ଉପହାର
ଉପହାର
ରିଙ୍ଗ ବାଜି ଚାଲିଲା....
କ୍ରିଙ୍ଗ କ୍ରିଙ୍ଗର ରିଙ୍ଗ ଚାଲି ଯାଉଛି....
ଥରେ କ୍ରିଙ୍ଗ ଧ୍ୱନିମାଳ ମଝିରେ ବାଧା ପରେ ପୁଣି ସେ ଧ୍ୱନିର ବିସ୍ତାର ହବାକୁ ଲାଗିଥାଏ....
#ସତ୍ୟ: ଓଃ ଏ #ଦିଲୀପକୁ ଯେ କେମିତି ବୁଝେଇବି...
ଏତେ ଅବୁଝା ଜଣେ ଲୋକ କେମିତି ହୋଇ ପାରେ????
ଦେଖୁଛୁ ତ ଫୋନଟା ଉଠେଇ ପାରୁନି ବାରମ୍ବାର ଫୋନ କରିବାର ମାନେ ବା କଣ ଅଛି???
#ସ୍ଵାତି: କଣ ହେଲା??
ବ୍ୟସ୍ତ ହେଇ ପଡିଲ ଯେ????
କିଏ ଫୋନ କରୁଛି ???
#ସତ୍ୟ : ଆରେ ନା ସେମିତି କିଛି ଖାସ ନୁହଁ!!!!!.
ପୁଣି ଥରେ ରିଙ୍ଗ ବାଜି ଉଠିଲା....
#ସତ୍ୟ : ଓଃ ଗଡ୍!! ହୁଆଏ ଦୋଣ୍ଟ ହି ଗେଟ୍ ଇଟ୍????
ଇଟ୍ ଇସ୍ ଦିଜଗଷ୍ଟିଙ୍ଗ.....
#ସ୍ଵାତି : ତମେ ବୋଧ ହୁଏ ଆଜି ବ୍ୟସ୍ତ ଥିଲ???
ତମକୁ ଏଠାକୁ ଡାକି ମୁଁ ଭୁଲ କରି ଦେଲି.....
#ସତ୍ୟ : ଆରେ ସେମିତି କିଛି ନୁହଁ...
ମୁଁ ଫ୍ରି ଥିଲି ଆଉ ଅଛି ମଧ୍ୟ.... ତମର କିଛି ଭୁଲ ହୋଇନି....
#ସ୍ଵାତି : ଥାଙ୍କ ଗଡ୍..... ଇଉ ବ୍ରୋଟ୍ ଏ କାଇଣ୍ଡ ଅଫ ରିଲିଫ୍.....
ତମର, ମୋର ପାଖାପାଖି ଦୁଇ ମାସରୁ ଉପରକୁ ହବ ଚାଟ କରୁଛେ... ପ୍ରଥମେ ଫେସବୁକରୁ ସାଙ୍ଗ ତାପରେ ନମ୍ବର ଦିଆ ନିଆ ପରେ କଥାବାର୍ତ୍ତା.....
ଦୁଇ ମାସ ତମ ସହ କଥା ହୋଇ ଭାରି ଇମ୍ପ୍ରେସ ହେଲି, ତମର ବ୍ୟକ୍ତିତ୍ୱ, ପେଶା, ଗଠନ ସବୁ ଯାକ କୋଉଠି ନା କୋଉଠି ମତେ ତମ ପ୍ରତି ଆକୃଷ୍ଟ କରିବାକୁ ଲାଗିଥିଲା....
ତମକୁ ଦେଖା କରିବାକୁ, ମୁହାଁମୁହିଁ ହୋଇ କିଛି ସମୟ କଟେଇବାକୁ ଇଚ୍ଛା ହେଇଗଲା ଅଦମ୍ୟ....
ଫେସବୁକରୁ ଜାଣି ପାରିଲି ତମର ଆଜି ଜନ୍ମଦିନ ବୋଲି ସେ ପାଇଁ ସକାଳୁ ଉଠୁ ଉଠୁ ଆଜି ଠିକ ଦିନ ତମ ସହ ସାକ୍ଷାତ ହବାକୁ ଭାବି ପ୍ରଥମ କଲ ତମକୁ ଲଗେଇ ଦେଲି.....
