STORYMIRROR

Dr.Priyadarshee Praharaj

Classics Fantasy Inspirational

3  

Dr.Priyadarshee Praharaj

Classics Fantasy Inspirational

ଶିଆଳି_ତଟ_କୂଳେ

ଶିଆଳି_ତଟ_କୂଳେ

4 mins
137


ସବୁଦିନର କର୍ମ ଚାପରୁ ଯଦି ଦିନଟିଏ ଫାଙ୍କା ମିଳିଯାନ୍ତା କେତେ କଣ ସେ ସମୟରେ ହୋଇ ପାରନ୍ତା କିନ୍ତୁ ଆଜିକା ସମୟ ରେ ତାହା ମେଡିକାଲ, ପୋଲିସ ଆଉ ଏମିତି କିଛି ଇମରର୍ଜେନ୍ସି ଦିପାର୍ଟମେଣ୍ଟ ଲୋକଙ୍କ ପାଇଁ ତାହା ସ୍ବପ୍ନ ତେବେ ଚାକିରି ଟେ କରିଛୁ ଯେତେବେଳେ ତାକୁ ଶୃଙ୍ଖଳା ରୂପକ ବାଟେଇ ନବା ଆମ ଦାୟିତ୍ୱ

କିଛିଦିନ ତଳେ ଏମିତି ବ୍ୟସ୍ତ କର୍ମ ଜୀବନ ରୁ ବ୍ରେକ ନବାକୁ ଇଚ୍ଛା ଘାରିଲା ଛୁଟି ଦରଖାସ୍ତ ଦେଇ ଘର ମୁହାଁ ହେଲି ବାପା, ମାଙ୍କ ର ପୁଅ ବାଟକୁ ଚାହିଁ ରହିଥିବା ସେ ଆଖି ବସ ରେ ବସିଲା ପରଠୁ ଫିଲ୍ମ ରୀଲ ପରି ଗଡି ଚାଲିଲା ଘରେ ପହଂଚି ଡେରି ନ କରି ଏତେ ଦିନ ପରେ ମା ର ହାତ ପରସା ଖାଇ ସେ ରାତି ଦୁହେଁ ଙ୍କ ସହ ବାର୍ତାଳାପ ରେ କଟି ଗଲା ପର ଦିନ ସଖାଳ ଆଉ ସେ ପୁରୁଣା ସ୍କୁଲ ଦିନ ପରି ଲାଗିଲା ନାହିଁ କାରଣ ନା ସେ ସ୍କୁଲ ବନ୍ଧୁ ଥିଲେ ନା ସେ ଛୋଟ ବେଳର ଚଞ୍ଚଳାମି ଥିଲା ଏଥି ମଧ୍ୟରେ ଫୋନ ଟା ବାଜି ଉଠିଲା ଫୋନ ଉଠାଉ ଉଠାଉ ଆର ପଟୁ ଗାଳି ର ଜପ ମାଳା ବାଜି ଉଠିଲା (ଛାଡ଼ନ୍ତୁ କହି ହବନି ସାଙ୍ଗ ଙ୍କ ଭିତରେ ସେ ସବୁ ଚଳେ ) ତୁଷାର ମୋ ବନ୍ଧୁ, ପେସା ରେ ହୋମେଓପାଥିକ ଡାକ୍ତର, ବନ୍ଧୁ ବା ଭାଇ କହିଲେ ଭୁଲ ହବନି ଅନେକ ସମୟ ରେ ସେ ମୋ ଭାଙ୍ଗୀ ପଡି ଥିବା ମନ କୁ ଦମ୍ଭ କରାଏ, ସଳଖି ନ ପଡୁଥିବା ପାଦ କୁ ମଧ୍ୟ ତା ପରାମର୍ଶ ରେ ଦିଗଦର୍ଶୀ କରାଏ ।ହଟାତ ବିଲେଇ କପାଳ କୁ ଶିଖା ଛିଣ୍ଡିଲା ପରି ସେ କହିଲା ଚାଲ ଜିବା ଶିଆଳି ତଟ ବୁଲି ଆସିବା ଅନେକ ତା ପାଖରୁ ଶୁଣିଥିଲି ସେ ସମୁଦ୍ର ବିଷୟରେ ତେବେ ସେ କହୁ କହୁ ମୋର ଅରାଜି ହବାର ପ୍ରଶ୍ନ ଉଠୁ ନଥିଲା

