Rahmirekha Rout

Romance

4.0  

Rahmirekha Rout

Romance

କଲମ କେବେ ଅଟକି ନାହିଁ

କଲମ କେବେ ଅଟକି ନାହିଁ

3 mins
243


ପିଲାଟି ଦିନରୁ ସରୋଜାର ସାହିତ୍ୟ ପ୍ରତି ଅହେତୁକ ଦୁର୍ବଳତା। ଯାହା କିଛି ଦେଖନ୍ତି ନିଜ ଡାୟେରୀରେ କିଛି ନା କିଛି ଲେଖି ଦିଅନ୍ତି। ସ୍କୁଲ୍ ସମୟରେ ଅନେକ ଥର ଗପ କବିତା ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସ୍କୁଲ୍ ପରେ ପରେ ଉଚ୍ଚ ଶିକ୍ଷା ପାଇଁ କଲେଜ ଯାଇଥିଲେ।ହେଲେ ଲେଖିବା ଅଭ୍ୟାସଟା ସେତେବେଳକୁ ଟିକେ କମିଯାଇଥାଏ। ପାଠ ପଢାର ବ୍ୟସ୍ତତା ଭିତରେ ଲେଖିବାକୁ ସମୟ ମିଳୁ ନଥାଏ।ତଥାପି ସମୟ ମିଳିଲେ କିଛି ନା କିଛି ଲେଖୁ ଥିଲେ।ତାଙ୍କ ଲେଖାରେ ଯେମିତି ଯାଦୁଥିଲା। ନିଜର ଯାଦୁକରୀ ସ୍ପର୍ଶରେ ଚାରିପାଖର ପରିବେଶକୁ ଜୀବନ୍ତ କରି ଗଢି ତୋଳି ଦେଉଥିଲେ। ସାଙ୍ଗମାନେ ତାଙ୍କ କବିତାକୁ ବହୁତ୍ ପ୍ରଶଂସା କରୁଥିଲେ। ପ୍ରେମ ନିବେଦନ କରିବାର ଥିଲେ ସମସ୍ତେ ସରୋଜାଙ୍କୁ ଲେଖିଦେବାକୁ ଅନୁରୋଧ କରୁଥିଲେ।ଆଉ ସେ ବି ସୁନ୍ଦର ପ୍ରେମ ପତ୍ରଟିଏ ଲେଖିଦଉଥିଲା।ମନା ବି କରିବ କଣ ପାଇଁ !


ବାସ୍ତବ,ଅବାସ୍ତବକୁ ସାଥୀରେ ଧରି ସରୋଜା ନିଜ ଜୀବନର ଏକ ଲମ୍ବା ରାସ୍ତା ଅତିକ୍ରମ କରୁଥିଲା ବେଳେ ପରିଚିତ ହୋଇଥିଲେ ସଞ୍ଜୟ ସହ। ସଞ୍ଜୟ ମଧ୍ୟ ସେଇ କଲେଜର । ଦୁହିଁଙ୍କର ଦେଖା ହୋଇଥିଲା କଲେଜର ଏକ ମାଗାଜିନ୍ ଲେଖା ହେବା ସମୟରେ। ବାସ୍ ତାପରେ ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱଟିଏ ଗଢିଉଠିଥିଲା। ସାରୋଜା ଡାୟେରୀରେ ଲେଖିଥିବା ପ୍ରତିଟି ଲେଖା ଗୁଡ଼ିକୁ ପଢି ବେଶ୍ ପ୍ରଶଂସା ମଧ୍ୟ କରୁଥିଲା।

:.ସରୋଜା ତୁମେ ଏ ଲେଖା ଗୁଡ଼ିକୁ କଣ ପାଇଁ ନିଜ ଡାୟେରୀରେ ବନ୍ଦୀ କରି ରଖିଛ। ବାହାରେ ପ୍ରକାଶ କରିଲେ ଅନେକ ପ୍ରଶଂସା ମିଳନ୍ତା। ଶୁଭେଚ୍ଛା ର ଲମ୍ବା ଧାଡ଼ି ଲାଗନ୍ତା।ସତରେ ତୁମ ଲେଖା ଗୁଡିକ ରେ ବକ୍ତବ୍ୟ ଦେବା ପାଇଁ ମୋ ପାଖେ କୌଣସି ଶବ୍ଦ ନାହିଁ।ମୁଁ ତ ତୁମ ପରି ଶବ୍ଦ ମାନ ଙ୍କୁ ନେଇ ଖେଳି ପାରିବି ନାହିଁ ନା.....

:.ହା ହା ହା ........ ଦୁହେଁ ଏକା ସାଙ୍ଗରେ ହସି ଉଠିଲେ ।

କିଛି ଦିନ ଭିତରେ ଦୁଇ ଜଣଙ୍କ ଭିତରେ ଥିବା ସଂପର୍କ ଆହୁରି ନିବିଡ଼ ହେବାକୁ ଲାଗିଥିଲା। କଲେଜ ଲାଇବ୍ରେରୀରେ ସରୋଜା

ବସି କିଛି ଗୋଟାଏ ଲେଖିଚାଲିଥିଲା। 

:. ସରୋଜା କଣ ଲେଖୁଛ..??

:.ଏଇ ଏମିତି ଗୋଟିଏ ପ୍ରେମ କବିତା...

:.ଆଛା କହିଲ.. ତୁମର ସେଇ ପ୍ରେମ କବିତାର ପ୍ରେମିକଟି କିଏ..???

:.ହା ହା ହା.... ଟିକିଏ ହସି ଦେଇ

:. ଆରେ କେହି ନୁହେଁ ମ। ଏମିତି କାଳ୍ପନିକ ...!!

:. ଆଛା ଗୋଟେ କଥା କହିବି...!!

:. ହଁ, କୁହ ....

:. ତୁମର ଏ କାଳ୍ପନିକ ପ୍ରେମ କବିତାରେରେ ମୋତେ କଣ ଚରିତ୍ରଟିଏ ମିଳିବ ନାହିଁ.....।ସେ ଶବ୍ଦ ମାନଙ୍କ ମଧ୍ୟରେ କଣ ମୋତେ ସ୍ଥାନ ଟିକେ ମିଳିବ ନାହିଁ। 


ସରୋଜା ଚୁପଚାପ୍ ସେଇଠି ଅଧା ଲେଖିଥିବା କବିତାଟିକୁ ଲାଇବ୍ରେରୀ ଟେବୁଲ୍ ଉପରେ ଛାଡ଼ି ଚାଲିଆସିଥିଲା।

ରାତିରେ ଅନେକ ଭାବିଲା। ପ୍ରେମର ଅନୁଭବ ପାଇଁ କଣ ସତରେ ସାଥୀଟିଏ ଆବଶ୍ୟକ। ପ୍ରେମ କଣ କାହାଣୀରେ ଲେଖାହେଉଥିବା ଏକ ସୁନ୍ଦର ସଂଯୋଜନା ନା ବାସ୍ତବରେ ଏକ ଅପୂର୍ବ ଅନୁଭବ।ଯାହାକୁ ହୃଦୟଙ୍ଗମ କରିହୁଏ। ଏମିତି ଅନେକ ଭାଵନାକୁ ସେ ତା କାହାଣୀରେ ସ୍ଥାନ ବି ଦେଇଛି। ସାଙ୍ଗମାନଙ୍କ ଠାରୁ ଶୁଣିଛି ବି।ହେଲେ ନିଜ ଜୀବନରେ ଏମିତି ଏକ କାହାଣୀ ସେ କଣ ସଞ୍ଜୟକୁ ନେଇ ଲେଖିପାରିବ.... ଏମିତି ଅନେକ କିଛି ଭାବିଭାବି କେତେବେଳେ ଆଖି ଲାଗିଯାଇଛି ସେ ନିଜେ ବି ଜାଣିପାରି ନାହିଁ।


ସମୟ ସକାଳ ଆଠଟା.....

ନିଜକୁ ଭଲ ଭାବରେ ପ୍ରସ୍ତୁତ କରିଥାଏ ଠିକ୍ ତା କବିତାର ନାୟିକା ପରି ଯୋଉଟା ସଞ୍ଜୟକୁ ବହୁତ୍ ପସନ୍ଦ । ଆଜି ସେ ସଞ୍ଜୟକୁ ତା ପ୍ରଶ୍ନର ଉତ୍ତର ଦେବ। ବହୁତ ଖୁସି ବି ଥାଏ। ହେଲେ ସମୟ ର ଖେଳ କିଛି ଅଲଗା ଥିଲା। କଲେଜରେ ପହଞ୍ଚି ଜାଣିବାକୁ ପାଇଲା ଯେ ସଞ୍ଜୟର ଗାଡ଼ି ଦୁର୍ଘଟଣା ହୋଇଛି। ସେ ଏବେ ହସ୍ପିଟାଲ୍ ରେ ଅଛି। ଅବସ୍ଥା ଗୁରୁତର। ପାଦ ତଳୁ ମାଟି ଖସିଗଲା ଯେମିତି ସରୋଜାର । ଦୁନିଆଟା ଯେମିତି ଚାରିଆଡ଼େ ଅନ୍ଧାର ଦିଶିଲା।

