STORYMIRROR

Mishra Manasi

Tragedy

4  

Mishra Manasi

Tragedy

ନିଶା କବଳିତ ଅମୁଁହା ଖୁସି

ନିଶା କବଳିତ ଅମୁଁହା ଖୁସି

1 min
306


ଆରେ, ରଇଜଳା, ଅଳପେଇଶା, ବାଡି ପୋଡା....କାଲି ରାତିରେ ଟାଙ୍କେ ମଦ ପିଇ ଅଜଗର ଭଳିଆ ପଡିଥିଲୁ । ସକାଳ ହେଲାରୁ ପୁଣି ପିଇବୁ ବୋଲି ମଲାଣୁ । ନିଶା ଖାଉଥିଲୁ, ଏବେ ନିଶା ତୋତେ ଖାଇଲାଣି । କେବେ ପୁଅ ମାଇପ କଥା ଭାବୁଛୁ । ଯାହାତ ରୋଜଗାର କରୁଛୁ ସବୁତ ନିଶା ପାଣିରେ ଉଡଉଛୁ। ଆମେ ମାଆ,ପିଲା କେମିତି ବଞ୍ଚୁ ? ମୁଁ ମେହେନତି କରି ଦି ପଇସା ଆଣି

ଢୋକେ ମୁନ୍ଦେ ଦେଇ ମୋ ପିଲାକୁ ବଞ୍ଚଉଛି, ସେଥିରେ ପୁଣି ତୋର ଆଖି । ଯା, ମୋ ଘରୁ ବାହାରି ଯା । ଏହା କହି ରଙ୍ଗୀ ତା ଗେରସ୍ତ ଠାରୁ ବାପ ଘରୁ ଆଣିଥିବା ପୁରୁଣା ଆଟାଜଟା ଛଡେଇ ଆଣିବାରୁ ଘନିଆ ରାଗିଯାଇ କହିଲା, ବଜାତ୍ ମାଇକିନା, ମୁଁ ତୋ ଵୋପାର ଖାଉଛି। ମୋ ରୋଜଗାର ରେ ପିଉଛି। ଦେ, ସେ ଆଟାଜଟା ମୋତେ

ଦେ । ନଇଲେ ଦେଖିବୁ ମୋତେ ।'

ନାଇଁ, ନାଇଁ ନଦେଲେ କଣ କରିବୁ ମୋର । ଖବରଦାର୍, ସବୁକହିବୁ, ମୋ ବୋପା ନାଁ ଧରିବୁନି କହିଦେଲି । ଦିହିଙ୍କ ଠେଲାପେଲା ଭିତରେ କୁନି ପୁଅଟା ପଶିଗଲା । ବାପା, ମୋ ବୋଉକୁ କାଇଁ ମାରୁଚ? "ରାଗ ବ୍ରହ୍ମ ଚଣ୍ଡାଳ।' ହିତାହିତ ଜ୍ଞାନ ଭୁଲିଗଲା, ଘନିଆ । ପୁଅଟାକୁ ଟେକି

ଫୋପାଡ଼ି ଦେଲା । ପୁଅଟା ଛିଡ଼ିକି ପଡି ଦୁଆର ପିଣ୍ଡାରେ ପଡିଥିବା ଶିଳରେ ପିଟିହେଇଗଲା । ରକତର ସୁଅ ଛୁଟି ଚାଲିଲା ନଦୀ ବୋହିଲା ପରି । ଆରେ, ରାକ୍ଷସ କଣ କଲୁରେ, ମୋ ପୁଅକୁ ମାରିଦେଲୁ । ରଙ୍ଗୀ ଦୌଡିଯାଇ କୁଣ୍ଡେଇ ଧରିଲା ପୁଅକୁ । ତାରଡି ଶୁଣି ସାଇପଡ଼ିଶା ଲୋକେ ଜମା ହେଇଗଲେ । ପୁଅକୁ ଡାକ୍ତର ଖାନା ନଉନଉ ପିଲାଟାର ଜୀବ ଛାଡ଼ିଗଲା । ବୋପା ହାଜତରେ, ମାଆ ଟା ବାୟାଣି ହେଇ ବୁଲୁଛି ସେଇଦିନୁଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy