Priyadarshee Praharaj

Tragedy Thriller

3  

Priyadarshee Praharaj

Tragedy Thriller

ବେନାମୀ_ଚିଠି

ବେନାମୀ_ଚିଠି

4 mins
163


ମାର୍ଗଶୀରର କୁହୁଡ଼ି ଭରା ଶୀତୁଆ ସକାଳ... ଇଚ୍ଛା ନ ଥିବା ସତ୍ୱେ ଆଉଟଡୋରରେ ସମୟ ଅନୁଯାଇ ନିଜର ଆସନରେ ବସି ରହିବା, କହିବାକୁ ଗଲେ ଆମ ଧର୍ମ... ସଠିକ ନହେଲେ ବି ଚାକିରି ପ୍ରାରମ୍ଭର ଏହା ଶପଥ ଓ ନିୟମ ସମୂହ... ମୋଟା ମୋଟୀ କହିବାକୁ ଗଲେ ଶୃଙ୍ଖଳା ଓ ଅନୁଶାସନର ଗୋଟେ ନୀତି ବାଣୀ.. ପିଅନ ହାତରେ ଗରମ ଚାହା ମଗେଇ ବା ଲାଗି ଆଗ୍ରହୀ ହୋଇ ତାକୁ ଡକେଇ ପଠେଇଲି...

ଶୀତ ସକାଳ ନିମନ୍ତେ ଗରମ ଚାହା କେତେ ଯେ ଦରକାରୀ ବସ୍ତୁ ତାହା ଆମ ପରି କୋରାପୁଟିଆ କର୍ମଚାରୀ ହିଁ ଜାଣି ପାରିବେ... 

ପିଅନଟା ବୋଧହୁଏ କୁଆଡେ ଯାଇଛି... ଏତେ ଡେରି ଆଜି କାହିଁ କେଜାଣି ତାହାର???

ଏହି ସମୟରେ #ସାର ନମସ୍କାର ଡାକରେ ମୋ ଶୀତ ବିବ୍ରତ ମନ ଟିକେ ଆଖି ତରାଟି ଉପରକୁ ଅନେଇଲା..

ଆରେ ମିଶ୍ର ବାବୁ ଆସନ୍ତୁ ଆସନ୍ତୁ...

ଆଜି ଏତେ ସକାଳୁ ଆସିବାର ହେଲା ଯେ..??

ଦେହ ପା ସବୁ ଠିକ ଅଛି ତ??

ରୁହନ୍ତୁ ଚାହା ମଗେଇଛି ମିଶିକି ମୋ ସହ ପିଇବେ...


ଆପଣଙ୍କର ଏତେ ଗୁଡ଼େ ଏକାଥରର ପ୍ରଶ୍ନ ମୋ ବୁଢା ବୟସ ସାଥେ ଅବଲମ୍ବନ କରୁନି..


ତେଣୁ ଗୋଟେ ଗୋଟେ କରି କହୁଛି :


ହଁ ସାର ଭଲ ଅଛି, ଠାକୁରଙ୍କ ଦୟା ରୁ କିଛି ଅସୁବିଧା ହେଇନି... ଚାହା ଆଉ କେବେ ପିଇବି ଆଜି ଟିକେ ବ୍ୟସ୍ତ ଅଛି...

ବାସ୍ତବରେ ଆପଙ୍କ ପାଖକୁ ଆସିଥିଲି ଏ ଦୁଇଟା ଚିଠି ଦେବାକୁ... କାଲି ସନ୍ଧ୍ୟାରେ ଆସିଥିଲି କିନ୍ତୁ ଭେଟ ପାଇଲିନି ସେ ପାଇଁ ଆଜି ସକାଳୁ ଚାଲି ଆସିଲି ଦେବାକୁ... 


ମୁଁ ହସିଲି ଆଜିକା ଏ ୱାଟସ ଆପ, ଫୋନ ଯୁଗରେ ଚିଠି ବା କିଏ ଲେଖୁଛି.. ଆପଣ ସେଥିରେ ବ୍ୟସ୍ତ ହୋଇ କିଛି ନ ଧସୁଥିବା ଏତେ ସକାଳୁ ମୋ ପାଖକୁ ଛୁଟି ଆସିଛନ୍ତି...


ରୁହନ୍ତୁ ରୁହନ୍ତୁ ଏତେ କଷ୍ଟ କରିଛନ୍ତି ଯେତେବେଳେ ଟିକେ ଚାହା ପିଇକି ଯିବେ..


