Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଲେଖିକାଙ୍କ ଅଭିବ୍ୟକ୍ତି

ଲେଖିକାଙ୍କ ଅଭିବ୍ୟକ୍ତି

6 mins
175


ହେ ମୋର ଜନ୍ମିତ ଦେଶର ଦେଶବାସୀ

ଆଜି ଯୁଦ୍ଧ ଚାଲିଛି ୟୁକ୍ରେନ ଓ ରୁଷ ଭିତରେ .ରୁଷର ମିଜାଇଲ ମାଡ ରେ କମ୍ପି ଉଠୁଛି ୟୁକ୍ରେନର ଛାତି .ୟୁକ୍ରେନ ମଧ୍ୟ ଅସହାୟ ହୋଇ ତାକୁ କେହି ସାହାଯ୍ୟ କରୁନାହାନ୍ତି ବୋଲି ମନଦୁଃଖ କରୁଛି .ଆମ ଦେଶ ଭାରତ ,ସବୁବେଳେ ଶାନ୍ତି ଚାହେଁ ,ସେଇଥିପାଇଁ ଆମ ଦେଶ ପତାକାରେ ଅଶୋକ ଚକ୍ରର ଚି଼ହ୍ନ ବିରାଜିତ .ଘଡ଼ିସନ୍ଧି ବେଳେ ଆମ ଦେଶ କାହିଁକି ୟୁକ୍ରେନକୁ ସାହାଯ୍ୟ ସହଯୋଗ କରୁନି ,ସମସ୍ତେ କିଛିଟା କାରଣ ନିଶ୍ଚୟ ଜାଣିଥିଲେ ବି ମୁଁ ଏହି ଚିଠିରେ କିଛିଟା ଉପସ୍ଥାପନ କରୁଛି .

ୟୁକ୍ରେନ ,କାଶ୍ମୀର ପ୍ରସଙ୍ଗ ଉପରେ UNO ରେ ଭାରତ ଵିରୋଦ୍ଧରେ ଭୋଟ କରିଥିଲା .ୟୁକ୍ରେନ ପରମାଣୁ ପରୀକ୍ଷଣ ପ୍ରସଙ୍ଗ ଉପରେ ଭାରତ ଵିରୋଦ୍ଧ ଉପରେ ଭୋଟ ଦେଇଥିଲା .ୟୁକ୍ରେନ ଉନ୍ମ ର ସିକ୍ୟୁରିଟ କାଉନସିଲରେ ,ଭାରତର ସ୍ଥାୟୀ ସଦସ୍ୟତା ବିରୁଦ୍ଧରେ ଭୋଟ କରିଥିଲା .ୟୁକ୍ରେନ ପାକିସ୍ଥାନକୁ ହତିଆର ସପ୍ଲାଇ କରେ .ୟୁକ୍ରେନ ,ଅଲକାଏଦା କୁ ସମର୍ଥନ ଦିଏ .ୟୁକ୍ରେନ ଭାରତକୁ କେବେହେଲେ ସମର୍ଥନ ଦେଇନାହିଁ ,ଯେବେ ଆମ ଦେଶ ଉପରେ ପ୍ରତିବନ୍ଧକ ରହିଲା ,ସେତେବେଳେ ,UNO ରେ ପ୍ରତିବଦ୍ଧ ର ପକ୍ଷରେ ଭୋଟ କଲା .ତା ପାଖରେ ୟୁରାନିୟମ ଭଣ୍ଡାର ଥିବା ସତ୍ତ୍ୱେ ,ବାରବାର ମଗାଯିବା ପରେ ମଧ୍ୟ ସେ ଦେବା ତ ଦୂରର କଥା ,ତତ୍କାଳୀନ ପ୍ରାଇମି ମିନିଷ୍ଟରଙ୍କୁ ,ବ୍ୟବହାର ବି ସଠିକ ଦେଖାଇନାହିଁ ,ଯେତେବେଳେ ଭାରତ ନିଜର ,ଶକ୍ତି ବୃଦ୍ଧି ପାଇଁ ୟୁରାନିଅମ ଖୋଜୁଥିଲା .

