ଆତ୍ମବଳିଦାନର ଅମୃତ ଉତ୍ସ୍ବାସ
ଆତ୍ମବଳିଦାନର ଅମୃତ ଉତ୍ସ୍ବାସ


ମାଳତୀ ଦେବୀ କିଛି ପୁରୁଣା ସାର୍ଟ ପ୍ୟାଣ୍ଟ ଆଉ ଖେଳଣା ଧରି କଇଁ କଇଁ କାନ୍ଦୁଛନ୍ତି କେତେବେଳୁ ।ଯେତେ ବୁଝେଇଲେ ବି ସେ ବୁଝୁ ନାହାନ୍ତି ।ବଡ଼ପୁଅ,ବୋହୁ ଏମିତିକି ସ୍ୱାମୀ ପରସ୍ତେ ବୁଝେଇ ସାରିଲେଣି ।ତାଙ୍କ ଆଖିରୁ ଲୁହ ବନ୍ଦ ହେବା ନାଆଁ ଧରୁନି ।ଏମିତି ଅନେକ ସମୟରେ ଝରଣା ବହିଲାପରି ଅମାନିଆ ଲୁହଗୁଡ଼ାକ ଝରୁଥାଏ ଆପେଆପେ ଆଖିବନ୍ଧ ଡେ଼ଇଁ ତଳିପା ଯାଏଁ ।ଲୁଗାକାନିରେ ପୋଛି ଲୁଚାଇଦିଅନ୍ତି ମୁହଁକୁ ।
ଚଗଲା ପିଲାଟେ ସିନା ଭଲ ପାଠ ପଢୁଥିଲା ସିଏ ଖାଲି ପାଠପଢାକାହିଁକି,ଖେଳକୁଦ ନାଚକୁଦ ସବୁଥିରେ ପ୍ରଥମ ହେଉଥିଲା ।ସାଙ୍ଗସାଥୀ, ସାଇପଡ଼ିଶା ,ତା ସ୍କୁଲ ଶିକ୍ଷକ ମାନେ
ଭାରି ଭଲ ପାଉଥିଲେ ତାକୁ ।ବୋଉ, ବାପା , ବଡ଼ଭାଇର ଭାରିଗେହ୍ଲା ।ସାନ ପିଲାଟା ତ'।ଆଜି ତାରଜନ୍ମଦିନ । ସେଇଥି ପାଇଁ ଆଖିଲୁହ ଗୁଡାକ ବୋଲ ମାନୁନି ବୋହିଚାଲିଛି ଯେ
ବୋହିଚାଲିଛି ସକାଳ ପହରୁ ତାଙ୍କ ଆଖିରୁ ।
ସେଦିନ କଥା ମନେ ପଡିଲେ ଦିହ ଶିହିରୀ ଉଠୁଛି ମାଳତୀଙ୍କର ।ତାକୁ ଚଉଦ ବର୍ଷ ପୁରିଥାଏ ସେଦିନ ।ନବମ ଶ୍ରେଣୀରେ ପଢୁଥାଏ ।ସାଙ୍ଗ ସାଥୀଙ୍କ ବୋଲରେ ପଡି ସ୍କୁଲ ନଯାଇ କେଉଁଠି ଲୁଚି ଫିଷ୍ଟି କରୁଥିଲା ।ବିଦ୍ୟାଳୟକୁ ନ ଯିବାରୁ ସାରେ ଘରକୁ ଖବର ଦେଲେ । ଯୋଗକୁ ବାପା ସେଦିନ ଘରକୁ ଅଫିସ ରୁ ଶୀଘ୍ର ଆସିଥାନ୍ତି। ପୁଅ କୁ ବହେ ଖୋଜି ରାଗ ଜର ଜର ହୋଇରହିଥାନ୍ତିବାପା ।ଠିକ୍ ଚାରିଟା ବେଳକୁ ଯେତେବେଳେ ପୁଅ ଶାନ୍ତନୁ ଘରକୁ ଫେରିଲା , ବାପା କାନ ଧରି ପଚାରିଲେ , ସ୍କୁଲ କୁ ନ ଯାଇ କେଉଁଠି ଥିଲୁ? ସେ କଥା କୁ ଲୁଚେଇ ବାକୁ ବାଆଁରେଇଲା । ମୁଁହ ରେ ଜବାବ ଦେଇ କହିଲା,' ମୁଁ ସ୍କୁଲ କୁ ଯାଇଥିଲି।' ବାପା ଙ୍କ ରାଗ ମୁଣ୍ଡକୁ ଚଢ଼ିଗଲା ପାଖରେ ପଡିଥିବା ଗୋଟେ ବାଉଁଶ ବାଡ଼ିରେ ମନ ଇଛା ପିଟି ପକେଇଲେ ପୁଅକୁ। ବୋଉ ଭାଇ ଯେତେ ଯିଏ କହିଲେ , ଧଇଲେ ବାପା କାହାରି କଥା ଶୁଣିଲେଣି ।ମାଡ଼ ଖାଇ କାନ୍ଦି କାନ୍ଦି ରାତିରେ ନଖାଇ ଶୋଇଲା ଶାନ୍ତନୁ । ବୋଉ ଯେତେ ବୁଝେଇଲେ , ଖୁଆଇଦେଲେ ସେ ଜମାରୁ ଖାଇଲାନି ସବୁ ଥୁ ଥୁ କରି ଫିଙ୍ଗି ଦେଲା ।ସେ ଉପାସ ରେ ବୋଉ ବି ଉପାସ ରେ ଶୋଇଲେ ।
ତା ପରଦିନ ସକାଳୁ ଉଠି ଗାଧୋଇ ପାଧୋଇ ଅଳପ କିଛି ଜଳଖିଆ ଖାଇ ନଅ ଟା ବେଳକୁ ଶାନ୍ତନୁ "ବୋଉ ସ୍କୁଲ ଯାଉଛି କହି ପଳେଇଲା ।ବୋଉ ଭାବିଲେ ପୁଅର ମନ ଟିକେ ଭଲ ହେଇଗଲାଣି। । ସେ ପଛରୁ ଡାକି କହିଲେ ,' ସନ୍ତୁ ! ତୁ ଆଜି ଅଧାଛୁଟି ନେଇ ସାରେ ଙ୍କୁ କହି ପଳେଇ ଆସିବୁ ।କାଲିଠୁ ଖାଇନୁ । ମୁଁ ପିଠା କରିଥିବି।' ଶାନ୍ତନୁ ହଁ କହି ଚାଲିଗଲା । ଚାରିଟା ବାଜିଲା ।ସ୍କୁଲ ଛୁଟି ହେଲା ।ସବୁ ପିଲା ଆସିଲେ ଶାନ୍ତନୁ ଆସିଲାନି ।ବୋଉ ବ୍ୟସ୍ତହୋଇ ଚାରିଆଡ଼ଖୋଜିଗଲେ। ଏମିତିକି ସ୍କୁଲ ପର୍ଯ୍ୟନ୍ତ ଯାଇ ଫେରିଲେ। ବଡ ଭାଇ କୁ ପଠାଇ ସବୁ ସାଙ୍ଗ ସାଥି ଘର ଖୋଜିଲେ। ସାଙ୍ଗ ମନେ କେହି ଶାନ୍ତନୁ କୁ ଦେଖି ନାହାନ୍ତି କି ସେ ସ୍କୁଲ କୁ ଯାଇନି ବୋଲି କହିଲେ। ବାପା ଙ୍କ ପାଖକୁ ଅଫିସ କୁ ଖବର ଗଲା ।ବାପା ଅଧା ଅଫିସ ରୁ ଘର କୁ ଆସି ଶାନ୍ତନୁ କୁ ନଈ, ପୋଖରୀ ଠୁ ଆରମ୍ଭ କରି ପାଖ ଗାଁ ଅଡୋଶୀ ପଡୋଶୀ, ସବୁ ବନ୍ଧୁବାନ୍ଧବ ଘର, ମାମୁଁଘର ଖୋଜିପକେଇଲେ ।କେଉଁଠି ବି ପତ୍ତା ମିଳିଲାନି ତାର । ଶେଷରେ ସବୁଆଡୁ ନିରାଶ ହୋଇ ବାପା ପୋଲିସ ଷ୍ଟେସନ ରେ ମିସିଙ୍ଗ କେସ ଦର୍ଜ କଲେ ।ପୋଲିସ ବି ଶାନ୍ତନୁ କୁ ଖୋଜି ପାଇବାରେ ବିଫଳ ହେଲା। ସମୟ ଗଡି ଚାଲିଥାଏ ।କାହାକୁସେ ଅପେକ୍
ଷା କରେନି। ଅନବରତ ଚାଲିଥାଏ ଯେ ଚାଲିଥାଏ ,ରାତିରୁ ଦିନ, ଦିନରୁ ମାସ,ମାସରୁ ବର୍ଷ,ଏମିତି--ଏମିତି---।ୟା ଭିତରେ ଦଶ ବର୍ଷ ବିତିଗଲାଣି।କିନ୍ତୁ ବୋଉ ମନରୁ ପୋଛି ହେଇନିଏପର୍ଯ୍ୟନ୍ତେ ଶାନ୍ତନୁର ମୁହଁ ।କେମିତି ବା'ପୋଛିହେବ?ଗର୍ଭଧାରୀ ମଆ ମଶାଣି କୁ ଗଲେ ଅବା ଭୁଲିବ ।ଘୁଣ ପୋକ ଖାଇଲା ପରି ଝୁରି ହେଉଛନ୍ତିମାଳତୀ ।କଥାରେ କହିନି, " ।ଲୁଣ ଖାଏ ହାଣ୍ଡି,ଚିନ୍ତା ଖାଏ ଗଣ୍ଡି'।
ଦିନରାତି ଯେତେ ଯାହାକଲେବି,ମନକୁଯେତେ ବୁଝେଇଲେ ବି' ସବୁବେଳେ ମନେପଡୁଛି ତାଙ୍କର ପୁଅ କଥା ।ଆଜି ତାକୁ ଚବିଶି ବର୍ଷ ପୁରି ପଚିଶି ପଶିଲା । ମୋ ଧନ କେଉଁଠି ଅଛୁ ?କଣ କରୁଛୁ? ମୋ ଅନ୍ଧ ଲଉଡ଼ି,ନୟନ ପିତୁଳୀ, ମୋ ବାଇଆ ରେ ମୋ କୋଳକୁ ଫେରି ଆରେ ଧନ ।ଏମିତି ଗୁଣୁଗୁଣେଇ କାନ୍ଦୁଅଛି ମାଳତୀ ଦେବୀ ।
ପହିଲେ ବଡ଼ ଭାଇ ବାପା ଶାନ୍ତନୁ କୁ
ମନେ ପକଉଥିଲେ । ଏବେ ସେମାନେ ଆଉ ଏତେଟା ମନେ ପକାଉ ନାହାନ୍ତି । ଧୀରେ ଧୀରେ ଭୁଲିଗଲେଣି ।
ସକାଳୁ ସକାଳୁ TVଟା ଖୋଲି ବୋହୂ ତାଙ୍କର ନ୍ୟୁଜ ଦେଖୁଥିଲେ।ବଡ ପାଟିଟେ କରି କହିଲେ ହେଇ ଶୁଣିଲେଣି; tv ରେ କଣ ଦଉଛି।'ଚାଳିଶ ଜଣ ଭାରତୀୟ CRPF ଯବାନ ସହୀଦ୍ ହେଇଛନ୍ତି ପୁଲୱାମାରେ । ସନ୍ତ୍ରାସବଦି ମାନେ ଲ୍ୟାଣ୍ଡମାଇନ ବିଛେଇ ଥିଲେ ।ଯବାନ ଡିଉଟି ସାରି ଫେରିଲା ବେଳେ ଗୋଟେ କାର ରେ ଆଗରୁ ଆସି ଯବାନ ଙ୍କ ଗାଡିକୁ ଶକ୍ତିଶାଳୀ ବିସ୍ପୋରକ ସାମଗ୍ରୀ ସହ ଧକ୍କାଦେଇଏକ ଵଡ ଧରଣର ବିସ୍ଫୋରଣ ଘଟାଇଛନ୍ତି। । ଗାଡି ସହ ଯବାନ ମାନେ ପୋଡି ହୋଇ ଶହୀଦ୍ ହୋଇଗଲେ .।ସେମାନଙ୍କ ଫଟୋ ସବୁ ଦେଖାଉଛି। ମାଳତୀ ଦାଣ୍ଡ ଆଡକୁ ଯାଉଥିଲେ ଏକଥା ଶୁଣି ଅଟକି tv କୁ ଚାହିଁଲେ। ଫୋଟୋ ଗୁଡିକ ସହ ସେମାନେ ଙ୍କ ନାମ ମଧ୍ୟ ଦେଖାଉ ଥାଏ ।ଗୋଟିଏ ଫୋଟୋ କୁ ଦେଖି କହଲେ ,"ବୋହୂ ସେ ଫୋଟୋ ଟାରେ କଣ ଲେଖା ହେଇଛି କହିଲ? ବୋହୂ କହିଲେ ତଳେ ଶାନ୍ତନୁ ଦାଶ ଲେଖା ହେଇଚି ।
