Kamal Kumar Dash

Romance Tragedy

5.0  

Kamal Kumar Dash

Romance Tragedy

ଲଭ

ଲଭ

9 mins
600


ରାଜଧାନୀ ଏକ୍ସପ୍ରେସ ଦ୍ରୁତ ଗତିରେ ଆଗେଇ ଚାଲିଛି ଭୁବନେଶ୍ୱରରୁ ଦିଲ୍ଲୀ । ରମେଶ ବାବୁ ଓ ତାଙ୍କ ସାଙ୍ଗ ଦୀନେଶ କିଛି ଅଫିସ କାମରେ ଦିଲ୍ଲୀ ବାହାରିଛନ୍ତି ସେକେଣ୍ଡ ଏସି କ୍ଲାସରେ । ସନ୍ଧ୍ୟା ପ୍ରାୟ 7ଟା ହେବ ପଶ୍ଚିମ ବଙ୍ଗର କୌଣସି ଏକ ଷ୍ଟେସନରେ ଗାଡି ରହିଲା । ଆଗ ଖାଲି ବର୍ଥରେ ଦିଜଣ ଉଠିଲେ । ଜଣେ 50ରୁ ଅଧିକ ବୟଷର ସ୍ତ୍ରୀ ଲୋକ ଓ ତାର 17/18 ବର୍ଷର ଝିଅ । ସେମାନେ ବୋଧେ ଦଉଡି ଦଉଡି ଗାଡି ଚଢ଼ିଥିଲେ କାରଣ ଦିହେଁ କିଛି ସମୟ ସିଟ୍ ରେ ବସି ଲମ୍ବା ନିଶ୍ୱାସ ନେଲେ ଓ ପାଣି ପିଇଲେ । ତାଙ୍କ ବ୍ୟାଗ ସଜାଡ଼ିବାପରେ ସେ ରମେଶକୁ ପଚାରିଲେ ଆପ କାହାଁ ତକ ଯାଏଁଗେ ? ରମେଶ କହିଲା ଦିଲ୍ଲୀ ତକ । ତାର କିଛି ସମୟ ପରେ ଟିଟିଇ ଟିକେଟ ଚେକିଂ ପାଇଁ ଆସିଲେ ଓ ପଚIରିଲେ ମାଡାମ ଟିକେଟ ପ୍ଲିଜ , ସେ ଟିକେଟ ଖୋଜିଲେ ପର୍ସରେ ଟିକେଟ ନଥିଲା ,ସେ ଟିକେ ବିବ୍ରତ ହୋଇ ପଡିଲେ । ମୋବାଇଲରୁ ଝିଅ ଇ ଟିକେଟ କାଢି ଦେଖାଇଲା । ଟିଟି କହିଲେ ଅନିତା ମାମ କିଏ ? ସେ ଝିଅଟି କହିଲା ସେ ମୋ ମମି । ତା ପରେ ସେ ଆଇଡି ଦେଖି ଆଗକୁ ବଢିଗଲେ ।


   ରମେଶ କିନ୍ତୁ ଭାବୁଥିଲା ତା ସାଙ୍ଗ ଅନିତା କଥା । ସେ ଅନିତାକୁ ପଚାରିଲା କ୍ୟା ଆପ ଟିଚର ହେ ? ଅନିତା ହଁ କହିଲା ଓ ରମେଶ ମୁହଁ କୁ ଚାହିଁ ରହିଲା ଓ କହିଲା ରମେଶ ଏତେ ଦିନରେ ତୁମେ ଟିକେ ବି ବଦଳିନ , ସେଥି ପାଇଁ ତୁମକୁ ଚିହ୍ନି ହୋଇଗଲା 30 ବର୍ଷ ପରେ ବି । ରମେଶ ଅନିତାକୁ କହିଲା ତୁତ ପୁରା ବଦଳି ଯାଇଛୁ ତତେ ଚିହ୍ନି ହେଉନି ଟିକେ ମୋଟା ବି ହୋଇଯାଇଛୁ ଚଷମା ବି ଲଗାଇଛୁ । ଅନିତା ହସିଲା ଆରେ ବାବୁ ମୋଟା ନୁହେଁ ମୋଟୀ । ସମସ୍ତେ ହସିଲେ । ଅନିତା ତା ଝିଅ ନିତାକୁ କହିଲା ଆରେ ମା ଏ ଅଙ୍କଲ ମେରା ଦୋସ୍ତ ହେ । ନିତା ନମସ୍କାର କଲା ରମେଶକୁ । ଅନିତା ରମେଶର କଲେଜ ଦିନର ବାନ୍ଧବୀ ଥିଲା । ରମେଶ ପଚରିଲା ଆରେ ଅନିତା କୁଆଡେ ଯାଉଛୁ ? ଅନିତା କହିଲା ଝିଅର ଏମ୍ସ ରେ ଆଡ଼ମିସନ କରିବାକୁ ଯାଉଛି । ଅନ ଲାଇନ ସବୁ ହୋଇଯାଇଛି ,ଖାଲି ତାର କିଛି ପେପର ଡିପୋଜିଟ ହେବ  ଓ ତାକୁ ହଷ୍ଟେଲରେ ଛାଡ଼ିବି ଓ କାଲି ରାତି ଫ୍ଲାଇଟରେ ଫେରିଯିବି । ଅନିତା ପଚାରିଲା ଆଉ ତୁ କୁଆଡେ ? ଅଫିସ କାମ ରେ ଯାଉଛି ଦି ଦିନ ପାଇଁ ଦିଲ୍ଲୀ ।


   ତା ପରେ ଅନିତା କହିଲା ତୋ ଘର କଥା କଣ କୁହ ମଉସା ମାଉସୀ ,ଭାଇ ଭଉଣୀ ସବୁ କେମିତି ଅଛନ୍ତି ? ରମେଶ କହିଲା ବାପା ମା ଆଉ ନାହାନ୍ତି ଭାଇ ଭଉଣୀ ସବୁ ବାହା ହୋଇ ଗଲେଣି ସମସ୍ତେ ଖୁସିରେ ଅଛନ୍ତି ଘର କଲେଣି ଓ ଗାଡି ବି କିଣିଛନ୍ତି । ତା ପରେ ଅନିତା ପଚାରିଲା ଆଉ ତୁ କଣ କରିଛୁ ? ରମେଶ କହିଲା ମୋର ଗୋଟିଏ ବୋଲି ସ୍ତ୍ରୀ ଓ ଗୋଟିଏ ପୁଅ ଗାଡି କିଣିନି କି ଘର କରିନି । ପୁଅକୁ ପାଠ ପଢାଇବାରେ ବହୁତ ଖର୍ଚ୍ଚ ହେଲା । ଏବେ ତାର ପାଠ ପଢା ସରିଲା ,ଦେଖିବା କଣ କରି ହେବ ।


 ତା ପରେ ଖାଇବା ଆସିଗଲା ସମସ୍ତେ ମିଶି ଖାଇଲେ ।ଝିଅ କହିଲା ମମି ମୁଁ ଏ ଆଇସକ୍ରିମ ଖାଇବିନି ମୋର ଚକଲେଟ ଆଇସକ୍ରିମ ଦରକାର । ରମେଶ ପାଣ୍ଟ୍ରି ବାଲାଙ୍କୁ ଡାକି ଚକଲେଟ ଆଇସକ୍ରିମ ଆଣିବାକୁ କହିଲା ହେଲେ ସେମାନେ ଷ୍ଟକ ନାହିଁ କହି ଚାଲିଗଲେ । ଅନିତା ଝିଅକୁ ବୁଝାଇବାକୁ ଆରଂଭକଲା  ,ମା ତୁ ରାତିରେ ଆଇସକ୍ରିମ ଖାଆନା ଦେହ ଖରାପ ହେବ । ରମେଶ କହିଲା ଟିକେ ରହ ମୁଁ ଆଇସକ୍ରିମ ମଗାଉଛି ଟିକେ ପରେ ଆସି ପିହଁଞ୍ଚିବ । ଆଗ ଷ୍ଟେସନ ରେ ଚକଲେଟ ଆଇସକ୍ରିମ ର ଫ୍ୟାମିଲି ପ୍ୟାକ ଆସିଗଲା ସମସ୍ତେ ମିଶି ଖାଇଲେ । ଝିଅ ହସିକି ରମେଶକୁ thanks uncle କହିଲା. । ଅନିତା କହିଲା ଗୋଟିଏ ଝିଅ ବୋଲି ବହୁତ ଗେଲି ହୋଇ ଯାଇଛି । ସେ ଉପରୁ ମୁହଁ ମୋଡ଼ୁଥିଲା ।


   ରମେଶ ପଚାରିଲା ତୋ କଥା କୁହ ? ଅନିତା କହିଲା ବାବା ରିଟାୟାର୍ଡ଼ ହେଲା ପରେ ଭାଇ ଆକ୍ସିଡେଣ୍ଟରେ ମରିଗଲା ତା କଥା ଚିନ୍ତା କରି କରି ମା ଚାଲିଗଲା । ସାନଭଉଣୀ ଏତେ ଭଲ ପଢୁ ନଥିଲା ତେଣୁ ତାର ଆଗ ବାହା ଘର କରିଦେଲି ତା ପରେ ମୁଁ ବାହା ହେଲି । ମୋର ବି ତୋ ଭଳି ଗୋଟିଏ ସ୍ୱାମୀ ଓ ଗୋଟିଏ ଝିଅ । ବାପା ଗାଁ ରେ ରହୁଛନ୍ତି ବୁଢା ହୋଇଗଲେଣି । ରମେଶ ପଚାରିଲା ଦିଦି ଭଲ ଅଛି ଚାକିରୀ କରୁଛି ତା ପୁଅ ବି ବାହା ହୋଇଗଲାଣି ସେ ଦିଜଣ ଖୁସିରେ ଅଛନ୍ତି । ରମେଶ ପଚାରିଲା ତୁ କଣ ଦୁଃଖରେ ଅଛୁ ? ଅନିତା କହିଲା କାଲି କହିବି ତତେ ଅନେକ କଥା କହିବାର ଅଛି , ଆଜି ଶୋଇପଡ । ରମେଶ କହିଲା ସତରେ ଆଜି ନିଦ ଲାଗୁନି ,ଏତେଦିନ ପରେ ତୁ ଏମିତି ଅଚାନକ ମିଲିଛୁ ବୋଲି ମୋର ଜମା ବିଶ୍ୱାସ ହେଉନି । ରମେଶ ହାତକୁ ଚିମୁଟି ଦେଲା ଅନିତା ଓ ପଚାରିଲା ଏବେ ବିଶ୍ୱାସ ହେଲା । ରମେଶ କଣ ଚିନ୍ତା କରୁଥିଲା ତା ଘରୁ ଫୋନ ଆସିଲା ,ଶ୍ରୀମତୀ ପଚାରିଲେ କେଉଁଠାରେ ପଂହଁଚିଲଣି ,କଣ ଖାଇଲ ଇତ୍ୟାଦି ଇତ୍ୟାଦି ଆଉ ଶେଷରେ ଟାଇମ ହେଲେ ସରୋଜିନୀ ମାର୍କେଟ ଯିବ ଓ ମୋ ପାଇଁ କିଛି ଆଣିବ ଦେଖିବା କହି ଫୋନ ରଖିଲା ସେ । ଅନିତା କମ୍ବଳ ଘୋଡ଼ି ହୋଇ ଶୋଇ ପଡିଥିଲା । କିନ୍ତୁ ରମେଶ କୁ ନିଦ ଆସୁ ନଥିଲା କେତେ କଥା ଭାବୁଥିଲା ବର୍ଥ ରେ ପଡି ପଡି । ଟ୍ରେନ୍ ଚାଲିଥିଲା ତା ବାଟରେ ,ରମେଶ କେତେବେଳେ ଶୋଇପଡିଛି ସେ ଜାଣି ନଥିଲା । 

  

ସକାଳର ସୂର୍ଯ୍ୟ କିରଣରେ ତାର ଆଖି ଖୋଲିଲା ,ଦେଖିଲା ଆଗ ବର୍ଥରେ ଅନିତା ବସି ଚାହା ତିଆରି କରୁଛି ପାଣ୍ଟ୍ରି ଵାଲା ଦେଇଥିବା ଗରମ ପାଣି କ୍ଷୀର ପାଉଡର ଓ ଚିନି ମିଶାଇ । ସେ ରମେଶ କୁ ଗୁଡ଼ ମର୍ଣ୍ଣି କହିଲା ଓ ଚାହା କପ ବଢ଼ାଇଦେଲା ତା ହାତକୁ ।, ଭେରୀ ଗୁଡ଼ ମର୍ଣ୍ଣି କହି ହସିଲା ରମେଶ ଓ ଅନିତା ହାତରୁ ଚା କପ ଟି ନେଲା । ଦି ଜଣ ଏକାଠି ଚା ପିଇଲେ ,ତା ପରେ ରମେଶ ବ୍ରସ କରିବାକୁ ଚାଲିଗଲା । ଆସି ଦେଖିଲା ଅନିତା ତା ଟିଫିନ ରେଡ଼ିକରିଦେଇଛି । ବାହଃ , thanks କହି ଅନିତା ହାତରୁ ପ୍ଲେଟ ଉଠାଇ ନେଇ ବ୍ରେଡ ଖାଇବାକୁ ଆରମ୍ଭ କଲା ସିଏ । ଦିନ ପ୍ରାୟ ଆଠଟା ହେଉଥିଲା । ଅନିତାକୁ ରମେଶ ପଚାରିଲା କଣ ହୋଟେଲ ନେଇଛୁ ନା ସିଧା ଏମ୍ସ ଯିବୁ , ମୋ ରେଷ୍ଟ ହାଉସ ପାଖରେ ଅଛି ତମେ ଦିଜଣ ଆସି ପାରିବ । ସେ କହିଲା ଧନ୍ୟବାଦ ,ନା ମୁଁ ହୋଟେଲ ନେଇନି ,ଗାଡିରେ ଫ୍ରେସ ହୋଇ ବାହାରି ଯିବି ଏମ୍ସ ,ତାପରେ ସେଠି କଣ କରିବି ଚିନ୍ତା କରିନି । ଗାଡି 10 ଟା ରେ ଷ୍ଟେସନ ପହଂଚିବ ,ଆମେ ପ୍ରାୟ 11ଟା ରେ ଏମ୍ସ ପହଂଚିଯିବୁ , ଭାବୁଛି ସବୁ ଠିକ ଠାକ ହେଲେ 4ଟାରେ କାମ ସରିଯିବ । ମୋ କାମ ସରିଲେ ତୋତେ ଫୋନ କରିବି । ରମେଶ କହିଲା ତୋ ଫୋନ ନମ୍ବର ଟା ତ ଦେ । ଅନିତା ତା ନମ୍ବର ଟା ଦେଲା ଓ କହିଲା ବେଶୀ ବ୍ୟସ୍ତ ହେବୁନି ଦରକାର ହେଲେ ମୁଁ ରିଂ କରିବି ।ତା ପରେ ଝିଅ ନିତା କୁ ଉଠାଇ ଜଲ୍ଦି ଫ୍ରେସ ହେବାକୁ କହିଲା ଓ ତା ଡ୍ରେସ ବ୍ୟାଗ ରୁ କାଢି କରି ଦେଲା । ଝିଅ ଫ୍ରେଶ ହେବାକୁ ଚାଲିଗଲା ପରେ ଅନିତା କହିଲା ତୁ ସନ୍ଧ୍ୟାରେ ଫ୍ରି ହେଲେ ମତେ ରିଂ କର ,ଟାଇମ ଥିଲେ ଏଆର ପୋର୍ଟ ଆସିବୁ କଥା ହେବା ,ତୋ ସାଥିରେ ବହୁତ କଥା ଅଛି । ରମେଶ କହିଲା ଠିକ ଅଛି । ଅନିତାର ପତି ଦେବ ଫୋନ କଲେ , ପଚାରିଲେ କେତେବେଳେ ପହଞ୍ଚିବ ? ସେ କହିଲା ଗାଡି ରାଇଟ ଟାଇମରେ ଯାଉଛି ପ୍ରାୟ 10ଟାରେ ପହଞ୍ଚିଯିବ ତା ପରେ ଦେଖିବା କହି ଫୋନ ରଖିଲା । ରମେଶ ପଚାରିଲା ସେ କାହିଁକି ଆସିଲେନି ? ଆରେ ବାବା ସେ ସ୍କୁଲ ଇନଚାର୍ଜ ତାଙ୍କର ହଜାରେ କାମ ,ତାଙ୍କୁ ଛୁଟି ମିଳିଲାନି ,ତେଣୁ ବାଧ୍ୟ ହୋଇ ମୁଁ ଆସିଲି , କଣ କରିବା । ରମେଶ ମଜାରେ ପଚାରିଲା ତତେ ଡର ଲାଗୁନି ତ ? ନାଁ ରେ ଡର କଣ ଏମ୍ସରେ ପହଁଚି ଗଲେ କାମ ସରିଲା । ତା ପରେ ଏଆର ପୋର୍ଟ ଆସିଯିବି । ସେ ବି ମଜାରେ କହିଲା ଡର ଲାଗିଲେ ତତେ ଡାକିବି ଓକେ । ଅନିତା ର ସାହସ ଦେଖି ରମେଶ କୁ ଖୁସି ଲାଗିଲା । 10ଟାରେ ଷ୍ଟେସନ ଆସିଗଲା ସମସ୍ତେ ଓହ୍ଲାଇଲେ । ରମେଶର ବେଶୀ କିଛି ଲଗେଜ ନଥିଲା । ସେ ଅନିତାର ଗୋଟେ ବ୍ୟାଗ ଧରି ଆଗକୁ ବଢ଼ିଲା । ଷ୍ଟେସନରୁ ବାହାରିଲା ପରେ କ।ର କରି ଅନିତା ଓ ନିତା ଏମ୍ସ ବାହାରଲେ । ନିତା ରମେଶର ପାଦ ଛୁଇଁ ନମସ୍କାର କଲା । ରମେଶ ତାକୁ ଭଲ ଡାକ୍ତର ହୁଅ (be a good doctor ) ବୋଲି କହିଲା । 