ଏଵେ ତାହାର କଣ ହେବ ନହେବ ,ସେଥିପାଇଁ ଆମ ଦେଶର ନାଗରିକ ହିସାବରେ ,ମୋର ନିଜସ୍ୱ କୌଣସି ମତ ନଥିଲେ ବି ଭାରତୀୟ ସଂସ୍କୃତି ରେ ବଢିଥିବା ପ୍ରାଣ ଭିତରେ ମାନବିକତା ର ଆର୍ତ୍ତନାଦ ଭିତରେ ,ଗାନ୍ଧୀଙ୍କ ଅଂହିସା ନୀତି ଆଦର୍ଶ ଭିତରେ ଅନୁପ୍ରାଣିତ ପ୍ରାଣ କେବେଳ ଶାନ୍ତି କାମନା କରି ଲେଖିଚାଲୁଛି କେତୋଟି ମାନବୀୟ ଧର୍ମ ସମ୍ପର୍ଣ୍ଣ କ୍ଷୁଦ୍ର ଗଳ୍ପ ,ଯାହାର ଆଭିମୁଖ୍ୟ କେବଳ ଶାନ୍ତି ,ଓଁ ଶାନ୍ତି .

ଅନ୍ୟ ପକ୍ଷରେ 1971,ଭାରତ ପାକିସ୍ଥାନ ଯୁଦ୍ଧ ବେଳେ ଆମେରିକାର ଭାରତ ଉପରେ ପରମାଣୁ ବୋମା ପକାଇବାର ଯୋଜନା କୁ ଋଷ ହିଁ ପଣ୍ଡ କରିଥିଲା .ସେତେବେଳର ,u.s,ପ୍ରଧାନମନ୍ତ୍ରୀ ,ରିଚାର୍ଡ ନିକ୍ସାନ (Richard Nixan )ଆରବ ସାଗରରେ ନୌସେନା ଠୁଳ କରି ,ପାକିସ୍ଥାନକୁ ସାହାଯ୍ୟ କରିବାକୁ ଆଗେଇ ଆସିବା ବେଳେ ଋଷ ଡ଼ିସେମ୍ବର ଛ ଓ ତେର ତାରିଖରେ ତା ନାଭାଲ କୁ ଆରବ ସାଗର ଓ ବଙ୍ଗୋପ ସାଗର କୁ ପଠାଇବାରୁ ଆମେରିକା ପଛଘୁଞ୍ଚା ଦେଇଥିଲା .

ଋଷ ର ଏପରି ମିତ୍ରତା କୁ ଭାରତ କେବେ ବି ଭୁଲି ପାରିବ ନାହିଁ .କେବଳ ଏକମାତ୍ର ଦେଶ ଋଷ ,ସର୍ବଦା ଭାରତର ମିତ୍ର .ଆମେରିକା କେବେ ବି ଭାରତର ମିତ୍ର ନଥିଲା ଓ ଆଜି ବି ନାହିଁ .କିନ୍ତୁ ଏଵେ ଯଦିବି ଆମେରିକା ବନ୍ଧୁତାର ହାତ ବଢାଏ ତ ଭାରତ ତାହା ସହୃଦୟତାର ଉପଲବ୍ଧି କରି ଯଦିବା ସ୍ବୀକାରକରେ ତଥାପି ପୁରୁଣା ବନ୍ଧୁକୁ କେବେ ବି କୌଣସି ପରିସ୍ଥିତିରେ ଛାଡି ପାରିବ ନାହିଁ ଭାରତ ମୋ ମହନୀୟତା ସମ୍ପର୍ଣ୍ଣ ଦେଶ .ଭାରତ ଓ ଋଷର ବନ୍ଧୁତା ,ଅତୁଟ ରହିବ ହିଁ ରହିବ .