ଦାଣ୍ଡ ଘରେ drawing room ରେ land line ଫୋନ୍ ଟି ବାଜି ଉଠିଲା ଏତିକି ବେଳେ ।ଶରତ ଵାଵୁ ଫୋନ ଟି ଉଠାଇ ଅବାକ୍ ହୋଇଗଲେ ।ହାତରୁ ତାଙ୍କର receiverଟି ଗଳିପଡିଲା ।ବୋହୂ ଆଉ ତାଙ୍କ ସ୍ତ୍ରୀ ଦୌଡ଼ି ଗଲେ ତାଙ୍କ ପାଖକୁ ।ଥର ଥର ହାତ ,ଧାର ଧାର ଅଶ୍ରୁରେ ବାଷ୍ପ ରୁଦ୍ଧ ହେଉଥିଲା ତାଙ୍କ କଣ୍ଠ ।କିଛି କହିବା ପୂର୍ବରୁ ସେ,ସ୍ଵାମୀଙ୍କ ଏପରି ଅବସ୍ଥା ଦେଖି ଗଛ କାଟିଲା ପରି ଲଥ୍ କିନା
ଚଟାଣରେ ପଡ଼ିଗଲେମାଳତୀ ଦେବୀ।
ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଶହୀଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଗଲା । ଗାଁ ମାଟିକୁ ଫେରିଛି କଫିନ। ଭିତରେ ଶାନ୍ତି ନିଦରେ ଶୋଇଛି ଵୀରଯବାନ ।ଅଣଓସାରି ଗାଁ ରାସ୍ତା ରେ ଦୁଇ କଡେ ଜନସମୁଦ୍ର ।ମଝିରେ ଚାଲିଛି ତ୍ରିରଙ୍ଗା ପତାକା ଘୋଡ଼ା ଧଳା ଫୁଲ ସଜ୍ଜିତ CRPF ଗାଡି ଟା ଗାଁ ମଶାଣି କୁ ।ଶାନ୍ତନୁ ଦାଶ 'ଅମର ରହେ' ଶବ୍ଦ ରେ କମ୍ପୁଛି ଗାଁ ମାଟି। ସବୁରି ଛାତିରେ ଛାତିଏ କୋହ , ଆଖିରେ ଆଖିଏ ଲୁହ ।ଅଣ୍ଡା ବଚା ଠୁ ବୁଢା ଯାଏଁ ସଭିଏଁଝୁରୁଛନ୍ତି ଶାନ୍ତନୁକୁ।
ଯେଉଁଦିନ ମରଣୋତ୍ତର ଭାବେ ଦିଆଯାଇଥିବା ଶାନ୍ତନୁ କୁ ବୀର ଚକ୍ର
ସମ୍ମାନ ପଦକଟା ଶରତ ବାବୁ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣକଲେ
ସେଦିନ ଲୁହର ବନ୍ୟା ରେଭିଜି ଯାଇଥିଲା ତାଙ୍କ ପାଦତଳ ମାଟି ।
ଅନୁଚ୍ଚ ସ୍ୱରରେ କହୁଥିଲେ," ମୁଁ ତୋ
ପାଇଁ ଗର୍ବିତ ରେ ଶାନ୍ତନୁ,ମୁଁ ଗର୍ବିତ ''।