ମିଳନ
ମିଳନ
ପୁରୀ ସମୁଦ୍ର କୂଳରେ ବୁଲୁ ବୁଲୁ ଦେଖା ହୋଇଗଲା ବିମଳ ସାଙ୍ଗରେ ବହୁତ ଦିନ ପରେ | ଚିହ୍ନି ହେଲାନି ତାକୁ, ତାର ଦାଢ଼ି ବଢି ଯାଇଥିଲା ଅନେକ | ସେ କିନ୍ତୁ ଚିହ୍ନି ପକାଇଲା ଅନେକ ଦୂରରୁ | କମଳ କମଳ ଡାକିଲା ବଡ଼ ପାଟିରେ | ପାଖକୁ ଗଲାରୁ କୁଣ୍ଢେଇ ପକାଇଲା ଖୁସିରେ | ଆରେ କଣ ଚାଲିଛ ଚାଲିଛି ? ମୁଁ ପଚାରିଲି, କଣ କରିବି ଗୋଟେ ବ୍ୟାଙ୍କରେ ଚାକିରୀ ମିଳିଛି, ୧୦ ବର୍ଷ ହେଲା ପୁରୀରେ ଅଛି | ସେ କହିଲା ଚାଲ ଚା ପିଇବା ଗୋଟେ ଚା ଦୋକାନ ପାଖରେ ବସିଗଲୁ ଦୁହେଁ | ବିମଳର କିଛି ବି ବଦଳି ନଥିଲା ପତଳା ଦେହ ଓ ଡେନିମ ଜିନ ପ୍ୟାଣ୍ଟ କଲେଜ ଦିନ ପରି | ତାକୁ ପଚାରିଦେଲି ରିମା, ମାନେ ତା କଲେଜ ସାଙ୍ଗ କଥା | ତା ଆଖି ଗୁଡା ବଡ଼ ବଡ଼ ହୋଇଗଲା ସେ କହିଲା "ତାଙ୍କ ଘର ଲୋକଙ୍କ କଥାରେ ରିମା ଆଉ କାହା ସାଥିରେ ବାହା ହୋଇଗଲା, କାରଣ ମୋର ସେତେବେଳେ ଚାକିରୀ ନଥିଲା " | ମୁଁ ପଚାରିଲି ତୋର ତ ଚାକିରୀ ମିଳିଲାଣି ତୁ ବାହା ହେଉନୁ କାହିଁ କି ? ସେ କହିଲା ଜଗା ଚାହିଁଲେ ହେବି ,ଦେଖିବା | ମୁଁ ପଚାରିଲି ଏବେ ରିମା କେଉଁଠି ? ସେ କହିଲା ବୋଧହୁଏ ଏଇଠି ଅଛି , ମୁଁ ପଚାରିଲି ତୁ କେମିତ ଜାଣିଲୁ ? ସେ ଫୋନ କରିଥିଲା ,କଣ ସବୁ କହୁଥିଲା , ବିମଳ କହିଲା | ମୁଁ ପଚାରିଲି କଣ କହୁଥିଲା ତା ପରେ କହିଲା ତାର ଡିଭୋର୍ସ ହୋଇଯାଇଛି ସେ ଫୁଣି ଫେରିବାକୁ ଚାହୁଁଛି | ମୁଁ ପଚାରିଲି ତୋର ଇଚ୍ଛା କଁ ? ସେ ମୋ ମୁଁହକୁ ଚାହିଁଲା ଓ ତା ଦାଢ଼ିକୁ ଆଉଁସି କହିଲା ତୁ କହ ?
କିଛି ସମୟ ପରେ ରିମାର ଫୋନ ଆସିଲା, ବିମଳ କହିଲା ଆରେ କମଳ ଆସିଛି ରିମା କହିଲା କେଉଁଠି ଅଛି ,ସେ କହିଲା ଆମେ ବିଚରେ ବସିଛୁ | ସେ କହିଲା ମୁଁ ଆସୁଛି | କିଛି ସମୟ ପରେ ରିମା ଆସି ପହଁଚିଲା | ରିମା ଆଖିରେ ଲୁହ ଥିଲା ଅନେକ ବୁଝାଇବା ପରେ ବିମଳ ରାଜି ହେଲା ଓ ତାଙ୍କ ଘର ଵାଲାଙ୍କୁ ବୁଝାଇବାକୁ ମୁଁ ବାହାରିଲି | ମାସେ ପରେ ରିମା ଓ ବିମଳର ମିଳନ ହେଲା |