Priyadarshee Praharaj

Tragedy Classics Inspirational

3  

Priyadarshee Praharaj

Tragedy Classics Inspirational

ସୌମ୍ୟ

ସୌମ୍ୟ

2 mins
143


ଛୋଟ ଚିଆଁ ଟେ ଅଣ୍ଡା ଫଟେଇ ସୂର୍ଯ୍ୟ ଆଲୁଅ ପଡ଼ୁ ପଡ଼ୁ ଦେଖେ ତା ଜନ୍ମ ଦାତ୍ରୀ କୁ ସୋଭାଗ୍ୟ ବଶତଃ ସେ ଜୀବନରେ ଦୁଇ ଚାରି ଦିନ ଆଉ ଅଧିକ ଗଡି ଗଲେ ସେ ଦେଖେ ତାକୁ ଆହାର ତଥା ଉଡିବା ପାଇଁ ପ୍ରୋତ୍ସାହନ ଦଉଥିବା ପିତୃ ଚିତ୍ର କୁ ସମୟ ଗଡ଼ିବା ସାଙ୍ଗେ ସେ ଚିଆଁ ଦେଖି ଚାଲେ ଅନେକ ସ୍ବପ୍ନ, ଗଢି ଚାଲେ, ବାନ୍ଧୀ ଚାଲେ ଅନେକ ଉତ୍ସାହ ଭରା, ରଙ୍ଗ ବିରଙ୍ଗା କାନଭାସ କାରଣ ସେ ଜାଣେ ସେ କୋଉଠି ଝୁଣ୍ଟି ପଡିଲେ କି ଖସି ପଡିଲେ ତାକୁ ସମ୍ଭାଳି ବାକୁ ଥିବେ ତା ଚଳନ୍ତି ଭଗବାନ ହେଲେ ଯଦି ସେ କାନଭାସ ତିଆରି ହଉ ହଉ ବିଗିଡି ଯାଏ,ସେ ଚିଆଁ କଣ ତା ଡେଣା ସଳଖି ପୁଣି ନୂଆ ଆଶା, ନୂଆ ରଙ୍ଗ, ନୂଆ ଆବେଗ ଭରି ସେ ସୁନ୍ଦର ସ୍ବପ୍ନକୁ ଆଙ୍କି ପାରିନ

ବୋଧ ହୁଏ ନା ତାର କ୍ରମାଙ୍କନ ଅଧା କୁ ଖସି ଆସିଥିବ ସେ ସେତେବେଳେ ଅଣ୍ଟା ସଳଖିବା ଲାଗି ଖୋଜି ବୁଲିବ ଆଶ୍ରା

ନା ଦୁଆର ଦୁଆର ବୁଲି ନୁହଁ ବରଂ ମନ୍ଦୀର, ମନ୍ଦୀର ବୁଲି

କାରଣ ତାର ଏକ ମାତ୍ର ଭରସା ଏକାଗ୍ରତ ହୋଇଥିବ ଭଗବାନଙ୍କ ଠାରେ ସେ ସେବେ ଭାବି ନିଏ ଯେ ଠାକୁରେ ହିଁ ଭେଟାଇ ଦେବେ ଗୋଟେ ଭରୋସା ଯୋଗ୍ୟ କାନ୍ଧ ଯେଉଁଠି ସେ ମୁଣ୍ଡ ଆଉଜାଇ କାନ୍ଦି ପାରିବ, ଅସମୟରେ ଆଶ୍ରୟ ଖୋଜି ପାରିବ, ନିଜ ଥରୁ ଥିବା ପାଦ କୁ ଦମ୍ଭ କରି ପାରିବ

କେଡେ ନିରୀହ ତା ମନ, ସେ ଭାବିଲା ସବୁ କଣ ତା ଚଳନ୍ତି ପ୍ରତିମା ପରି ସ୍ଵଛ ଆଉ ସ୍ନେହୀ କିନ୍ତୁ ସେ ତ ବୋକା ସେ ଶିଖି ନାହିଁ କପଟ, ଛନ୍ଦ ଯିଏ ପଦେ ହସିକି କଥା କହିଲା ତାକୁ ସେ ନିଜର ମଣି ନେଲା ବାଲେଶ୍ୱରିଆ ଭାଷା ରେ ଉଲା କୁହନ୍ତି ସେମାନଙ୍କୁ ସତରେ ଏଡ଼େ ଉଲା ଟା ନା ? ସେ କଣ ଜାଣିନି ଅଣ୍ଟି ରେ ନିଆଁ ରଖିଲେ ଅଣ୍ଟି ପୋଡି ଯାଏ ବୋଲି ନା ସେ ଜାଣିନି ଅଣ୍ଟି ଛୁରୀ ତଣ୍ଟି କାଟେ ବୋଲି ତେବେ କଣ ପାଇଁ ତାର ଏ ଆବେଗ ଅନ୍ୟ ପ୍ରତି ସେ ଯୋଉଁ ସ୍ବପ୍ନ ଦେଖି ଥିଲା ସଳଖିବାର ତା କଣ ଏ ଆବେଗପ୍ରବଣ ଧମକ ରେ ସେ ପାଇ ପାରିବ ? ଅଥଚ ସେ ପୁଣି ଆଣ୍ଠେଇ ପଡିବ, ଛିଣ୍ଡେଇ ଖଣ୍ଡିଆ କରି ପକେଇବ ସେ ଗୋଡ ଯୋଡ଼େ କୁ ପୁଣି ପଛରୁ ଭୁଷା ଖାଇବ ଜଣେ ମୁଖା ପିନ୍ଧା ଅବିଶ୍ୱାସନୀୟ ସମ୍ପର୍କ ଠୁ

ଦୟା ଆସୁଛି ନା ପଢିକି

ସତେ କେତେ କଷ୍ଟ ନ ପାଇଛି ସେ ଚିଆଁ

କେଡେ କଠିନ, କଠୋର ତା ଭାଗ୍ୟ

ଆହାଃ ବିଚରା

କଣ ବା ହବ ତା ଭବିଷ୍ୟତ ?

ସେ ଚନ୍ଦ୍ର ପରି ଅନେକ ଦାଗ, କ୍ଷତ, ଅଭିଶାପ ସହି ସବୁ ରାତି ସେ ଉଜ୍ବଳ ମିଛ ହସ ମୁଖରେ ଧରି ବୁଲିବ ?

ନା ଅନ୍ୟର ମିଛ ଆଶା, ଭରୋସାକୁ ଆହାର ରୂପେ ଗ୍ରହଣ କରି ଜିବିକା ନିର୍ବାହ କରିବ ?

ବୋଧ ହୁଏ ମୁଁ ନିରୁତ୍ତର କାରଣ ସେ ଚିଆଁ ପରି ଏକ ମୁହୂର୍ତରେ ଦମ୍ଭ କୁ କ୍ଷତାକ୍ତ ହୋଇ ଜୀବନର ଶଗଡ଼ ଟାଣିବା କୁ ମୁଁ ଅକ୍ଷମ

ତେଣୁ ସେ ଚିଆଁ ମୋ ପାଇଁ ସୌମ୍ୟ ସେ ସୌମ୍ୟ ପାଇଁ କିଛି ନହେଲେ ବି ଏ କାନ୍ଧ ସବୁବେଳେ ଗୋଟେ ଆଶ୍ରୟର କୁଟୀର

ସମସ୍ତେ ସୌମ୍ୟ ହୋଇପାରିବେନି ତେବେ କିଛି ଜଣ ଯଦି ସେ ଜୀବନ୍ତ ଚନ୍ଦ୍ର କୁ ରାହୁ ଗ୍ରାସ ପରେ ପୁଣି ପୂର୍ଣ୍ଣିମା ରୂପେ ଚମତ୍କାର ଆଙ୍କି ପାରିବେ ତାହାଲେ କେହି ସୌମ୍ୟ ଖୁସି ଦେଇ ଦୁଃଖ ପାଇବେନି ବରଂ ଆରମ୍ଭ କରିବେ ଏକ ନୂଆ ଫର୍ଦ ତାଙ୍କ ଜୀବନର ସୁନା ରେ ଖାଦ ମିଶିଲେ ହୁଏ ଗହଣା

ସତ୍ୟତା ରେ କଳ୍ପନା ମିଶିଲେ ହୁଏ ଗଳ୍ପ

ଆଶା କରେ ସତ୍ୟତା ରୁ ଫର୍ଦ୍ଧେ ଚିରିନେଇ ଗଳ୍ପ ବୁଣି ଥିବା ଏ ଛୋଟ ଚିଆଁ ଟି ଆପଣଙ୍କ ମନ ଜିଣିବ ।


Rate this content
Log in

Similar oriya story from Tragedy