ମୋ ଭାଗ୍ୟକୁ ଦେଖ ତମେ ରାଜି ମଧ୍ୟ ହୋଇ ଦେଖା କରିବାକୁ ଆସିଲ...
ଏଥିରୁ ତମର ବଦାନ୍ୟ ପଣତା ଓ ବଡ ହୃଦୟ ଥିବାର ବି ପରିଚୟ ମିଳିଗଲା....
ହେଲେ ଏବେ ଏ ଫୋନ କଲ ପରେ କାଇଁ ଲାଗୁଛି ମୁଁ ତମକୁ ଦ୍ଵିଧାରେ ପକେଇ ଦେଲି.....
ଦୋ ଛକିରେ ଠିଆ ହୋଇ ତମ ଶ୍ୱାସ ରୁନ୍ଧି ହୋଇ ଯାଉଛି....
#ସତ୍ୟ : ହା ହା ହା ହା.....
ଏତେ ବ୍ୟକ୍ତିତ୍ୱର ପ୍ରଶଂସା କରି ଶେଷରେ ବିଶୃଙ୍ଖଳ ବୋଲି ବି ଆଖ୍ୟା ଦଉଚ....
ମୁଁ ତମକୁ ହିଁ ଦେଖା କରିବାକୁ ଆସିଛି...
ତମ କଲ୍ ପରେ ନିଜର କୌଣସି କାମ ନ ରଖି ଏଠି ତମ ସହ ଦେଖା କରିବାକୁ ହିଁ ମୁଁ ପ୍ଲାନ କରିଥିଲି...
ଆଛା ପ୍ରଥମେ କହିଲ କଫି ମଗେଇବି ନା ଆଉ କିଛି....
#ସ୍ଵାତି : ଆରେ ଥାଉ କିଛି ଦରକାର ନାହିଁ....
#ସତ୍ୟ : ପ୍ଲିଜ୍ ଆଇ ଇଁସିଷ୍ଟ.... ଦିସ୍ ପ୍ଲେସ ମେକ୍ସ ଟେଷ୍ଟି କଫି ... ପ୍ଲିଜ୍ ଟ୍ରାଏ.....
#ସ୍ଵାତି : ହଉ ଠିକ ଅଛି....
(କଫି ଆଣିକି ଟେବୁଲ ଉପରେ ବେଟର ରଖି ଦେଇ ଗଲା.....)
#ସତ୍ୟ : କେତେ ଚିନି ଆଉ କେତେ କ୍ଷୀର?????
#ସ୍ଵାତି : "ଆଇ ପ୍ରେଫର୍ ମାଇଁ କଫି ଷ୍ଟ୍ରଙ୍ଗ ଆଣ୍ଡ ଡାର୍କ"..
ପୁଣି ଥରେ ରିଙ୍ଗ ବାଜି ଉଠିଲା...
#ସତ୍ୟ: (ଫୋନକୁ ନଜର ପକେଇ, ଫୋନକୁ କାଟି ଦେଲା)
ସରି କହି ଆରମ୍ଭ କରିଲା
ଗ୍ରେଟ୍.... ସେ ପାଇଁ ଏତେ ବଢିଆ ନିଜକୁ ମେଣ୍ଟେନ କରିଛ.....
#ସ୍ଵାତି : କମ୍ପ୍ଲିମେଣ୍ଟ କରିକି ଫ୍ଲର୍ଟ କରୁଛ????
#ସତ୍ୟ : ଓଃ ମାଡାମ!!!! ତାହାଲେ ଇସାରା ବୁଝି ପାରୁଛନ୍ତି.......
କମ୍ପ୍ଲିମେଣ୍ଟକୁ ଫ୍ଲର୍ଟ ରୂପ ଦେବାକୁ ହେଲେ କେତେ ଯେ ପାମ୍ପଡ ବେଲିବାକୁ ପଡେ....
କିନ୍ତୁ ମୁଁ ଦେଖୁଛି ମୁଁ ଲକି ବାହାରିଲି......
#ସ୍ଵାତି : ନୋ ୱେ ମିଷ୍ଟର ହାଣ୍ଡସୋମ....
ଏ କମ୍ପ୍ଲିମେଣ୍ଟକୁ ମୋ ହାତ ଧରି କହିଥିଲେ ମୁଁ ବେଶି ଇମ୍ପ୍ରେସ ହୋଇଥାନ୍ତି.... (ପରସ୍ପରଙ୍କ ଭିତରେ କିଛି କ୍ଷଣ ପାଇଁ ମୌନ ରହି ଆଖି ଦ୍ୱାରl କଥାବାର୍ତ୍ତା ଆରମ୍ଭ ହେଇ ଯାଇଥିଲା..)
ଏଥରକ ଫୋନ ପୁଣି ରିଙ୍ଗ ହେଲା.....
କାଇଁ କେଜାଣି ଏଥରକ ରିଙ୍ଗଟା ବେଶି ଜୋରେ ଆଉ କର୍କଶ ଶୁଭିଲା....
ଦୁହିଁଙ୍କ ଭିତରର ନୀରବତା ଭାଙ୍ଗି ଗଲା...
(ସତ୍ୟର ବ୍ୟସ୍ତ ମୁହଁ ଦେଖୀ.....)
#ସ୍ଵାତି : ଶୁଣ ସତ୍ୟ କିଛି ଅର୍ଜେଣ୍ଟ ଥିବ...
ତମେ କଲ ଆଟେଣ୍ଡ କର... ଆମେ ଆଉ କେବେ ଆରାମ ସେ ଦେଖା ହବା....
ହାପି ବାର୍ଥ ଡେ ହଙ୍କ..... କଫି ପାଇଁ ଧନ୍ୟବାଦ. ଖୁବ୍ ଶୀଘ୍ର ଭେଟ ହେବା ବୋଲି ଆଶା... ବାଏ...
ଏତିକି କହି ସ୍ଵାତି ବିଦାୟ ନେଲା....
#ସତ୍ୟ : ବାଜୁଥିବା ରିଙ୍ଗକୁ ବାଧା ଦେଇ କହିଲା ହେଲୋ....
ତୋର କିଛି କାଣ୍ଡ ଜ୍ଞାନ ନାହିଁ...
ଦେଖିଲୁ ତ ଥରେ ଫୋନ ଉଠେଇଲିନି...
କଣ ପାଇଁ ବାରମ୍ବାର ଫୋନ କରୁଛୁ....
ତୋ ରୁମ୍ ମେଟ୍ ବୋଲି କଣ ମୋର ପର୍ସନାଲ ସ୍ପେସ କିଛି ନାହିଁ... ମୋର ନିଜର ସମୟ କିଛି ନାହିଁ...
ଅଣନିଃଶ୍ୱାସୀ ଲାଗୁଛି ମଝିରେ ମଝିରେ....
ସାଙ୍ଗ ଜାଗାରେ ତୁ ଠିକ, କିନ୍ତୁ ଘର ଲୋକ ହବାକୁ ଚେଷ୍ଟା କରେନା....
ସବୁ ଜିନିଷ ମୁଁ ତତେ ଜଣେଇ ପାରିବିନି....
ଆଉ ମୁଁ ବାହାରେ ଖାଇବି ତୁ ମୋ ପାଇଁ ଚିନ୍ତା କରିବା ଦରକାର ନାହିଁ "ଆଇ ଉଇଲ ବି ଲେଟ"କହି ଫୋନ କାଟି ଦେଲା...
(ରାତି ୧୨:୧୦ରେ ସେ ରୁମକୁ ଗଲା....)
କଳିଙ୍ଗ ବେଲ ନ ମାରି ନିଜ ପାଖେ ଥିବା ଚାବିରେ ରୁମ ଖୋଲିଲା...
ରୁମକୁ ଅନ୍ଧାର ଦେଖି, ସ୍ୱିଚ୍ ଅନ କରିଲା....
ରୁମ ଆଲୋକିତ ହେବା ପରେ... ସେ ଆଶ୍ଚର୍ଯ୍ୟ ହୋଇ ଗଲା.... ତା ଛାତି ଭାରି ହୋଇ ପଡିଲା...
ରୁମ ଯାକ ବେଲୁନ, ରଙ୍ଗ କାଗଜ, ନିଜ ଫୋଟ ସବୁରେ ସଜା ହୋଇଛି ଆଉ ରୁମ ମଝିରେରେ ଗୋଟେ ସୁନ୍ଦର କେକ.... ଯାହା ଉପରେ ଲେଖା ହେଇଛି ହାପି ବାର୍ଥ୍ ଡେ ମାଇଁ ରୁମି......
ଏହା ଦେଖି ସତ୍ୟ ବିଚଳିତ ହୋଇ ଗଲା, #ଦିଲୀପ ବୋଲି ଡାକ ଦେଲା, ସବୁ ରୁମ ଦେଖିଲା କିନ୍ତୁ କାହାରିକୁ ପାଇଲା ନାହିଁ ... ଆସି ଦେଖିଲା ଟେବୁଲ ଉପରେ ଗୋଟେ ବଡ କାଗଜ ରଖା ହୋଇଛି ସେଥିରେ ଲେଖା ହେଈଛି ବଡ ଅକ୍ଷରରେ "ଫର୍ ଇଉ " ବୋଲି...
#ସତ୍ୟ : ସେ କାଗଜକୁ ଖୋଲି ତରତରରେ ପଢିବାକୁ ଲାଗିଲା.... ଓଃ କଣ ଯେ ମୁଁ କରି ଦେଲି କହି ନିଜ ଆଖିରୁ ଅନର୍ଗଳ ଲୁହ ଗଡେଇବାକୁ ଲାଗିଲା.....
#ସରି ସାଙ୍ଗ
#ସରି ଭାଇ
I M SORRYର ବିଳାପ ରୁମ ଯାକ ଭାସି ଉଠିଲା...
ସେ ଚିଠିରେ ଲେଖା ଥିଲା.....
"ସାଙ୍ଗ ମୁଁ ଜାଣିଛି, ମୁଁ ତୋର କେହି ନୁହଁ...
ସେ ଯୋଗ୍ୟତା ମଧ୍ୟ ମୋର କେବେ ଆସିବନି.
ମୋର ତୋ ଜୀବନରେ ହସ୍ତକ୍ଷେପ କରିବାର କୌଣସି ଉଦ୍ଦେଶ୍ୟ ନଥିଲା....
ଖାଲି ତୋ ଜନ୍ମଦିନଟିକୁ ଭଲରେ ସେଲିବ୍ରେଟ କରିବି ବୋଲି ପ୍ଲାନ କରିଥିଲି....
ସକାଳୁ କିଛି ନ କହି ପଳେଇଥିଲୁ ବୋଲି ସନ୍ଧ୍ୟାରେ ତତେ ରୁମକୁ ଜଲ୍ଦି ଅସିବା ପାଇଁ କହିବାକୁ ଫୋନ କରିଥିଲି....
ଜାଣି ନଥିଲି ଖୁସି ଦିନରେ ଖୁସି ବଦଳରେ ଦୁଃଖ ଦେଇଦେବି ତତେ ବୋଲି....
ସତ କହୁଛି ଜମା ଜାଣି ନଥିଲି...
ଆଜି ତୋ ବଡ ଦିନରେ ଆଉ କିଛି ଭଲ ଉପହାର ଦେଇ ପାରିବି ବୋଲି ଭାବି ପାରିଲିନି... ସେ ଲାଗି ତୋ ଇଚ୍ଛା ଅନୁସାରେ ତୋ ଲାଇଫ କି ତୋ ପର୍ସନାଲ ଜିନିଷରେ ଆଉ କେବେ ହସ୍ତକ୍ଷେପ କରିବିନି.....
ମୁଁ ତୋ ରୁମ ଛାଡି ସବୁ ଦିନ ପାଇଁ ଯାଉଛି
ତତେ ବ୍ଲକ ବି କରି ଦଉଛି.... ତେଣୁ ଖୋଜିବୁନି.... ଏହା ଠୁ ଅଧିକ ଭଲ ଗିଫ୍ଟ ବୋଧ ହୁଏ ଦେଇ ପାରିନଥାନ୍ତି..
ଏତେ ଦିନ ମତେ ସହି ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି....
ଭଲରେ ଥିବୁ....
Happy birthday my roomie....
U WERE
U R
AND
U WILL ALWZ REMAIN SPCL"
...
.....
BYE FOREVER
କିଛି ମୁହୂର୍ତ୍ତ ସତ୍ୟର କାନ୍ଦ ଛଡା ଆଉ କିଛି ଶୁଭିଲାନି ସେ ରୁମରୁ.......
ଜୀବନର ଏ ଉପହାର ବିରଳ ହୋଇଗଲା....