ଆଜି ପାଇଁ କ୍ଷମା ମାଗୁଛି ସାର ଆଉ କେବେ ନିହାତି ମିଶିକି ପିଇବି... ଆସୁଛି ସାର ନମସ୍କାର..


ଗୋଟେ ନୁହଁ ଦୁଇ ଦୁଇଟା ଚିଠି ତା ବି ସ୍ପିଡ଼ ପୋଷ୍ଟ ଦ୍ୱାରା... ଅଫିସିଆଲ ତ ଲାଗୁନି କାରଣ ଏ ଚିଠିରୁ ସୁଗନ୍ଧ ଭାସି ଆସୁଛି... ଠିକଣା ବି କାଇଁ ଏତେ ସଠିକ ଲାଗୁନି... ବେନାମୀ ଚିଠି ତା ବି ମୋ ପାଇଁ???

 ଭାବିଲି ଖୋଲିବି???

ନା ଏବେ ନୁହଁ ଟିକେ ଫ୍ରି ହୋଇ ପଢ଼ିବି...

ଏତିକିରେ ହାଡୁ ଚାହା ନେଇ ଆସି ଦୁଇ ତିନି ଥର ଡାକି ସାରିଲାଣି ସାର

ସାର ଚାହା ଥଣ୍ଡା ହେଇ ଯିବଣି ପି ଦିଅନ୍ତୁ... .


×××××××××××××××××××××××××××××

ସନ୍ଧ୍ୟା ସମୟରେ ରୁମରେ ଚାହା ପିଉ ପିଉ ମନେ ପଡିଲା ଚିଠି କଥା ସେଥି ମଧ୍ୟରୁ ଗୋଟେ ନେଇ ଆଣି ଖୋଲିଲି... ଉଫ ଶେଫାଳି ଫୁଲର ମହକରେ ମୋ ରୁମ ମହକି ଗଲା... ସେ ଲଫାପା ଭିତରୁ ବାହାରିଲା କିଛି ଶେଫାଳି ଫୁଲ ଓ ତା ସାଙ୍ଗରେ ଗୋଟେ ଚିଠି... ପଢିବାକୁ ଲାଗିଲି... ମନରେ ଅନେକ ଭାବନା ଉଙ୍କି ମରୁଥାଏ... କୋଉଟା ଏ ଚିଠିରେ ବର୍ଣିତ ତାହା ବାଛି ପାରୁନଥିଲି... ହେଲେ ବି ପଢିବାକୁ ଆରମ୍ଭ କଲି.


ସାର ନମସ୍କାର...

ଆପଣ ମତେ ଜାଣନ୍ତି ନାହିଁ, କିନ୍ତୁ ହଁ ଦେଖିଛନ୍ତି ବୋଧ ହୁଏ ମନ ରଖି ପାରିନଥିବେ. ଆପଣ ବଡ ଲୋକ, ପେସାରେ ଡାକ୍ତର ମୋ ପାଇଁ କହିବାକୁ ଗଲେ ଚନ୍ଦ୍ର. ମୁଁ କିନ୍ତୁ ସେଇ ବାମନ ଟିଏ ଆପଣଙ୍କ ଠୁ ଥରେ ଶ୍ରଦ୍ଧା ଆଉ ସମ୍ମାନ ପାଇବା ପରେ ଚନ୍ଦ୍ରଟିକୁ ପାଇବା ଆଶାରେ ପାଗଲିଣି ହେଇଯାଇଛି..

ମୁଁ ଆପଣଙ୍କ ସମାସ୍କନ୍ଦ ତ ନୁହଁ କିନ୍ତୁ ସେ ଦିନର ଆପଣଙ୍କ ବଦାନ୍ୟ ପଣତା ମତେ ଆପଣଙ୍କ ପ୍ରତି ଆକୃଷ୍ଟ କରି ପକେଇଲା...


 ଆପଣକୁ ନିଜ ମନ ଠୁ ବିରୋଧ କରି ହୃଦୟ ଦେଇ ଥିଲି...

ଜାଣିଛି ଏହା ସମ୍ଭବ ନୁହଁ ନା ହି ମୁଁ କିଛି ଆଶା ରଖିଛି... ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବା ତ ମୋ ମୂର୍ଖାମୀ... ହେଲେ କେବେ କାହାଠୁ ଆଦର ବା ସମ୍ମାନ ପାଇ ନଥିବା ବ୍ୟକ୍ତି ଏକା ଥରକେ ଏତେ ବଡ ବ୍ୟକ୍ତିଠୁ ସେ ସବୁ ପାଇ ଗଲେ ଆପେ ଆପେ ସେ ହୃଦୟଟି ତାର ଦାସୀ ପାଲଟି ଯାଏ... 

ଜାଣିଛି ଆପଣକୁ ମୁଁ କେବେ ପାଇପାରିବିନି କିନ୍ତୁ ଯଦି ଆପଣଙ୍କ ପରି ବ୍ୟକ୍ତିତ୍ୱ ପାଖରେ ଶେଫାଳି ହୋଇ ରାତି ମହକାଇ ପାରିବି ମୁଁ ନିଜକୁ ଗର୍ବିତ ମନେ କରିବି... ସକାଳ ହୋଇବା ସଙ୍ଗେ ପୁଣି ଅଚିନ୍ହା ପାଲଟି ଆପଣ ଡାକ୍ତର ସାର ଆଉ ମୁଁ ମୋ ବିବାହିତା ନାରୀ ଜୀବନକୁ ସାଇତି ନିଜ ନିଜ ବାଟରେ ଅଗ୍ରସର ହୋଇଯିବା... 

ଖରାପ ଭାବିବେନି ହୃଦୟର କଥା ଖୋଲିକି ବ୍ୟକ୍ତ କରିଛି...

       ଇତି :

    (ନିଜ ନାଁ ଲେଖୁନି ଲେଖା ଭିତରେ ହିଁ ନାଁ ପାଇପାରିବେ.)


ଚିଠି ବନ୍ଦ କରି ଭାବିବାକୁ ମୁଁ ବାଧ୍ୟ ହେଲି... କିଏ ସେ #ଶେଫାଳି?????


×××××××××××××××××××××××××××××

ରାତି ୯:00 ବାଜିବାର ଶବ୍ଦ ଭାସି ଆସିଲା.


ମୁଣ୍ଡ ଭିତରେ ଅଜସ୍ର ପ୍ରଶ୍ନ ଢେଉକୁ ଶାନ୍ତ କରିବା ପାଇଁ ବାହାରକୁ ବୁଲି ଯାଇଥିଲି...

 ଅନ୍ୟ ଲୋକଙ୍କ ସହ କଥା ହେଇ ଭାବିଥିଲି କିଛିଟା ବିବ୍ରତା କମି ଜିବ ବୋଲି କିନ୍ତୁ ରୁମରେ ପାଦ ଦଉ ଦଉ ପୁଣି କାଇଁ ଛାତି ଭିତରଟା ଜୋରେ ଧପ ଧପ କରି ବାଜି ଉଠିଲା..


 ପାଣି ପିଇ ଚେୟାରରେ ବସୁ ବସୁ ଟେବୁଲ ଉପରେ ଦ୍ୱିତୀୟ ଚିଠିରେ ନଜର ପଡିଲା... ଖୋଲିବି ଖୋଲିବିନି ଆଶଙ୍କାରେ ଖୋଲିକି ପଢ଼ିଲି...

ଉପରୁ ତଳୁକୁ ଆଖି ବୁଲେଇ ଆଣିଲା ବେଳକୁ ଦେଖିଲି ଏହା ମଧ୍ୟ ବେନାମୀ ଆଉ ଚିଠି ପୁରା ଅଧା ଇଂରାଜୀ ଅଧା ଓଡ଼ିଆରେ ଲେଖା ହୋଇଛି...

Hi handsome

ମୁଁ ତୁମକୁ ଫେସବୁକରେ ଦେଖିଥିଲି ବହୁତ ଥର ମେସେଜ ବି କରିଛି କିନ୍ତୁ ତମ ପଟୁ କିଛି ରିପ୍ଲାଏ ଆସେନି... ବାଧ୍ୟ ହୋଇ ସେ ଆକାଉଣ୍ଟ   ଡିଆକ୍ତିଭେଟ... ବହୁତ ଥର ଭାବେ କଲ କରିବି କିନ୍ତୁ ତମ ନମ୍ବର ପାଇ ପାରିଲିନି ସେ ପାଇଁ ପୁରୁଣା ଷ୍ଟାଇଲରେ ଚିଠି ଲେଖୁଛି... ଯଦି ଏହା ପରେ ପାରା ସାହାଯ୍ୟ ବି ନେଇ ହବ ତା ବି ନେବି ତମ ଯାଏଁ ମୋ କଥା ପହଂଚେଇବାକୁ... ଫେସବୁକ୍, ଇନ୍ଷ୍ଟା ସବୁ ଥିରେ ତମକୁ ଫେଲୋ କରୁଛି, ତମ ପରସନାଲିଟି ମତେ ଆଟ୍ରାକ୍ଟ କରୁଛି ତମ ଆଡକୁ... ଭାରି ଇଚ୍ଛା ତମ ସହ ଭେଟ ହେବାକୁ... ଆଗରୁ ଦେଖା ହୋଇଥିଲେ ନିହାତି ଡେଟ୍ କରିଥାନ୍ତି କିନ୍ତୁ ଏବେ ଯେ ମୁଁ କମିଟେଡ ସେ ପାଇଁ ସବୁ ପ୍ରୋବେଲମ୍... . କିଛି ସେଆର କରିବି, ଯଦି ଖରାପ ନ ଭାବନ୍ତି????

ଆମେ ଦୁଇ ଜଣ ତ ଆଧୁନିକ ସମ୍ପ୍ରଦାୟ ର... ଆମେ କଣ ଏ ଆଧୁନିକତାକୁ ଆପଣେଇ ପରସ୍ପର ସହ ଅନ୍ତରଙ୍ଗ ହୋଇ ପାରିବାନି। ସାମାନ୍ୟ ଗୋଟେ ରାତି କଣ ସମାଜ ଆଗରେ ଆମକୁ କଳଙ୍କିତ ବୋଲି ଆଖ୍ୟା ଦେଇ ଦବ।

ମୁଁ ତମ ରେଖାଚିତ୍ର ସହ ବଂଚିବାକୁ ଚାହେଁ ଯଦି ରାଜି ତୁମ ଟାଇମ୍ ଲାଇନରେ "ୟେସ" ଲେଖି ଛାଡି ଦେବ ମୁଁ ପହଂଚି ଜିବି... 

        ଇତି

 (For name, check inside the envelope.)


ଲଫାପା ଝାଡ଼ି ଦେଖିଲି ଗୋଟେ ସଜ ତରାଟ ଫୁଲ ... ଭାବି ବସିଲି ନା ଟା ତାହାଲେ #ଜସ୍ମିନ୍

×××××××××××××××××××××××××××××


ପଢ଼ିଥିଲି ଆଗରୁ ଭାରତୀୟ ଝିଅମାନେ ସାବିତ୍ରୀ ହେବାଠାରୁ ବେଶି ଭଲ ପାନ୍ତି ଚିତ୍ରାଙ୍ଗଦା ହେବା ଲାଗି... ଆଉ ଭାଗୀଦାର ରୂପେ ପସନ୍ଦ କରନ୍ତି ସରଳ ସତ୍ୟବାନ ଅପେକ୍ଷା ବହୁବଲ୍ଲଭ ଅର୍ଜୁନର ଶୌର୍ଯ୍ୟକୁ... ... .

ରାତି ଗୋଟା ମତେ ନିଦ ହେଲାନି ଭାବି ଚାଲିଲି କାହାର ବା ଭୁଲ #ଶେଫାଳି ଯିଏ ପ୍ରେମ ହରା ବିବାହିତ ବେଡିରୁ ନ ମୁକୁଳି ପାରିଛି ନା #ଜାସ୍ମିନ ଯିଏ ନିଜ ମନକୁ ଏ ଆଧୁନିକତା ବାଦର ଚକ୍ରାନ୍ତରୁ ମୁକୁଳେଇ ପାରିନି ନା ଦୋଷୀ #ମୁଁ ନିଜେ ଯିଏ ନିଜର ସହନଶୀଳତା, ମର୍ଯ୍ୟାଦା, ଶୃଙ୍ଖଳାକୁ ମାର୍ଜିତ କରି ଅନ୍ୟ ମନରେ ଦୁଶ୍ଚିନ୍ତାର ଢେଉ ସୃଷ୍ଟି କରୁଛି???????

ସେଇ ସମୟରେରେ ହିଁ ଚିଠି ଦୁଇଟାକୁ ଚିରି ଫିଙ୍ଗି ଦେଲି... କାରଣ ମୁଁ ଜାଣିଛି ସ୍ତ୍ରୀ ଲୋକଙ୍କ ପାଖରେ ଅଦ୍ଭୁତ ଶକ୍ତି ଅଛି... ତାଙ୍କୁ ସୁଡ଼ଙ୍ଗର ପଥ ଦେଖେଇ ଦେଲେ ସେ ପାତାଳର ଅତଳ ଗର୍ଭରେ ପ୍ରବେଶ କରିଯିବେ... .

ଆଉ ମୁଁ ମୋ ସୀମାଲଙ୍ଘି କାହା ଜୀବନରେ ବେଆଇନମୂଳକ ଅର୍ଜୁନ ହେଇପାରିବି ନାହିଁ ... .



Rate this content
Log in

Similar oriya story from Tragedy