଭାଇ ବିବାହିତ, ବଡଭଉଣୀ ବିବାହିତା ତା ପରେ ମୁଁ, ମୋ ପରେ ସାନ ଭଉଣୀ ସୁଧା l ବୋଉ ର ଗେହ୍ଲା ପୁଅ ବାପା ଭାଇଙ୍କ ର ବି ଗେହ୍ଲା l କିନ୍ତୁ ମୋ ନିଜର ପରିଚୟ କିଛି ନାହିଁ l ବାପା ସରକାରୀ ଅଫିସର ବଡ଼ ଭାଇ ଜଣେ କମ୍ପାନୀ ଆକାଉଣ୍ଟଣ୍ଟ l 


ମୁଁ ନିଜକୁ ନିଜେ ଅନେକ କଥା ଭାବି ଶେଷରେ ମଧୁକୁ କହିଲି ମଧୁ ମୋର govt job ପସନ୍ଦ ନୁହେଁ l ମିଳିଲେ ବି ମୁଁ କରିବିନି l ମୁଁ କଥା ଦେଉଛି ତୁମକୁ ବାଧା ଦେବିନି କେବେ କୋଉଥିରେ l ତୁମର ହଁ କି ନାଁ ମୋତେ କୁହ l ମଧୁ ଚେୟାର ରୁ ଉଠୁ ଉଠୁ କହିଲା ଅରୁଣ ଭାଇ ମୋତେ ଟିକେ ଭାବିବାକୁ ପନ୍ଦର ଦିନ ସମୟ ଦିଅ l କାରଣ ମୁଁ ଜାଣେ ଆମ ଘରେ କେବେ ବି ରାଜି ହେବେନି l ମୋର ଇଛା ମୋ ଘର ଲୋକଙ୍କ ସ୍ୱୀକୃତି ପାଇ ମ୍ୟାରେଜ କରିବାକୁ l ହଉ କହି କାଉଣ୍ଟର ରେ ପେମେଣ୍ଟ କରି ବାହାରକୁ ବାହାରିଲି l ମଧୁ ତା କଲେଜ ଭିତରକୁ ଚାଲିଗଲା l ମୁଁ ଚାହିଁଥାଏ ତାକୁ ସେ ପଚ୍ଛକୁ ଅନାଇ ଟିକେ ହସି ଦେଲା l ହସି ତୋ ଫସି l ଫିଲ୍ମ ଡାଇଲଗ କୁ ମନେ ପକାଇ ହସିଲି l ଗାଡି ଷ୍ଟାର୍ଟ କରିବା ପୂର୍ବରୁ ପୁଣି ଟିକେ ଛିଡା ହୋଇ ଭାବିଲି ବଡ଼ ଅଜବ ଝିଅ ଏ ମଧୁ l ପ୍ରେମ କରିବ ପୁଣି ଭାବିଚିନ୍ତି l ପନ୍ଦର ଦିନ ସମୟ ନେଇ କଣ ଉତ୍ତର ଦେବ କିଏ ଜାଣେ l ସବୁ ଝିଅ ଏମିତି ଭାବି ଚିନ୍ତି ପ୍ରେମ କରନ୍ତି ନା କଣ? ମୁଁ ଶୁଣିଥିଲି ପ୍ରେମ ଆପେ ଆପେ ହୋଇ ଯାଏ l କିନ୍ତୁ ମଧୁ ର ମନରେ କଣ ଅଛି କେଜାଣି l 

ଏଇ ପନ୍ଦର ଦିନ ମୋ ପାଇଁ କେତେ ଯେ କଷ୍ଟ ମଧୁ କେମିତି ବୁଝିବ ମୋ ଭାବନା l ମଧୁ ହଁ ପାଇଁ ପନ୍ଦର ବର୍ଷ ଅପେକ୍ଷା କରିବାକୁ ପ୍ରସ୍ତୁତ ଥିଲି ମୁଁ l ଏଇ ପନ୍ଦର ଦିନ ଗୋଟିଏ ବିରାଟ ପରୀକ୍ଷା ର ଦିନ l ମାଟ୍ରିକ ପରୀକ୍ଷା ଆରାମରେ ଦେଇସାରି ରେଜଲ୍ଟ ବାହାରିଲା ବେଳକୁ ଯେମିତି ଲାଗେ ମୋତେ ଠିକ ସେମିତି ଲାଗୁଥିଲା l  


ଗାଡି ଷ୍ଟାର୍ଟ କରି ଘରକୁ ଆସିଲି ସିଧା l ଘରେ ପହଞ୍ଚିବା ପରେ ଆମ ଘର ବାରଣ୍ଡା ରେ ବସିଥିବା ମୋ ଜେଜି ମା ତା ପାକୁଆ ପାଟିରେ ପାନ ମକଚି ପକାଉ ପକାଉ କହିଲା ଉଁ ବୋପାଲୋ ହିରୋ, ଏତେ ସୁନ୍ଦର ହେଇ କୁଆଡେ ଯାଇଥିଲୁ ବା କୋଉ ଟୋକି ପଟିଲା ନା ନାଇଁ ବା l ମୋ ଜେଜେମା ମୋ ସହ ଏମିତି ଲାଗେ ସବୁବେଳେ ନ ହେଲେ ତା ଭାତ ହଜମ ହୁଏନି l ମୁଁ ତା ଗାଲ ଚିପି କହିଲି ଆଉ ତୋ ଭଳି ହିରୋଇନ ଥାଉ ଥାଉ କାହାର ସାହସ ବା ମୋତେ ପଟେଇବ l ସେ ପେଲିଦେଇ କହିଲା ଉଁ ଯାଉନୁ l କେତେ ଛଇ ଦେଖାଉଛୁ ବା l ମୋ ଜେଜେମା ର କାମ ହେଲା ସବୁବେଳେ ବସି ହାକିମ ଦେଖାଇବା l କେତେବେଳେ କାହାକୁ କଣ କୁହେ ଠିକ ନାହିଁ l ଖାସ କରି ମୋ ବୋଉ ଉପରେ ତାର ଭାରି ବାଦ l ଯାଇ ଆସି ତାକୁ ହିଁ ଗାଳି ଦେଉଥିବ l ତାରି ଉପରେ ରାଉ ରାଉ ହେଉଥିବ l ତା ଦାନ୍ତ ସିନା ଝଡି ଗଲାଣି ହେଲେ ପାଟି ବନ୍ଦ ନାହିଁ l ଘର ଭିତରେ ମୋତେ କିଛି କହି ପାରେନି ନ ହେଲେ କାହାକୁ ଛାଡେ ନାହିଁ ସେ l ବୋଉ ମୋର କି ଅଜଣା ରୋଗ ରେ ପୀଡିତ ଯେ ଦୁନିଆ ଯାକର ଡ଼କ୍ଟର ଙ୍କୁ ଦେଖା ସରିଲାଣି କିନ୍ତୁ ତା ରୋଗ ନିରୂପଣ ହୋଇ ପାରୁ ନାହିଁ l ଦିନକୁ ଦିନ ସୁନ୍ଦର ଚେହେରା ତାର କ୍ଷୀଣ ହେବାକୁ ବସିଲାଣି l ନାଁ କୁ ମାତ୍ର ବଞ୍ଚି ରହିଛି l ହାଡ଼ ଦି ଖଣ୍ଡ ପଡିଛି ତା ଦେହରେ l ଭାଇ ଭାଉଜ ବାପା ତା ଦାୟିତ୍ୱ ନିଅନ୍ତି ଜଗି ଜଗି l ଡ଼କ୍ଟର ଙ୍କ ମତରେ କେତେବେଳେ କଣ ହେବ କହି ହେବନି କିନ୍ତୁ ଯେତିକି ଦିନ ବଞ୍ଚିଛନ୍ତି ତାଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ l 


ବୋଉ ର ମୋର ଇଚ୍ଛା ମୋ ବାହାଘର ଦେଖିବାକୁ କିନ୍ତୁ ମୋର ତ ରୋଜଗାର ନାହିଁ ମୋତେ କିଏ ଝିଅ ଦେବ l ମୁଁ ମଧୁ କୁ ପସନ୍ଦ କରିଛି ସିନା ତା ଠାରୁ ଗ୍ରୀନ ସିଗନାଲ ତ ପାଇ ନାହିଁ l ସାନ ଭଉଣୀ ସୁଧା ସହ ମୋର ଭଲ ସମ୍ପର୍କ l କହିବାକୁ ଗଲେ ଭାଇ ଭଉଣୀ କମ ସାଙ୍ଗ ବେଶି l ମୋର ଟିକିନିକି ଖବର ସୁଧା ପାଖରେ ଥାଏ l ମୋତେ ସେ ଘର ଭିତରେ ବେଶି ଭଲ ପାଏ l ତାର ଦେହ ମୁଣ୍ଡ ସୁବିଧା ଅସୁବିଧା ସେ କେବଳ ମୋତେ ହିଁ କୁହେ l ମଧୁ ବିଷୟରେ ମୁଁ ସୁଧା କୁ କିଛି କିଛି ହିଣ୍ଟସ ଦେଇଛି କିନ୍ତୁ ନିଜେ ତ ସକ୍ସେସ ହେଇନି ତାକୁ କହିବି କଣ?  

ମୁଁ ଘର କୁ ଯାଉ ଯାଉ ସୁଧା କହିଲା ଭାଇ ଖାଇବା ବାଢ଼ିବି l ମୁଁ ପଚାରିଲି କଣ ହେଇଛି ସେ କହିଲା ଡାଲମା ଶାଗ ଭଜା ବଡି ଚୁରା l ହେ ଏଗୁଡା କିଏ ଖାଇବ l ଘଣ୍ଟା କୁ ଅନେଇ ଲିସମୟ ଗୋଟାଏ l ମୁଁ କହିଲି ସୁଧା ମୁଁ ଯାଉଛି ଚିକେନ ଆଣିବି ତୁ ମସଲା କଷୁଥା l ଦି ଟା ସୁଦ୍ଧା ହେଇଯିବ ତୋର ମୋର ଖାଇବା l ସେ ହଁ ମାରିଲା l ମୁଁ ସୁଧା କୁ ବେଳ ଅବେଳ ଯେତେବେଳେ ଯାହା ବରାଦ କରେ ସେ କରି ଦିଏ ବିନା ପ୍ରତିବାଦ ରେ l ମୁଁ ମୋ ସ୍କୁଟି ଧରି ଚାଲିଲି ଚିକେନ ଆଣିବାକୁ l 



କ୍ରମଶଃ........



Rate this content
Log in

Similar oriya story from Drama