   

   ରମେଶ ଓ ତାର ସାଙ୍ଗ ଟାକ୍ସି ବୁକ କରି ରେଷ୍ଟ ହାଉସ କୁ ଗଲେ ଓ ଫ୍ରେସ ହୋଇ ତା ପରେ ଦିଲ୍ଲୀରେ ତାଙ୍କ ହେଡଅଫିସକୁ ବାହାରି ଗଲେ ।  ହେଡ଼ ଅଫିସ ରେ ଥିବା ଟ୍ରେନିଙ୍ଗ ରେ ଯୋଗ ଦେଲେ । 2ଟାରେ ଲଞ୍ଚ ବ୍ରେକ ହେଲା । ଲଞ୍ଚ ବେଳେ ଅନିତାର ଫୋନ ଆସିଲା ସେ କହିଲା ନିତାର ସାର୍ଟିଫିକେଟ ଭେରିଫିକେସନ ସରିଗଲା ଓ ଆଡ଼ମିସନ ହୋଇଗଲା ଲଞ୍ଚ ପରେ ହଷ୍ଟେଲ ମିଳିବ । ସେମାନେ ଦି ଜଣ ବି ଅଂଶ କ୍ୟାଣ୍ଟିନରେ ଲଞ୍ଚ କରୁଛନ୍ତି ।ଓକେ ଗ୍ରେଟ କଂଟିନିୟୁ କହି ଫୋନ ରଖିଲା ରମେଶ । ରମେଶ ର ଟ୍ରେନିଂ ଦିନ ପାଞ୍ଚଟା ରେ ସରିଲା । କ୍ୟାଣ୍ଟିନରେ ଚ। ଓ ସ୍ନାକ୍ସ ନେଇ ସେ ଅନିତାକୁ ଫୋନ କଲା । ଅନିତା ଫୋନ ରିସିଭ କଲାନି । 15 ମିନିଟ ପରେ ଅନିତା କହିଲା ଜାଣିଚୁ ଏବେ ମୁଁ ନିତା ର ହଷ୍ଟେଲ ରୁମ୍ ରେ ବସିଛି । ତାର ସବୁ ଠିକ କରି 6 ଟା ରେ ବାହାରିବି । ଓକେ କହି ଫୋନ ରଖିଲା ରମେଶ ।