ଠିକ୍ ଏତିକି ବେଳେ କାହାର ସ୍ପର୍ଶରେ ସରୋଜାର ଚେତା ପଶିଲା ସଞ୍ଜୟର ସାଙ୍ଗ କାଗଜଟିଏ ଦେଵାକୁଆସିଥିଲା ଆଉ କହିଲା ସଞ୍ଜୟ ହସ୍ପିଟାଲ୍ ରେ ଏଇ କାଗଜଟିଏ ତୁମକୁ ଦେବାକୁ କହିଛି।

:. କେମିତି ଅଛି ସଞ୍ଜୟ...

:. ସେ ସବୁଦିନ ପାଇଁ ନୀରବ ହୋଇଯାଇଛି। କେବେ ତାର ଚେତା ଫେରିବ ଜଣା ନାହିଁ।ଡାକ୍ତର କହିଛନ୍ତି ଭଗବାନଙ୍କ ଉପରେ ଭରସା ରଖ। ସେ ଯଦି କିଛି ଚମତ୍କାର କରନ୍ତି। 

:. ମାନେ ସେ କଣ "କୋମା" କୁ ପଳେଇଛନ୍ତି...!

:. ହିଁ....  


କାଗଜରେ କଣ ଲେଖା ଅଛି...!

ଏ କଣ ଏଇଟା ମୁଁ ଲେଖିଥିବା କବିତାଟି ଯୋଉଟା କାଲି ଟେବୁଲ୍ ଉପରେ ଛାଡି ଚାଲି ଆସିଥିଲି। ହେଲେ କିଏ ସମ୍ପୂର୍ଣ୍ଣ କଲା ମୁଁ ତ ଅଧା ଲେଖିଥିଲି। 

ସଞ୍ଜୟ କଣ ତାହେଲେ ଏଇଟାକୁ ଲେଖିଛନ୍ତି ହେଲେ ତାଙ୍କୁ ତ ଲେଖା ଆସେନି.....!!


ଝିଅର ଜିଦ୍ ରେ ପରିବାର ସମ୍ମତିରେ ସାରୋଜା ସହିତ ସଞ୍ଜୟର ବିବାହ ହେଇଥିଲା। ଆଉ ତାପରେ ସରୋଜାର ଆରମ୍ଭ ହୋଇଥିଲା ଜୀବନର ଅସଲି ସଂଘର୍ଷ। କେମିତି ସଞ୍ଜୟକୁ ଠିକ୍ କରିବ। କୋମାରୁ କେମିତି ଫେରାଇ ଆଣିବ। ଡାକ୍ତର, ପରିବାରର ସମସ୍ତେ ଆଶା ଛାଡ଼ି ଦେଇଥିଲେ ମଧ୍ୟ ସରୋଜା କେବେ ଆଶା ଛାଡ଼ି ନଥିଲା।

ପ୍ରତ୍ୟେକ ଦିନ କିଛି ନ କିଛି ଲେଖି ସେ ସଞ୍ଜୟକୁ ଶୁଣାଉ ଥିଲା। ସଞ୍ଜୟ କହୁଥିଲା ତା କବିତା ରେ କାଳେ ଯାଦୁ ଅଛି। ନିର୍ଜୀବ ବି ଜୀବନ୍ତ ପରି ସତେଜ ଆଉ ଚଳ ଚଞ୍ଚଳ ହୋଇଉଠୁଛି। ତେବେ ସଞ୍ଜୟ କଣ ପାଇଁ ଉଠିବ ନାହିଁ। 

ନା ସେ ଉଠିବ..... ତାକୁ ଉଠିବାକୁ ପଡ଼ିବ.....

ତାର ବିଶ୍ୱାସ ସଞ୍ଜୟ ଦିନେ ନ ଦିନେ ପୁଣି ଉଠିବ। ସେଥିପାଇଁ ସେ ଲେଖି ଚାଲିଛି। ଦୁଃଖ, କଷ୍ଟ ସହ ଲଢି ଲଢି ଥକି ଯାଇଥିଲେ ମଧ୍ୟ କଲମଟା ତାର କେବେ ଥକି ନାହିଁ। ଲେଖିଚାଲିଛି......

 



Rate this content
Log in

Similar oriya story from Romance