ପୁଣି ପ୍ରାରମ୍ଭ
ପୁଣି ପ୍ରାରମ୍ଭ
ନିଃସଙ୍ଗତା ମଣିଷ କୁ ଅନେକ ଜିନିଷ ଭାବିବାକୁ ବାଧ୍ୟ କରେ କେବେ ଵିଲୋମତା ଭାବ ଆଣି ଅପ୍ରତ୍ୟାଶିତ ଘଟଣା ଘଟେଇ ଲଜ୍ୟା, ନିନ୍ଦା ର କଳାଯାଇ ଥୋପା ବସେଇ ଦିଏ ତ କେବେ ଚଞ୍ଚଳତା ଭରା ଆବେଗ ସାଙ୍ଗ କୁ ମେଳ ସମସ୍ୱରତା ବଜାଇ ଅନ୍ୱୟାଶ୍ରିତ ଆକାର ଗଠନ କରେ ।ଇତି ମଧ୍ୟେଂ ସେ ଭାବି ଚାଲେ ଅନେକ କଥା, ଦେଖି ଚାଲେ ଅନେକ ସ୍ବପ୍ନ, ଗଢି ଚାଲେ ଅସରନ୍ତି କାଳ୍ପନିକ ମରୀଚିକା ଠିକ ! ସ୍ବପ୍ନଟି ଦେଖିଲା ବା ଗଢିଲା ବେଳକୁ ସେ ଜାଣି ନଥାଏ ଯେ କେତେ କଣ ବାସ୍ତବିକ ମୂଲ୍ୟ ତାର ସେ ସ୍ବପ୍ନ ପୂରଣ ପାଇଁ ତାକୁ ଦେବାକୁ ପଡିବ, କିନ୍ତୁ ସେ ମାଡିଚାଲେ ଆଗକୁ ସ୍ନାୟୁ କେନ୍ଦ୍ରିତ କରି ଲକ୍ଷ ଉପରକୁ ମଣିଷ ଆଶାଟି, ଦ୍ବିଅଂଶକ ବିଭାଜନ ପରି ତାହା ଏକ ରୁ ଦୁଇ, ଦୁଇ ରୁ ଚାରି ଏମିତି ବଢ଼ି ଚାଲେ ତାର ଅନ୍ତ କେବେ ନଥାଏ । ସେ ଲକ୍ଷ କୁ ପାଇବା ଲାଗି କଷ୍ଟ କରି କେତେ ଆଶା ବାନ୍ଧୀ ଆଗକୁ ଯାଏ କିନ୍ତୁ ଠିକ କରି ସେ ଜାଗାରେ ପହଁଚିଲା ପରେ ସେ ପଛକୁ ଚାହିଁ ପୁଣି ଆଶା କରେ ଫେରିଯିବାକୁ ଭାବେ କେଡେ ସୁନ୍ଦର ସେ ଛୋଟ ବେଳର ଦିନ ଯେଉଁଠି ନା ଥିଲା ଚିନ୍ତା, ନା ଥିଲା ଦାୟିତ୍ୱ ଖାଲି ଖୁସି ରେ ମନ ଝୁମୁଥିଲା
ତେବେ ଏହି ଆଶା, ଲାଳସା ତ ଅସରନ୍ତି ଏହି ଆଶା କୁ ନେଇ ନା ଆମେ ଭୁତପୂର୍ବରେ ବଂଚିଥିଲୁ, ନା ଏବେ ବର୍ତମାନ ରେ ବଞ୍ଚୁଛୁ ନା ଆଗ ଭବିଷ୍ୟତ ରେ ବଞ୍ଚି ପାରିବୁ ଅକାତ ସମୁଦ୍ର ରେ ହାତ ବାଡେଇ ବାଡେଇ ଶେଷ ରେ ପ୍ରାଣ ତ୍ୟାଗ କରି ବସ।
ଦିନେ ହସ୍ପିଟାଲରେ ମା କୁ ବେଡ଼ ରେ ସୋଇଥିବା ର ଦେଖି ଭାବିଲି ସତରେ କଣ ଆମେ ଆମ ଭୁତପୂର୍ବ ସ୍ଥାନ ବା ସ୍ୱାସ୍ଥ୍ୟ କୁ ଫେରୁନା ?
ସେତିକି ରେ ଡାକ୍ତର ଆସିଲେ, କହିଲେ ମା ଙ୍କ ଦାନ୍ତ ରେ କ୍ୟାଲସିଅମ ଅଭାବ ଅଣ୍ଡା, ଚୁନା ମାଛ ବା କ୍ଷୀର ଦିଅନ୍ତୁ ଏ ବୟସ ରେ ତାହା ଦରକାର
ହେଲେ ସାର, ମା ତ ସେସବୁ କିଛି ଖାନ୍ତିନି, ଡାକ୍ତର କହିଲେ ନହେଲେ ଟାବଲେଟ ଦେବେ ରେଗୁଲାରମା, ଡାକ୍ତର ଙ୍କ ଚାମ୍ବର ରୁ ଆସି ପଚାରିଲା ଡାକ୍ତର କଣ କହିଲେ ମୁଁ କହିଲି ଅଣ୍ଡା,ମାଛ, କ୍ଷୀର ସବୁ ଖାଇବାକୁ - ପିଇବାକୁ କହିଲେ । ମା ଆଖି ରୁ ଜାଣି ପାରିଲି ସେ ବ୍ୟସ୍ତ ହୋଇ ପଡିଲା କାରଣ ସେ ସବୁ ସେ ଖାଉନି କି ଏବେ ଆଉ ତାର ଆଗ୍ରହ ନାହିଁ ।କିଛି ପଚାରିବ ପଚାରିବ ଭାବି ଚୁପ ରହିଲା ।
ମା, ମନ ଯେହେତୁ ନିଶ୍ଚୟ ଭାବିଥିବ କିଛି ପଚାରିଲେ ବୋଧ ହୁଏ ପୁଅ ତାର ମାନସିକ ଚାପ ପାଇବ ତେଣୁକରି ସେ ଚୁପ ରହିଲା ।
ମୁଁ ଜାଣି ପାରି ତା ଚିନ୍ତାଧାରା କୁ କହିଲି ଡାକ୍ତର ପାଟିକଲେ କହିଲେ କଣ ଖାଇବେନି ଦେହ ଖରାପ ହେଲାନି ମାନେ ସବୁ ଖାଇବେ ।କିଛି ଆହୁରି ମିଶାଇ କହିଲି ତୋର ସବୁବେଳେ ଜିଦ୍ଦି ଏଇଟା ଖାଇବିନି, ସେଇଟା ଖାଇବିନି, ଆଜି ସଖାଳୁ ଗାଧେଇବି, କାଲି ଗୁରୁବାର ଉପାସ କରିବି, ପହରଦିନ ଇଚ୍ଛା ନାହିଁ ଖାଇବିନି ଯାହା ମନ ଇଚ୍ଛା କରୁଛୁ ।ଏବେ ଯୋଉ କଷ୍ଟ ପାଉଛୁ କିଏ ନେଇ ଯାଉଛି ସେ କଷ୍ଟ ତୁ ହିଁ ପାଉଛୁ ।ମାମଳତ୍କାର ଏବେ ତମେ ମନେ ମନେ, ରାତି ରେ ଉପାସ ସୋଇ ପଡ଼ୁଛ, ଇଚ୍ଛା ହେଲେ ରୋଷେଇ କରୁଛ ନହେଲେ ନାହିଁ । ଖାଲି ଆମେ କେମିତି ଭଲ ରହିବୁ ସେ ପାଇଁ ବ୍ୟସ୍ତ ।ହେଃ ଯାହା କରୁଛ କର ମତେ ଆଉ କହିବୁନି ।ଏତିକି ଗୋଟେ ନିଶ୍ୱାସ ରେ କହି କଣେଇକି ଚାହେଁ ମା ମୁହଁକୁ ସେ ମୁରକେଇ ମୁରକେଇ ହସୁଥାଏ (କାରଣ ଏଇ ତ ସେ ପ୍ରାରମ୍ଭ )ସେ ଛୋଟ ଥିଲା ବେଳେ ଅଝଟ ହେଲେ #ଆଇ ତାକୁ ଏମିତି ତାଗିଦ କରୁଥିଲା ଆଉ ସେ ତା ସମୟ ରେ ତା ଛୁଆଁ କୁ କିନ୍ତୁ ପୁଣି ଏବେ ତା ଛୁଆ ସେମିତି ତାକୁ ଆକଟ କରିଲେ ତାର ମନେ ପଡି ଯାଏ ତା ପିଲା ଦିନର କଥା ଗୁଡିକ... ସେ ସାଉଁଟି ଚାଲେ ତାର ସେ ଅଭୁଲା,ସୁନେଲି ବାଲ୍ୟ ସମୟ କୁ ଯାହାକୁ କେବେ ତା ଲକ୍ଷ୍ୟ ପାଇଁ ସେ ଛାଡି ଆସିଥିଲା ।
ପ୍ରତିଭା ରାୟ ତାଙ୍କ ଉପନ୍ୟାସ "ଦେହାତୀତ" ରେ କହିଛନ୍ତି ମଣିଷ ଦୁଃଖ ପାଏ କାରଣ ସେ ଜୀବନ କୁ ଅଭିନୟ ନ ଭାବି ଅଭିନୟ କୁ ଜୀବନ ମନେକରେ ।ଆମ ଜୀବନରେ ଲକ୍ଷ୍ୟ, ଆଶା, ଆବେଗ ଏ ସବୁ ପଛରେ ଆମେ ଏତେ ଦୌଡୁ କି ଅସଲ ଜୀବନ ଦୌଡ ରେ ପଛେଇ ଯାଉ
ଭୁଲି ଯାଉ ସବୁ ଶେଷ ର ପୁଣି ପ୍ରାରମ୍ଭ ଥାଏ ।
ଦୀପ ମଧ୍ୟ ଲିଭି ବା ପୂର୍ବରୁ ଆଗ ପରି ପୁଣି ଧପ ଧପ ହେଇ ଜଳେ ।
ଅନେକଙ୍କ ପାଇଁ ଏ ସୁଯୋଗ ନ ଆସିପାରେ କିନ୍ତୁ ମୋ ଜୀବନରେ ଏ ସୁଯୋଗ ଆସିଛି ଯେଉଁଠାରେ ମୋ ବାପା, ମା ତାଙ୍କ ବୃଦ୍ଧ ଅବସ୍ଥା ରେ ତାଙ୍କ ନିଜ ପିଲାବେଳ ର ସମୟ କୁ ଉପଭୋଗ କରି ପାରିବେ ଓ ତାଙ୍କ ପାଖେ ତାଙ୍କ ସେବା କରି ମୁଁ ହଜି ଯାଇଥିବା କର୍ମ ଜୀବନ ଭିତରେ ଏକାଠି ରହି ପାରିଥିବା ସ୍ମୃତି କୁ ସାଉଁଟି ପାରିବି ।
ଆମକୁ ସମସ୍ତଙ୍କୁ ଠାକୁର ଜୀବନକୁ ଉପଭୋଗ କରିବାକୁ ଅନେକ ସୁଯୋଗ ଦେଇ ଚାଲନ୍ତି ଆମେ କିନ୍ତୁ ଲୋଭ, ମାୟା, ଘମଣ୍ଡ, ଅହଂ ସ୍ୱାର୍ଥ ରେ ଲିପ୍ତ ରହି ଅନ୍ଧ ପାଲଟି ଯାଉ,ଆଖି ଥାଇ ମଧ୍ୟ ଗାନ୍ଧାରୀ ପାଲଟି ଯାଉ ।ପରିଶେଷରେ ଭୁଲି ଯାଉ ସବୁ ଅନ୍ତ ର କେଉଁଠି ନ କେଉଁଠି ପ୍ରାରମ୍ଭ ଥାଏ ।
ମୁଁ ଅନେକ ଭୁଲ ଥାଇକି ବି ମୋ ପ୍ରାରମ୍ଭ ଖୋଜି ପାଇଛି, ଆପଣ ମାନେ କଣ ଟିକେ ଚେଷ୍ଟା କରିବେନି ।
