Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Satyaprakash Sethy, M. A(UGC NET)

Romance


3.2  

Satyaprakash Sethy, M. A(UGC NET)

Romance


ମୁଁ ବାହା ହେବି

ମୁଁ ବାହା ହେବି

6 mins 333 6 mins 333

ମୁଁ ବାହା ହେବି। ମୋତେ ଯେବେଠାରୁ ବୟସ ଧରିଲାଣି ଚବିଶ କି ପଚିଶ ମୋ ବାହାଘର ଚିନ୍ତା ଘାରିଲାଣି ବନ୍ଧୁ ବାନ୍ଧବଙ୍କଠୁଁ ସମସ୍ତଙ୍କୁ। ହେଲେ ସେତେବେଳେ ମୋର ଚାକିରୀ ବାକିରି ନଥିବାରୁ କେହି ଏତେଟା ବାଧ୍ୟ କରୁ ନଥିଲେ। କିନ୍ତୁ ଯେଉଁ ଦିନ ମୁଁ ଚାକିରୀ ଖଣ୍ଡେ ପାଇଗଲି ସେଇ ଦିନ ଠାରୁ ମୋ ଉପରେ ଭାରି ପ୍ରେସର। ଖାଲି ପ୍ରେସର୍ ଉପରେ ପ୍ରେସର୍। କୁଆଡେ ମୋତେ ବାହା ହେବାକୁ ପଡ଼ିବ। ନୋହିଲେ ଲୋକେ ବାରିବେ। କହିବେ- “ଓଥଡ଼ା।ପୁଣି ବାହା ନହୋଇ ମରିଗଲେ ଲୋକ କହିବେ -” ମରିଗଲା ପରେ ଖପିଶ ହୋଇ ଗୋଡାଇବ। ଆତ୍ମା ଜମ୍ମାରୁ ଶାନ୍ତି ପାଇବ ନାହିଁ”। ମାଆକୁ ମୋ ବାହାଘର ଚିନ୍ତା ଭାରି। ସେ ଆଉ ଖଟି ପାରିବ ନାହିଁ। ତାକୁ ବୋହୂଟିଏ ଦରକାର। ସତେ କି ବୋହୂ ଆସିଲେ ତାକୁ ରାନ୍ଧି ବାଢି ଦେବ। ତା’ର ସବୁତକ ଦୁଃଖ ପଳେଇବ। ଏଇମିତି କିଛି ଆଲୋଚନା ଜୋହର୍ ଧରିଥାଏ।

ହେଲା ବାବା ହେଲା! ମୁଁ ଏବେ ବାହା ହେବା ପାଇଁ ରାଜି। କାରଣ ଗଡେଇ ଗଡେଇ ଏବେ ମୋତେ ବୟସ ଧରିଲାଣି ବତିଶ। ସେବେ ସିନା ପାଠ ପଢା ଓ ଚାକିରୀ ନିଶା ଥିଲା ଏବେ କିନ୍ତୁ ମୁଁ ପୂରାପୂରି ସେଟଲଡ୍। ମୋର ବି ଗୋଟେ ମନ ଅଛି କି ନାହିଁ? ମୋ ମନଟା ବି ଏ କଥାରେ ଏବେ ଭାରି କୌତୂହଳୀ ହୋଇ ପଡିଲାଣି। ତେବେ ଯେଉଁଠି ନାହିଁ ସେଇଠି ତ ଆଉ ହଁ କରି ପାରିବି ନାହିଁ। ପସନ୍ଦ ବୋଲି ଗୋଟେ ଜିନିଷ ଅଛି କି ନାହିଁ?

ମାଆ କହୁଛି ତା’ର ସୁନା ନାକୀ ବୋହୂ ଦରକାର ଯିଏ କି ଘର କାମ ସବୁ ଜାଣିଥିବ। ବାପା କହୁଛନ୍ତି ବୋହୂଟି ସେବାଯତ୍ନ କରିବା ଦରକାର। ତା ବାପା ମାଆ ଡେମକିଆର ହେଲେ କଥାଟା ଅଡୁଆ । ବନ୍ଧୁ ଘରଟା ବିଗିଡ଼ି ଯିବ। ଭଉଣୀ କହୁଛି ଝିଅଟି ଅସୁନ୍ଦରୀ ହେଲେ ପଛେ ଚଳିବ କିନ୍ତୁ କଳିହୁଡି ହେଲେ ସେ ସେଠି ରାଜି ହେବ ନାହିଁ। ବନ୍ଧୁ ବାନ୍ଧବ କହିଲେଣି ବନ୍ଧୁ ଘରଟା ବନ୍ଧୁ ଘର ଭଳିଆ ହେବା ଦରକାର। ଷ୍ଟାଟସକୁ ଚାହିଁ ପୁଣି ଗୋଟେ କଥା ନା.. ନୋହିଲେ ବର ଯାତ୍ରୀ ଅପଦସ୍ତ ହୋଇ ଫେରିବା ସାର । ଭଲ ଘର ନହେଲେ ସେଠି ବାହାଘର ହୋଇ ପାରିବ ନାହିଁ। ଭାଇ କହୁଛି – ପରିବାର ଓ ବଂଶ ମର୍ଯ୍ୟାଦା ଦୃଷ୍ଟିକୋଣରୁ ଝିଅଟି ଶିକ୍ଷିତା ହୋଇଥିବା ଦରକାର। କିଛି ନହେଲେ ତ ଛୁଆ ପିଲାଙ୍କୁ ପାଠଶାଠ ଦୁଇ ଅକ୍ଷର ପଢ଼େଇ ପାରିବ।

ସବୁ କଥା ଶୁଣି ଶୁଣି ମୁଁ ଭାବୁଥାଏ ଯେ ମୋ ପାଇଁ ବୋଧହୁଏ ଆଉ କିଛି ଅପ୍ସନ ବାକି ନାହିଁ। ତଥାପି ମୁଁ ଯେତେବେଳେ ଖୋଦ୍ ବର, ପୁଣି ପାଠସାଠ ସାଙ୍ଗକୁ ଦେଖିବାକୁ ରାଜକୁମାର ପରିକା ମୋର ବି ଗୋଟେ ପସନ୍ଦ ବୋଲି ଜିନିଷ କିଛି ରହିବା କଥାକି ନୁହଁ? ମୋ ମତାମତକୁ ତ କେହି ଅପେକ୍ଷା ରଖନ୍ତି ନାହିଁ, ତଥାପି ମୁଁ ଭାବେ – ଶିକ୍ଷା ଦିକ୍ଷା ବା ଅନ୍ୟାନ୍ୟ ଗୁଣ ଥାଉ ବା ନଥାଉ ହେଲେ ପାତ୍ରୀଟି ଐଶ୍ଵର୍ଯ୍ୟା ରାୟ ଠାରୁ ବି ସୁନ୍ଦରୀ ହୋଇ ଥିବା ଦରକାର। ଚମଡ଼ାଟା ଟିକେ ଧଳା ହୋଇ ଥିଲେ ଆହୁରି ଭଲ।

ଯାହା ବି ହେଉ ଗଣ୍ଡେ ଛଆଟା ମଧ୍ୟସ୍ଥିକୁ ଡାକି ସମସ୍ତେ ନିଜ ନିଜ ମତାମତ ଶୁଣାଇ ସାରିଲେଣି। ଏଣିକି ଆରମ୍ଭ ହେବ ମାରାଥନ ରେସ୍ ମାନେ କନିଆ ଖୋଜା। ଆସିଥିବା ବହୁ ପ୍ରସ୍ଥାବ ମଧ୍ୟରୁ କିଛି ପ୍ରସ୍ଥାବ ଫଟୋ ଟିପ୍ପଣା ଓ ବାୟୋଡାଟା ଦେଖି ସ୍କ୍ରୁଟିନ କମିଟି ଦ୍ଵାରା ସ୍କୃଟିନ ସରିଲାଣି। ସେଥିରୁ କିଛି ଏକ ଦୁଇ ଓ ତିନି କରି ମଧ୍ଯ ନମ୍ଵରିଂ କରାଯାଇଛି। ଏବେ କନିଆ ଦେଖା ହେବ। ଚୂଡାନ୍ତ ପର୍ବ ପାଇଁ ଶେଷ ପ୍ରସ୍ତୁତି। ମୋର ତ କମ୍ପାନୀ ଚାକିରୀ ଛୁଟି ବୋଲି ଆଦୌ ନାହିଁ କହିଲେ ଚଳେ, ଯାହା ବି ହେଉ ସାତ ଦିନ ଛୁଟି ଧରି ଆସିଛି। ସେଥିରୁ ବାଟେ ବାଟେ ଦୁଇ ଦିନ ଯିବ। ତେଣୁ ଯାହା ହେବ ଶୀଘ୍ର, ନୋହିଲେ ମୁଁ ଚାଲିଯିବି ମୋ ଚାକିରିକୁ। ପୁଣି ଫେରିଲା ବେଳକୁ ବର୍ଷେ କି ଛଅ ମାସ। ଏ କଥା ଶୁଣି ସମସ୍ତେ କହିଲେ ଆଉ ବିଲୁଆ ବିଚାର କରି ସମୟକୁ ଅଯଥା ହେଳା କଲେ ଚଳିବ ନାହିଁ, ତେଣୁ ଆସନ୍ତା କାଲି ଠାରୁ ଦେଖା ଦେଖି ପର୍ବ ଆରମ୍ଭ ହେବ। ଗୋଟେ ଦିନ ପୂର୍ବକୁ, ଗୋଟେ ଦିନ ପଶ୍ଚିମକୁ ଓ ଆଉ ଗୋଟେ ଦିନ ଆଖ ପାଖକୁ ଯାତ୍ରା। ସର୍ବମୋଟ ତିନି ଚାରିଟି ପ୍ରସ୍ଥାବ ଦେଖା ହେବ। ସେଇଥିରୁ ଗୋଟେ ଚୂଡାନ୍ତ ହେବ।

ତହିଁ ଆରଦିନ ଆରମ୍ଭ ହେଲା ଯାତ୍ରା ପ୍ରଥମେ ପୂର୍ବ ଦିଗକୁ। ଗାଡି ଯାଇ ପହଞ୍ଚିଲା କେନ୍ଦ୍ରାପଡାରେ। ଝିଅଟି ଏମ୍. ଏ. ଖଣ୍ଡେ ପଢିଛି। ଏମିତି ଲୋକେ ବାଧ୍ୟ କରିବାରୁ ରାଜନୀତିରେ ଅମନ ମନିଆକି ପଶିଯାଇଛି। ଏବେ ଗୋଟେ କ୍ଷମତାରେ ଅଛି। ଝିଅଟିର ଗୁଣ କର୍ମ ସବୁ ଭଲ। ବାଟେ ଘାଟେ ଲୋକମାନେ ଭଲ ମତାମତ ଦେଉଥିଲେ , ଝିଅକୁ ମଧ୍ୟ ଦେଖିଲୁ। କଥାଟା ଆପତତଃ ସତ। ମୋଉଡାଟା ବି ଗୋଟେ ବାଗରେ। ବାପା ତା’ର କଣ୍ଟ୍ରାକ୍ଟର ବାବୁ। ଦେବା ନେବାକୁ ଭଲ। ହେଲେ ରୂପଟା ତା’ର କଳାଠୁଁ ଟିକିଏ ଅଧିକ ମାତ୍ର ଗୋରାଠୁଁ ଢେର କମ୍। ସେଇଠି ରହିଲା ପେଞ୍ଚ। ଯାହା ବି ହେଉ ଭଲ ବି ଆପ୍ୟାୟିତ କଲେ। ମିଠା ସିଠା ପେଟେ ଖାଇ ଫେରିଲୁ ପଛକୁ।

ବାଟରେ ପଡିଲା ଚଣ୍ଡିଖୋଲ। ସେଠୁ ଗଲୁ ଭଦ୍ରକ। ମଧ୍ୟସ୍ଥି ମହାଶୟ କୁଆଡ଼େ ଆଗରୁ କଥା ହୋଇ ସାରିଥିଲେ। ତେଣୁ ସେଠି ଆଉ ଗୋଟେ ଝିଅ ଦେଖାହେଲା। ଝିଅଟି ଭାରି ସୁନ୍ଦରୀ। ଗଢ଼ଣ ଅତି ଉତ୍ତମ। ଦେଖିବାକୁ ସତେ କି ରାଜ କୁମାରୀ। ଗୌର ବର୍ଣ୍ଣ। ସୁଠାମ ଠାଣି। ଟିଫିନ୍ ପର୍ବ ପରେ ଝିଅ ଆସିଲା। ଇଣ୍ଟରଭ୍ୟୁ ଚାଲିଲା।

-ତୋର ରାଶି କ’ଣ?

କହିଲା – କୁମ୍ଭ

ତା ମାଆ କହିଲା – ସେ ଜାଣେ ନାହିଁ ତା ରାଶି ମୀନ।

ଝିଅ କହିଲା – ନା ନା କୁମ୍ଭ, ମୁଁ ମିଛ କହେ ନାହିଁ ଯାହା କହେ ସତ।

ତା’ ର ପିଉସୀ କଥାଟାକୁ ଏପଟ ସେପଟ କରି ଖାଲି ଆଡଜଷ୍ଟ କରୁଥାନ୍ତି।

୨ୟ ପ୍ରଶ୍ନ – ଆମର ତ ନିରାମିଷ ପରିବାର ହେଲେ ତୁମେ କ’ଣ ଖାଇବାକୁ ଭଲ ପାଅ?

ଝିଅ କହିଲା – ମୁଁ ଦେଶୀ କୁକୁଡା ଖାଇବାକୁ ଅଧିକ ଭଲ ପାଏ, ହେଲେ ବିଧବା (broiler) କୁକୁଡା ପାଇଲେ ହାଡ ଗୋଡ ଚୋବାଇ ଖାଇବାକୁ ଭଲ ପାଏ।

3ୟ ପ୍ରଶ୍ନ – ତୁମକୁ କୋଉଟା ବେଶୀ ଖରାପ ଲାଗେ?

-ମିଛ

-ମିଛ କହିଲେ ତୁମେ କେମିତି ଜାଣ?

-ମିଛ କହିଲେ ତ ମୁଁ ରାଗିଯାଏ। ତା ମୁଣ୍ଡ ଖାଇଯିବି। ପେନସିଲ ଫେନିସିଲି ଯାହା ପାଇବି ସେଥିରେ ତା’ ମୁଣ୍ଡ କଣା କରିଦେବି।

ଇଏ ବାହାଘର ଭାଙ୍ଗିବା ପାଇଁ ପୂର୍ବ ନିର୍ଦ୍ଧାରିତ ଯୋଜନା ନା ମସ୍ତିଷ୍କ ବିକୃତି ନା ସରଳ ନିଷ୍କପଟ ଝିଅଟା?

ସେଦିନ ସନ୍ଧ୍ୟା ହୋଇଯିବାରୁ କନିଆ ଦେଖା ସେଇଠି ରହିଲା। ଗୃହକୁ ପ୍ରତ୍ୟାବର୍ତ୍ତନ କଲୁ। ପୁଣି ରାତି ପାହି ଗଲାଠୁଁ ତା’ ପରଦିନ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କଲୁ। ଆଗ ଭୁବନେଶ୍ଵରରେ ଦେଖିଲୁ ଝିଅଟିଏ, ପାଠ ବି. ଏସି.। ଘର ନିହାତି ଗରୀବ। ବାପା ପରିବା ଦୋକାନୀ। କଷ୍ଟେମଷ୍ଟେ ସଂସାର କୌଣସି ପ୍ରକାରରେ ଚଳିଯାଏ। ସେତେ ଆଗ୍ରହ ନଥିଲେ ହେଁ ମଧ୍ୟସ୍ଥି ବାବୁ ବାଧ୍ୟ କରିବାରୁ ଝିଅଟାକୁ ଦେଖିଲୁ। ଝିଅଟି କିନ୍ତୁ ଗୋଟିଏ ଚାଉଳରେ ଗଢା। ଯେମିତି ରୂପବତୀ ସେମିତି ଗୁଣବତୀ। ତନୁ ପାତିଳୀ, କଟି ସରୁ, ମୃଗ ନୟନା, ଚମ୍ପା ଗୋରା ସର୍ବୋପରି କୋଟି ଜନ ମନ ଆକର୍ଷି ସୁବର୍ଣ୍ଣମୟୀ କାନ୍ତି। ବୁଦ୍ଧି ବିବେକ ପ୍ରଚଣ୍ଡ। ଯୁକ୍ତିଯୁକ୍ତ କଥା। ଜଟିଳ ବୌଦ୍ଧିକ ପ୍ରଶ୍ନର ଅତି ସରଳ ଓ ସୁସ୍ପଷ୍ଟ ଉତ୍ତର। ହେଲେ ଦରିଦ୍ରତା ବିକାଶର ଅନ୍ତରାୟ। ବେଦୀ ଖର୍ଚ୍ଚ ମଧ୍ୟ ଦେବାକୁ ବାପା ତା’ର ଅମତ। ମନରେ କିଛି ପ୍ରଶ୍ନ ଧରି ଉଠିଲୁ। ପ୍ରଶ୍ନଟିଏ ଥିଲା ତା ପାଇଁ -” ଯଦି ଶାଶୁ ନିରୀହ ଓ ଅମାୟିକ ମାତ୍ର ଶ୍ୱଶୁର ରୁକ୍ଷ, କିଛିଟା କଠୋର ଓ ତେଢା ସ୍ୱାଭାବର, ସେ ସ୍ଥଳେ ତୁମେ ଶାଶୁ ପାଖରେ ଆଉଜିବ ନା ଶ୍ୱଶୁର ପାଖରୁ ଦୂରେଇ ରହିବ” ?

ଉତ୍ତର ଥିଲା–“ଯଦି ସେମାନଙ୍କ ମନଲାଖି କାମ କରାଯାଏ, ତେବେ ସେମାନେ ନିଶ୍ଚିତ ସନ୍ତୁଷ୍ଟ ହେବେ। ଅସନ୍ତୋଷ ନରହିଲେ ସବୁ ସମସ୍ୟା ଛାଏଁ ସମାଧାନ ହୋଇଯିବ”।

ଗାଡିରେ ବସିଲୁ। ଗାଡି ମୁହାଁଇଲା ଖୋର୍ଦ୍ଧା ଆଡକୁ। ବାଟରେ ଢାବା। ଜଳପାନ ହୋଇଗଲା। କନିଆଁ ଘରେ ପହଞ୍ଚି ଗରମ ପାଣି ମୁନ୍ଦେ ପିଇ ଦେଲା ପରେ ଝିଅ ଦେଖା। ଝିଅଟି ମନ୍ଦ ନୁହଁ। ବାପା ବି ଅଫିସରଙ୍କ ଲୋକ, ଭଲ ଘର ଖଣ୍ଡେ କରିଛନ୍ତି। ଝିଅଟି ଆଧୁନିକ ଡ୍ରେସ୍ ଓ ପ୍ରସାଧାନ ସାମଗ୍ରୀ ମୁହଁରେ ମାଖି ସାମ୍ନାରେ ଉଭା ହେଲା। ପ୍ରଶ୍ନର ଉତ୍ତର ରୋକଠୋକ୍ ଦେଉଥାଏ। କହିଲା ଏମ୍. କମ୍. ପଢ଼ିଛି, ପଚାରିଲା ବେଳକୁ ବାଲାନ୍ସ ସିଟରେ ଫେଲ୍।

ଏଥର ସମସ୍ତେ ଘରକୁ ଫେରି ଆସିଲୁ। ଦିନକ ପରେ ଗୋଲ ଟେବୁଲ ବୈଠକ ବସିଲା। ଦେଖା ଯାଇଥିବା ପ୍ରସ୍ତାବ ଉପରେ ସମସ୍ତେ ଟିପ୍ପଣୀ ଦେବାକୁ ଆରମ୍ଭ କଲେ। ସବୁ ପ୍ରସ୍ତାବରେ କିଛି ନା କିଛି ଖୋଟ ନଜରକୁ ଆସୁଥାଏ। ଏଣୁ ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିବା ସହଜ ହେଉନଥାଏ।

-“ତେବେ ମୁଁ କାହାକୁ ବାହା ହେବି” ?


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Romance