Priyadarshee Praharaj

Drama Tragedy Classics

4  

Priyadarshee Praharaj

Drama Tragedy Classics

ବିସ୍ମୟକର ମୁହୂର୍ତ୍ତ

ବିସ୍ମୟକର ମୁହୂର୍ତ୍ତ

3 mins
395


ଖୁସିର ଅନେକ ରୂପ, ସେ ସର୍ବବ୍ୟାପି କଣ କିଛି ଭୁଲ କହିଲି କି

ନିହାତି ଭାବରେ ଭୁଲ ଖୁସି ଟା ଆଜି କାଲି ଦୁନିଆ ରେ ସ୍ୱାର୍ଥ ଆଶ୍ରିତ ତାକୁ ପ୍ରସ୍ତୁତ କରିବା ପାଇଁ ସେଥିରେ ଅନେକ ପ୍ରକାର ର ମସଲା ଯେମିତି କି ଛଳନା, ବିଶ୍ୱାସଘାତତା, ମିଛ, ଶୋଷଣ, ଚୁଗୁଲି ଏମିତି ଆଉ କେତେ ମିଶେଇ ସେ କ୍ଷଣିକ ବ୍ୟଞ୍ଜନ ତିଆରି କରା ଯାଏ | ସବୁ ଜାଗାରେ ମିଳିବା କଥା ଟା କେତେ ଦୂର ସତ ମୁଁ ଜାଣିନି କିନ୍ତୁ ଅନେକ ଜାଗାରେ ସେ ଖୁସି ଟି ଶସ୍ତା, ମୂଲ୍ୟ ହିନ ତାର ମର୍ଯ୍ୟାଦା ନଥାଏ ଆପଣ ଉପରେ ମନା କଲେ ଵି ଆପଣ ସବୁ ଆଡେ ଅନୁଭବ କରି ଥିବେ ସେ ଅଫିସ ହଉ ଅଥବା ସାଙ୍ଗଙ୍କର ଚା ଖଟି ସବୁ ଥିରେ ସେ ଖୁସି ପଛରେ ଲୁଚି ଥାଏ ମିଛ, ସ୍ୱାର୍ଥ, ଛଳନା ନା ମତେ ସତ କହିବାକୁ ଡର ଲାଗେନି କାରଣ ଏହା ମୁଁ ଅନେକ ସମୟ ରେ ଅନୁଭବ କରିଛି ଓ ଅନେକ ଜାଗାରେ ସେ ବ୍ୟକ୍ତିଙ୍କ ଠୁ ମୁହାଁ ମୁହିଁ ସମ୍ମୁଖୀନ କରାଇଛି | ଏହି ପ୍ରଦୂଷିତ ପରିବେଶ ଭିତରେ ଖୁସି ର ଗୋଟେ ନିଜର ଅସ୍ତିତ୍ୱ ଚିହ୍ନଟ କରିବା କେବେ କେବେ ଅସମ୍ଭବ ଲାଗି ଥାଏ | କିନ୍ତୁ କୁହନ୍ତି ନା ଆପଣ କଷ୍ଟ ପାଇଲେ ମଧ୍ୟ ଭଲ କର୍ମର ଫଳ ନିହାତି କୋଉ ନା କୋଉ ରୂପରେ ଆପଣଙ୍କ ଦ୍ୱାର ଖଡ଼ ଖଡ଼ କରି ଆପଣଙ୍କ ପାଖରେ ଆସି ପହଂଚିବ | ଜାଣିଛି ଏତେ ଭିତରେ ଆପଣକୁ ଲାଗୁଥିବ ମୁଁ କଣ ଏମିତି ଭଲ ଜେ ଅନ୍ୟ ବିଷୟରେ ଟିପ୍ପଣୀ ଦେବି ନାହିଁ ଆଜ୍ଞା କିଛି କ୍ଷେତ୍ର ରେ ମୁଁ ବି ଖରାପ , ତେଣୁ କରି ଖୁସି ଟା ବୋଧ ହୁଏ ଇନଷ୍ଟାଲମେଂଟ ରେ ମୋ ପାଖକୁ ଆସୁଛି

ଖୁସି ର ସଂଜ୍ଞା ଓ ସ୍ମୃତି ରୂପରେ ତାକୁ ଅବତରିତ ହବାର ଦୃଶ୍ୟ ବହୁତ କମ ସମୟରେ ଦେଖିବାକୁ ମିଳେ କିଛି ଦିନ ତଳେ ତାହା ମୋ ଭାଗ୍ୟରେ ଘଟି ଥିଲା ଯେଉଁଠି ଖୁସି ରୂପ ନେଇ ଅନେକ ଦିନର ଓ ଅନେକ ଯୋଜନା ର ଅନ୍ତ ଘଟେଇ ପହଂଚିଥିଲେ ମୋ ପାଖେ ମୋ ଦୁଇ ବନ୍ଧୁ | କର୍ମ ଜଂଜାଳ, ଘର ଦାୟିତ୍ୱ ସାରିଲା ଆଉ ଅନେକ କିଛି ପରେ ବୋଧ ହୁଏ ନିଜ ପାଇଁ ସମୟ ଟା ବାହାର କରିବା ଗୋଟେ ମନଗଢା କଥା | ବାପା, ମା ସବୁବେଳେ କୁହନ୍ତି ଯାହା କରିବା କଥା ଏଇ ବୟସ ରେ କରି ଯାଅ, ନଷ୍ଟ ହବାକୁ ଇଚ୍ଛା ଯଦି ନଷ୍ଟ ହୁଅ ଯେମିତି କି ସମୟ ଥାଉ ଥାଉ ସୁଧୁରି ପାରିବ ଆଉ ଭଲ ହବାକୁ ଇଚ୍ଛା ଯଦି ଜଲ୍ଦି ହୁଅ କାରଣ ବାକି ସମୟ ରେ ଆଉ କାହାକୁ ଅନୁପ୍ରେରିତ କରି ପାରିବ | ଆମ ତିନି ବନ୍ଧୁକର କୌଣସି ଏତେ ଦେଶବ୍ୟାପି ବା ଚର୍ଚ୍ଚିତ ବନ୍ଧୁତା ନୁହଁ କିନ୍ତୁ ଦୀର୍ଘ ତେର ବର୍ଷ ଭିତରେ ଅନେକ ସମୟ ରେ ପରସ୍ପର କୁ ସାହସ, ସାହାଯ୍ୟ ଓ ବୁଝିବା ନିମନ୍ତେ କେବେ ପଛ ଘୁଞ୍ଚା ଦିସିନି | ଚାକିରି ପରେ ସେଇ ବନ୍ଧୁତା କୁ ପାଳନ କରିବାକୁ ମଧ୍ୟ ସମୟ ପାଇନୁ କି ମିଳିନି | ଏତେ ବ୍ୟବଧାନ ପରେ ଯେବେ ଏହା ସମ୍ଭବ ହୋଇ ପାରିଲା ସେବେ ଡର ଲାଗିଲା, ମନରେ ଉଙ୍କି ମାରିଲା ଅନେକ ପ୍ରଶ୍ନ ଯେପରି ଏ ମିଳନ ଉତ୍ସବ ରେ କେଉଁ ପ୍ରକାର ଆଲୋଚନା ହବ? ଆଗ ପରି ଏବେ କଣ ସେ ପିଲାଳାମି କୁ ଅନ୍ୟ ଜଣଙ୍କର ସହ୍ୟ ହେବ? କୌଣସି ଅପ୍ରୀତିକର ପରିସ୍ଥିତି ପାହାଡ ହୋଇ ଆମ ସମ୍ପର୍କ ଭିତରେ ଠିଆ ହବନି ତ? କିନ୍ତୁ ଯୋଉଁ ମୁହୂର୍ତ ରେ ଆମେ ତିନି ବନ୍ଧୁ ଭେଟ ହୋଇ ଆଲିଙ୍ଗନ କଲୁ, ପରସ୍ପର ଭିତରେ ସେଇ କଲେଜ ବଳର ଉନ୍ମାଦନା ଓ ଛାତି ଭିତରେ ସେ ଖୁସି ର ସ୍ପନ୍ଦନ ଅନୁଭବ ହେଲା | ବିତାଇଥିବା ସେ ମୁହୂର୍ତ ଲାଗିଲା ସ୍ବର୍ଗପୁର ପରି, ସେଥିରେ ନଥିଲା କୌଣସି ପ୍ରକାରର ନକାରାତ୍ମକ ମସଲା, ସାଧା ସିଧା ହବିଷ ଟି ଆମ ତିନି ଜଣକ ମନ ରେ ଥିବା ଚାପ, ଚିନ୍ତା,ଉତ୍ତେଜନା ସବୁ କୁ ଭୁଲେଇ ଦେଲା

ବିଦାୟ ଅବସରେ ସେ ମୁହୂର୍ତ ଛାଡି ଜିବାକୁ ନଥିଲା କାହାରି ଇଛା | କାରଣ ସମସ୍ତେ ଜାଣିଥିଲେ କାଲିର ସୂର୍ଯ୍ୟ ଉଦୟ ସାଙ୍ଗରେ ପୁଣି ଜୀବନ ସହ ଜଡି ଉଠିବ ଦାୟିତ୍ୱ, କର୍ମ ଚାପ,ନିଃସଙ୍ଗତା | ଆଗ ପରି ଏଥରକ ମଧ୍ୟ ସେଇ ଖୁସି କୁ ମଝିରେ ମଝିରେ ପାଳିବାର ର ପଣ କରି ବିଦାୟ ନେଲୁ |

କିନ୍ତୁ ତାହା କଣ ସମ୍ଭବ ? ସମୟ ଚକ୍ର କଣ ଏତେ ଶୀଘ୍ର ସେପରି ବିସ୍ମୟକର ମୁହୂର୍ତ୍ତ ସହ ଆମକୁ ଭେଟାଇ ପାରିବ ଯେଉଁଥିରେ ନା ଥିବ ଛଳନା, କୂଟନୀତି, ସ୍ୱାର୍ଥ?

ଭିତରେ ଥିବା ଖୁସିଟି କୁ ଚିନ୍ହିବା ଆମ ସମସ୍ତଙ୍କ ପାଇଁ ଏକ ପ୍ରକାରର ଚାଲ୍ଲେଞ୍ଜ ସମୟ ଥିଲା ଭିତରେ ଖୋଜି ପାରିଲେ ତାହା ସୁନ୍ଦର ସ୍ମୃତି ହୋଇ ସୁଗନ୍ଧିତ ଫୁଲ ସାଜି ଜୀବନ ମହାକାଇ ଉଠିବ | ଆଶା କରେ ସେ ଖୁସି ସମସ୍ତଙ୍କୁ ମିଳୁ| ଆଉ ଦୁଇ ବନ୍ଧୁଙ୍କୁ ନେହୁରା ହଉଛି ଏ ମୁହୂର୍ତ ମଝିରେ ମଝିରେ ରେ ଯୋଜନା କରା ଯାଉ |


Rate this content
Log in

Similar oriya story from Drama