Srimani Priyadarsini

Classics Inspirational Children

4.3  

Srimani Priyadarsini

Classics Inspirational Children

ମାଉସୀର ମମତା

ମାଉସୀର ମମତା

6 mins
157


 

  ମାଆ'ର ଅନ୍ୟ ରୂପ ମାଉସୀ । ମାଉସୀ ତ ସିଏ, ଯିଏ ମାଆ ପରି ଭଲ ପାଏ । ମାଆ ପରି ଯତ୍ନ ନିଏ । ସେଥିପାଇଁ ଆମେ ତାଙ୍କୁ ମାଉସୀଡାକୁ । ମାଆର ଅଧା ମାଉସୀ ।

  ଜମିଦାର ଲୋକନାଥ ତାଙ୍କ ଦୁଇଟି ଝିଅ ରିମା ଓ ସୀମା ଙ୍କୁ ଖୁବ୍ ଗେଲବସରରେ ବଢାଇ ଥିଲେ । ପିଲାଦିନରୁ ମାଆ ଛେଉଣ୍ଡ ଦୁଇ ଭଉଣୀ । ଦୁହିଁଙ୍କର ଗୋଟିଏ ଆତ୍ମା । ଦୁହେଁ ଦୁହିଁଙ୍କୁ ଘଡ଼ିଏ ନ ଦେଖିଲେ ରହି ପାରନ୍ତି ନାହିଁ । ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର । ବିବାହ ଯୋଗ୍ୟା କନ୍ୟା ହେଲାଣି ରିମା, ତେଣୁ ଜମିଦାର ବଡ଼ଝିଅ ରିମା ର ବାହାଘର ଖୋଜିବାରେ ଲାଗି ପଡ଼ିଲେ ।


ଗାଁ ଠାରୁ ଅନେକ ଦୂରରେ ରିମାର ବାହାଘର ଠିକ୍ କରି ଆସିଲେ ଲୋକନାଥ । ସହରରେ ରହି ପିଲାଟି ଭଲ ଚାକିରୀ କରି ଆସୁଛି । ଘର ଦ୍ବାର ମଧ୍ୟ ସବୁ ଭଲ, ରିମା ର ବିବାହ ସେଇ ପୁଅଟି ସହ କରିଦେଲେ ଖୁବ୍ ଭଲ ହେବ । ଏ ଚିନ୍ତା ଗଲେ ପୁଣି ସୀମାବାହାଘର ଚିନ୍ତା, କାରଣ ମୁଁ ବୁଢ଼ା ଲୋକ କେତେ ଦିନ ଆଉ ବଞ୍ଚିବି । ଘରକୁ ଆସି ସୀମା କୁ ଡାକ ଛାଡ଼ିଲେ " ଆଲୋ ତୋ ଦେଇ ପାଇଁ ପୁଅ ଠିକ୍ କରି ଆସିଲି, ଆର ସପ୍ତାହରେ ସେମାନେ ତୋ ଦେଇକୁ ଦେଖିବାକୁ ଆସୁଛନ୍ତି । ମନେ ରହିଲା ତ, ଏବେ ମୁଁ ଚାଲିଲି ।"


ଲୋକନାଥଙ୍କ ଠାରୁ ଏ କଥା ଶୁଣି ସୀମା ଖୁସି ହେବେ କ'ଣ ? କାନ୍ଦି ପକେଇଲେ । ରିମା କେଉଁଠି ଥିଲେ ତା' କାନ୍ଦ ଶୁଣି ଆସି ପଚାରିଲେ " କ'ଣ ହେଲା କିଲୋ ? ରିମାକୁ ଦେଖି ସୀମାକୁଣ୍ଢେଇ ପକାଇ କହିଲେ " ଦେଇ ଲୋ, ତୁ ମୋ ଠାରୁ ଦୂରକୁ ଚାଲିଯିବୁ ! ତୋ ବିନା କେମିତି ବଞ୍ଚିବି ।" ରିମା ମଧ୍ୟ ସବୁ ଜାଣିପାରି ସୀମା କୁ ଧରି କାନ୍ଦିଲେ । ଶେଷରେ ଲୋକନାଥ ଆସି ଦେଖିଲେ ଦୁଇ ଭଉଣୀ ଦୁହିଁଙ୍କୁ ଧରି କାନ୍ଦୁଛନ୍ତି, ବୁଝା ସୁଝା କରିବା ପରେ ଯାଇଁ ଦୁଇ ଭଉଣୀଙ୍କ କାନ୍ଦ ବନ୍ଦ ହେଲା ।


ସପ୍ତାହ ପରେ ପୁଅଘର ଲୋକ ଆସି ରିମାକୁ ପସନ୍ଦ କରି ଗୋଟିଏ ମାସ ଭିତରେ ବାହାଘର ସାରିଦେବା ପାଇଁ ନିର୍ଦ୍ଦେଶ ଦେଲେ । ଦୁଇ ଭଉଣୀଙ୍କ ମନ ଭାରି ଦୁଃଖ । ସୀମା ନିଜ ଦୁଃଖକୁ ଚାପି ରଖି ଭଉଣୀ ବାହାଘର ପାଇଁ ଦିନରାତି କାମରେ ଲାଗିଥାନ୍ତ, ଲୁଚି ଲୁଚି କାନ୍ଦୁଥାନ୍ତି ।


ବିବାହ ମୁହୂର୍ତ୍ତ ଆସି ଉପନୀତ ହେଲା । ବେଶ୍ ସୁରୁଖୁରରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଗଲା । ବିଦାୟ ବେଳା ରେ ଦୁଇ ଭଉଣୀ ବୁକୁଫଟାଇ କାନ୍ଦିଲେ । ଦୁହେଁ ଦୁହିଁଙ୍କୁ ଛାଡ଼ିବାକୁ ନାରାଜ । ଦେଖଣାହାରୀ ମାନେ କହୁଥିଲେ " ଦେଖ କି ପ୍ରେମ ଦୁଇ ଭଉଣୀଙ୍କର !" ମନକୁ ବୁଝାଇ ସୀମା ତାର ଭଉଣୀକୁ ବିଦାୟ ଦେଲେ ।


ବିବାହର ଦୁଇ ବର୍ଷ ପରେ ରିମାର ପୁଅଟିଏ ହେଲା । ଡଉଲ ଡାଉଲ ଛୁଆଟିଏ । ସୀମା ଖୁସିରେ ତାର ନାମ ଅର୍ଜୁନ ଦେଲେ । ସୁଖରେ ସୁଖରେ ଦିନଗୁଡିକ କଟିଯାଉଥିବା ବେଳେ ଦୁଃଖର କଳା ବାଦଲ ମାଡ଼ି ଆସେ । ରିମା ହୃଦଘାତରେ ପ୍ରାଣ ହରାନ୍ତି । ରିମାର ଅଚାନକ ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡନ୍ତି । ସୀମା ମଧ୍ୟ ସ୍ଥାଣୁ ପାଲଟିଯାନ୍ତି । ଛୋଟ ଶିଶୁ କୁ ଲୋକନାଥଙ୍କ ହାତରେ ଫେରାଇ ଦିଅନ୍ତି । ସମସ୍ତେ "ଆହା କିଏ ରଖିବ ଏ ଛୁଆ ଟିକୁ, କାହୁଥିବା ଶୁଣି ପନ୍ଦର ଦିନ ଅଖିଆ ଅପିଆ ରହିଥିବା ସୀମା ଛୋଟ ଶିଶୁ ଅର୍ଜୁନ କୁ କୋଳେଇ ନେଲେ । ମାଆ ର ମୃତ୍ୟୁ କୁ ଅନୁଭବ କରିପାରୁ ନଥିବା ଛୁଆ ଟିକୁ କହିଲେ " ତୁ କେବେ ଭାବିବୁ ନାହିଁ ଯେ ତୋର ମାଆ ନାହିଁ ବୋଲି, ମୁଁ ପରା ତୋର ମାଆ ।" ଛୋଟ ଶିଶୁ ଅର୍ଜୁନ କଣ ବୁଝିଲା କେଜାଣି ଗୋଡ଼ ହଲାଇ ସୀମା ଙ୍କ ମୁହଁକୁ ଚାହିଁ ଟିକେ ହସି ଦେଲା ।


ଧୀରେ ଧୀରେ ସବୁ କିଛି ସ୍ଵାଭାବିକ ହେବାକୁ ଲାଗିଥିଲା । ଅର୍ଜୁନ ର ହସ ହସ ମୁହଁକୁ ଦେଖି ସୀମା ତାଙ୍କ ଭଉଣୀ କୁ ହରାଇବାର ଦୁଃଖ ଭୁଲି ଯାଆନ୍ତି । ତାଙ୍କର ମଧ୍ୟ ବିବାହ ବୟସ ଉପନୀତ ହେବାରୁ ଲୋକନାଥ ଭଲ ଘର ଭଲ ପୁଅ ଦେଖି ବାହା କରେଇ ଦେବାକୁ ଚାହିଁଲେ । ସୀମା ବିବାହ କରିବାକୁ ବାରମ୍ବାର ମନା କରୁଥାନ୍ତି । କାରଣ ସେ ବାହା ହୋଇଗଲେ କଣ ଅବସ୍ଥା ହେବ ଲୋକନାଥଙ୍କର ଓ ଅର୍ଜୁନ ର ! ଲୋକନାଥ ସୀମାଙ୍କୁ ଅନେକ ବୁଝାଇ ରାଜି କଲେ, ପାଖ ଗ୍ରାମରେ ତାର ବିବାହ କରିଦେଲେ ।


ଅର୍ଜୁନ କୁ ଧରି ସୀମା ତାଙ୍କର ଶାଶୁଘରେ ପାଦ ରଖିଲେ । ବନ୍ଧୁ ପରିଜନ ମାନେ ନୂଆ ବୋହୂ ସହ ପିଲାଟିକୁ ଦେଖି ସୀମା ଓ ତାର ପରିବାରକୁ ଶୁଣେଇ ଶୁଣେଇ କହୁଥିଲେ " ପିଲାଟି ତାର ଅବୈଧ ସନ୍ତାନ ନୁହେଁ ତ,ଭଉଣୀ ପିଲାକୁ ଧରି କିଏ ଶାଶୁଘର ଆସେ । ଅନାଥଶ୍ରମରେ ଦେଇଦେଲେ ନାହିଁ ପିଲାଟିକୁ !" କିନ୍ତୁ ସୀମାଙ୍କ ସ୍ବାମୀ ସେମାନଙ୍କ କଥା ଖାତିର ନକରି ସୀମାଙ୍କୁ ଖୁସିରେ ରହିବାକୁ ପରାମର୍ଶ ଦେଲେ ।


ଅର୍ଜୁନର ସବୁକାମ ସୀମା କରନ୍ତି । କେବେ ତାର ମାଆର ଅନୁପସ୍ଥତି ଅନୁଭବ କରାଇ ଦେଇ ନାହାନ୍ତି । ନିଜ ମାଆ ଭଳି ଅର୍ଜୁନ ର ଦେଖାଶୁଣା କରନ୍ତି । ସୀମାର ସ୍ବାମୀ ମଧ୍ୟ ଅର୍ଜୁନ ଙ୍କୁ ଭାରି ଭଲ ପାଆନ୍ତି । ଅର୍ଜୁନ କୁ ସୀମା ଙ୍କୁ ମାଆ ଡାକିବା ଶିଖାଇ ଦିଅନ୍ତି । ଅର୍ଜୁନ ମଧ୍ୟ ସୀମା ଙ୍କୁ ମାଆ ଡାକି ଦିଏ । ଲୁହ ଛଳଛଳ ଆଖିରେ ଅର୍ଜୁନ କୁ କୋଳେଇ ନେଇ ସୀମା କୁହନ୍ତି " ହଁ ମୁଁ ତୋର ମାଆ ।"


ସୀମାଙ୍କ ଅର୍ଜୁନ ପ୍ରତି ଏତେ ଭଲ ପାଇବା ଦେଖି କେହି କେହି ଈର୍ଷା କରନ୍ତି ତ କେହି କେହି ଖୁସିରେ କୁହନ୍ତି " ବାଘ ନ ଦେଖିଲେ ବିଲେଇ ଦେଖ । ମାଆ ନ ଦେଖିଲେ ମାଉସୀ ଦେଖ ।" ଏ ଭିତରେ ସୀମା ମାଆ ହେବାର ସ୍ଵପ୍ନ ଦେଖିନାହାଁନ୍ତି । ଅର୍ଜୁନ ର ମୁହଁକୁ ଚାହିଁ ଖୁସିରେ ସମୟ କାଟି ଦିଅନ୍ତି । ସୁଖ ପରେ ଦୁଃଖ ଆସେ । ସୀମାର ସ୍ବାମୀ ମଧ୍ୟ କ୍ୟାନସର ରୋଗରେ ପଡି ମୃତ୍ୟୁ ବରଣ କରନ୍ତି । ଶାଶୁଘରୁ ଅଲକ୍ଷଣି ଶୁଣି ତଡା ଖାଇ ସୀମା ବାପଘରକୁ ଚାଲି ଆସନ୍ତି ।

  ଲୋକନାଥ ମଧ୍ୟ ଝିଅର କଷ୍ଟ ଓ ଦୁର୍ଦ୍ଦଶା ଦେଖି ରୋଗରେ ପଡନ୍ତି । ସୀମା କିଛି ପିଲାଙ୍କୁ ଘରେ ପାଠ ପଢ଼ାଇ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପିତାଙ୍କ ଔଷଧ ଓ ଅର୍ଜୁନ ର ପାଠ ପଢ଼ାରେ ଖର୍ଚ୍ଚ କରନ୍ତି । ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ପରେ ଅର୍ଜୁନ ର ସହରରେ ପଢ଼ିବାର ବ୍ୟବସ୍ଥା ହୁଏ । ସୀମା ଅର୍ଜୁନ ଚାଲିଯିବା ର ଦୁଃଖରେ କାନ୍ଦୁଥାନ୍ତି । ଅର୍ଜୁନ ଆସି ତାଙ୍କୁ ବୁଝାଏ " ମାଆ ତୁ କାନ୍ଦୁଛୁ କାହିଁ ମୁଁ କଣ ଫେରି ଆସିବିନି ?" ସୀମା ଅର୍ଜୁନ କୁ ଏତେ ଭଲ ପାଆନ୍ତି ଯେ ଅର୍ଜୁନ ଭାବେ ସେ ହିଁ ତାର ପ୍ରକୃତ ମାଆ ।

  କିଛି ଦିନ ପରେ ଲୋକନାଥଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗେ । ଶେଷ ସମୟରେ ଅର୍ଜୁନ କୁ ଡକାଇ ପଠାଇଲେ । ଅର୍ଜୁନ କାନ ରେ କିଛି କହିଦେଇ ଆଖି ବୁଜିଲେ । ଏହାପରେ ସୀମା ସହରକୁ ଚାଲିଥାନ୍ତି, ଓ ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ପାଠ ପଢାନ୍ତି । କିଛି ବର୍ଷ ପରେ ଅର୍ଜୁନ ଜଣେ ଦକ୍ଷ ପୋଲିସ ଅଫିସର୍ ଭାବେ ନିଯୁକ୍ତି ପାଏ । ସବୁ ସଫଳତାର ଶ୍ରେୟ ସେ ସୀମା ଙ୍କୁ ଦିଏ ।


ସୀମା ଅର୍ଜୁନ ର ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତି । ରଶ୍ମି ନାମକ ଜଣେ ଝିଅ ସହ ଅର୍ଜୁନ ର ବାହାଘର କରିଦିଅନ୍ତି । ରଶ୍ମି ବାହାଘର ପରଠାରୁ ସୀମା ଙ୍କୁ ଭଲ ବ୍ୟବହାର କରୁଥିଲା, କିଛି ଦିନ ଅନ୍ତେ ସୀମାଙ୍କୁ ଘର କାମରେ ଖଟେଇବା ଆରମ୍ଭ କରିଦେଲା । ଅର୍ଜୁନ ଯେହେତୁ ବହୁତ୍ ସମୟ ବାହାରେ ରୁହେ, ତେଣୁ ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥାଏ । ସୀମା ମଧ୍ୟ ଅର୍ଜୁନ କୁ କିଛି କୁହନ୍ତି ନାହିଁ ।


ଦିନେ ଅର୍ଜୁନ ଅଫିସ ରୁ ଜଲଦି ଘରକୁ ଫେରି ଆସିଲା । ଘରେ ପହଞ୍ଚି ଯାହା ଦେଖିଲା ନିଜ ଆଖିରେ ବିଶ୍ୱାସ କରି ପାରିଲା ନାହିଁ । ରଶ୍ମି ସୋଫା ରେ ବସି ଟି.ଭି ଦେଖିବାରେ ବ୍ୟସ୍ତ ଥିବା ବେଳେ ସୀମା ଘର ଝାଡି ବାରେ ଲାଗିଥିଲେ । କବାଟ ପାଖେ ଠିଆ ହୋଇ ଆଉ କଣ ଘଟଣା ଘଟୁଛି ଦେଖିବା ପାଇଁ ଲୁଚି ରହିଲେ । ସେତେବେଳେ ରଶ୍ମି ସୀମା ଙ୍କୁ କହିଲା " ଏ ବୁଢ଼ୀ, ଗଲୁ ପକୁଡ଼ି ଛାଣିବୁ ।"


ଅର୍ଜୁନ ରଶ୍ମି ର ବ୍ୟବହାର ଦେଖି ରାଗରେ ଘର ଭିତରକୁ ପ୍ରବେଶ କଲା । ରଶ୍ମି ମଧ୍ୟ ଅର୍ଜୁନ ଙ୍କୁ ଦେଖି ଡରି ଯାଇ ଟି.ଭି ଅଫ୍ କରି ଠିଆ ହେଲା । ସୀମା ମଧ୍ୟ ଅର୍ଜୁନକୁ ଦେଖି ରହିଗଲେ । ଅର୍ଜୁନ ରଶ୍ମି ଙ୍କୁ ପଚାରିଲେ " କଣ ଚାଲିଛି ଏଠି ?" ରଶ୍ମି କହିଲେ " ମାଆ ମୋତେ କହିଲେ, ତୁ ଟି.ଭି ଦେଖ ମୁଁ କାମ କରିବି ତେଣୁ...!" " ବାସ୍ ଚୁପ୍ କର, ତୁ ଗୋଟେ କାଳୀ ନାଗୁଣୀ । ନାରୀ ହୋଇ ନାରୀ ଉପରେ ଅତ୍ୟାଚାର । ବାହାର ଏ ଘରୁ ଏବେ ।" ରଶ୍ମି କାନ୍ଦି କାନ୍ଦି କହୁଥାଏ " କ୍ଷମା କର ଅର୍ଜୁନ କ୍ଷମା କର" ।


 କ୍ଷମା ? ତୁ ଜାଣିଛୁ ଏ କିଏ ? ଏ ମୋ ମାଉସୀ । ମୋ ମାଆର ମୃତ୍ୟୁ ପରେ ନିଜ ଜୀବନକୁ ବାଜି ଲଗାଇ ମୋତେ ପାଳି ପୋଷି ବଡ଼ କରିଛି । ସେ ମୋର ସବୁ ଦ୍ବାୟିତ ତୁଲାଇଛି । ଏ ହିଁ ମୋର ଭଗବାନ, ମୋର ସବୁ କିଛି । ଚାଲିଯା ଏଠୁ ଚାଲିଯା । ରଶ୍ମି କାନ୍ଦି କାନ୍ଦି ଚାଲିଯାଉଥିବା ବେଳେ ସୀମା ତାକୁ ରୋକିବା ପାଇଁ ଯାଉଥିଲେ କିନ୍ତୁ ଅର୍ଜୁନ ତାଙ୍କୁ ଅଟକାଇ ଦେଲା ।

  ସୀମା ଙ୍କ ଗୋଡ଼ ଧରି ଅର୍ଜୁନ କହିଲେ " ମୋତେ କ୍ଷମା କରିଦେ, ତୁ ଏତେ ଦିନ କଷ୍ଟରେ ଥିଲୁ ତଥାପି ମୁଁ ଜାଣି ପାରିଲି ନାହିଁ ।" ଅର୍ଜୁନ ବିଚାରୀ ଟାକୁ ବିଦା କରିଦେଲୁ ଯା ଯା ଆଗ ନେଇ ଆସେ । ସେ ଯାଉ, ମୁଁ ତୋତେ ଟିକିଏ କଷ୍ଟ ଦେବାକୁ ଚାହେଁନା । ଜାଣିଛୁ ଅଜା ଶେଷ ସମୟରେ ମୋତେ କଣ କହିଥିଲେ " ସେ ତୋର ମାଆ ନୁହେଁ ସେ ତୋର ମାଉସୀ । ସବୁ ଦୁଃଖ କଷ୍ଟ ସହି ତୋତେ ବଡ଼ କରିଛି । ସେଥିପାଇଁ ସେ ନିଜର ମାତୃତ ଲାଭ କରିବା ଓ ପୁଣି ଥରେ ବିବାହ କରିବାର ଖୁସି କୁ ଏଡାଇ ଦେଇଛି । ତାର ସୁଖ କୁ ଜଳାଞ୍ଜଳି ଦେଇଛି । ତୋତେ ମାଉସୀର ମମତା ଦେଇଛି । ତୁ ସେଇ ମମତାର ବଳୟ ଭିତରେ ରହି କେବେ ଜାଣିପାରୁନି ଯେ ସେ ତୋ ମାଉସୀ ବୋଲି ନା ସେ ତୋତେ ଜାଣିବାକୁ ଦେଇଛି । ନାତିଆରେ ତାକୁ କେବେ କଷ୍ଟ ଦେବୁନାହିଁ ।"


ମୁଁ ତୁମର ପ୍ରେମ ଓ ସ୍ନେହ ବିଷୟରେ କିଛି କହିବାକୁ ଚାହେଁ ନାହିଁ । କାରଣ ମୁଁ ଜାଣେ ତୁମେ ମୋ ପାଇଁ କ’ଣ, ତୁମେ ଜାଣ ଯେ ମୁଁ ମୋ ହୃଦୟରୁ ତୁମ ଉପରେ ବିଶ୍ୱାସ କରେ । ମୋ ମାଉସୀ ପରି କିଏ ଆଉ ହେବ । ଅର୍ଜୁନ ଠାରୁ ସବୁ କଥା ଶୁଣି ସୀମା ଙ୍କ ଆଖିରେ ଦେଖା ଗଲା ଲୁହ ର ବନ୍ୟା....!



Rate this content
Log in

Similar oriya story from Classics