STORYMIRROR

Dr.Priyadarshee Praharaj

Classics Inspirational Others

3  

Dr.Priyadarshee Praharaj

Classics Inspirational Others

ଅହଂବ୍ରହ୍ମାଶ୍ମି

ଅହଂବ୍ରହ୍ମାଶ୍ମି

3 mins
777

ଭାରି ଓଜନିଆ ଶବ୍ଦ ଟିଏ ବୋଧ ହୁଏ କିଛି ଏ ଶବ୍ଦ ଶୁଣିଥିବେ ଆଉ ଆଶା କରୁଛି କିଛି ଜଣ ଜାଣିଥିବେ ଆଉ ନିଶ୍ଚିତ ଭାବରେ ଅତି କମ୍ମ ଲୋକ ବୁଝିଥିବେ ମୁଁ ସେ ଭିତରୁ ନୁହଁ ଜମା ବି ନୁହଁ

ମୁଁ ଯେବେ ଶୁଣିଥିଲି କାହିଁ କେଜାଣି ଭାରି ସୁନ୍ଦର ଲାଗିଥିଲା ଶବ୍ଦ ଟି ନା ନା, ପ୍ରକୃତରେ ସୁନ୍ଦର କହିଲେ ଠିକ ହବନି ବରଂ ଏକ ପ୍ରକାର ର ଧାର୍ମିକ ସମ୍ପର୍କିତ, ପ୍ରଶାନ୍ତି ମୂଳକ ଶବ୍ଦ ପରି ମନ କୁ ମୋର ଛୁଇଁ ଯାଇଥିଲା ଆଜି କାଲି ତ ଆଧୁନିକ ଯନ୍ତ୍ର, ଆଧୁନିକ ପ୍ରୟୋଗ ବିଜ୍ଞାନ, ସଙ୍ଗେ ସଙ୍ଗେ ଗୁଗୁଲ ବାବାଙ୍କୁ ପଚାରି ଦେଲି ଉତ୍ତର ବି ଜଲ୍ଦି ଆସିଗଲା ପଢିକି ଏତିକି ଜାଣିଲି ଯେ "ଆମେ ନିଜେ ଗୋଟେ ଗୋଟେ ଦିବ୍ୟ,ପବିତ୍ର ଠାକୁରଙ୍କ ଅଂଶ "ଯେତିକି ପଢ଼ିଲି ଅହଂ ମାନେ ମୁଁ- ଯାହାକୁ ଖସାଇଯାଇ ପାରିବନି କି ଖସି ପାରିବନି ବା ପରିତ୍ୟକ୍ତ କରା ଯାଇ ପାରିବନି,ବ୍ରହ୍ମା ମାନେ ସମଗ୍ର - ଯେଉଁଟା କି ଦିବ୍ୟ ବା ପବିତ୍ର, ଆଶ୍ମି ମାନେ ନିଜେ ଯଦି ଏକ ଧାଡି ରେ କୁହା ଯିବ ତେବେ " ମୁଁ ନିଜେ ପବିତ୍ର (ଦିବ୍ୟ)" କାରଣ ମୁଁ ସେ ପରତ୍ମାଙ୍କର ଗୋଟେ ଅଂଶ ବାଃ ସତେ କେତେ ଚମତ୍କାର ଶବ୍ଦ ଟି ସଖାଳୁ ସଖାଳୁ ଆଖି ନ ଫିଟୁଣୁ ଫେସବୁକ ଅଣ୍ଡାଳିବା ଆଜି କାଲି ସବୁ ଯୁବ ପିଢ଼ିଙ୍କ ଲକ୍ଷଣ, ମୁଁ ବି ବାଦ ପଡିନି

ଉଠୁ ଉଠୁ ବେଡ଼ ଟି ସାଙ୍ଗକୁ ଫେସବୂକ ତଫସିଲ କରିବା ଏବେ ଯେମିତି ଗୋଟେ ନିତି ଦିନିଆଁ ସମୟ ନିର୍ଘଣ୍ଟ...

ଏବେ କିଛି ଜିନିଷ ସେଥିରେ ପଢିଲା ପରେ କାଇଁ କେଜାଣି ପୂର୍ବ ରାତ୍ରିର ସେ ଚମତ୍କୃତ ଶବ୍ଦ ଟି ଲୋକଙ୍କ ସମୁଖରେ ଛୋଟ ବା ଅଦୃଶ୍ୟ ତାହା ଠିକ ସେ ସିଦ୍ଧାନ୍ତରେ ପହଂଚି ପାରିଲିନି....

ଏମିତି ଅନେକ ଦିନ ଅନେକ କିଛି ପଢେ କିନ୍ତୁ ଆଜି କାହିଁ ସେ ଲେଖା,ଅଧୀସୂଚନା ସବୁ ମତେ ଚିଡ଼ା ଲାଗିଲା...

ସତ କହିବାକୁ ଗଲେ ଆଗରୁ ସେ ସବୁ ଫରକ ପଡୁନଥିଲା, ମନରେ ଆସେ ଯିଏ କଲା ସିଏ ପାଇଲା (ଭଲ କଲେ ପ୍ରଶଂସା , ମନ୍ଦ କଲେ ଘୃଣା ) ମୋର ସେଥିରେ ମୁଣ୍ଡ ପୁରେଇବାର ନାହିଁ...

କିନ୍ତୁ ଆଜି କାଇଁ ସେ ଲିଙ୍ଗ ପକ୍ଷପାତ, ଭ୍ରଷ୍ଟତା,କଦର୍ଯ୍ୟ କୁକର୍ମ,କୋଟା (ଭାଗ ) ଭିତିକ ଆନ୍ଦୋଳନ ର ଆଲୋଚ୍ୟ ବିଷୟ ମତେ ଏ ସମାଜ ପ୍ରତି ନକାରାତ୍ମକ ଭାବ ଓ ନିଜେ ସେଇ ସମାଜ ର ଗୋଟେ ଅଂଶ ରୂପେ ରହିଥିବାରୁ ନିଜ ପ୍ରତି ଘୃଣା ଭାବ ସୃଷ୍ଟି ହେଲା ଭାବିଲି ଭାଗ ନେବି କିଛି ଯଦି ଏ ପରି ସମାଜ ରେ ବଦଳାଇବାକୁ ହୁଏ, ହେଲେ ଏକକାଳିନ ଭାବେ ଚିନ୍ତା ଝଞ୍ଜା ମାରି ପଶିଲା,ଏକେଲା ବା କେତେ ବଦଳି ପାରିବି

ଏଠି ତ ପ୍ରତି ଟି ପାହାଚ ଶିଉଳି ଆଶକ୍ତ ଆଉ ମୁଁ ସାମାନ୍ୟ ଜିଆ ଦୁଇ ପାହାଚ ଚଢିଲେ ଦେଢ଼ ପାହାଚ ଖସିବି

ଅନେକ ସମୟ ରେ ଶୁଣିଛି ସେ ମତେ ଆକ୍ଷେପ କଲା, ସେ ମତେ ସମୟ ଦେଲାନି, ପ୍ରାୟରିଟି ତାଲିକା ରେ ମୁଁ ତା ଜିବନରେ ନାହିଁ, ମୁଁ ଆଜିକାଲିକାର ଯୁବପିଢ଼ି (ଯଦି ବା ମୋର ଜ୍ଞାନ ବା ଧୀଶକ୍ତି ନାହିଁ କିନ୍ତୁ ମୋର ପ୍ରତି ମାସରେ ଦେହ ରୁ ରକ୍ତ ବୋହୁଛି,ଆଇନ ଦ୍ୱାରା ହାସଲ କରିଥିବା ଗୋଟେ କାଗଜ ଅନୁଯାଇ ମୁଁ ଗୋଟେ ନିବନ୍ଧିତ ସଂସ୍ଥାର ବା ଅନୁସୂଚିତ ଜନଜାତି ର ଗୋଟେ ନିବାସୀ) ତେବେ ମତେ ସମାନ ଅଧିକାର ଦରକାର ଏ ପରି ବୋଧ ହୁଏ ଅନେକ ତଥ୍ୟ ଆପଣଙ୍କ ଆଖି ଆଗକୁ ବା କାନ ରେ ପଡୁଥିବ ଯେଉଁଠି ଲୋକ ନିଜ କୁ ଭଲ ନ ପାଇ, ନିଜକୁ ପ୍ରଥମେ ନ ବୁଝି,ଅଧିକତମ ସମୟ ଅନ୍ୟକୁ ଘୃଣା, ଇର୍ଷା, ରାଗ,ତାଛଲ୍ୟ, ଆକ୍ଷେପ, କୁକର୍ମ ରେ ସମୟ ବିତାନ୍ତି ସେଠି ଏ ପ୍ରକାର ଭାରି ଶବ୍ଦ "ଅହଂ ବ୍ରହ୍ମାଶ୍ମି " ର ମାନେ ବା କଣ ?

(ବି :ଦ୍ର _ କିଛି କହିଲେ ଭଲ ଲେଖୁଛୁ, ଆଶୀର୍ବାଦ ମାଗିଲି....

କିଛି କହିଲେ ଆହୁରି ଲେଖି ଚାଲ ଏବେ ଭାବୁଛି ଲେଖାରେ ଆଲୋଚନା ମୂଳକ ଅନେକ ଭାବ ପ୍ରକାଶିତ ହୁଏ

କେହି କେବେ କହିବେନି ତ? ମୁଁ କାହାକୁ ଆଙ୍ଗୁଠି ଦେଖାଉଛି

ଛାଡ଼, ମୁଁ ନିଜକୁ ଭଲ ପାଇବା ଶିଖିବି, ନିଜ କୁ କାଲି ଅପେକ୍ଷା ଆଜି ଆହୁରି ଅଧିକତର ଭାବେ ଭଲ କରି ଗଢିବି

କାରଣ ନିଜକୁ ଆଗ ଭଲ ପାଇଲେ ଅନ୍ୟ ସମସ୍ତଙ୍କୁ ଭଲ ଆପେ ପାଇପାରିବି "ଆଇ ଆମ ଡ଼ିଭାଇନ " ବୋଲି ନିଜ ଜୀବନରେ ସାର୍ଥକ କରିବି ଖାଲି ଶେଷରେ ସମସ୍ତଙ୍କୁ ଗୋଟେ ପ୍ରଶ୍ନ କରିବି ଯଦି ମୁଁ ଭଲ ଲେଖୁଛି ତାହାଲେ ଆପଣ କଣ ନିଜ ଜୀବନରେ "ଅହଂ ବ୍ରହ୍ମାଶ୍ମି "ଶବ୍ଦ କୁ ଜାଗା ଦେବେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics