Priyadarshee Praharaj

Others

3  

Priyadarshee Praharaj

Others

ହବିଶ

ହବିଶ

2 mins
152



ଘରେ ଥିବା ସମୟରେ କାର୍ତ୍ତିକ ମାସ ରେ ହବିଶ ଆହାରଣ ତା ସାଙ୍ଗକୁ କାର୍ତିକ ପୂର୍ଣ୍ଣିମା ରେ ଡ଼ଙ୍ଗା ଭସେଇ ଭିନ୍ନ ଭିନ୍ନ ମନ୍ଦିର ରୁ ଭୋଗ ବା ପ୍ରସାଦ ଖାଇବା ଥିଲା କାର୍ତ୍ତିକ ମାସର ମୂଳ କାମ । କିନ୍ତୁ ପରେ ପଢା, ଛାତ୍ରବାସ ଜୀବନୀ ରେ ଏ ସବୁ କିଛି ରହିଲାନି, ଆଇଁସ ବାସ୍ନା ରେ କୋଉ ମାସ, କୋଉ ବାର ତାର ଧାରଣା ରହେନି... ଘରେ ମାଆ ଶୁଣିଲେ କୁହେ "ସବୁ ନଷ୍ଟ କଲୁ, ପଇତା ଟିକକ କୁ ବି ମାରା କଲୁ"..... ମୁଁ ହସି ଦେଇ କହେ, ଠାକୁର କହିଛନ୍ତି କି ଆଇଁଷ ନ ଖାଇବାକୁ, "ମନ ପବିତ୍ର ଥିଲେ ଗାଡ଼ିଆ, ଗଙ୍ଗା ।"


କିନ୍ତୁ ଏତେ ବର୍ଷ ଭିତରେ ନା ସେ କାର୍ତ୍ତିକ ମାସର ମହତ୍ୱ ବୁଝି ହେଲା ନା ପଞ୍ଚୁକ ର ମର୍ଯ୍ୟାଦା... ଆଜି ପଢୁ ପଢୁ ଜାଣିଲି ତମେ ପଞ୍ଚୁକ ପାଳନି ରେ ପାଞ୍ଚ ଟା "କ " ଶବ୍ଦ ର ବିଶୃଙ୍ଖଳା ଯୁକ୍ତ କର୍ମ କୁ ବର୍ଜନ କରିବା କଥା.. ତାହା ହେଲା କପଟ, କୁସଂଗତ, କ୍ରୋଧ, କାମନା, କଟୁବଚନ ।


ଏ ପାଞ୍ଚଟି ଜିନିଷ ତ୍ୟାଗ କରି ଆଗକୁ ବଢ଼ି ପାରିଲେ ମୁଁ ଖୁସି ହେବି, କିନ୍ତୁ ଏ ଯାଏଁ ତାହା ମୋ ଦ୍ୱାରା ହୋଇ ପାରିନି । କିନ୍ତୁ ସେ ହବିଶ ଟି ମୋ କେନ୍ଦ୍ର ଆକର୍ଷଣ କରିଛି... କେଡେ ସୁନ୍ଦର ତାର ସ୍ୱାଦ, କିନ୍ତୁ ତିଆରି ପ୍ରଣାଳୀ ଓ ସାମଗ୍ରୀ କହିବାକୁ ଗଲେ ହାତ ଗଣତି ଭିତରେ । ଏମିତି ଏକ ଖାଦ୍ୟ ଯୋଉଁଥିରେ ନା ହଳଦୀ, ନା ମସଲା, ନା କିଛି ପ୍ରତିଦିନ ବ୍ୟବହାର ହେଉଥିବା ପରିବା,କହିବାକୁ ଗଲେ ସାମାନ୍ୟ କଞ୍ଚା କଦଳି, ସାରୁ, ୱଉ ଆଉ ମୁଗ ଡାଲି ।


ପ୍ରତି ବର୍ଷ ନ ଖାଇ ପାରିଲେ ତାହା ବାସ୍ନା ଓ ସ୍ୱାଦ କୁ ଝୁରିବା ଥୟ.... ସବୁ ବେଳେ ଭାବେ ଯଦି ସେଇ ଡାଲମା ବିନା କିଛି ଅଧିକା ସାମଗ୍ରୀ ରେ ନିଜର ଏକ ଭିନ୍ନ ଓ ଅଦ୍ଵିତୀୟ ପରିଚୟ ଗଢି ପାରିଛି ତେବେ ମଣିଷ କଣ ପାଇଁ ଏତେ ପ୍ରକାର ର ଭିନ୍ନ ଭିନ୍ନ ଆବରଣ, ଲେପ, ରୂପ ଧାରଣ କରୁଛି ନିଜର ପରିଚୟ ପ୍ରସିଦ୍ଧ କରିବା ପାଇଁ ।


ସେ ଲେପ ଆଉ କିଛି ନୁହଁ ବରଂ ସେ ପାଞ୍ଚଟା "କ " ବିଶୃଙ୍ଖଲା ଯୁକ୍ତ କର୍ମ... ଅନେକ ଉଦ୍ଧୃତ କଥନ ଅଛି ଯେଉଁଥିରେ ସିମ୍ପ୍ଲିସିଟି କୁ ଗୁରୁତ୍ୱ ଦିଆ ଯାଇଛି, ଲିଓନାଡୋ ଦା ବିନ୍ସୀ କହିଥିଲେ -"ସିମ୍ପ୍ଲିସିଟି ଇଜ ଦ ଅଲ୍ଟିମେଟ ସୋଫିଷ୍ଟିକେସନ" କିନ୍ତୁ ଏ ସମାଜ ମାର୍ଜିତ ମନେକରେ ବାହୁଲ୍ୟ ପାଶ୍ଚାତ୍ୟ ପରମ୍ପରା ଦେଖାଣିଆ ପ୍ରବୃତି, ହୀନମାନତା, ଯୁକ୍ତି ଭାବକୁ ।


ତେବେ ପ୍ରଶ୍ନ ଟି ହେଲା କୋଉଟା ମାର୍ଜିତ? ତେବେ ତାହା ଯଦି ସହଜ ଓ ଅନିୟମିତତା, ପ୍ରଶ୍ନଟି ବୁଲି ପଡି ହୋଇ ଯାଏ... ମାର୍ଜିତ ସତରେ କିଏ? ଏବେ କା ସମାଜ ନା ଆମ ପୂର୍ବ ସମାଜ ଯୋଉଁଠି ଥିଲା ଶୃଙ୍ଖଳା, ମର୍ଯ୍ୟାଦା ଆଉ ଶାସନ (ଯାହାକୁ ଅନେକ ପାଟ୍ରିଆରଚି,ଏକଛତ୍ରବାଦ ପରମ୍ପରା ମଧ୍ୟ କୁହନ୍ତି )...


କୌଣସି ପିଢ଼ି କୁ ମୁଁ ଦୋଷ ଦେଉନି, କିନ୍ତୁ ଆଜି କା ପିଢ଼ି ଦିଶା ହିନ, ବିଶୃଙ୍ଖଳ, ଅସ୍ପଷ୍ଟ.....


ବି:ଦ୍ର - ଭାଈ ଜଣେ କହିଲେ ବୋଲି ପୁଣି ଗପ ଟେ ଲେଖିଲି,

ରାଗିବେନି...


କିନ୍ତୁ ସରଳ ଜିନିଷ ବୁଝି ସମ୍ଭାଳିବା କୁ ଯଦି ମଣିଷ ଏତେ ଅସମ୍ଭାଳ ତେବେ ଅନେକ ଅଳନ୍ଦୁ, ଅଦରକାରୀ, ଆଧୁନିକିକରଣ ର ଭାଣ୍ଡାମି ମୁଣ୍ଡେଇ ଜୀବନ କୁ ଜଟିଳ କରିବାର ମାନେ କେତେ ଦୂର ଠିକ ।


(ମତାମତ ମାଗିବିନି ଠିକ ଭାବିଲେ ଦେବେ... ନହେଲେ ପଞ୍ଚୁକ ତ ଚାଲିଛି ହବିଶ ର ସ୍ୱାଦ ନିହାତି ଚାଖିବେ... ସେତିକିରେ ମୋ ଗଳ୍ପ ର ମର୍ଯ୍ୟାଦା ରହି ଯିବ )



Rate this content
Log in