ଆମ ଦେଶର ଆମେ ସମସ୍ତ ନାଗରିକଙ୍କ ଭିତରେ ଗାନ୍ଧୀ ଙ୍କ ନୀତି ଆଦର୍ଶ ରହିଥିବାରୁ ,ଆମ ଭାରତୀୟ ଧର୍ମ ନିରପେକ୍ଷ ରାଷ୍ଟ୍ର ,ଆଉ ଭାତୃ ଭାବ ରେ ବନ୍ଧା ଥିବାରୁ ,ସର୍ବ ମନୁଷ୍ୟ ଜାତିର ଲୁହ ,ଲହୁ ,ଯନ୍ତ୍ରଣା ,ଦୁଃଖ, ରୋଗ ,ଶୋକ, କଷ୍ଟ ଯାତନା ଇତ୍ୟାଦି କୁ ସମାନ ଭାବୁଥିବାରୁ ମୋ ଭିତରେ ଶାନ୍ତି ସଂହତି ର ଆହ୍ୱାନ ଓ ସଚେତନତା କେବଳ ମାତ୍ର ,ଯେଉଁ ପରିପ୍ରେକ୍ଷୀରେ ମୁଁ ଲେଖିଛି କେତୋଟି କ୍ଷୁଦ୍ରଗଳ୍ପ ,ପଢିକି ବୁଝିନେବେ ,ଆମେ ପ୍ରତ୍ୟକ ଭାରତୀୟଙ୍କ ଭିତରେ ଯେତେ ଯାହା ହେଲେ ବି ରହିଛି ,ହିଂସା ର ମୁଳୋତ୍ପାଟନ ଆମ ପ୍ରତ୍ୟକଙ୍କ ରକ୍ତରେ ,ଶିରା ପ୍ରଶିରାରେ .ଆମ ଦେଶବାସୀ ବିଶ୍ୱାସ କରନ୍ତି,ପ୍ରଭୁ ଜଗନ୍ନାଥ ଓ ତୁଣ୍ଡରେ ଥାଏ ସର୍ବଦା ରାମନାମ ତ ଆସୁ ପଛେ ତୃତୀୟ ବିଶ୍ୱଯୁଦ୍ଧ ,କିଛିବି ହେବନି ଆମ ଦେଶର ,ଯେମିତି ସ୍ୱୟଂ ରାମ ମଧ୍ୟ ମାରି ପାରି ନଥିଲେ ବୀର ହନୁମାନଙ୍କୁ ,ସେହି ବିଷୟଟି ଏଠାରେ ଉପସ୍ଥାପନ କରୁଛି .

ଅଯୋଧ୍ୟାରେ ଏକଦା ପ୍ରଭୁ ଶ୍ରୀରାମଙ୍କ ଦରବାର ଚାଲିଥାଏ l ପ୍ରଭୁଙ୍କ ସେବାରେ ହନୁମାନ ଏମିତି ତନ୍ମୟ ହୋଇପଡ଼ିଥାନ୍ତି ଯେ କେତେବେଳେ ଗୁରୁ ବଶିଷ୍ଠ ଆସି ପହଞ୍ଚି ଯାଇଛନ୍ତି ତାଙ୍କୁ ଜଣା ନାହିଁ l

ସମସ୍ତେ ଉଠି ଗୁରୁଙ୍କର ଅଭିବାଦନ କଲେ, କିନ୍ତୁ ହନୁମାନଙ୍କର ସେ ଆଡ଼କୁ ଧ୍ୟାନ ନଥାଏ l ବଶିଷ୍ଠ ପ୍ରଭୁଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ, ରାମ ଭରା ସଭାରେ ଗୁରୁଙ୍କୁ ଅଭିବାଦନ ନ କରିବାରେ ଦଣ୍ଡ କ'ଣ ହୋଇପାରେ? ଶ୍ରୀରାମ କହିଲେ, ଗୁରୁବର ଆପଣହିଁ କୁହନ୍ତୁ ଏ ଗର୍ହିତ ଅପରାଧ ପାଇଁ କ'ଣ ଦଣ୍ଡ ବିଧାନ କରାଯାଇ ପାରେ l ବଶିଷ୍ଠ କହିଲେ, "ମୃତ୍ୟୁ ଦଣ୍ଡ" l ଶ୍ରୀରାମ କହିଲେ, ଗୁରୁଙ୍କ ନିର୍ଣ୍ଣୟ ସ୍ୱୀକାର୍ଯ୍ୟ l ସମସ୍ତ ସଭାସଦ ଚିନ୍ତାରେ ପଡ଼ିଯାଇ ଥାନ୍ତି, କିଏ ଏଭଳି ଅପରାଧ କରିଛି l

ପ୍ରଭୁ ଗୁରୁଙ୍କୁ ପଚାରିଲେ, ହେ ଗୁରୁଦେବ ଆପଣ ଏବେ କୁହନ୍ତୁ କିଏ ସେହି ଅପରାଧୀ l ଗୁରୁବଶିଷ୍ଠ କହିଲେ,ମୁଁ ଦୋଷୀ କିଏ କହି ଦେବି,ମାତ୍ର ତୁମେ ଚାହଁ ତ ନିଜକୁ ଦଣ୍ଡିତକରିପାର କିନ୍ତୁ ତୁମର ଅତି ପ୍ରୀୟ ସେହି ଦୋଷୀକୁ ଦଣ୍ଡ ଦେଇ ପାରିବ ନାହିଁ l

ଶ୍ରୀରାମ କହିଲେ,ହେ ଗୁରୁଦେବ ! ଆପଣ ଏପରି କାହିଁକି କହୁଛନ୍ତି, ଆପଣ ତ ଜାଣନ୍ତି, ମୋ ପାଇଁ ପ୍ରୀୟ ଅପ୍ରୀୟ ସମସ୍ତେ ସମାନ,ଆପଣ କୁହନ୍ତୁ ମୁଁ ସେହି ଦୋଷୀକୁ ନିଶ୍ଚୟ ମୃତ୍ୟୁ ଦଣ୍ଡ ଦେବି l

ଗୁରୁ କହିଲେ, ବତ୍ସ ରାମ ! ତୁମର ନ୍ୟାୟ ଉପରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ, କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରରେ ତାହା କରି ଦେଖାଇଲେ ଏହାକୁ ମୁଁ ବିଶ୍ୱାସ କରିବି l ବଶିଷ୍ଠ ପୁଣି କହିଲେ, ତୁମେ ତା ହେଲେ ପ୍ରତିଜ୍ଞା କର,ନିଜ ଅମୋଘ ବାଣରେ ତୁମେ ସ୍ୱୟଂ ସେହି ଦୋଷୀକୁ ପ୍ରାଣ ଦଣ୍ଡ ଦେବ, ତେବେଯାଇ ସେହି ଦୋଷୀର ନାମ ଓ ଅପରାଧ ମୁଁ ପ୍ରକାଶ କରିବି l

ଶ୍ରୀରାମ ପୁନଃ ତାଙ୍କର ସଂକଳ୍ପ ବ୍ୟକ୍ତ କରିବାରୁ ବଶିଷ୍ଠ କହିଲେ, ଗୁରୁଙ୍କୁ ସ୍ୱାଗତ ନକରିବାର ଏହି ଅପରାଧ ତୁମର ଅତି ପ୍ରୀୟ ସେବକ ହନୁମାନ ହିଁ କରିଛନ୍ତି l ଗୁରୁଙ୍କ କଥାଶୁଣି ସମସ୍ତେ ସ୍ତବ୍ଧହୋଇ ଗଲେ l ହନୁମାନଜୀ ମଧ୍ୟ ଏହାକୁ ସ୍ୱୀକାର କରି ନେଲେ l ପ୍ରଭୁ ଶ୍ରୀରାମ ସଭାରେ ଘୋଷଣା କରି ଦେଲେ, କାଲି ସନ୍ଧ୍ୟାରେ ସରଯୁ ତଟରେ ମୁଁ ସ୍ୱ ହସ୍ତରେ ହନୁମାନଙ୍କୁ ମୃତ୍ୟୁଦଣ୍ଡ ଦେବି l

ହନୁମାନ ଅତି ବିଷଣ୍ଣ ମନ ନେଇ ଘରକୁ ଫେରି ଗଲେ l ଘରେ ମାତା ଅଞ୍ଜନା ହନୁମାନଙ୍କୁ ଏପରି ଖିନ୍ନମନା ଦେଖି ପଚାରିଲେ,ରେ ମୋ ମହାବୀର ପୁତ୍ର ତୋର କ'ଣ ହୋଇଛି l ମାଆ ଅଞ୍ଜନା ବାର ବାର ପଚାରିବା ସତ୍ୱେ ମଧ୍ୟ ହନୁମାନ କିଛି କହୁ ନଥାନ୍ତି l ଶେଷରେ ମାଆ ନିଜର ରାଣ ରଖିବାରୁ ହନୁମାନ ତାଙ୍କର ଅପରାଧ ଓ ଏହାର ପରିଣତି

