STORYMIRROR

Mishra Manasi

Tragedy

3  

Mishra Manasi

Tragedy

ଅଳିକ ସୁଖର ମଧୁର ବିଳାପ

ଅଳିକ ସୁଖର ମଧୁର ବିଳାପ

2 mins
148


ବଞ୍ଚି ଥିଲା ବେଳେ ଦିଅର ଭାଉଜ ଙ୍କ

ଜମାରୁ ପଡେନି ।ୟାର ବେଙ୍ଗ ରାଶି କୁ ତାର ଚେଙ୍ଗ ରାଶି ।ୟା 'କଥା ତାଦିହେରେ କି ତା'କଥା ୟା ଦିହେରେଯାଏନି ।କଥା ପାଟିରୁ ବାହାରୁ ବାହାରୁ ,ଝୋଟକୁ ନିଆଁ ଖର ,ଲାଗିଯାଏ ଚର ଚର ।ଇଏ ତାକୁ ଟେରେଇ ଚାହିଁଲେ,ସିଏ ତାକୁ

ଟେରେଇ ଚାହେଁ । ଅଧାଦିନ ଦୁହେଁକଥାଭାଷା ହୁଅନ୍ତି ନାହିଁ । କିନ୍ତୁ ପେଟ ଭିତରେ ପରସ୍ପର ପ୍ରତି ତଳ ଉପର ମା ପେଟର ଭାଇଭଉଣୀ ଭଳିଆ

ସ୍ନେହ ସୋହାଗ ଥାଏ । ଏଡେ ଟିକେ

ଚିଜ ହେଲେବି ଭାଉଜ ଦିଅର ପାଇଁ ସାଇତି ଥାଏ ।ଦିଅର ବି ଭଲମନ୍ଦ ଜିନିଷ ଟେ ହେଲେ ଭାଉଜ କୁ ଆଣି ଦିଏ । ଦଇବର ଇଚ୍ଛା କ'ଣ ଥିଲା କେଜାଣି? ଯେଉଁ ଦିନ କଞ୍ଚା ବୟସରେ ପେଟ ପିଲାଟାକୁ ଛାଡି ବାହୁଡି ଗଲା। ସେଦିନ। ଗଛପତର କଂଦେଇ ଦେଇ ଗଲା । ସ୍ୱର୍ଗଦ୍ୱାରରେ ଦିଅର ମୁଖାଗ୍ନି ଦେଇ ଗାଆଁକୁ ଫେରିଲା ।ଚାରିଦିନି ଦିନ ତୁଠରେ ପ୍ରେତ କର୍ମ କରି ଦାଣ୍ଡ ଦୁଆର ରେ ଅସ୍ଥି ରଖି ଘଟ ବସାଇ  ତା ଶୋଇଲା ଘରେ ଦଶ ଦିନପାଇଁ ଅଖଣ୍ଡ ଦୀପଜାଳି ଜଗିରହିଲା।ଯେମିତି ଦୀପ ନଲିଭେ ପ୍ରେତକର୍ମ ସରିବାଯାଏଁ ।କାହିଁକି ନା ଶାସ୍ତ୍ର ରେ କୁଆଡେ ଅଛି, ଏମିତି ହେଲେ ପ୍ରେତ

ଆତ୍ମଟି ମୋକ୍ଷ ହବନି ।ଏ ଅସାର ସଂସାରରେ ଘୁରି ବୁଲିବ ।ଏ କଥା କେତେ ସତ କେତେ ମିଛ କାହାକୁ ବା ଜଣା ।ହେଲେ ଆମ ହିନ୍ଦୁ ପରମ୍ପରା,ଶାସ୍ତ୍ର ବିଧିବିଧାନ ରେ ଚଳି

ଆସୁଛି, ଚଳି ଆସୁଥିବ ମଧ୍ୟ ।ସେ

ଯାହା ହେଉ ଏମିତିକା ରୀତି ରିବାଜରେ କ୍ରିୟା ଧରିଥିବା ଦିଅର ଏକ ବେଳିକିଆ ଖାଇ କୁଟୁମ୍ବ ପରିବାର ଖାଇ ସରିବାପରେ

ସାତ ଦିନ ରାତିରେ ତିନିତି ମୁଣ୍ଡରେ

ପ୍ରେତ ଭୋଜନ ପାଇଁ ହାଣ୍ଡି ଦେଇ

ଆସି ଦୀପ ଜଳୁଥିବା ଘରେ ଶୋଇ ପଡିଛି ।ତାକୁ ଟିକେ ଛାଇ ନିଦ ଲାଗି ଆସିଛି, ଏତିକି ବେଳେ ବଡ଼ ସିନ୍ଦୁର ଟୋପାଟେ ମଥାରେ ପିନ୍ଧିଥିବା ସଧବା

ସ୍ତ୍ରୀଲୋକର ଛାୟା ମୂର୍ତ୍ତି ଟେ ତା ଦେହକୁ ହଲେଇ ଦେଇ କହିଲା, "ହଇରେଟୋକା ତୁ କ'ଣ ଏଠି ଅଚିନ୍ତାରେ ଶୋଇଛୁ ?ମୋ ପୁଅ ତେଣେ କାନ୍ଦି କାନ୍ଦି ନୟାନ୍ତ ହେଲେଣି ।ମୁଁ ତାକୁ ଛାଡ଼ିଗଲି ।ତୁ ତାକୁ ରଖିବୁ ।ଗୋଡେ ଗୋଡେ ଜଗିଥିବୁ ।ତା ପଛେ ପଛେ ଛାଇ ପରି ରହିଥିବୁ ।

    ଚାଉଁ କିନା ନିଦଟା ଭାଙ୍ଗିଗଲା

ତାର । ଉଠି ବସିଲା ବେଳକୁ ଆରପଟ ଘରୁ ଶୁଣା ଯାଉଥିଲା କୁନି ପୁଅର କାନ୍ଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy