ମିଛ ତୁମ ପ୍ରେମ ଭାଗ ୧
ମିଛ ତୁମ ପ୍ରେମ ଭାଗ ୧


ଏହା ଏକ ସତ୍ୟ ଘଟଣା ଯାହା ସୋମନାଥ_ବାରିକ ଙ୍କ ଜୀବନରେ ଘଟିଛି। କାହାଣୀ କିଛି ଏମିତି ଥିଲା....
ସତରେ କଣ ମନିଷ ପ୍ରେମ ରେ ପାଗଳ ପାଲଟି ଯାଏ । ସତରେ କଣ ପ୍ରେମ ରେ ମନିଷ ଭୋକ ଶୋଷ ସବୁ ଭୁଲି ଯାଏ । କାଇଁ ମୋ ଜୀବନରେ ଏମିତି କିଛି ଘଟି ତ ନାହିଁ ? ଏମିତି ଆୟୁତ ଆୟୁତ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ ଅଜୟ ସୋମନାଥ ଙ୍କୁ।
ସୋମନାଥ - ଭାଇ ଜୀବନରେ ପ୍ରେମ ହେବା ଜରୁରୀ ଏବଂ ଅଧିକରୁ ଅଧିକ ହେଇଗଲେ ମନିଷ ହଜି ଯାଏ କେଉଁ ଏକ ନିର୍ଜନ ସ୍ଥାନରେ। ଭୁଲି ଯାଏ ନିଜକୁ, ଭୁଲି ଯାଏ ଏ ସମାଜ କୁ ହେଲେ ଆମକୁ ଭଲ ପାଉଥିବା ପ୍ରେମିକା ଆମକୁ ତାଙ୍କ କଣ୍ଢେଇ ପରି ଭାବନ୍ତି।
ଅଜୟ - ଏହା କଣ ସତ ସୋମନାଥ ?
ସୋମନାଥ - ଏହା ଚିରନ୍ତନ ସତ୍ୟ ଅଟେ ଭାଇ
ସୋମନାଥ - ମୁଁ ସିଧା ସାଧା ପିଲା ଟିଏ କେବେ କେଉଁ ଝିଅ ସହିତ କଥା ହୁଏନା କି କାହା ସହିତ କଥା ହେବାର ସମ୍ଭାବନା ବି ନଥିଲା ମୋ ଜୀବନରେ। ପ୍ରଥମ ଥର ତାକୁ ଦେଖିଲି ମୋ କଲେଜ ରେ.
ଅଜୟ - ତାକୁ ଦେଖି କଣ ତୁମେ କଥା ହେଲ ତୁମ ଭଲ ପାଇବା ବିଷୟରେ କିଛି କୁହ ସୋମନାଥ।
ସୋମନାଥ ଆରମ୍ଭ କଲେ ତାଙ୍କର ସେ ପ୍ରେମ କାହାଣୀ ଯେଉଁ ସ୍ମୃତି ଆଜି କଷ୍ଟ ପରେ କଷ୍ଟ ଦେଇଚାଲେ ପ୍ରତିଟି ମୁହୂର୍ତ୍ତରେ
ମେଟ୍ରିକ୍ ପରିକ୍ଷା ଦେବା ପରେ ସ୍କୁଲ ଜୀବନ ସରିଯାଉଥିଲା କେବଳ ଅପେକ୍ଷା ମେଟ୍ରିକ୍ ଫଳ କୁ। କିଛି ଦିନ ପରେ ଅପେକ୍ଷା ର ଅନ୍ତ ଘଟି ବାହାରିଥିଲା ମୁଁ ଦେଇଥିଲା ପରୀକ୍ଷା ରେ ମୁଁ କେଉଁ ସ୍ଥାନ ରେ ଅଛି। ଆମ ଅଞ୍ଚଳ ରେ ମୁଁ ମାଟ୍ରିକ୍ ପରୀକ୍ଷା ରେ ଦିତୀୟ ସ୍ଥାନ ରେ ଥିଲି।
ଆମ ଘର ପରିବାର ର ସମସ୍ତ ସଦସ୍ୟା ବହୁତ ଖୁସି ଥିଲେ ଏବଂ ମୋ ବାପା ମତେ ସବୁଠାରୁ ଭଲ କଲେଜ (ଉଦୟନାଥ କଲେଜ) ରେ ମୋ ନାଁ ଲେଖେଇବାକୁ ସ୍ଥିର କଲେ ଆଉ ସେଇ କଲେଜ ରେ ହିଁ ମୋ ନାଁ ଲେଖା ଗଲା।
ମୁଁ ଏବଂ ମୋର ପ୍ରିୟ ସାଙ୍ଗ ଘରୁ ବାହାରିଲୁ କଲେଜ ଯିବା ଉଦ୍ଦେଶ୍ୟରେ। ସେଇଦିନ ଥିଲା ତା ୬:୦୭:୨୦୧୭ ରିଖ ଗୁରୁବାର ଆମ ଦୁଇ ଜଣ ଙ୍କର ସେଦିନ ଥିଲା ପ୍ରଥମ ଦିନ (ଉଦୟନାଥ କଲେଜ) ରେ। ମୁଁ ଆଉ ମୋ ସାଙ୍ଗ ଆମ ଦୁଇ ଜଣଙ୍କ ମନରେ ଥିଲା ଅସରନ୍ତି ଭୟ କାରଣ ଆମେ ଶୁଣିଥିଲି ସେ କଲେଜ ରେ କାଳେ ରାଙ୍ଗିଙ୍ଗ୍ ହୁଏ ବୋଲି ଏତେ ଭୟ ଭୀତ ଥିଲୁ ଯେ ଯାହାକୁ କହି ହେବନି ଆଉ ଦେଖେଇ ହେବନି । ସେ ଯାହା ବି ହେଉ ମନ ର ଭୟ କୁ ମନ ରେ ରଖି ଆରମ୍ଭ କରିଥିଲୁ କଲେଜ ଜୀବନ। କଲେଜ ର ପ୍ରଥମ ଦିନ ବହୁତ ଭଲ ରେ ବିତିଗଲା ଏବଂ କିଛି ନୂଆ ସାଙ୍ଗ ମାନଙ୍କ ସହିତ ବନ୍ଧୁତ୍ବ ମଧ୍ୟ ହେଇଗଲା। କଲେଜ ଜୀବନ ଯାପନ ଖୁବ ଭଲ ରେ ଚାଲୁଥାଏ। ସେଇଦିନ ତା ୧୦:୦୭:୨୦୧୭ ରିଖ ସୋମବାର ଥିଲା ଆମେ ବସିଥିଲୁ ରୁମ୍ ନମ୍ଵର୍ ୨୫ ରେ ଏଜୁକେସନ୍ କ୍ଲାସ କରିବା ପାଇଁ ଆମ ସାଙ୍ଗ ମାନଙ୍କ ଭିତରୁ କିଏ ଜଣେ କହିଲା ଆଜି ମାଡାମ୍ ବିଳମ୍ବରେ ଆସିବେ ବୋଲି। ଏଇ କଥା ଶୁଣି ସବୁ ପିଲା ତାଙ୍କ ସାଙ୍ଗ ମାନଙ୍କ ସହିତ କଥା ବାର୍ତ୍ତା ର ପର୍ବ ଆରମ୍ଭ କରିଦଲେ ଆଉ ମୁଁ ବି ମୋ ସାଙ୍ଗ ସହିତ ଗପିବା ଷ୍ଟାର୍ଟ କରିଦେଲି ଏମିତି କିଛି ସମୟ କଥା ହେବା ଭିତରେ ମୋ ଆଖି ପଡିଗଲା ପଛ ବେଂଚ ରେ ବସିଥିବା ଏକ ସୁନ୍ଦରୀ ଝିଅ ଟେ ଉପରେ। ମୁଁ ଅପଲକ ନୟନରେ ସେମିତି କିଛି ସମୟ ଅନେଇ ରହିଲି ତାକୁ ସତେ ଯେମିତି ସରଗ ରାଇଜରୁ ପରି ଟିଏ ଆମ ଏ (ଉଦୟନାଥ କଲେଜ) କୁ ଛାତ୍ରୀ ହୋଇ ଆସିଛି। ସେ ଯାହା ବି ହେଉ ପ୍ରଥମ ଦେଖା ରେ ମୋ ମନ ଭିତରେ ଗୋଟିଏ ଶୂନ୍ୟ ସ୍ଥାନ ପୂରଣ କରିଦେଇଥିଲା ସେ। ଏ ଆଖି ବରମ୍ବାର ତା ଆଡକୁ ଚାହିଁ ରହୁଥିଲା ଯେତେ ଚେଷ୍ଟା କଲେ ବି ଅଟକାଇ ପାରୁ ନଥିଲି ମୁଁ ମୋ ନିଜ କୁ। ଜୀବନ ରେ ଏଇଟା କୁ କଣ କୁହ ଯାଏ ଭଲ ପାଇବା ନା ପାଗଳାମି ଆଖି ଆଗରେ ଯେମିତି ତା ଗୋରା ମୁହଁ ଟା ମୋ ଆଖି ସାମ୍ନାରେ ନାଚି ଉଠୁଥିଲା। ତାର ସେ ରୂପ ଚାହାଣୀ ରେ ସତେ ଯେମିତି ହଜି ଯାଇଛି ତା ପ୍ରେମ ରେ ପାଗଳ ପ୍ରେମୀ ଯୁଗଳ ପାଲଟି ଯାଇଛି ମୁଁ। ମୁଁ ମୋ ଅଜାଣତରେ ମୋ ମନ ପ୍ରାଣ ଆତ୍ମା ସବୁ ତା ପାଖରେ ଅର୍ପଣ କରିଦେଉଛି ସବୁ କିଛି ତା ପାଖରେ ନିଜ ଜୀବନଠୁ ଅଧିକା ଭଲ ପାଇବସିଛି। ହେଲେ ମୁଁ ତାକୁ ଭଲ ପାଏ ବୋଲି କେମିତି କହିବି କେମିତି ଜାଣିବି ତା ନାଁ ଗାଁ ଠିକଣା ସବୁ କିଛି ଏହା କେମିତି ସମ୍ଭବ ହେବ ମୋ ଦ୍ୟାରା କାହାକୁ କହିବି ଯେ ସେ ଝିଅ କୁ ଭଲ ପାଉଛି ବୋଲି ଯଦି ବା କହିବି କଣ କହିବି ମୁଁ ତା ନାଁ ଜାଣିନି ଠିକଣା ଜାଣିନି। କଲେଜ ସରିବା ପରେ ଘରକୁ ଆସିଲେ ମନ ଲାଗୁନି ଘରେ ସବୁ ମୁହୂତରେ ଇଚ୍ଛା ହେଉଛି ଦେଖିବା ପାଇଁ ସେଇ ପରି କୁ। କିଛି ଦିନ ଏମିତି ବିତିଗଲା ଦେଖା ଚାହିଁ ରେ ମନ ରେ ଅନେକ ଗୁଡିଏ ପ୍ରଶ୍ନ ଉଙ୍କି ମାରୁଥାଏ। ଭାବନା ରେ ଅନେକ କିଛି କଥା ଖାସ୍ ସେ ଝିଅ ମୋ ଜୀବନ ସାଥି ହେଇଯାଆନ୍ତା କି ? ହେଲେ ମୁଁ ନ କହିଲେ ସେ କେମିତି ଜାଣିବ ମୁଁ ତାକୁ ଭଲ ପାଏ ବୋଲି .