  6 ଟାରେ ରମେଶ ବାହାରିଲା ଏଆରପୋର୍ଟ କୁ, ବର୍ଷ। ଆସୁଥିଲା ,ଆକାଶ କଳା ବାଦଲରେ ଭରିଯାଇଥିଲା । କିଛି ବାଟ ଗଲା ପରେ ଅନିତା ଫୋନ କଲା ଆରେ କେଉଁଠି ପହ୍ଞ୍ଚିଲୁଣି ?  ,ରମେଶ କହିଲା ଆଉ 30 ମିନିଟ୍ ରେ ମୁଁ ଏୟାରପୋର୍ଟ ପଂହଁଚି ଯିବି । ଅନିତା କହିଲା ଏୟାରପୋର୍ଟ ଆଗରେ ଗୋଟେ କାଫେଟେରିଆ ଅଛି ତୁ ସେଇଠି ଥା ମୁଁ ପହଁଚୁଛି । ରମେଶ କାଫେଟେରିଆ ର ଗେଟ ପାଖରେ ଠିଆ ହେଲା କିଛି ସମୟ ପରେ ଅନିତା ଆସିଲା ଆଉ ତା ପଛରେ ବର୍ଷା । ରମେଶ ବାଟରୁ ଗୋଟେ ଗୋଲାପର ବୁକେ ନେଇଥିଲା ଅନିତା ପାଇଁ । ଅନିତାକୁ ଧରାଇଦେଲା, ଖୁସିରେ ଅନିତା ଆଖିରେ ଲୁହ ଆସିଗଲା, ସେ ମନ କୁ ମନ କହିଲା ତୁ ବହୁତ ଡେରି କରିଦେଲୁ ରମେଶ । ଚାଲ ଭିତରକୁ ଚାଲ । ଗୋଟେ କଣ ରେ ଯାଇ ବସିଲେ ଅନିତା ଓ ରମେଶ । କିଛି ସମୟ ଚୁପ ରହିବା ପରେ ରମେଶ କଫି ମଗାଇଲା ଓ ଅନିତାକୁ ଚାହିଁ କହିଲା କଣ କହିବୁ କହୁଥିଲୁ ନ। କହ । ଅନିତା ଆରମ୍ଭ କଲା ତୋ ଉପରେ ମୁଁ ବହୁତ ରାଗିଛି , ମୁଁ ଯେତେ ଦୁଃଖ ରେ ଥିଲେ ବି ତତେ କିଛି କହିନଥିଲି ହେଲେ ତୁ ଅଚାନକ ଚିଠି ଦେବା ବନ୍ଦ କାହିଁକି କରିଦେଲୁ ? ବାପାଙ୍କ ରିଟାୟାର୍ଡ଼ ପରେ ସମସ୍ତେ ଚାଲିଯାଇଥିଲେ ହେଲେ ମୁଁ ଭୁବନେଶ୍ୱରରେ ରହି ଟିଚରସିପ କରୁଥିଲି । ତୁ ଚିଠି ବନ୍ଦ କଲାପରେ ମୁଁ ସେଠୁ ଛାଡି ଚାଲିଗଲି । ରମେଶ କହିଲା ଆରେ ଅନିତା ମୁଁ ତତେ ଭଲ ପାଉଥିଲି ହେଲେ କହି ପାରିନଥିଲି ।ଥରେ ଭାବିଥିଲି ହେଲେ ତୋ ସାଙ୍ଗ କିଏ ଜଣେ କହିଲା ତୋର କିଏ ବୟ ଫ୍ରେନ୍ଡ ଅଛି ବୋଲି । ହେଲେ ତୁତ ଚିଠିରେ ଲେଖି ପାରିଥାନ୍ତୁ ? ଅନିତା କହିଲା ଅନେକଥର ଭାବିଛି ହେଲେ ଡରିଯାଉ ଥିଲି କାଳେ ତୁ କଣ ଭାବିବୁ । ଥରେ ଲେଖିଥିଲି ହେଲେ କାଟି ଦେଇଥିଲି । ହଁ ମୁଁ ତୋ ସେ ଚିଠିଟି ପଢ଼ିଥିଲି ହେଲେ କିଛି ବୁଝି ପାରି ନଥିଲି । ତା ପରେ କଫି ଆସିଲା ,କଫି ପିଲା ପରେ ଅନିତା କହିଲା ସେ କଥା ଛାଡ଼ ଟପିକ ଚେଞ୍ଜ କର । ରମେଶ ପଚାରିଲା ତୋ ପତି କେମିତି ? ଅନିତା କହିଲା ତାଙ୍କ କଥା କହି କିଛି ଲାଭ ନାହିଁ ସେ ବହୁତ ସଂଦେହୀ । କାହା ସଂଗେ ହସିକି କଥା ହେଲେ ତାଙ୍କୁ ଭାରି ବାଧେ । ମୁଁ କେମିତି ତୁ ତ ଜାଣିଚୁ । ସେଥି ପାଇଁ ସବୁବେଳେ କଳି ଲାଗେ ସେ ମୋ ଫୋନ ନେଇ ଚେକ କରନ୍ତି ଓ ମୁଁ ଫୋନ ଫୋପାଡ଼ି ଭାଙ୍ଗିଦିଏ । ଆମ ଘରେ କଳି ଲାଗିଲେ ତୋ କଥା ମନେ ପଡେ । କଲେଜରେ କଳି ଲାଗିଲେ କେମିତି ତୁ ସମସ୍ତଙ୍କୁ ବୁଝାଇ ମ୍ୟାନେଜ କରୁଥିଲୁ ସେକଥା ମନେପଡେ । ଆଉ ମନେପଡେ ସେଦିନ କଥା , ରମେଶ ପଚାରିଲା କେଉଁଦିନ କଥା ? ଅନିତା କହିଲା କଳିଙ୍ଗାର ଜଙ୍ଗଲରେ ହଜି ଯାଇଥିବା କଥା । ଆମେ ଚାରିଜଣ ହଜି ଯାଇଥିଲେ ଜଙ୍ଗଲ ରେ ଓ ଗୋଟେ ପାଖ ଗାଁରେ ପହଂଚିଥିଲେ । ସମସ୍ତେ ଦୁଖୀ ଥିଲାବେଳେ ତୁ ସମସ୍ତଙ୍କୁ ସାହସ ଦେଉଥିଲୁ । ସେଠୁ ବଡ଼ କଷ୍ଟରେ ଜାଙ୍ଗଲ ରାସ୍ତାରେ ଆମେ ଚାଲି ଚାଲି ସନ୍ଧ୍ୟାରେ କଳିଙ୍ଗା ଘାଟି ଉପରେ ଥିବା ଆମ ରେଷ୍ଟ ହାଉସ୍ ରେ ପହଂଚିଥିଲେ । ଆରେ ତୋର ସେ ସବୁ କଥା ମାନେ ଅଛି ଏ ତିରିଶ ବର୍ଷରେ ମୁଁ ସେସବୁ ପୁରା ଭୁଲି ଯାଇଛି ।

       ନେଟ ଆସିଲା ପରେ ମୁଁ ତତେ ସବୁବେଳେ ସର୍ଚ୍ଚ କରେ ଭାବେ ତୁ ମିଳିଯିବୁ , ଏମତିଦିନେ ଖୋଜୁ ଖୋଜୁ ଗୁଗୁଲରେ ତୋ ପ୍ରୋଫାଇଲ ମିଳିଗଲା , ସେଦିନ ପୁରା ରାତି ମୁଁ ତୋ ପ୍ରୋଫାଇଲ ଦେଖିଲି ତୋର ତୋସ୍ତ୍ରୀର ଓ ପୁଅର ଫଟ ଦେଖି ଖୁସି ଲାଗିଲା ହେଲେ ତୋର ଫୋନ ନମ୍ବର ମିଳିଲାନି କଥାହେବା ପାଇଁ । ତାପରେ ଭାବିଲି ଆଉ ତୋସାଥିରେ କଥା ହୋଇ ଲାଭକଣ ,ମୋ ପାଇଁ ତୋ ଘରେ କଳି ବି ଲାଗିପାରେ । ହେଲେ ତୋ 25ତମ ବିବାହ ବାର୍ଷିକୀ ଫଟୋ ଓ ଭିଡିଓ ଦେଖି ଭଲ ଲାଗିଲା ।ଭାବିଲି ତତେ ମେସେଜ କରିବି ବୋଲି ,ହେଲେ କଲିନି ।ସେ ଚୁପ ହୋଇଗଲା ,ବାହାରେ ହେଉଥିବା ବର୍ଷI ଆଡେ ଚାହିଁ କି ବସିଗଲା ।

      ତା ପରେ ରମେଶ ଆରମ୍ଭ କଲା ମୋ କାହାଣୀ ବି ଠିକ ତୋରି ପରି । ମୁଁ ବି ତତେ ନେଟ ରେ ବହୁତ ଖୋଜିଛି ହେଲେ ତୁ ମିଳିଲୁନି । ଚାକିରୀ କଲା ପରେ ମୋର ଦେହ ପ୍ରାୟ ଖରାପ ରହୁଥିଲା ତେଣୁ ଘର ଲୋକ ବାହା ଘର କରିଦେଲେ । ତାପରେ ଚିଠିଲେଖା ବନ୍ଦ ହୋଇଗଲା । ତତେ ବି ମୁଁ ବହୁତ ମିସ କରେ ,ଆମ ଘରେ ଛୋଟ ଛୋଟ ଜିନିଷ ପାଇଁ କଳି ଲାଗେ ।ହେଲେ କଣ କରିବା ବଂଚିବାକୁତ ପଡିବ ଏତିକି କହି ରମେଶ ଅନିତା ଆଖିରୁ ଝରୁଥିବା ଲୁହ କୁ ପୋଛି ଦେଲା ତା ରୁମାଲ୍ ରେ । ଅନିତା କହିଲା ଆରେ ମୋ ଫ୍ଲାଇଟ ଟାଇମ ହୋଇଗଲାଣି ଚେକିଂ କରିବାର ଆଛୀନା ? ତା ମୋବାଇଲରେ ମେସେଜ ଆସିଲା ,ଫ୍ଲାଇଟ ଇଜ ଦିଲେଡ଼ ବାଇ 1 ଆୱାର । ଏତେ ସମୟ ପରେ ଦିଜଣ ହସି ଉଠିଲେ ଏକ ସାଙ୍ଗରେ । ରମେଶ ବିରିୟାନୀ ମଗାଇଲା । ଅନିତା କହିଲା ଆରେ ମତେ ବିରିୟାନୀ ଭଲଲାଗେ ବୋଲି ତୋର ଏବେବି ମନେ ଅଛି ? ରମେଶ ହସିଲା କହିଲା ,ଯାହା ଭୁଲି ଥିଲି ତୋତେ ଦେଖିଲା ପରେ ସବୁ ମନେ ପଡିଗଲା । ତା ପରେ କହିଲା ମାସରେ ଥରେ ଦିଥର କଥା ହେବୁନା । ଅନିତା କହିଲା ନ। ବାବା ନା କାହିଁ କି ତୋ ଘରେ କଳି ଲଗାଇବି କହିଲୁ ? ରମେଶ କହିଲା ମୁଁ ବି ତୋ ଘରେ କଳି ଲଗେଇବାକୁ ଚାହୁଁନି ,ହେଲେ ୟାର ଗୋଟେ ସଲ୍ୟୁସନ ବାହାର କରିବାକୁ ପଡିବ । ତୋ ଫୋନ ଟା ଦେ ଗୋଟେ ଚାଟିଂ ଆପ ଡାଉନଲୋଡ଼ କରିଦେଉଛି ଏଥିରେ ଚାର୍ଟ କରିବୁ ଓ ସେ ସବୁ ଅଟୋ ଡିଲିଟ ହୋଇଯିବ । ତା ପରେ ରମେଶ କହିଲା ତୋ ଫ୍ଲାଇଟ କ୍ୟାନ୍ସଲ ହୋଇଗଲେ ଭଲ ହୁଅନ୍ତା । ଆଜି ରାତି ଏଇଠି ରହି ଯାନ୍ତେ ।ଅନିତା ପଚାରିଲା ତା ପରେ କଣ ହେବ ? ରମେଶ କହିଲା ତୋ ବୁଢାକୁ ମୋ ବୁଢ଼ୀ ସାଙ୍ଗରେ ମ୍ଯାରେଜ କରିଦେବା । ଅନିତା କିଛି ସମୟ ଚୁପ ରହି ,କହିଲା ,ଏବେ ତୁ ଯା ଓ ମୁଁ ଯାଉଛି ଚେକ ଇନ ପାଇଁ ମୋ ଫୋନ ନଂ ତୋ ମୋବାଇଲରୁ ଡିଲିଟ କରିଦେବୁ । ମୁଁ ବି ଫ୍ଲାଇଟରେ ବସିବା ପରେ ତୋ ନଂ ଡିଲିଟ କରିଦେବି । ତା ପରେ ଅନିତା ତା ଭାନିଟି ବ୍ୟାଗ ଉଠାଇ ଉଠିଲା ଓ ବାଏ କହି ଗହଳିରେ ହଜିଗଲା । ରମେଶ ଦେଖିଲା ଟେବୁଲ ଉପରେ ସେ ଅନିତା କୁ ଦେଇଥିବା ଗୋଲାପ ବୁକେ ଏବେବି ପଡିରହିଥିଲା । ସେ କଣ ସବୁ ଚିଂତା କରି ବାହାର କୁ ଦେଖୁଥିଲା ।

   ପାଞ୍ଚ ମିନିଟ ପରେ ଅନିତା ଫେରିଲା ଓ ରମେଶ କୁ ପଚାରିଲା ତୁ ଏବେବି ବସିଛୁ ? ରମେଶ ,ପଚାରିଲା କଣ ଛାଡ଼ିଗଲୁକି ? ସେ କହିଲା ସେ ଫୁଲ ତୋଡ଼ାଟା ,ରମେଶ ତା ହାତକୁ ଫୁଲତୋଡାଟା ବଢ଼ାଇଦେଲା thanks କହି ସେ ଫୁଲ ତୋଦଡା ନେଲା ଓ ରମେଶ ସାଙ୍ଗରେ ହାତମିଳାଇ ଗୁଡ଼ ନାଇଟ କହି   ଆଗକୁ ବଢିଗଲା । 


Rate this content
Log in