Sunanda Mohanty

Comedy Thriller Others

3  

Sunanda Mohanty

Comedy Thriller Others

ମସ୍ତି

ମସ୍ତି

3 mins
7

ଛୁଟିରେ ସମସ୍ତେ ଏକାଠି ହୋଇଥିଲେ. ସେମାନେ ଥିଲେ ଛଅ ଭାଇଭଉଣୀ ସହ ତାଙ୍କ ସ୍ୱାମୀମାନେ. ରବର୍ଟସନ ବଜଫଜ ସବୁଠୁ ବଡ଼ ଥିଲେ ତ ସେ କହିଥିଲେ ତାଙ୍କ ଦୁଇଭାଇ ଚନ୍ଦରସନ କିରିଗୀଜ ମାଆ କାଳିଜାଇଙ୍କ କୃପା କରୁଣାରୁ ଜନ୍ମ ହୋଇଥିଲା ବେଳେ ସାନ ଭାଇ ସାମସନ ଟରଟୋଜ ମାଆ ଶ୍ୟାମାକାଳୀଙ୍କ ଦୟାରୁ ଆମ ବୋଉ କୋଳକୁ ଆସିଥିଲା ତ ରବର୍ଟସନ ବଜଫଜଙ୍କ ସାନ ଭଉଣୀ ଜୋକରସନ ଗିଜଗୁଜ, ରବର୍ଟସନ ବଜଫଜଙ୍କୁ ପଚାରିଥିଲେ ଆଛା ଅପା ତୋ ନାତି ନାତୁଣୀ କାହା ଦୟାରେ ତୋ ଝିଅ ଓ ବୋହୁଙ୍କ କୋଳକୁ ଆସିଲେ? କାହା ଦୟା ଆଉ ମାଆ ଷଷ୍ଠୀଦେବୀଙ୍କ ଦୟାରୁ ଝିଅ କୋଳେ ଝିଅ ଓ ମାଆ ଦୁର୍ଗାଦେବୀଙ୍କ କରୁଣାରୁ ବୋହୁ କୋଳେ ପୁଅ. ମୋ ଝିଅର ପୁଅ ନାତିଆକୁ କଣ ନାଁଦିଆଯାଇଛି ଜାଣିଛ ସମସ୍ତେ କହି ଆରମ୍ଭ କଲେ ମସ୍ତି ଜୋକରସନ ଗିଜଗୁଜ. କହିଲେ ଜାଣିଛ ମୋ ଜୋଇଁ ତା ବାପାଙ୍କୁ ଏତେ ଭଲ ପାଏ ଯେ ତା ବାପାଙ୍କ ନାମ ହିଁ ପୁଅର ନାମ ରଖିଛି ବଇଁଶୀଧର. ରଖୁ ରଖୁ ସମୁଦୀ ବି ସେପାରିକୁ ପାର. ତେଣୁ ମୁଁ ତା ନାମ ରଖିଛି ଆଲବେଣ୍ଡାଜୋଲ. ମାଇକେଲ ମମିଜ କହିଲେ ସେଇଟା ତ କୃମି ଔଷଧର ନାମ ନାଁ. ହଁ ପରା ସେଇ ନାମଟା ଥରକୁ ଥର ଭୁଲି ଯାଉଥିବାରୁ ମୁଁ ନାତିକୁ ସମ୍ପୂର୍ଣ୍ଣ ଆଲବେଣ୍ଡାଜୋଲ ନଡାକି ଆଲବେଣ୍ଡା ଡାକୁଛି ତ ହସି ହସି ଗଡି ଯାଉଥିଲେ ପିଟରସନ ଟିନଟୋଜ. ପୁଣି ମସ୍ତି କରିବାକୁ ଯାଇ ଜୋକରସନ ଗିଜଗୁଜ କହିଲେ କିଛି ଦିନ ପରେ ଆଲଟା କାଟି ଦେଇ ସଟକଟରେ ବେଣ୍ଡା ଡାକିବି. ସମସ୍ତେ ହସି ହସି ଗଡିଯିବା ବେଳେ ଜୋକର ସନଙ୍କ ମସ୍ତିକୁ ମସ୍ତିରେ ନନେଇ କି କଣ କେଜାଣି ଭାଇଭଉଣୀ ଛଅ ଜଣଙ୍କ ସ୍ୱାମୀମାନେ କହୁଥିଲେ ତୁମେ ସବୁ ଯେଉଁ ସହରରେ ଜନ୍ମ ତାହାର ବଡ଼ଦାଣ୍ଡ ଅଛି. ମୁନିସପାଲଟି ଡ୍ରେନ ସବୁରେ ଲଣ୍ଡ ଭାସୁଥାଏ ପୁଣି ତୁମ ସାଇକି ଯିବାକୁ ହେଲେ ପାଣ୍ଡ ଜାଗାର ଠିକଣା ଦେଖାଇ ରିକ୍ସା କି ଅଟୋ କରିବାକୁ ହୁଏ ଆଉ ସେହି ସହର ଆଈ ଜୋକରସନ ଗିଜଗୁଜଙ୍କ ନାତିର ନାମ ବେଣ୍ଡା ହେଲେ କ୍ଷତି କଣ? ବଡ଼ ଭିଣୋଇଙ୍କ କଥା ଶୁଣି ଅନ୍ୟମାନେ କହୁଥିଲେ ବେଣ୍ଡା କହୁ କହୁ ଭେଣ୍ଡା ବୋଲି ନାମ ରହିଯିବ ଯେ!ହସି ହସି ଜୋକରସନ ଗିଜଗୁଜ କହୁଥିଲେ ଆମ ନାମ ସବୁ ଯଦି ଏମିତି ଆମ ବାପା ରଖିପାରିଲେ ତେବେ ମୁଁ ଆଈ ହୋଇ ନାତିକୁ ଭେଣ୍ଡା ଡାକିଲେ ବି ଅସୁବିଧା କୋଉଠି? ବଡ଼ ହେଲେ ଜେଗାରେ କୁସ୍ତି କରି ପୁରୀ ଗୁଣ୍ଡା ହେବ ମୋ ନାତି ଆଉ ତୁମ ସମସ୍ତଙ୍କୁ କରିବ ଲଣ୍ଡା. ସମସ୍ତେ ହସି ହସି ଗଡି ଯାଉଥିଲେ.

