Priyadarshee Praharaj

Abstract Drama Classics

3  

Priyadarshee Praharaj

Abstract Drama Classics

ପ୍ରତ୍ୟୟାତୀତ_ଇଶ୍ୱର (ଭେଟ୍ସ)

ପ୍ରତ୍ୟୟାତୀତ_ଇଶ୍ୱର (ଭେଟ୍ସ)

4 mins
190



ଜଣେ ଭଦ୍ର ବ୍ୟକ୍ତିଙ୍କ ସହ ପରିଚୟ ହଉ ହଉ, ବାର୍ତାଳାପ ଟି ଟିକେ ଅଧିକ ସମୟ ବିତିଗଲା ।ପରସ୍ପର ସହ ଆଳାପ ବୋଧ ହୁଏ ଦୁହେଁଙ୍କ ମନ କୁ ଆକର୍ଷିତ କରିଚାଲିଥିଲା । ସମୟ କୁ ବାଦ ଦେଇ ବିଭିନ୍ନ ପରିପେକ୍ଷୀ ରେ ନିଜର ଧାରଣା କୁ ପ୍ରକାଶ କରିବାର ସୁଯୋଗ କୁ ଦୁହେଁ ଭଲ ଭାବରେ ସଦ ଉପଯୋଗ କରୁଥିଲେ ।

ହସି ଉଠି ଭଦ୍ର ବ୍ୟକ୍ତି ଜଣକ କହିଲେ ଆପଣଙ୍କ ସହ ଆଜି କଥା ହେଇ ବହୁତ ଭଲ ଲାଗିଲା, ମୁଁ ଜଣେ ଲେଖକ ମୋ ନା ହେଉଛି ଶ୍ରୀଯୁକ୍ତ ମାନସ_ମିଶ୍ର, ଏତେ ସମୟ ର ବାର୍ତାଳାପ ଭିତରେ ଆପଣଙ୍କ ସଠିକ ପରିଚୟ ଟା ଜାଣି ପାରିଲିନି କିନ୍ତୁ ଆପଣଙ୍କ ସହ କଥା ହୋଇ ଅନୁମାନ କରି ପାରୁଛି ଆପଣଙ୍କ ଅନେକ ଦିଗ ରେ ବିଜ୍ଞତା ଅଛି ଆପଣଙ୍କ ଗୁଡ଼ ନେମ ପ୍ଲିଜ଼ ?

ଆରେ ପ୍ଲିଜ଼ କୁହନ୍ତୁନି ମୋ ନା ହଉଛି ଡା. ବିରେନ ସତପଥି, ଆପଣଙ୍କ ପରି ମୁଁ ମଧ୍ୟ ଜଣେ ସାପିଓସେକ୍ସୱାଲ, ଅନ୍ୟ ର ବୁଦ୍ଧି, ବ୍ୟବହାର ଓ ଉପସ୍ଥାପନା ମତେ ଆକୃଷ୍ଟ କରେ ଏଇ ଛୋଟ ଜୀବନରେ କିଛି ଅନ୍ୟ ଠାରୁ ଶିଖି ପାରିଲେ ନିଜରର ହିଁ ଲାଭ ହୁଏ ।ଠିକ କହିଲେ ଡାକ୍ତର ବାବୁ, ଆପଣଙ୍କ ଚିନ୍ତାଧାରା ଅତି ଉଚ୍ଚ କୋଟିର ଆଛା ଆପଣଙ୍କ ସ୍ପେସିଆଲିଷ୍ଟ କୋଉଥିରେ ?

ମୋର ସ୍ତ୍ରୀ ରୋଗ ବିଜ୍ଞାନ ଓ ପ୍ରସୂତିଵିଦ୍ୟାରେ

ଯଦି ସଠିକ ରେ କହିବାକୁ ଯିବି ତାହାଲେ ଆମେ ସବୁ ଡାକ୍ତରଙ୍କ ର ସ୍ପେସିଆଲିଷ୍ଟ ପରିଶ୍ରମ,ସମଚ୍ଚିତତା ଆଉ ଉତ୍ସର୍ଗ ହୋଇ ନିଜ ଦାୟିତ୍ୱକୁ ତୁଲାଇବା ହଉଛି ସାରାଂଶ

ସବୁ ଠିକ ଜେ ଡାକ୍ତରବାବୁ ହେଲେ ପୁଅ ପିଲା ହୋଇ ସ୍ତ୍ରୀ ରୋଗ ବିଜ୍ଞାନ ? ଅନ୍ୟତ୍ର କୋଉଠି ଚେଷ୍ଟା କରିଲେଣି କାହିଁକି ମିଶ୍ରବାବୁ ଦିପାର୍ଟମେଣ୍ଟ ଆଉ ସ୍ପେସିଆଲିଷ୍ଟ ରୁ ଉର୍ଦ୍ଧରେ ଆମେଏମିତିକି ଏମେରଜେନ୍ସି ରେ ଆପଣକୁ ଆପଣଙ୍କ ପାଞ୍ଚ ବର୍ଷ ପାଠ ର କରାମତି ଦେଖେଇବାକୁ ପଡିବ ତାପରେ ପୁଅ ଝିଅ ରେ କଥା ନାହିଁ । ଭେଟେରିନାରୀ ଦିପାର୍ଟମେଣ୍ଟ ରେ ଆପଣକୁ ବଳ, କୌଶଳ,ଅଳଙ୍ଘନୀୟ ଓ ନିଶ୍ଚଳ ସବୁ ର ଉତ୍ତରାଧିକାରୀ ହବାକୁ ପଡିବ । ଆପଣଙ୍କ ଟିକେ ଭୁଲ ଗୋଟେ ନିର୍ଜୀବ ପ୍ରାଣୀ ର ଜୀବନ ନେଇ ଯିବ ।


ଭଦ୍ର ବ୍ୟକ୍ତି ଜଣକ ହସି ଉଠିଲେ କହିଲେ ଖରାପ ଭାବିବେନି କିନ୍ତୁ ଛୋଟ ବେଳେ ବହୁତ ଶୁଣିଛି ଦେଖିଲା ବେଳକୁ ଆଜି ପାଇଲି ଜଣେ ପଶୁଆଜ୍ଞା ଏତିକି କହି ପୁଣି ହସି ଉଠିଲେ ।ମୁଁ ତାଙ୍କୁ ତାଳ ଦେଇ ହସିଲିପଚାରିଲି ଆଛା ମିଶ୍ର ବାବୁ ଆପଣ କଣ ସବୁ ଡାକ୍ତର କୁ ଏମିତି ସମ୍ବୋଧନ କରନ୍ତି?

ସେ ତାଙ୍କ ହସ କୁ ଟିକେ କମେଇ ଆଣି କହିଲେ ନା ନା, ଆପଣ ପଶୁଙ୍କ ସେବା କରୁଛନ୍ତି ସେ ପାଇଁ ପଶୁ ଡାକ୍ତର ମୁଁ ଏତିକି ଶୁଣି ଭାରି ହସିବାକୁ ଲାଗିଲି କହିଲି ମିଶ୍ର ବାବୁ, ମଣିଷ ସମାଜ ରକ୍ଷା ପାଇଛି ଆପଣ ଲେଖକ ହେଲେ ନ୍ୟାୟାଧୀଶ ନୁହଁ ।ନହେଲେ ଆପଣ ଏତେ ପରିମାଣ ରେ ଯଜମେଣ୍ଟାଲ ଯେ ଲୋକ ର ଦୋଷ ନ ଶୁଣି ତାକୁ ଫାଶୀ ଖୁଣ୍ଟ ରେ ଝୁଲେଇ ଦେବେ।


ସେ ଏମିତି ଟିପ୍ପଣୀ ଶୁଣି ଟିକେ ତୁ ପଡିଲେ

ମୁଁ ପୁଣି କହି ଚାଲିଲି ଆଛା ଆପଣ ତ ବହୁତ ବହି, ଆର୍ଟିକେଲ ପଢ଼ିଥିବେ ସେଥିରେ ଲେଖା ବି ହୋଇଥାଏ "Man is a social animal" ତାମାନେ କଣ ସବୁ ଡାକ୍ତର ଆପଣଙ୍କ ଭାଷା ରେ ପଶୁଆଜ୍ଞା ଓ ଆପଣ ମାନେ ପଶୁ ?


ତାଙ୍କ ଓଠ ର ଚନ୍ଦ୍ର ପରି ଆକାର ସିଧା ସରଳ ରେଖା ହୋଇ ଗଲା ।


ମୁଁ କହିଲି ମିଶ୍ର ବାବୁ ମୋ କଥା ଧରିବେନି, ମୁଁ ଆପଣକୁ ଥଟା କି ଅପମାନ କରିବାର ଉଦେଶ୍ୟ ରେ ଏହା କହିନି.. ଲୋକ ତାଙ୍କ ସ୍ୱଳ୍ପ ବୁଦ୍ଧି ରେ ଭୟଙ୍କର ବିବୃତି ର ନିର୍ମାଣ କରନ୍ତି...ପ୍ରାଣୀ ବିଜ୍ଞାନ ଉପରେ ତାଙ୍କ ଧାରଣା କେବଳ ଗାଇ,ଛେଳି ସେ ଭୁଲି ଯାନ୍ତି ଏମିତି କିଛି ତାଙ୍କ ର ନ ଜାଣିଥିବା ପ୍ରାଣୀ କୁ ମଧ୍ୟ ଆମେ ସେବା ଯୋଗାଉ

ଏମିତି କି ଅନେକ ପାଠୁଆ ବ୍ୟକ୍ତିତ୍ୱ ଙ୍କ ବାର୍ତାରେ ଆପଣ ଶୁଣିବେ ସେମାନେ କୁହନ୍ତି ପ୍ରାଣୀ ଚିକିତ୍ସକ ନିରୀହ, ନିର୍ଜୀବ ପ୍ରାଣୀ ଙ୍କୁ ସେବା ଯୋଗାନ୍ତି, ଆ ପରେ ନା ସେ କିଛି ଜାଣିଛନ୍ତି ନା ଜାଣିବାକୁ ଇଚ୍ଛା କରନ୍ତି ଆଉ କେହି କେହି ଉଚ୍ଚ ପଦବୀ ରେ ରହି ଏହି ବକ୍ତବ୍ୟ ମଧ୍ୟ ଦିଅନ୍ତି କି ଆପଣ ମାନେ କଣ କରନ୍ତି ?


ପ୍ରଥମ ତ ସବୁ ଚିକତ୍ସାଧିକାରୀଙ୍କ ପରି ଆମର ମଧ୍ୟ ସେଇ ସମୟ ସୀମା, ଆମର ମଧ୍ୟ ସେଇ ବିଷୟ ବସ୍ତୁ, କିନ୍ତୁ ଆମର ଗୋଟେ ଜାତି ରେ ସୀମିତ ନ ରହି, ଭିନ୍ନ ଜାତି, ତାର ଶରୀର ଗଠନ, ଔଷଧ ପାନ ମାତ୍ରା ଓ ପ୍ରଣାଳୀ ସବୁ ପଢିବାକୁ ହୁଏ ଏତିକି ରେ ସରେନି ଏହା ସାଙ୍ଗରେ ଆମକୁ ଶିଖିବାକୁ ହୁଏ ସେ ଯିବ ମାନଙ୍କୁ ଅବରୋଧ କରିବାର ପ୍ରଣାଳୀ ଯେଉଁଥିରେ ଦୁହେଁ ଡାକ୍ତର ଓ ତାଙ୍କ ରୋଗୀ ନିରାପଦ ରହିବେ ।


ଯେହେତୁ ସମସ୍ତେ ଜାଣନ୍ତି ସେମାନେ ନିର୍ଜୀବ ତେଣୁ କରି ଆମ ପାଠ ସୀମିତ ରୁହେନି ତାଙ୍କ ଚିକତ୍ସା ରେ ବରଂ ତାଙ୍କ ଖାଦ୍ୟ, ପାନ୍ୟ ଯୋଗାଣ, ତାଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି, ବର୍ବର ଓ ଗୃହପାଳିତ ପ୍ରାଣୀ ଙ୍କ ଚଳଣି ତାଙ୍କ ସାରଂକ୍ଷଣ ଆମ ଦାୟିତ୍ୱତେବେ ବି କିଛି ଲୋକ ଙ୍କ ପ୍ରଶ୍ନ ଆମେ କରୁ କ'ଣ ?


ଅନେକ ଉନ୍ନତ ପ୍ରଵିଧି ପ୍ରଣାଳୀ କୁ ନିଜ କର୍ମ ସ୍ଥଳ ରେ ଉପଯୋଗ କରିବା ସତ୍ୱେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ରେ ଏ ଦିପାର୍ଟମେଣ୍ଟ ଅବହେଳିତ ଅବହେଳିତ ସଠିକ ମାତ୍ରା ରେ ନ ହେଲେ ବି ପାଣ୍ଠି ଯୋଗାଣ ରେ ସଦଉପଯୋଗ ହେଉନାହିଁ (କାରଣ ଉପରେ ବସିଥିବା ଉଚ୍ଚ କର୍ମ ଚାରିଙ୍କର ଏହା ଉପରେ ସଚେତନତା ନାହିଁ )ହେଲେ ମଧ୍ୟ ଅନେକ ଡାକ୍ତର ତାଙ୍କ ବୁଦ୍ଧି ଓ କୃତିତ୍ୱ ବଳ ରେ ଅନେକ ଚିକତ୍ସା ପ୍ରଣାଳୀ ଦ୍ୱାରା ସେବା ଯୋଗାଇ ଆସିଛନ୍ତି ଓ ଆଗକୁ ମଧ୍ୟ ଯୋଗାଇ ବେ ଆଶ୍ଚର୍ଯ୍ୟର କଥା ଆପଣଙ୍କ ପାଇଁ ଯେ ଏଇ ଡାକ୍ତର ମାନେ ଆଲୋପାଥିକ ସଙ୍ଗେ ସଙ୍ଗେ ହୋମେଓପାଥିକ ଓ ଆୟୁର୍ବେଦିକ ଚିକିତ୍ସା ମଧ୍ୟ ଚେଷ୍ଟା କରନ୍ତି ଏହା ପଛରେ କାରଣ ଲୋକ ମାନଙ୍କୁ ଅଳ୍ପ ଓ କମ ଖର୍ଚ ରେ ସେବା ଯୋଗାଇବା ( ଯେଉଁମାନେ ଚାକିରି କ୍ଷେତ୍ର ରେ ନିୟମ ରେ ଚୁକ୍ତିବୋଧ ହୋଇ ରହିବାର ରାଣ ଖାଇ ଥିବେ ସେମାନେ ଜାଣିଥିବେ )


ଏତିକି କହିବା ପଛରେ ମୋର ଜମାରୁ ଏଇ ମନ ବୃତ୍ତି ନାହିଁ କି ଏ ଦିପାର୍ଟମେଣ୍ଟ ସବୁ ଠୁ ଉର୍ଦ୍ଧରେ ବା ଅନ୍ୟ ଠାରୁ ଆମେ ଅଧିକା କିଛି କରୁଛୁ, ମୋର କହିବାର ତାତ୍ପର୍ଯ୍ୟ ହେଉଛି ସେ ପରିଶ୍ରମ ଆଗ ଅପେକ୍ଷା ଅନେକ ମାତ୍ରା ଆହୁରି ବଢିଛି ଆଗକୁ ମଧ୍ୟ ବଢିବ, ତେବେ ନୂଆ ପ୍ରଣାଳୀ କୁ ଅଭ୍ୟାସ ରେ ନ ପକେଇ କେଉଁ ଦିନ ଯାଏଁ ପୁରୁଣା ପଦଥୀ କୁ ଘୋଷାରି ଚାଲିଥିବା ଡାକ୍ତରୀ ପାଠ ରେ ଦାଗ ଲାଗିବା ଜଣେ ଡାକ୍ତର ର ଉଚ୍ଚ ଯୋଗ୍ୟତା ଓ କୌଶଳ କୁ ବୁଝାଏ (ସେଥିପାଇଁ ତ କୁହନ୍ତି କୁଛ ଆଛା ହୋନେ କେ ଲିୟେ ଅଗର ଦାଗ ଲଗତେ ହେଂ,ତୋ ଦାଗ ଅଛେ ହେଂ )

ସେଇ ଦାଗ ଯଦି ଆପଣ ଗୋଟେ ଭେଟେରିନାରୀ ଡାକ୍ତରଙ୍କର ଏପ୍ରଣ ରେ ଦେଖନ୍ତି ସେଥିରୁ ତାଙ୍କ ପରିଶ୍ରମ ର ପରିମାଣ ଅନୁମାନ କରି ପାରିବେ

ଏତେ ବଡ ବକ୍ତବ୍ୟ ପରେ ମୋ ଛାତି ଚଉଡା ଲାଗୁଥିଲା କାରଣ ମୋ ନିଜ ବ୍ୟକ୍ତିଗତ କର୍ମ ଜୀବନ ର ସୁଚିତ୍ର ଓ ଅଭିଜ୍ଞତା ଜଣକ ଆଗରେ ମୁଁ ଉପସ୍ଥାପନା କରି ପାରିଲି ଓ ତାଙ୍କ ମନ ରେ ଥିବା ସୀମିତ ଚିନ୍ତାଧାରା ର ପାଚେରୀ କୁ ଭାଙ୍ଗୀ ପାରିଲି ।


ମିଶ୍ର ବାବୁ ହାତ ଯୋଡ଼ିଲେ କହିଲେ ମତେ ଲେଖିବା ପାଇଁ ଗୋଟେ ଭଲ ବିଷୟ ଟେ ଦେଲେ... ମୋ ଲେଖା ଦ୍ୱାରା ଚେଷ୍ଟା କରିବି ଏ ସୀମିତ ଚିନ୍ତାଧାରା କୁ ବଦଳେଇବା ପାଇଁ ମତେ ଆଜ୍ଞା ଦିଅନ୍ତୁ ମୋ ଲେଖା "ପ୍ରତ୍ୟୟାତୀତ ଇଶ୍ୱର (ଭେଟ୍ସ )"ପାଇଁ ବଡ ନିଶ୍ୱାସ ଟେ ମାରିଲି ( କର୍ମ ଜୀବନ ରେ ଆପଣ ଖୁସି ହେଇ ପାରିଲେ ଆପଣଙ୍କ ଧର୍ମ ମଧ୍ୟ ଆପଣଙ୍କ ଜୀବନରେ ଖୁସି ବର୍ଷା କରିବ)ମୁଁ ଚେଷ୍ଟା ଜାରି ରଖିଛି ଆପଣମାନେ ବି ଟିକେ ଚେଷ୍ଟା କରନ୍ତୁ "ସମୟ ସାଙ୍ଗରେ ଚିନ୍ତାଧାରା ନିହାତି ବଦଳିବ "



Rate this content
Log in

Similar oriya story from Abstract