ସଙ୍ଗେ ସଙ୍ଗେ ବାହାରି ପଡ଼ିଲୁ ତା କାର ରେ ସାଙ୍ଗରେ ତାଙ୍କ ଭାଇନା ବି ଆମ ସହ ବାହାରିଲେ ( ବୋଧ ହୁଏ ସେ ନ ଯାଇଥିଲେ ଆମେ ବୋର ହେଇଥାନ୍ତୁ )ତାଙ୍କ ନାଁ ମୁଁ ଜାଣିନଥିଲି , ସେ ସମସ୍ତଙ୍କ ପାଇଁ ଭାଇନା, ପ୍ରତି କଥା ରେ ତାଙ୍କର ଗୋଟେ ଦିଗ ଥାଏ ଯାହାକୁ ଶୁଣି ହସି ପେଟ ବଥାଏବାଟରେ ଖାଇବା ସାମଗ୍ରୀ ଉଠେଇ ଓ ତୁଷାର ର ଦୁଇ ବନ୍ଧୁ ଙ୍କୁ ସାଙ୍ଗରେ ଧରି ମୁହାଁଇଲୁ ପାଞ୍ଚ ଜଣକରେ ଆସର ଖୁବ ଜୋରେ ଜମିଲା ତୁଷାର ର କାମିକା ପଣ ତାକୁ ଆଜି ଅନେକ ପୁଅଙ୍କ ଠୁ ଉର୍ଦ୍ଧରେ ରଖିଛି ପିଲାଟା ପାଠ, ସାଠ, ସେବା,ଖାତିର, ଯୋଗାଡ ଯନ୍ତ୍ର ସବୁଥିରେ ପାରଙ୍ଗମ (ତାର କିଛି ଅଂଶ ମୋ ପାଖରେ ଥିଲେ ମୁଁ ବି ସୁନା ପିଲା ରେ ଗଣା ହୁଅନ୍ତି )ତାର ପରଙ୍ଗମତା ଯୋଗୁ ଚୁଲା, ଗ୍ୟାସ ସବୁ ଯୋଗାଡ଼ ସାଙ୍ଗକୁ ରୋଷେଇ ଟା ଆଇଁସ, ଷ୍ଟାର୍ଟର ରେ ଗଦା ହେଇ ଗଲା ଖାଇ ସାରିଲା ବେଳକୁ ଖରା କମି ଆସିଥିବା ହେତୁ ଆମେ ସମୁଦ୍ର ଆଡେ ହାଲ୍ଫ ପେଣ୍ଟ ଓ ଗାମୁଛା ଖଣ୍ଡେ ଧରି ମାଡି ଚାଲିଲୁ ବେଶ ଭାଇନା ଓ ତୁଷାର ର ବନ୍ଧୁ ପାଣି ଭିତରକୁ ଗଲେନି ମତେ କିନ୍ତୁ ତୁଷାର ଘୋଷାରି କି ଭିତର କୁ ନେଲା ।

ପାଣି ରେ ଅନେକ ସମୟ ଦୁଇ ସାଙ୍ଗ ବୁଡିଲୁ, ତାପରେ ମୁଁ ବାହାରେ ଆସି ବସି ପଡିଲି ସେ ସମୁଦ୍ର କୂଳରେ ଲହରୀ ଆସି ପାଦ କୁ ମୋର ଛୁଇଁ ଦେଇ ଚାଲିଯାଉଥାଏ ।ଆଖି ବୁଜି ହେଇ ଆସୁଥାଏ ସେ ଥଣ୍ଡା ପବନରେସତେ ଯେମିତି ସେ ସମୁଦ୍ର ମତେ କହୁଥାଏ କେତେ କଷ୍ଟ ଏ ଜୀବନ,କଣ ପାଇଁ ନିଜକୁ ଏତେ କଷ୍ଟ ଦଉଛୁ, କଣ ମିଳିବ ତୋର ଏ ବ୍ୟସ୍ତ ମନରୁ ?ମୁଁ ନିରୁତ୍ତର

ପୁଣି ପାଣି ଆସି ଛୁଇଁ ଦେଇ ଯାଏ, କହି ଯାଏ ଏଡ଼େ ଅଲାଯୁକଟା ତୁ ଏବେ ପା କହିଲି ଭାବିବା ବନ୍ଦ କରେ ବୋଲି ପୁଣି କଣ ଭାବୁଛୁ ?

ଏତିକି କହି ସେ ପୁଣି ଫେରି ଯାଏ ସମୁଦ୍ର କୁ, ମୁଁ ଆଖି ଖୋଲି ଖୋଜିଲେ ବି ଆଉ ପାଏନି ସେ ଲହରୀ କୁସତରେ ଜୀବନରେ ଏମିତି କେତେ ପର୍ଯ୍ୟାୟ ଆସେ ଯୋଉଠି ଆମେ ଆମ ମାନସିକ ସନ୍ତୁଳନ ହରେଇ ବସୁ, କିନ୍ତୁ କିଛି ଦିନ ପରେ ସେ ପର୍ଯ୍ୟାୟ ଟି ନା ମନେ ପଡେ ନା ଉଣ୍ଡାଳିଲେ ମିଳେ ।ଅନେକ ବଡ ଲହରୀ ଉଗ୍ର ରୂପ ଧାରଣ କରେ କିନ୍ତୁ କିଛି ସମୟ ପରେ ମିଶିଯାଏ ବିଶାଳ ସମୁଦ୍ର ରେ ସେମିତି ଅହଂକାର, କୁଟିଳତା, ଇର୍ଷା ଏ ସବୁ ମଧ୍ୟ ମୃତ୍ୟୁ ସାଙ୍ଗରେ ମିଶି ଯିବ, ପୋଡିକି ପାଉଁଶ ହେଇ ଯିବ ଦାହ ନିଆଁ ରେ ତେବେ କ'ଣ ପାଇଁ ଲୋକଙ୍କର ଅନ୍ୟ ପ୍ରତି ଏମିତିକା ଆଚରଣ ?

ଆଖି ଖୋଲି ଦେଖିଲି ଫେରିବା ବାଟରେ ଯୋଉ ଶାମୁକା କୁ ପାଣି ତା ଗର୍ଭ କୁ ଟାଣି ନେଇଥିଲା ସେ ପୁଣି ଥରେ ତାକୁ ଆଣିକି କୁଳ ରେ ଛାଡି ଯାଇଛି ଦେଖୁ ଦେଖୁ ଢେଉ ଟେ ପୁଣି ଛୁଇଁ ଦେଇ କହି ଗଲା ଆରେ ଆରମ୍ଭ ଆଉ ଶେଷ ଗୋଟେ ହିଁ ଜାଗାରୁ ।ଯାହାର ଯେତେ ରେଖାଚିତ୍ର ସେ ଚାହିଁଲେ ମଧ୍ୟ ତାକୁ ଭୁଲି ପାରିବନି

ମୁଁ କିଛି ପଚାରିବା ଆଗରୁ ସେ ଲହରୀ ଫେରି ଗଲା ।କିନ୍ତୁ ସେ ପ୍ରଶ୍ନ ଉଙ୍କି ମାରିଲା ମୋ ମନରେ

ଯଦି ରେଖାଚିତ୍ର ମନ ରୁ ଲିଭେନି ତେବେ ଲୋକ ପୁରୁଣା ସ୍ମୃତି, ପୁରୁଣା ସମୟ, କେମିତି ଭୁଲି ଯାନ୍ତି, କେମିତି କଟେଇ ଥିବା ଜୀବନରେ ସେ ବହୁମୂଲ୍ୟ ସମୟ ତାଙ୍କ ମନରେ ଘର ବାନ୍ଧେନି କ'ଣ ତସଳିମା ନାଶ୍ରୀନ ଙ୍କର -"ଫେରା " ବାସ୍ତବ ଜିବନରେ ସତ ତାହାର କଣ ସମୁଦ୍ର ବଖାଣୁଥିବା କଥା ସହ କିଛି ସାମଞ୍ଜସ୍ୟ ନାହିଁ ।


ତେବେ କଣ ଦୁନିଆ ର ସବୁ ଲୋକ ଖାଲି ସ୍ୱାର୍ଥ ରଥ ରେ ବିରାଜମାନ ତାଙ୍କ ଜୀବନରେ ଭାବ, ଆବେଗ, ସହାନୁଭୂତି ଏ ସବୁ ର କିଛି ମୂଲ୍ୟ ନାହିଁ ।


ମୁଁ ତ ବଦଳିନି

ମୋର ତ ସବୁ ମନେ ଅଛି..

ତେବେ ମୁଁ କଣ ସେଇ ଗୋଟେ ଜାଗାରେ ସ୍ଥିର ହେଇ ରହି ଯାଇଛି ?

ମୁଁ କଣ ଆଗକୁ ବଢ଼ୁନି ?

ନା ସମୟ ମୋ ପରୀକ୍ଷା ନଉଛି?


ତୁଷାର ଆସି ଡାକ ଦେଲା

କହିଲା ସାଙ୍ଗ କଣ ଭାବୁଛୁ ଶିଆଳି ଭ୍ରମଣ ବିଷୟରେ କିଛି ଲେଖିବୁ ତ?

ମୁଁ ହସି ଦେଲିଜାଣିନି ତାକୁ କହିଲେ ସେ ବିଶ୍ୱାସ କରିବକି କି ନାହିଁ କିନ୍ତୁ ଆଜି ଶିଆଳି ମୋର ଆଉ ଗୋଟେ ବନ୍ଧୁ ହେଲା ଅନେକ ଜୀବନର ପାଠ ସେ ମତେ ପଢ଼େଇ ଦେଲାଆଜି ଏ ଯାତ୍ରା ସାରା ଜୀବନ ସ୍ମୃତି ହୋଇ ରହି ଯିବ ଆଉ ଆମ ବନ୍ଧୁତା ଫୋଟ ସାଜି ମୋ ଆଲବମ ରେ ଚିକ ଚିକ କରିବଏଥି ପାଇଁ ମୋ ବନ୍ଧୁ ପାଖରେ ମୁଁ ଚିରଋଣୀ ।



Rate this content
Log in

Similar oriya story from Classics