   ଏଥର ପୁଣି ରବର୍ଟସନ ବଜଫଜ କହିବାକୁ ଲାଗିଲେ ଆରେ ଆମ ବାପା ଥିଲେ ଖୁସି ମିଜାଜର ଲୋକ. ମୋ ପରେ ଆସିଲେ ମୋ ଭଉଣୀ ଜୋକର ସନ ଗିଜଗୁଜ ତା ପରେ ଚନ୍ଦରସନ କିରଗୀଜ ତାପରେ ଆସିଲେ ସାମସାନ ଟରଟୋଜ ନାମରେ ଦୁଇ ପୁଅ କହିଚାଲିଥିଲେ ରବର୍ଟସନ ଆଉ ତା ପରେ ବାପା ଝରକାରେ ସମସ୍ତଙ୍କର ଓଡ଼ିଆ ନାମ ପରି ଲେଖିରଖିଥିଲେ ସତ୍ୟକିଙ୍କର କିନ୍ତୁ ଆସିଲେ ମାଇକେଲ ମମିଜ ଓ ତା ପରେ ସତ୍ୟସାଇ ବାବାଙ୍କ ନାମରେ ସତ୍ୟକିଙ୍କରକୁ ଚାହିଁରହିଥିବା ବାପାଙ୍କୁ ମିଳିଥିଲେ ପିଟରସନ ଟିନଟୋଜ ନାମକ ଦୁଇ ଝିଅ. ଟେବେ ତୁମର ସବୁ ଓଡ଼ିଆ ନାମକୁ ଏମିତି ଇଂରାଜୀ ନାମକରଣକୁ ପାରିବର୍ତ୍ତିତ କରିବାକୁ ବାପାଙ୍କର ଇଛା କାହିଁକି ହେଲା ଆମେ ଜାଣିପାରିକି କହୁଥିଲେ ଚାରିଝିଅଙ୍କର ସ୍ବାମୀମାନେ ତ ବଡ଼ଝିଅ ରବର୍ଟସନ ବଜଫଜ କହିଥିଲେ ସେଇଟା ମଧ୍ୟ ବାପାଙ୍କ ସହ ଆମର ଗୋଟେ ମସ୍ତିର କଥା. ସେତେବେଳେ ରେଡ଼ିଓ ଏଣ୍ଟରଣ୍ଟେନର ମୁଖ୍ୟ ସ୍ରୋତ ଥିଲା ବେଳେ ସେଥିରେ ସପ୍ତାହକୁ ଦୁଇଦିନ ରାତି ନଅଟା ତିରିଶ ମିନିଟରେ ଆଉଥରେ ଶୁଣନ୍ତୁ ବୋଲି ଗୋଟେ ଅନୁରୋଧରେ ସଂଗୀତ କାର୍ଯ୍ୟକ୍ରମ ଦିଏ. ଯେଉଁ ପରିବାରର ସଦସ୍ୟମାନେ ଯେଉଁ ସିନେମା ଗୀତଟିକୁ ଶୁଣିବାକୁ ଅନୁରୋଧ କରିଥାନ୍ତି ସେମାନଙ୍କ ନାମ ଘୋଷଣା କରି ସଂଗୀତଟି ବାଜେ. ବାପାଙ୍କ ଅନୁରୋଧରେ ଦି ଚାରିଥର ସବୁ ସନ୍ତାନଙ୍କ ନାମ ସହ ପିତା ମାତା ଓ ଜେଜେ ଜେଜେମାଙ୍କ ନାମ ସହ ଘୋଷଣା ହେଲା ଆମ ବାପାଙ୍କ ଗୀତ ତ ଆମଠୁ ବେଶୀ ଖୁସି ବାପା. ସେଇଠୁ ତାଙ୍କ ମନରେ ସୃଷ୍ଟି ହୋଇଥିଲା ଅଭିନଵ ପ୍ରୟାସ ଯେ ଓଡ଼ିଆ ନାମ ଗୁଡିକୁ ଅଳ୍ପଟିକେ ପାରିବର୍ତ୍ତିତ କରି ଇଂରାଜୀ ନାମକରଣ କରି ରେଡ଼ିଓକୁ ବା ବେତାରଯନ୍ତ୍ରକୁ ଦେଲେ କେମିତି ହୁଅନ୍ତା ତ ପରିକଳ୍ପନାକୁ ଯୋଜନାରେ ପରିଣତ କରିବାକୁ ଲାଗିପଡି ବାପା ଆମ ସମସ୍ତଙ୍କ ଭଲ ନାମ ଓ ଡାକନାମକୁ ମିଶେଇ ତିଆରି କଲେ ଇଂରାଜୀ ନାମ. ରବର୍ଟସନ କହିଚାଲିଥାନ୍ତି ଯେମିତି ମୋର ରେବା କୁ ରବର୍ଟସନ ବଜଫଜ, ଅନ୍ନଦା ଓ ଗୁଜୁକୁ ମିଶେଇ ଜୋକରସନ ଗିଜଗୁଜ, କାଲିକିଙ୍କର ଓ ଚଣ୍ଡୁକୁ ମିଶାଇ ଚନ୍ଦରସନ କିରଗୀଜ, ଶ୍ୟାମାକିଙ୍କର ଓ ଟୁଟୁକୁ ମିଶେଇ ସାମସନ ଟରଟୋଜ, ମଧୁଛନ୍ଦା ଓ ମାମି କୁ ମିଶାଇ ମାଇକେଲ ମମିଜ ଓ ପ୍ରୀତିନନ୍ଦା ଓ ଟିନାକୁ ମିଶାଇ ପିଟରସନ ଟିନଟୋଜ କରିଦେଇଥିଲେ. ଆଉ ଯୋଉଦିନ ସେହି ସବୁ ନାମ ସହ ତାଙ୍କ ପିତା ମାତା ଓ ଜେଜେ ଜେଜେମାଙ୍କ ନାମ ଉଚ୍ଚାରଣ କରି ଘୋଷିକା କହୁଥିଲେ ଏମାନଙ୍କ ନାମ ସହ ପସନ୍ଦ ଗୀତ ଅକ୍ଷୟ ମହାନ୍ତଙ୍କ କଣ୍ଠରେ ଜାତକ ପଡିଛି ରାଜଯୋଟକ.. ଭାଇନା ଯାଇଛନ୍ତି ଆଜି କଟକ, ରାଜାଝିଅ ସଙ୍ଗେ କରିଥିଲି ଭାବ ଗଡ଼ଗଡିଆ ତୁଠରେ ଇତ୍ୟାଦି ଗୀତଗୁଡିକ ବାଜିଲା ବାପା ତାଙ୍କ ପସନ୍ଦର ନାମ କରଣ ଶୁଣି ଯେତିକି ଉଲ୍ଲସିତ ବୋଉ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ତା ପସନ୍ଦର ଶିଳ୍ପୀଙ୍କ କଣ୍ଠରୁ ପସନ୍ଦ ଗୀତ ଶୁଣି କହୁଥାଏ ବାପାଙ୍କୁ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଆଉ ଆଉ ଗୀତ ଶୁଣିବାକୁ ତ ବାପା ତାଙ୍କ ସାଙ୍ଗ ପ୍ରଫୁଲ୍ଲ କରଙ୍କ କଣ୍ଠରେ କମଳଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ... ଲକ୍ଷେ ରାଜାରେ ମଉଡମଣୀ ମୁଁ ମୋ ନାମ ଚନ୍ଦ୍ରଭାନୁ ଗୀତଟି ଶୁଣି ଏକରକମ ଆତ୍ମହରା ହୋଇପଡ଼ିଥିଲେ ସେଦିନ. 


Rate this content
Log in

Similar oriya story from Comedy