କଥା ପ୍ରକାଶ କରି କହିଲେ,' ମୋ ଅଜାଣତରେ ଏପରି ଗୁରୁତର ଅପରାଧ ହୋଇଯାଇଛି ମାଆ l

ଆପଣ ତ ଜାଣନ୍ତି ମା' ହନୁମାନକୁ ମାରିବାପାଇଁ ଏ ବ୍ରହ୍ମାଣ୍ଡରେ କେହି ସମର୍ଥ ନୁହଁନ୍ତି କିନ୍ତୁ ପ୍ରଭୁଙ୍କ ବାଣରୁ ଆଜି ତାକୁ କେହି ବଞ୍ଚାଇ ପାରିବ ନାହିଁ l

ମାତା ଅଞ୍ଜନା କହିଲେ, ପୁତ୍ର, ଭଗବାନ ଶଙ୍କରଙ୍କ ଠାରୁ ମୁଁ ଅମୋଘ ରାମନାମ ମନ୍ତ୍ର ପ୍ରାପ୍ତ କରିଛି l ସେହି ମନ୍ତ୍ରକୁ ମୁଁ ତୋତେ ଜନ୍ମହେବା ସମୟରେ ଘୋରି ପିଆଇ ଦେଇଥିଲି l ଏହାରି ଫଳରେ ତୁ ବାଲ୍ୟ କାଳରେ ସୂର୍ଯ୍ୟଙ୍କୁ ଫଳଟିଏ ଭାବି ତୋର ପାଟିରେ ପୁରାଇ ଦେଇଥିଲୁ l ସେହି ରାମ ନାମ ପାଖରେ ଥିଲେ କେହି ମଧ୍ୟ ତୋର କିଛି ବିଗାଡ଼ି ପାରିବେ ନାହିଁ, ସିଏ ସ୍ୱୟଂ ରାମ ହୁଅନ୍ତୁ ପଛେ l

ବ୍ରହ୍ମାଣ୍ଡର ସବୁ ଶକ୍ତି ରାମ ନାମ ପାଖରେ ତୁଚ୍ଛ l ଯାଅ ବାବୁ ସରଯୁ ତଟରେ ବସି ରାମନାମ ଜପ ଆରମ୍ଭ କରି ଦିଅ l

ମାତାଙ୍କ ଚରଣ ସ୍ପର୍ଶ କରି ହନୁମାନଜୀ ପରଦିନ ଯାଇ ସରଯୁ ତୀରରେ ବସି ରାମ ନାମ ରଟିବା ଆରମ୍ଭ କରିଦେଲେ l ସନ୍ଧ୍ୟା ଉପଗତ ହେବାରୁ ପ୍ରଭୁ ଶ୍ରୀରାମ ସମ୍ପୂର୍ଣ୍ଣ ଦରବାର ସମେତ ସରଯୁ କୂଳରେ ଉପସ୍ଥିତ ହେଲେ l ସମସ୍ତେ କୌତୁହଳି ହୋଇ ଉଠିଥାନ୍ତି କଣ ସତରେ ପ୍ରଭୁ ହନୁମାନଙ୍କୁ ପ୍ରାଣ ଦଣ୍ଡ ଦେବେ !!!

ପ୍ରଭୁ କୋଦଣ୍ଡରେ କାଣ୍ଡ ଯୋଖି ଶକ୍ତିଶାଳୀ ବାଣ ମାନ ହନୁମାନଜୀଙ୍କ ଉପରେ ପ୍ରୟୋଗ କରୁଥାନ୍ତି ମାତ୍ର ଏହାର କୌଣସି ପ୍ରଭାବ ଭକ୍ତ ହନୁମାନଙ୍କ ଉପରେ ପଡ଼ୁ ନଥାଏ l ବାଣ ଗୁଡ଼ିକ ହନୁମାନଙ୍କ ଶରୀର ସ୍ପର୍ଶ ନକରି ତେଢ଼ାହୋଇ ଉଭାନ ହୋଇ ଯାଉ ଥାଏ l ଗୁରୁ ବଶିଷ୍ଠଙ୍କର ଏଥିରେ ସନ୍ଦେହ ହେଲା l ସେ ପ୍ରଭୁଙ୍କୁ କହିଲେ,ରାମ ! ତୁମେ ପୂର୍ଣ୍ଣ ନିଷ୍ଠାର ସହ ବାଣ ପ୍ରୟୋଗ କରୁଛ ତ? ଶ୍ରୀରାମ କହିଲେ,ହଁ ମୁଁ ପୂର୍ଣ୍ଣପ୍ରାଣରେ ଗୁରୁଙ୍କ ଚରଣ ଧ୍ୟାନ ପୂର୍ବକ ବାଣ ଚଳାଉଛି l ଏଥିରେ ଚତୁରତା କରି ମୁଁ ଆପଣଙ୍କ ଅବମାନନା କରିବି କିପରି?

ଗୁରୁ ଆଶ୍ଚର୍ଯ୍ୟ ବ୍ୟକ୍ତ କରି କହିଲେ,ତେବେ ବାଣ ସବୁ କାମ କରୁନାହିଁ କାହିଁକି l ଶ୍ରୀରାମ କହିଲେ, ଗୁରୁଦେବ, ହନୁମାନ ଅଖଣ୍ଡ ରାମନାମ କୀର୍ତ୍ତନ କରୁଛନ୍ତି, ରାମ ନାମ ସମ୍ମୁଖରେ ମୋର ସମସ୍ତ ଶକ୍ତି ବ୍ୟର୍ଥ ହୋଇ ଯାଉଛି l ଆପଣ କୁହନ୍ତୁ, ମୁଁ ଏବେ କ'ଣ କରି ପାରିବି?

ଗୁରୁଦେବ କହିଲେ, ରାମ ! ମୁଁ ବର୍ତ୍ତମାନ ତୁମର ଦରବାର ପରିତ୍ୟାଗ କରି ମୋ ଆଶ୍ରମ ଚାଲିଲି l ସେହି ଠାରେ ବସି ମୁଁ ନିରନ୍ତର ରାମ ନାମ ଜପ କରିବି l ଆଉ ମୁଁ ଏଠାରେ ଘୋଷଣା କରୁଛି, ଏ ସଂସାରରେ ରାମନାମ ରାମଙ୍କ ଠାରୁ ମଧ୍ୟ ବଡ଼ l ରାମନାମ ହିଁ ଅମୋଘ ଶକ୍ତିର ସାଗର l ଏ ଭଵ ସାଗରରେ ରାମ ନାମ ହିଁ ପରମ ମୋକ୍ଷ ଦାୟୀ l ଭଵ ବ୍ୟାଧି ନିମନ୍ତେ ରାମ ନାମ ହିଁ ମହୌଷଧି l

ସନ୍ଥ ତୁଳସୀ ଦାସଙ୍କ ଭାଷାରେ :-

ରାମନାମ କି ଔଷଧି ଖରୀ ନିୟତ ସେ ଖାୟ l

ଅଙ୍ଗରୋଗ ବ୍ୟାପେନହିଁ ମହାରୋଗ ମିଟଯାଏ ll

ରାମନାମର ମହିମା ଅପାର l ରାମତାରକ ମନ୍ତ୍ର ସିଦ୍ଧ କରି ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ବୋଲାଇ ଥିଲେ l ଏହାକୁ ସ୍ୱୀକାର କରି କବିସମ୍ରାଟ ନିଜେ ଲେଖିଛନ୍ତି,'ତାରକମନ୍ତ୍ର ପରସାଦେ,ମୋହର କବି ପଣ ଉଦେ' l ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି ଏହି କଳି କାଳରେ ରାମ ନାମ ହିଁ ଏକମାତ୍ର ଯୋଗ, ଯଜ୍ଞ,ଜପ, ତପ,ବ୍ରତ ଓ ପୂଜା .

ତେଣୁ ହେ ମୋର ପ୍ରିୟ ଦେଶବାସୀ ,ସ୍ଥିର ନିର୍ମଳ ଚିତ୍ତ ରେ ରାମନାମ ଜପି ଚାଲ , ଯୁଦ୍ଧ ପରି ସଙ୍କଟ ମଧ୍ୟ ଦୁରେଇ ଯିବ .ଇତି

ଜଣେ ଲେଖିକା ସୁନନ୍ଦା



Rate this content
Log in

Similar oriya story from Classics