Priyadarshee Praharaj

Drama Tragedy Crime

3  

Priyadarshee Praharaj

Drama Tragedy Crime

ମାଆ ମୋର ଅଭିଶପ୍ତ

ମାଆ ମୋର ଅଭିଶପ୍ତ

4 mins
160


ସବୁ ଆଡ଼େ ଆଜି ପରିଦୃଷ୍ଟ ଏ ଦିନ ଟି। ଅନେକ ରକମ୍ ର ସଜ ଶଯ୍ୟା କରେଇ , କେତେ ଯେ ଶୁଭେଚ୍ଛା ଆଜି କରକାପାତ।

ଭାରି ବଢିଆ ଲାଗିଲା ଏ ପ୍ରକାର ମାତୃ ଦିବସ ଉତ୍ସବ। ସଖାଳୁ ଉଠୁ ଉଠୁ ଏ ସବୁ ମତେ ବାଧ୍ୟ କଲା ମୋ ଭାଗର ଦାୟିତ୍ଵ ତୁଲାଇବା ଲାଗି। ସଙ୍ଗେ ସଙ୍ଗେ ମାଆ କୁ ଫୋନ୍ ଲଗେଇଲି। ରିଙ୍ଗ ବାଜି ଚାଲିଲା,ଶେଷ ରିଙ୍ଗ ବେଳକୁ ମାଆ ହେଲୋ ବୋଲି ନ କହି କହିଲା ଏତେ ସଖାଳୁ ? ବାବା ତୁ ଭଲ ଅଛୁ ଟି ?

ମୋ ପାଟି ରେ ଜଞ୍ଜିର ଗୁଡେ଼ଇ ହେଇ ଗଲା ଓ ମନର ଗାଡ଼ି ଦଉଡ଼ି ବାକୁ ଲାଗିଲା, ମନେ ପକେଇ ବାକୁ ଲାଗିଲା , କେବେ ସଖାଳେ ମୁଁ ମାଆ କୁ ବିନା କିଛି କାରଣ ରେ ଫୋନ୍ କରିବାର । ଆଶ୍ଚର୍ଯ୍ୟ ନ ହୋଇ ଜାଣି ଥିବା ଉତ୍ତର ପାଇଲି, ଦରକାର କି ଖାଲି ସମୟରେ ମଧ୍ୟ ମୁଁ ଫୋନ୍ କରିନି।  ସେପଟୁ ମାଆ କହିଲା ଆରେ କିଛି କହୁନୁ କଣ ହୋଇଛି ? ମୁଁ ଚେତା ଫେରିଲା ପରି କହିଲି ନାଁ କିଛି ନୁହଁ ସେମିତି ଫୋନ୍ କରି ଦେଇଥିଲି । ହଉ ରଖୁଛି, ହସ୍ପିଟାଲ ଯିବି କହି ରଖିଦେଲି।

ଜାଣିଛି ଫୋନ୍ ରଖି ମାଆ ମୋର ଠାକୁରଙ୍କୁ ମୁଣ୍ଡିଆ ମାରିଥିବ ମୋ ଶୁଭ ମନାସି। ବିଚଳିତ ହୋଇ ଥିବ ହତାଟ ଫୋନ୍ କରି କିଛି କହି ନଥିବାରୁ। ବୋଧ୍ ହୁଏ ପୁରା ଦିନଟି ତାର କଟି ଯିବ ମୋ ବିଷୟରେ ଚିନ୍ତା କରି। ମୁଁ ଜାଣି ପାରୁନି ଏ ମାଆ ମାନେ କୋଉ ଧାତୁରେ ଗଢା, ଏତେ ଯେ ସହନଶୀଳତା, ଉଦବେଗ, ନିଶ୍ୱର୍ଥାପରତା ଆସୁଛି କୋଉଠୁ। ଥରେ ଛୋଟ ବେଳେ ମାଆ କୁ ମୁଁ ପଚାରିଥିଲି, ତୁ ସବୁ ଜିନିଷ କେମିତି ଜାଣି ପାରୁଛୁ,ତୁ କଣ ମ୍ୟାଜିକ ଶିଖିଛୁ। ତୋର ତ କାଇଁ କେବେ ଦେହ ଖରାପ୍ ହଉନି,ତୁ ତ କାଇଁ ମୋ ପରି ଜିଦ୍ କରୁନୁ ଚକୋଲେଟ କି ମିଠା ପାଇଁ। ତତେ ତ କେବେ ଭୋକ ଲାଗୁ ନାହିଁ,ତେଣୁ ସବୁ ଖାଇ ସାରିଲା ପରେ ଅଳ୍ପ ଖାଇ ତୁ ଉଠି ଯାଉ। ତତେ ନିହାତି ଠାକୁର ମ୍ୟାଜିକ୍ ଶିଖେଇ ଛନ୍ତି। ସେ ସବୁ ଶୁଣେ, ହସେ, କିଛି ଉତ୍ତର ଦିଏନି।  ଯେବେ ବଡ଼ ହେଲି, ମୁଁ କହେ ମାଆ ଆମ ସହ ବସେ ଖାଇବୁ, ସେ କହେ ତମେ ଖାଓ ମୁଁ ଠାକୁର ପୂଜି ସାରିଲେ ଖାଇବି। ମୁଁ ସେବେ ଭାବେ ମାଆ କଣ ଏତେ ଓଜସ୍ୱୀ ଯେ ଠାକୁରଙ୍କ ଭୋକ କଥା ତାକୁ ବୁଝା ପଡେ। ସେ ନିହାତି ଠାକୁରଙ୍କୁ ଦେଖି ପାରୁଥିବ ।ତା ପର ଦିନ ମୁଁ କହିଲି, ମୁଁ ଠାକୁର ପୂଜିବି ତୁ ଖାଇ ଦେ, ମୁଁ ଖୁଆଇ ଦେବି ଠାକୁରଙ୍କୁ। ସେ ବାରଣ କରେ କହେ ତୁ ପାରିବୁନି। ଯା ଖାଇ ଦବୁ ନହେଲେ ପେଟ ଗରମ୍ ହୋଇ କାଶ ହବ। ତେବେ ମାଆ ଖାଲି ଭଲ ରୋଷେଇ କରି ପରଷିବା ସାଙ୍ଗରେ ଭଲ ଡାକ୍ତର ଟିଏ ବି। ସେ କଣ ଡାକ୍ତରୀ ବିଦ୍ୟା ଜାଣିଛି ? ତାକୁ ରାତିରେ ପଚାରିଲି ମାଆ ଭୋକ, ଦୁଃଖ, ରାଗ, କପଟ , ଅଝଟ ତୁ ସବୁ ସହି ପାରୁଛୁ କେମିତି। ତତେ କଣ କଷ୍ଟ ହୁଏନି ? ତୋ ଆଖିରୁ କଣ ଲୁହ ଝରେନି ସେ କହେ ସମୟ ବଡ଼ ବଳବାନ, ସବୁ ଶିଖାଇ ଦିଏ। ତୁ ବଡ଼ ହେଲେ, ଦାୟିତ୍ୱ ବୁଝିଲେ ତୁ ବି ସବୁ ସହି ପାରିବୁ।

ଚାକିରି କଲା ପରେ ଏତେ ସବୁ ଜିନିଷ ମୋର ମନେ ନଥିଲା। କାରଣ କର୍ମ ବ୍ୟସ୍ତ ଜୀବନରେ ଏ ସବୁ ଭାବି ବାକୁ ସମୟ ମିଳୁ ନଥିଲା। ଘର ଠୁ ଦୂରରେ ରହିଛି ଯେତେବେଳେ ଘରୁ ସଖାଳ ସଞ୍ଜ ଦୁଇ ବେଳା କଲ ଆସେ

ଆରେ ଭଲ ଅଛୁ ?

କିଛି ଖାଇଛୁ ?

ଭଲ ରେ ଥିବୁ ?

ସେ କଲରେ ମାଆ ନିଜ କଥା କେବେ କୁହେନି, ତାକୁ ଲାଗେ ପୁଅ ତାର ବହୁତ୍ ଖଟୁଛି, ଆଉ କିଛି ଅସୁବିଧା କହିଲେ ସେ ବୋଝ ରେ ଚାପି ହେଇ ଯିବ । ଥରେ ହସ୍ପିଟାଲ ରେ ଥିବା ସମୟରେ ବାପା ଫୋନ୍ କଲେ,ପ୍ରଥମ କଥା ଟି ଥିଲା ବାବା ବ୍ୟସ୍ତ ଅଛୁ କି ?

ମୁଁ ନାଇଁ କହିଲା ପରେ କହିଲେ, ଆରେ ପ୍ରତିଦିନ ର କାର୍ଯ୍ୟରେ ଗୋଟେ ବ୍ୟତିକ୍ରମ ଘଟିଛି। ମୁଁ କଣ ପଚାରିବାରୁ କହିଲେ ମାଆ ତୋର ଖସି ପଡ଼ିଲା , ହାତଟା ଭାଙ୍ଗି ଯାଇଛି ବୋଧେ। ତୁ ବ୍ୟସ୍ତ ହନା ମୁଁ ଡାକ୍ତର ଡାକିଛି ସେ ଦେଖି ଦେବେ। ମୁଁ କିଛି ନ ଭାବି ଦରଖାସ୍ତଟେ ଟେବୁଲ ଉପରେ ଥୋଇ ଚାଲି ଆସିଲି ଘରକୁ। ଦେଖିଲି ମାଆ ସ୍ଲିଂଗ ଲଗେଇ ବସିଛି। ବାପାଙ୍କୁ ରାଗ ହଉଛି କଣ ପାଇଁ ମତେ ଜଣେଇ ବ୍ୟସ୍ତ କଲେ। ତାକୁ ଦେଖି ଘଟଣାର ସତ୍ୟତା ଓ କଷ୍ଟ ମୁଁ ବୁଝିପାରୁଥାଏ। ଛୁଟି ବଢାଇ ଘରେ ରହିଲି, ରୋଷେଇ, ଘର ସଫା,ଠାକୁର ପୁଜା କଲି କିନ୍ତୁ ଯେବେ ମାଆ କହେ ଥାଉ ତୁ ବସେ ମୁଁ ଡାହାଣ ହାତରେ କରି ପାରିବି, ମୁଁ ରାଗି ଯାଉଥିଲି। ମୋ ପାଖେ ନଥିଲା ତା ପରି ସହିବା ଶକ୍ତି।

ରୋଷେଇ କରିବା ସମୟରେ ନଥିଲା ମୋର ବାରା ବାରି। ମସଲା, ରାଗ ଖାଇ ମଧ୍ୟ ଚୁପ୍ ରହୁଥିଲା ମୋ ମାଆ କାରଣ ସେ ଭାବୁଥିଲା ତା ଯୋଗୁ ତା ପୁଅ କଷ୍ଟ ପାଉଛି। ରାତି ଅଧରୁ ଉଠି ନିଜେ ହାତ କୁ ଆସ୍ତେ ଆସ୍ତେ ଉଠାଏ କାରଣ ଜଲଦି ଭଲ ହେଲେ ତା ପୁଅ ଥକ୍କକା ମାରିବ । ସେ ଦିନ ଜାଣିଲି ମୁଁ ଭଲ ଚିକିତ୍ସକ ବି ହେଇ ପାରିଲିନି।

ସଖାଳୁ ଦିନେ ଉଠି ନିଜ ଚୁଟି କଷ୍ଟରେ ସଜାଡ଼ିବା ସମୟରେ ମୁଁ ପହଞ୍ଚି ଗଲି କହିଲି ଦେ ମୁଁ ଆଜି ତୋ ଚୁଟି ବେଣୀ କରି ଦେବି। ସେ ହସି କହିଲା ଥାଉ ତୁ ପାରିବୁନି। ମୁଁ କହିଲି ମୁଁ ବଡ଼ ହେଲିଣି, ଏଣିକି ତୁ ସାନ ,ତୁ ମୋ କଥା ମାନିବୁ, ମୋ ଆଗରେ ଅଝଟ କରିବୁ, ଜିଦ୍ କରିବୁ ଆଉ ତୋ ପରି ମୁଁ ମ୍ୟାଜିକ ଶିଖି ସବୁ କାମ ତୋର ଚଟାପଟ୍ କରି ଦେବି। ତୋ ମାଆ ପରି ତୋ ଯତ୍ନ ମୁଁ ନେବି। 

ମାଆ ମୋର ଲୁଚେଇ ଆଖି ତାର ନିଜ ପଣତରେ ପୋଛି ଦିଏ। କାଳେ ତା ଲୁହ ମୁଁ ଦେଖି ଦେବି। ବେଣୀ ଟି କରି କହେ ମାଆ ଦେଖିଲୁ ଭଲ ହେଇନି,ସେ କହେ ହଁ ହେଇଛି,କିନ୍ତୁ ତୁ ବ୍ୟସ୍ତ ହବା ଦରକାର ନାହିଁ ମୁଁ କରି ପାରିବି, ତୁ ତୋ ଚାକିରି କୁ ଯା ବେଶି ଦିନ ଛୁଟି ନେଲେ ସେପଟେ ଲୋକ ହଇରାଣ ହେବେ। ବରଂ କିଛି ଅସୁବିଧା ହେଲେ କହିବି।

ସେ ଦିନ ମାଆ କୁ ଦେଈ ଥିବା କଥା ମୋର ମନେ ଅଛି କିନ୍ତୁ ମୁଁ ତା ପରି ନିଶ୍ୱର୍ଥାପର ହେଇ ପାରିଲିନି। ଡାକ୍ତର ହେଲି ସତ କିନ୍ତୁ ତା ପରି ଯତ୍ନ, ଚିକିତ୍ସା କରି ପାରିଲିନି। କୃତକାର୍ଯ୍ୟ ହେଲି ସତ କିନ୍ତୁ ମୋ ମାଆ ପାଇଁ ଚାକିରି ଛାଡ଼ି ତା ପାଖରେ ରହି ସେବା କରି ପାରିଲିନି।

ତାକୁ ନିଜ ଛୁଆ କହି ତା ମାଆ ହେଇ ପାରିଲିନି। ଓଲଟା ସାରା ଜୀବନ ସେ ପଣତ କୁ ପତିତପାବନ ବାନା ଭାବି ତା ଅଶ୍ରୟ ନଉଛି। ତା କୋଳରେ ନିଜ ରାଗ, ଅଭିମାନ, ଦୁଃଖ ଅଜାଡୁଛି ଆଉ ସେ ପ୍ରଶାନ୍ତ ମହାସାଗର ପରି ସବୁ ଧୋଇ ନଉଛି। 

ତୁ ଆଦ୍ଵିତ୍ୟ ମାଆ, ତୋ ପରି କେହି ନୁହେଁ। 

ସବୁ ପରେ ବି ତୁ ଅଭିଶପ୍ତ କାରଣ ତୋ ଭାଗ୍ୟରେ ଗୋଟେ ହତଭାଗା ପୁଅ ଯିଏ ଏ ସମୟରେ ତୋ କଷ୍ଟ ବାଣ୍ଟି ପାରୁନି, ପର୍ବ ପର୍ବାଣୀରେ ତୋ ସାହାଯ୍ୟ କରି ପାରୁନି, ଚାକିରି ବାହାନାରେ ତତେ ଭେଟି ପାରୁନି।

ସମସ୍ତଙ୍କ ପରି ତୋତେ ସାମ୍ନା ସାମ୍ନି ମାତୃ ଦିବସର ଶୁଭେ୍ଛା ଜଣେଇ ପାରୁନି। 

ମୁଁ ସମୟ ସହ ବଡ଼ ହୋଇଛି ସତ କିନ୍ତୁ କିଛି ଶିଖି ପାରିନି । ତୋ ଅବିକଳ ହେଇ ପାରିନି ।


Rate this content
Log in

Similar oriya story from Drama