STORYMIRROR

Mishra Manasi

Romance

3  

Mishra Manasi

Romance

ମାୟା ମରୀଚିକାର ସୁଖ

ମାୟା ମରୀଚିକାର ସୁଖ

1 min
192


ବାଣ ଫୁଟେଇ ଝଲମଲ ଆଲୁଅରେ ରୋଷଣୀ କରି ଦାଣ୍ଡରେ ବାହା ବେଦୀକୁ ବର ଆସୁଥିଲା ବେଳ।ବାପାବୋଉ ବନ୍ଧୁ ବାନ୍ଧଵ,ଭାଇଭଉଣୀଙ୍କୁ ପଛକରି ବାଡିପଟେ କିଟିମିଟିଆ ଅନ୍ଧାରରେ ତା ସ୍କୁଲ ପଢୁଆ ଛୋଟ ଜାତିର ପୁଅ ଅମିନ ସାଥିରେ ରୁନି ପଳେଇ ଆସିଲା ଯେଉଁଦିନ ,ସେଦିନ ତା ପାଇଁ ଥିଲା ବାପଘରର ଶେଷ ରାତି ।ଅମେଇଶା ଅନ୍ଧାର ରାତି ।


ନିନ୍ଦା ଅପବାଦ ସହି ନପାରି କୁଳୀନ ବ୍ରାହ୍ମଣ ପଣ୍ଡିତ ବାପଟା ଦଉଡି ଲଗେଇ ଆରପରିକି ଚାଲିଗଲା ତାପଛେପଛେ ।

ଝକଝକ ସହରୀ ଆଲୁଅରେ ମଦୁଆ ବେକାରୀ ସ୍ୱାମୀ ସବୁ ଆୟ ଅଳଙ୍କାର ଟଙ୍କା ସୁନା ସରିଗଲା ପରେ ବାଡେଇ ବାଡେଇ  ଠା ଠା  ନିଆଁ ଚେଙ୍କ ଦେଇ ଘରୁ ତଡି ଦେଲା ।ସେ ଜୀବନ ବିକଳରେ ପଳେଇ ଆସିଛି ଏଇ ପ୍ଲାଟଫର୍ମକୁ  ବଞ୍ଚିବାକୁ ।  ଆଖି ବନ୍ଦ କରିବସିଥିଲେ ବି ସବୁତାକୁ ଜକଜକ 

ଦିଶୁଛି ।କାନ ନାକରୁ ଗରମ ପବନ ବାହାରୁଛି ଭାଇଁ ଭାଇଁ ।


ସହର ସାରା  ହୁହୁଡ଼ି ଭଳିଆ ଜଳୁଥିବା ଆଲୁଅ ତାକୁ ଅନ୍ଧାରରେ ଜୁଳୁଜୁଳିଆ ପୋକ ଉଡ଼ିଲାପରି

ଲାଗୁଛି------ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance